ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୦୦୩ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୨,୬୬,୧୦୫କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୯ ଓ ଷ୍ଟେଟ୍ ପୁଲ୍ରୁ ୫୦ ଜଣ ସୁସ୍ଥ ହୋଇଛନ୍ତି। ଅନୁଗୁଳ-୧୫୯, କଟକ-୧୪୧, ସୁନ୍ଦରଗଡ଼-୧୩୧, ଯାଜପୁରରୁ ୧୧୩ ସୁସ୍ଥ ବାଲେଶ୍ୱର-୧୦୪, ମୟୂରଭଞ୍ଜ-୧୦୧, କଳାହାଣ୍ଡି-୯୧, କେନ୍ଦ୍ରାପଡ଼ା-୮୦ ବରଗଡ଼-୭୮, ବଲାଙ୍ଗିର-୭୨, ପୁରୀ ୬୯, […]
ନୂଆଦିଲ୍ଲୀ: ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ। ଅଗ୍ରାଧିକାର ଭିତ୍ତିରେ ଶକ୍ତି କ୍ଷେତ୍ରକୁ ଆମ ସରକାର ଗୁରୁତ୍ୱ ଦେଉଥିବା ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡିଆ ଏନର୍ଜି ଫୋରମ୍ର ଭର୍ଚୁଆଲ୍ ମିଟିଂରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି-ସୂର୍ଯ୍ୟଙ୍କ ରଥକୁ ଟାଣୁଥିବା ସପ୍ତ ଅଶ୍ୱଙ୍କ ଭଳି ଭାରତର ଶକ୍ତି ମାନଚିତ୍ରର ବିକାଶ ପାଇଁ ସାତଟି ମୁଖ୍ୟ ସୂତ୍ର ଆପଣାଯାଉଛି। ଯାହାମଧ୍ୟରେ ପ୍ରଦୂଷଣ ଶୂନ୍ୟ କୋଇଲା ଓ ପେଟ୍ରୋଲିୟମ୍ର ବ୍ୟବହାର, ଘରୋଇ ବ୍ୟବହାର ପାଇଁ ଜୈବ […]
ଭୁବନେଶ୍ୱର: ସରିଲା ଦଶହରା ଏବେ ମା‘ଙ୍କୁ ଦିଆଯିବ ମେଲାଣି। ଗତକାଲି ବିଭିନ୍ନ ପୂଜା ମଣ୍ଡପରେ ବିଜୟା ଦଶମୀ ଶେଷ ପରେ ଆଜି ମା’ଙ୍କୁ ଦିଆଯିବ ମେଲାଣି । ରାଜ୍ୟରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ମା’ଙ୍କୁ ଆଜି ବିସର୍ଜନ କରାଯିବ। ଟ୍ୱିନ୍ ସିଟିରେ ମା’ଙ୍କୁ ବିଦାୟ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା। କଟକରେ ସକାଳ ୧୦ଟାରୁ ଆରମ୍ଭ ହେବ ଭସାଣ ପର୍ବ । ଗତକାଲି ମଧ୍ୟ କଟକରେ କିଛି ମେଢ ବିସର୍ଜନ କରାଯାଇଥିଲା। ଦେବୀଗଡା ବ୍ୟତୀତ ଅନ୍ୟ […]
ନୂଆଦିଲ୍ଲୀ: କେରଳରେ ଲ୍ୟାଣ୍ଡ କରିଛି ସି ପ୍ଲେନ୍ Twin Otter 300। ମାଲଦୀପରୁ ଉଡ଼ାଣ ନେବା ପରେ ଗତକାଲି କେରଳରେ ଓହ୍ଲାଇଛି । ଏହାପରେ କିଛି ସମୟ ପାଇଁ କେରଳ ଅନ୍ତଃରାଜ୍ୟ ଜଳପଥରେ ଭ୍ରମଣ କରିଥିଲା ସିପ୍ଲେନ୍। ଏହା ଉଡ଼ାଣ ଭରି ଏହା ଗୁଜରାଟ ଅହମ୍ମଦାବାଦରେ ପହଞ୍ଚିଥିଲା। ସାବରମତୀ ନଦୀରେ ଷ୍ଟାଚୁ ଅଫ୍ ୟୁନିଟ୍ ପର୍ଯ୍ୟନ୍ତ ଜଳପଥରେ ଯାଇଥିଲା। ୧୯ ସିଟ୍ ବିଶିଷ୍ଟ ସି ପ୍ଲେନ୍Twin Otter-300 Spicejet ଜ୍ଞାନ କୌଶଳରେ ନିର୍ମାଣ ହୋଇଛି। ମାଲଦୀପରେ ଏହା […]
ନୂଆଦିଲ୍ଲୀ: ଭବ୍ୟ ଓ ଅତି ଆଡମ୍ବରରେ ପାଳିତ ହୋଇଛି ତେଲେଙ୍ଗାନାର କନକ ପରମେଶ୍ୱରୀ ଦେବୀଙ୍କ ଦଶହରା ଉତ୍ସବ। ଏଠାରେ ମା’ଙ୍କୁ ସଜ୍ଜିତ କରିବା ପାଇଁ ଆୟୋଜକମାନେ ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ପୁରା ନିଆରା ଢଙ୍ଗରେ ଏଠାରେ ମାଆଙ୍କର ପୂଜା ହୋଇଛି। ସବୁଠୁ ନିଆରା କଥା ହେଉଛି ଏଠାରେ ମାଆଙ୍କ ହାର ଏହଂ ଆଖ ପାଖରେ ସଜାଯାଇଥିବା ଫୁଲ ଟଙ୍କାରେ ତିଆରି ହୋଇଛି। ୧୦ ଟଙ୍କିଆ, ୨୦ ଟଙ୍କିଆ, ୫୦ଟଙ୍କିଆ, ୧୦୦ଟଙ୍କିଆ ଏବଂ ୫୦୦ଟଙ୍କିଆ […]
ବ୍ରହ୍ମପୁର: ଦିଲ୍ଲୀର ‘ବାବା କା ଢାବା’ ବିଷୟରେ ତ ଆପଣ ମାନେ ଜାଣିଥିବେ। ଗତ କିଛିଦିନ ତଳେ ସୋଶାଲ୍ ମିଡିଆରେ ଦିଲ୍ଲୀର ବାବାକା ଢାବାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଏହି ଢାବାରେ କାମ କରୁଥିବା ଜଣେ ବୃଦ୍ଧ ଦମ୍ପତି ଢାବାକୁ ଲୋକମାନେ ଖାଇବାକୁ ଆସୁନାହାନ୍ତି ବୋଲି କାନ୍ଦିକି କହିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଲୋକମାନେ ତାଙ୍କ ଢାବା ବାହାରେ ଗହଳି କରିଥିଲେ। ସେହି ବାବାଙ୍କ ଢାବା ପରି ଭଞ୍ଜନଗରରେ ମଧ୍ୟ ଏକ […]
ପୁରୀ: ରୂପାରେ ଆଛାଦିତ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାର । ଏଥିଲାଗି ବିନିଯୋଗ ହେବ ଅଢ଼େଇ ଟନ୍ ରୁପା । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଆଜି ଅପରାହ୍ଣରେ ବସିବ ସ୍ୱତନ୍ତ୍ର ବୈଠକ। ଛତିଶାନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ, ପୂଜାପଣ୍ଡା ନିଯୋଗ, ପ୍ରତିହାରୀ ନିଯୋଗ ସହ ଆଲୋଚନା କରାଯିବ। ପୂର୍ବରୁ ୩ଟି ଦ୍ୱାର ରୁପା ଛାଉଣୀ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଆଉ ୫ଟି ଦ୍ୱାରକୁ ରୂପାରେ ଛାଉଣୀ କରାଯିବା ପାଇଁ […]
ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ମିଳିଛି ପାଣିର ସନ୍ଧାନ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାର ମୁନ୍ ମିଶନରେ ବୈଜ୍ଞାନିକମାନେ ଚନ୍ଦ୍ରରେ ପର୍ଯ୍ୟାପ୍ତ ପାଣି ଥିବା ଦାବି କରିଛନ୍ତି । ଫ୍ଲାଇଙ୍ଗ ଟେଲିସ୍କୋପ ଜରିଆରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ଅଂଶକୁ ସମୀକ୍ଷା କରିବା ପରେ ଉତ୍ତର ଓ ଦକ୍ଷିଣ ମେରୁ ନିକଟରେ ଥଣ୍ଡା ବଳୟ ପାଖରେ କାଚ କଣିକା ଭଳି ଜଳର ସନ୍ଧାନ ମିଳିଥିବା ନେଇ ସୋମବାର ଦିନ ନାସା ପକ୍ଷରୁ ପ୍ରକାଶ କରାଯାଇଛି। ଏହାସହ ଚନ୍ଦ୍ରପୃଷ୍ଠରେ ଅଧିକ ଥଣ୍ଡା […]
ନୂଆଦିଲ୍ଲୀ: ଆପଣମାନେ ଯାଆଁଳା ଭାଇ ଭଉଣୀଙ୍କ କଥା ଶୁଣିଥିବେ। କିନ୍ତୁ ପଞ୍ଚକ ଭାଇଭଉଣୀଙ୍କ କଥା ପ୍ରାୟତଃ ଶୁଣିନଥିବେ । ୧୯୯୫ ମସିହା ନଭେମ୍ୱର ମାସରେ ଗୋଟିଏ ଦିନରେ ଜନ୍ମଗ୍ରହଣ କରିଥିଲେ କେରଳର ଗୁରୁବାୟୁରର ୫ଜଣ ଭାଇ ଭଉଣୀ। ନିକଟରେ ଏହି ଭାଇ ଭଉଣୀଙ୍କ ମଧ୍ୟରୁ ୩ଭଉଣୀଙ୍କର ବାହାଘର ହେଇଛି, ସେ ପୁଣି ଗୋଟିଏ ଦିନରେ। ଏହି ଘଟଣା ଏବେ ଗଣମାଧ୍ୟମର ଶିରୋନାମା ପାଲଟିଛି। କେରଳର ପୋଥେନକୋଡରେ ଲହୁଥିବା ରେମାଙ୍କ ପେଟରୁ ଏହି ୫ଜଣଟି ସନ୍ତାନ ଜନ୍ମ ହୋଇଥିଲେ। […]
ନୂଆଦିଲ୍ଲୀ: କ୍ରିସ ଗେଲ୍ ଓ ମନଦୀପ ସିଂଙ୍କ ଅର୍ଦ୍ଧଶତକ ବଳରେ ସହଜ ବିଜୟ ହାସଲ କଲା କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ।କୋଲକାତା ଠାରୁ ୮ ଓ୍ୱିକେଟରେ ଜିତି ପଞ୍ଜାବ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ୧୪୯ ରନର ଟାର୍ଗେଟକୁ ପିଛା କରୁଥିବା ପଞ୍ଜାବ ୭ଟି ବଲ ପୂର୍ବରୁ ମ୍ୟାଚକୁ ଜିତି ନେଇଥିଲା । ଦଳ ପକ୍ଷରୁ କ୍ରିସ୍ ଗେଲ୍ ୨୯ଟି ବଲ୍ରୁ ୫୧ ରନ ଓ ମନଦୀପ ସିଂ ୫୬ଟି ବଲ୍ରୁ ୬୬ […]
ମୁମ୍ବାଇ:ବଲିଉଡ ଆକ୍ଟ୍ରିସ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିସ୍ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ନିଜର ଦରିଆ ଦିଲ୍ ପାଇଁ ବି ସେତିକି ଚର୍ଚ୍ଚିତ। ନିଜ ଖୁସି ନୁହେଁ, ବଲିଉଡ୍ର ସନ୍ସାଇନ୍ ଗର୍ଲ ଜ୍ୟାକ୍ଲିନ୍ ଅନ୍ୟ ଖୁସିର ବି ମୂଲ୍ୟ ବି ବୁଝି ପାରନ୍ତି। ନିକଟରେ ପୂଜା ଅବସରରେ ଜ୍ୟାକ୍ଲିନ ତାଙ୍କ ଷ୍ଟାଫ ମେମ୍ବରଙ୍କୁ କାର ଗିଫ୍ଟ ଆକାରରେ ଦେଇଛନ୍ତି। ସୋଶାଲ ମିଡିଆରେ ଜ୍ୟାକ୍ଲିନ୍ଙ୍କର ଏହି କାମକୁ ନେଇ ବେଶ ପ୍ରଶଂସାର ସୁଅ ଛୁଟିଛି। ଏହାର ଫଟୋ ଏବଂ ଭିଡିଓ ସୋଶାଲ […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ମାଲକାନଗିରି ଜୁମଡାଙ୍ଗରେ ପୋଲିସ ଅପରେସନ ବେଳେ ଏଭଳି ଘଟଣା ଘଟିଥିଲା। ଜୁମଡାଙ୍ଗ ନିକଟ ଜଙ୍ଗଲରେ ମାଓବାଦୀ ଶିବିର ଥିବାର ସୂଚନା ପାଇ ଗତ କାଲି ପୋଲିସ ଅପରେସନ ଆରମ୍ଭ କରିଥିଲା। ମାଓବାଦୀଙ୍କ ଶିବିର ନିକଟରେ ପହଞ୍ଚିବା ପରେ ପୋଲିସ ଉପରକୁ ମାଓବାଦୀମାନେ ପାଲଟା ଗୁଳିମାଡ଼ କରିଥିଲେ। ଏବେ ମଧ୍ୟ ଏହି ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି। ମାତ୍ର ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ି […]
ଭୁବନେଶ୍ୱର: ଓଡ଼ିଶାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୨୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ଧରି ଖୋଦ୍ଧାରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ବୃଦ୍ଧି ପାଇଛି । ଆଜି ଖୋଦ୍ଧାରୁ ସର୍ବାଧିକ ୨୦୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୧୦୫ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୨୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୯ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। […]
ଭୁବନେଶ୍ୱର:ଆଜି ରାଜ୍ୟରେ ୧୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧, ୨୭୨ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଭୁବନେଶ୍ୱରରେ ୪ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ନୂଆପଡ଼ାରେ ୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହପରି ଝାରସୁଗୁଡ଼ା, କେନ୍ଦୁଝରରେ ୨ ଜଣ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଉ କି, ଆଜି […]
ଭୁବନେଶ୍ୱର: ପ୍ରଶଂସକଙ୍କ ପାଇଁ ସରପ୍ରାଇଜ୍ ନେଇ ଆସିଛନ୍ତି ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାସ। କୋଭିଡ୍ ପାଇଁ ଦୀର୍ଘ ଦିନ ହେବ ଶୁଟିଂ ବନ୍ଦ ଥିଲା। ଏହି ସମୟରେ ଭୂମିକା କୌଣସି ପ୍ରୋଜକ୍ଟରେ କାମ କରିନଥିବା ବେଳେ ଖୁବ୍ ଶୀଘ୍ର ସେ ଆପଣଙ୍କ ପାଇଁ ଏକ ସୁନ୍ଦର ଉପହାର ନେଇ ଆସିଛନ୍ତି। ଖୁବ୍ ଶୀଘ୍ର ଦର୍ଶକଙ୍କୁ ସେ ଏକ ଫିଲ୍ମ ଭେଟିଦେବେ। ଯାହାର ନାଁ ରହିଛି ଚକ୍ଷୁ ବନ୍ଧନ। ଅନିଶ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମର […]
ଇସଲାମାବାଦ: ପାକିସ୍ତାନ ପେଶାୱାର ଠାରେ ଥିବା ଏକ ମଦ୍ରାସାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଖବର ଅନୁସାରେ, ଏହି ଘଟଣାରେ ପାଖାପାଖି ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଆହତ ହୋଇଛନ୍ତି। ପେଶାୱାର ଏକ କଲୋନୀରେ ଥିବା ମଦ୍ରାସାରେ ଏହି ବିସ୍ଫୋରଣ ଘଟିଥିଲା। ସ୍ଥାନୀୟ ପୋଲିସ କର୍ମଚାରୀ ରୟଟର୍ସକୁ ଦେଇଥିବା ସୂଚନା ମୁତାବକ, କେହି ଜଣେ ଅଜଣା ବ୍ୟକ୍ତି ବିସ୍ଫୋରକ ଥିବା ଏକ ପ୍ଲାଷ୍ଟିକ ବ୍ୟାଗ୍ ଆଣି ମଦ୍ରାସାରେ ରଖିଥିଲା। ଫଳରେ ଭୟଙ୍କର ବିସ୍ଫୋରଣ ହୋଇଛି। […]
ମୁମ୍ବାଇ:କରୋନା ଲକ୍ଡାଉନ ଯୋଗୁ ସାରା ଦେଶରେ ଦେଖା ଦେଇଥିବା ସଙ୍କଟ ସମୟରେ ସମସ୍ତଙ୍କୁ ସହାୟତାର ହାତ ବଢାଇଥିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍। ବିଶେଷ କରି ଗରିବ ଏବଂ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସେ ରିଅଲ ହିରୋ ପାଲଟି ଯାଇଥିଲେ। ଜଣେ ବା ଦୁଇଜଣ ନୁହେଁ, ହଜାର ହଜାର ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚିତ ହୋଇଥିଲେ। ଏଥିପାଇଁ କିଏ ତାଙ୍କୁ ଭଗବାନଙ୍କ ଅବତାର ବୋଲି କହୁଥିଲା ତ କିଏ ତାଙ୍କୁ ପ୍ରକୃତ ହିରୋ ବୋଲି କହୁଥିଲା। କିନ୍ତୁ […]
ପାଟନା: ବିହାର ବିଧାନସଭା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୩୪% ଙ୍କ ନାଁରେ ଅପରାଧିକ ମାମଲା ରହିଛି। ପ୍ରାର୍ଥୀଙ୍କ ସତ୍ୟପାଠରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧,୪୬୩ ପ୍ରାର୍ଥୀମାନଙ୍କ ଦାଖଲ ସତ୍ୟପାଠକୁ ବିଶ୍ଳେଷଣ କରି ବିହାର ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫୋର୍ମସ(ADR) ଏହି ରିପୋର୍ଟ ପ୍ରକାଶ କରିଛି। ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧,୪୬୩ ପ୍ରାର୍ଥୀଙ୍କ ମଧ୍ୟରେ ୫୦୨(୩୪%) ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ପୁଣି […]
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ଆରମ୍ଭ ହୋଇଛି। ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ଓ ବୈଦେଶିକ ସଚିବ ମାଇକ ପମ୍ପିଓଙ୍କ ସହ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଆଲୋଚନା କରୁଛନ୍ତି। ଏହି ବୈଠକରେ BECA ଅର୍ଥାତ୍ ବେସିକ ଏକ୍ସଚେଞ୍ଜ ଆଣ୍ଡ କୋ-ଅପରେଶନ ଏଗ୍ରିମେଣ୍ଟ ଫର ଜିଓ ସ୍ପେଶିଆଲ କୋ-ଅପରେଶନ ପାଇଁ ରାଜିନାମା ସ୍ୱାକ୍ଷର କରିବେ […]
ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ଅହେତୁକ ବୃଦ୍ଧି ପାଇଛି। ବିଭିନ୍ନ ରିଟେଲର୍ ଓ ହାଟ ମାନଙ୍କରେ ପିଆଜ ଦର ବଢିବାରେ ଲାଗିଛି। କେଉଁଠି ଦର କିଲୋ ପ୍ରତି ଏହାର ଦର ୮୦ ଥିବା ବେଳେ ଆଉ କେଉଁଠି ଏହାର ମୂଲ୍ୟ ୧୦୦କୁ ଛୁଇଁଛି। ପିଆଜ ମୂଲ୍ୟ ବୃଦ୍ଧି ଯୋଗୁ ଏବେ ଗ୍ରାହକ ପିଆଜ କିଣିବାକୁ କୁଣ୍ଠାବୋଧ କରୁଛନ୍ତି। ରୋଷେଇ ଘରେ ଏବେ ପିଆଜକୁ ମଧ୍ୟ କମ୍ ଦେଖିବାକୁ ମିଳୁଛି। କିଛି କିଛି ସ୍ଥାନରେ ବ୍ୟବସାୟୀଙ୍କ କହିବା କଥା, […]
ଶ୍ରୀଗନର: ଜାମ୍ମୁ-କାଶ୍ମୀର ପୋଲିସକୁ ମିଳିଛି ବଡ଼ ସଫଳତା । ଗତକାଲିଠୁ ଅଓ୍ୱନ୍ତିପୋରାରେ ଜାରି ରହିଥିବା ସୁରକ୍ଷାବଳର ଘାତକ ଅପରେସନରେ ଜଣେ ଆତଙ୍କୀ ନିହତ ହୋଇଛନ୍ତି। ଅନ୍ୟ ଜଣେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛି। ନିହତ ଆତଙ୍କବାଦୀର ପରିଚୟ ମିଳିନଥିବା ବେଳେ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଜଣକ ହିଜବୁଲ ମୁଜାହିଦନ ସଂଗଠନର ଜଣେ ସକ୍ରିୟ ସଦସ୍ୟ ସାକିବ୍ ଅକବର ଓ୍ୱାଜା ବୋଲି ଜଣାପଡ଼ିଛି। କିଛି ଦିନ ତଳେ ସେ ହିଜବୁଲରେ ସାମିଲ ହୋଇ ଟ୍ରେନିଂ ନେଇଛି । […]
ନୂଆଦିଲ୍ଲୀ: ହାଥରସ ଘଟଣାର ଶୁଣାଣି ରାଜ୍ୟ ବାହାରେ କରିବାକୁ ନେଇ ହୋଇଥିବା ଆବେଦନକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଏବେ ସିବିଆଇ ଘଟଣାର ତଦନ୍ତ କରୁଛି। ଏଭିଳି ସ୍ଥିତିରି ମାମଲାକୁ ତୁରନ୍ତ ବାହାରକୁ ଟ୍ରାନ୍ସଫର କରିବା ଆବଶ୍ୟକ ନାହିଁ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମସ୍ତ ଘଟଣା ଉପରେ ହାଇକୋର୍ଟ ନଜର ରଖିଛନ୍ତି। ତେଣୁ ମାମଲାର ସୁପ୍ରିମକୋର୍ଟ ଯାଞ୍ଚ ଆବଶ୍ୟକ ନାହିଁ। ଏବେ ତଦନ୍ତ ଚାଲିଛି, […]
ନୂଆଦିଲ୍ଲୀ: ଦିନକୁ ଦିନ ପିଆଜ ଦର ବଢିବାରେ ଲାଗିଛି। ବାହାର ଜଳଖୀଆ ଦୋକାନ ହେଉ ଅବା ରୋଷେଇ ଶାଳ ପିଆଜର ଆଜିକାଲି କମ୍ ଦେଖା ମିଳୁଛି। ଏବେ ଏଦି ଦର୍ଦାମ୍ର ବୃଦ୍ଧି ଭିତରୁ ୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି ହୋଇଥିବା ଖବର ମିଳିଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ପୁଣେରେ। ପିଆଜ ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୁଣେ ରୁରାଲ ପୋଲିସ। ମହାରାଷ୍ଟ୍ରରେ ପିଆଜ ଦର ଏବେ ଆକାଶ ଛୁଆଁ ହୋଇଥିବା […]
ଝାରସୁଗୁଡ଼ା: ବେଦାନ୍ତ କଂପାନି ମୁଖ୍ୟ ଫାଟକ ଆଗରେ ଉତ୍ତେଜନା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ ବିଭିନ୍ନ ଦାବି ନେଇ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ବେଦାନ୍ତ ଆସ୍ପଣ୍ଡ ବା ପାଉଁସ ପୋଖରୀ ଦ୍ୱାରା କଟିକେଲା ଗାଁର କ୍ଷତିଗ୍ରସ୍ତ ପରିବାର ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଉଚିତ କ୍ଷତିପୂରଣ ସହ ସ୍ଥାୟୀ ନିଯୁକ୍ତି ଓ ସମସ୍ତ ଗ୍ରାମବାସୀଙ୍କୁ ବିସ୍ଥାପନ କରିବାକୁ ଦାବି ହୋଇଛି। ଗତ ୨୦୧୭ ମସିହା ଅଗଷ୍ଟ ମାସରେ […]