ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୭୦୨ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ପରେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୧୬କୁ ବୃଦ୍ଧି ପାଇଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦିନକରେ ୫୫ ହଜାର ୮୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୭୭ […]
ମୁମ୍ବାଇ: ବଲିଉଡ୍ର ଚୁଲ୍ବୁଲି ଅଭିନେତ୍ରୀ ପରିନୀତି ଚୋପ୍ରାଙ୍କର ଆଜି ଜନ୍ମଦିନ। ୨୨ଅକ୍ଟୋବର ୧୯୮୮ରେ ସେ ଜନ୍ମଗ୍ରହଣ କରିଥିଲେ। ‘ଲେଡିଜ୍ ଭର୍ସେସ୍ ରିକି ବେହେଲ୍’ ମାଧ୍ୟମରେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ରଣବୀର ସିଂ, ଅନୁଷ୍କା ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ପରିନୀତିଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ହୁଏ ତାଙ୍କ ବ୍ୟକ୍ତିଗତ ଜୀବନକୁ ସେତେଟା ଚର୍ଚ୍ଚା ହୁଏନି। କିନ୍ତୁ ପରିନୀତିଙ୍କୁ ଜଣେ ବଲିଉଡ୍ କଳାକାର ବେଶ୍ ପସନ୍ଦ ଥିଲେ। […]
ମୁମ୍ବାଇ: ମହାରାଷ୍ଟ୍ରରେ ସରିଲା ସିବିଆଇ ତଦନ୍ତ। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଏଣିକି ମହାରାଷ୍ଟ୍ରରେ ତଦନ୍ତ କରିବନି। ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତ ପ୍ରକ୍ରିୟାର ଅବଧିକୁ ସାରିଛନ୍ତି। ଏଣିକି ସିବିଆଇ ମହାରାଷ୍ଟ୍ରରେ କୌଣସି ମାମଲାର ଯାଞ୍ଚ କରିବାକୁ ଚାହିଁଲେ ରାଜ୍ୟ ସରକାରଙ୍କଠୁ ଅନୁମତି ନେବେ। ଅନୁମତି ପରେ ହିଁ ମହାରାଷ୍ଟ୍ରରେ ପହଞ୍ଚି ତଦନ୍ତ କରିପାରିବେ। କେବଳ ଜାତୀୟ ସୁରକ୍ଷା ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହା ଲାଗୁ ହେବ ନାହିଁ। ଅଗଷ୍ଟ ୨୧ରୁ ଅଭିନେତା […]
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିମ୍ନ ମାନର କାମ ଅଭିଯୋଗ ହୋଇଛି। ଖାଲି ହାତରେ ଉଠିଆସୁଛି ପୁଳାପୁଳା ପିଚୁ। ଲୋକମାନେ ପିଚୁକୁ ଉଠାଇଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରାସ୍ତାରୁ ପିଚୁ ଉଠିଯାଉଥିବା ଦୃଶ୍ୟକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ୟୁଥ ଏଗେନ୍ସଷ୍ଟ କରପସନ, ଯୋଖିପାଲି। ଏଥିରେ ଦର୍ଶାଯାଇଛି, ଲାଞ୍ଜିଗଡର ନିରୀହ ଲୋକଙ୍କ ସରଳତାର ସୁଯୋଗ ନେଇ ଏଭଳି ନିମ୍ନମାନର କାମ କରାଯାଉଛି। ଯେଉଁ କଣ୍ଟ୍ରାକ୍ଟର ଓ ଇଞ୍ଜିନିୟରମାନେ […]
ନୂଆଦିଲ୍ଲୀ: ନୌସେନାରେ ସାମିଲ ହେଲା ବୁଡାଜାହାଜ ବିଧ୍ୱଂସୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ କବରତ୍ତି । ଆଜି ବିଶାଖାପାଟଣା ସ୍ଥିତ ନାଭାଲ୍ ଡକୟାର୍ଡରେ ଏହି ଯୁଦ୍ଧଜାହାଜକୁ ସାମିଲ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ। ଆଇଏନ୍ଏସ କବର୍ତ୍ତି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଚତୁର୍ଥ ଆଣ୍ଟି ସବ୍ମେରାଇନ୍ ଯୁଦ୍ଧଜାହାଜ। ଏହାପୂର୍ବରୁ ଆଉ ୩ଟି ବୁଡାଜାହାଜ ବିଧ୍ୱଂସୀ ଯୁଦ୍ଧଜାହାଜ ନୌସେନାରେ ସାମିଲ ହୋଇସାରିଛି । ଆଇଏନ୍ଏସ୍ କବରତ୍ତିର ବିଶେଷତ୍ୱ ହେଲା ଏହା ରାଡାରରେ ସହଜରେ ଦେଖାଯାଏ ନାହିଁ । […]
ଯାଜପୁର: ଯାଜପୁର କେଲୁଅ ନଦୀ ବନ୍ଧରାସ୍ତାକୁ ଉଡ଼ାଇ ଘାଇ ସୃଷ୍ଟି କରିବା ଘଟଣାକୁ ନେଇ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି ଲୋକାୟୁକ୍ତ। ଆସନ୍ତା ୬ ସପ୍ତାହ ଭିତରେ ଉତ୍ତର ରଖିବାକୁ କୁହାଯାଇଛି। ସେପଟେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବିଧାୟକ ଓ ଜେଇ ଏଥିପାଇଁ ଦାୟୀ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ୮ ମାସ ପୂର୍ବରୁ ୨୪ କୋଟି […]
ନୂଆଦିଲ୍ଲୀ: ଭାରତରେ ସେନାବାହିନୀ ଦିନକୁ ଦିନ ଶକ୍ତିଶାଳୀ ହେଉଛି। ଅଧିକରୁ ଅଧିକ ମିସାଇଲ ପରୀକ୍ଷଣ କରୁଛି । ଗୁରୁବାର ପୁଣି ଏକ ଶକ୍ତିଶାଳୀ ମିଶାଇ ‘ନାଗ୍’ ର ପରୀକ୍ଷଣ ହୋଇଯାଇଛି। ଡିଆରଡିଓ ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ଆଣ୍ଟି ଟାଙ୍କ ଗାଇଡେଡ ମିଶାଇଲ ନାଗର ପରୀକ୍ଷଣ ସଫଳ ହୋଇଛି। ଆଜି ପ୍ରତ୍ୟୁଷରେ ରାଜସ୍ଥାନର ଐତିହାସିକ ପୋଖରାନରେ ଏହାର ପରୀକ୍ଷଣ ହୋଇଛି । ଗତ ଦେଢମାସ ମଧ୍ୟରେ ଡିଆରଡିଓର ଏହା ୧୨ତମ ସଫଳ ମିସାଇଲ […]
ନୂଆଦିଲ୍ଲୀ: କରୋନା ଲକ୍ଡାଉନ୍ ସମୟରେ ଅନେକ ଅମାନବୀୟ ଘଟଣା ସାମ୍ନାକୁ ଆସିଲା। ଏହି ମହାମାରୀକୁ ଡରି କେତେବେଳେ ଲୋକମାନେ ରୋଗୀଙ୍କୁ ଛୁଇଁଲେନି। ତ ଆଉ କେତେବେଳେ ଘର ଭିତରକୁ ରୋଗୀ ପ୍ରବେଶକୁ ବାରଣ ହେଲା। ଏହି ମହାମାରୀ ସମୟରେ କିଛି ମାନବିକତାର ଉଦାହରଣ ମଧ୍ୟ ମିଳିଲା। କେରଳର ହରିସ୍ କରୁବାଚେରୀ ଏବଂ ମଇଲ୍ ରଥିସ୍ ନାମକ ଦୁଇ ବ୍ୟକ୍ତି ଆମ୍ବୁଲାନ୍ସର ଅଭାବ ପାଇଁ ୨୦୦କରୋନା ରୋଗୀଙ୍କୁ ନେଇ ହସ୍ପିଟାଲ୍ରେ ପହଞ୍ଚାଇଛନ୍ତି। ହରିସ୍ ଏବଂ ମଇଲ୍ ଦୁହେଁ ଅଟୋ […]
ନୂଆଦିଲ୍ଲୀ: ଚାଉଳ ଦାନାରେ ଅକ୍ଷର ଲେଖିବା ବେଶ୍ କଷ୍ଟକର କାମ। ବୋଧହୁଏ ଆପଣମାନେ କେହି କେବେ ଚାଉଳରେ ନାଁ ଲେଖିବାର ଚେଷ୍ଟା କରିନଥିବେ। ହାଇଦ୍ରାବାଦର ଆଇନ ବିଭାଗର ଜଣେ ଛାତ୍ରୀ କିନ୍ତୁ ଏମିତି ନିଆରା ଉଦ୍ୟମ କରିଛନ୍ତି। ୪୦୪୨ଟି ଚାଉଳ ଦାନାରେ ସେ ପୂରା ଭାଗବତ ଗୀତା ଲେଖିଛନ୍ତି। ଏହି ଛାତ୍ରୀଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି।ଏହି ଆଇନ ଛାତ୍ରୀଙ୍କ ନାଁ ରାମାଗିରି ସ୍ୱାରିକା। ରାମାଗିରିଙ୍କ କହିବା ଅନୁଯାୟୀ, ମତେ ୪୦୪୨ଟି ଚାଉଳ ଦାନାରେ ଭାଗବତ […]
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଦେଶର ବିକାଶରେ ତାଙ୍କର ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତର ବିକାଶରେ ତାଙ୍କର ନିଷ୍ଠା ଓ ପ୍ରଶଂସାଯୋଗ୍ୟ କାମ ଦେଶ ଦେଖୁଛି । ବିଜେପିକୁ ଅଧିକ ଦୃଢ କରିବାରେ ତାଙ୍କର ମଧ୍ୟ ଉଲ୍ଲେଖଯୋଗ୍ୟ ଭୂମିକା ରହିଛି । ଦେଶର […]
ଭୁବନେଶ୍ୱର: ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ୪୦ କିମି ବେଗରେ ବହିବ ପବନ। ଏ ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଯୋଗୁଁ ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଆସନ୍ତାକାଲି ସକାଳ ୮.୩୦ ଯାଏଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଘଣ୍ଟାକୁ ୩୦ରୁ ୪୦ କିମି […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବ୍ଲକ ରାଲେଗାଡ଼ା ପଞ୍ଚାୟତକୁ ଗୋଟିଏ ବୋଟ୍ ପ୍ରଦାନ କରିବ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ। ଏ ସଂପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି କମ୍ପାନୀର ପ୍ରମୋଟର ଆନନ୍ଦ ମହିନ୍ଦ୍ରା। Yesterday was a ‘marine’ day for me: tweeted about a cycle that works on water & about patrol boats built by Mahindra Marine. But this story is heart-rending. Hiten, would […]
ଭୁବନେଶ୍ୱର: ଓଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରମେଶ ରଥ। ସାଂପ୍ରତିକ ପରିସ୍ଥିତିରେ ସେ ସାମ୍ନା କରୁଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଓ ବ୍ୟକ୍ତିଗତ କାରଣରୁ ସେ ବୃତ୍ତିଗତ କାର୍ଯ୍ୟ ଠିକ୍ରେ ସଂପାଦନ କରିପାରିବେ ନାହିଁ ବୋଲି ଦର୍ଶାଇ ଇସ୍ତଫା ଦେଇଛନ୍ତି। କଂପାନୀ କର୍ତ୍ତୃପକ୍ଷଙ୍କୁ ସେ ୩ ମାସର ନୋଟିସ୍ ଦେବା ସହ ନିଜ ଇସ୍ତଫା ପତ୍ର ଇ-ମେଲ୍ ଯୋଗେ ପଠାଇଥିବା ଜଣାପଡ଼ିଛି। ସେପଟେ ରମେଶ ଜାରି କରିଥିବା ଏକ ପ୍ରେସ୍ ରିଲିଜ୍ରେ ଉଲ୍ଲେଖ କରିଛନ୍ତି ଯେ, ଗତ […]
ଭୁବନେଶ୍ୱର: ଦଶହରାରେ ଖୋଲା ରହିବ RTO ଅଫିସ୍। ଗାଡ଼ି ରେଜିଷ୍ଟ୍ରେସନ ପାଇଁ ଦଶହରାରେ ଖୋଲା ରହିବା ନେଇ ସୂଚନା ଦେଇଛି ରାଜ୍ୟ ପରିବହନ ବିଭାଗ। ଦଶହରାରେ ନୂଆ ଗାଡ଼ି ବିକ୍ରି ବଢ଼ିବା ସମ୍ଭାବନା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ଓ ୨୬ ତାରିଖ ଦିନ ସମସ୍ତ RTO ଅଫିସ୍ ରାଜ୍ୟର ଖୋଲା ରହିବ। ଏହି ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ଯାଏ ଆରଟିଓ ଖୋଲା ରହିବ।
ଭୁବନେଶ୍ୱର: କରୋନାର ଚିକିତ୍ସାରେ ଦ୍ୱନ୍ଦ୍ୱ। ପ୍ଲାଜମା ଥେରାପି ଓ ରେମଡେସିଭିର୍ କାମ ଦେଉନଥିବା ଚର୍ଚ୍ଚା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି, କରୋନାର ଟ୍ରିଟମେଣ୍ଟରେ ପ୍ଲାଜମା ଥେରାପି ଓ ରେମଡେସିଭିର୍ ଫଳପ୍ରଦ ହେଉନଥିବା ସଂପର୍କରେ ICMR ପକ୍ଷରୁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ କିଛି ଅବଗତ କରାଯାଇନାହିଁ। ତେଣୁ ଏ ନେଇ ଭୟଭୀତ ନ ହେବାକୁ ପ୍ରଦୀପ୍ତ ମହାପାତ୍ର ପରାମର୍ଶ ଦେଇଛନ୍ତି। ଆଗରୁ କୁହାଯାଉଥିଲା ଯେ, ପ୍ଲାଜମା ଥେରାପି ଦ୍ୱାରା କୋଭିଡ […]
ପଟନା: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ପଟନାସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ଟ୍ୱିଟ୍ କରି ଲେଖିଛନ୍ତି “ ସବୁ ପାରାମିଟର ନର୍ମାଲ ରହିଛି। ପ୍ରଥମେ ସାମାନ୍ୟ ଜ୍ୱର ହୋଇଥିଲା। ଗତ ଦୁଇଦିନ ହେଲା ଜ୍ୱର ନାହିଁ। ଉନ୍ନତ ଚିକିତ୍ସା ପାଇଁ ପାଟ୍ନା ଏମ୍ସରେ ଭର୍ତ୍ତି ହୋଇଛି। […]
ଭୁବନେଶ୍ୱର ଆଜି ଭୁବନେଶ୍ୱରରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୦୧ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୬୪, ଲୋକାଲ୍ କେସ୍ ୧୩୭ ରହିଛି। ସେହିପରି ଆଉ ୨୯୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। Update on newly detected #COVID19 cases in the last 24 hrs under the BMC area on 22nd Oct 2020(till 9am). pic.twitter.com/COAQsX1IHf […]
ଲକ୍ଷ୍ନୌ: ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ଉତ୍ତର ପ୍ରଦେଶ ପୋଲିସ୍ ସବ୍-ଇନସ୍ପେକ୍ଟର ଇନ୍ତେସାର ଅଲୀ। ତେବେ ଏହା ପୂର୍ବରୁ ଅଲ୍ଲୀଙ୍କୁ ଦାଢ଼ି କାଟିବାକୁ ତିନିଥର ସତର୍କ କରାଯାଇଥିଲା। ନହେଲେ ଦାଢ଼ି ରଖିବା ପାଇଁ ଅନୁମତି ନେବାକୁ କୁହାଯାଇଥିଲା। କିନ୍ତୁ ଏହି ଦୁଇଟି ପରାମର୍ଶ ଭିତରେ ଅଲୀ କେଉଁଟି ବି ମାନି ନଥିଲେ। ଏବଂ ଦାଢ଼ି ରଖି ଡ୍ୟୁଟି କରୁଥିଲେ।ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏ ନେଇ ବାଘପତ ଏସ୍ପି ଅଭିଷେକ ସିଂହ କହିଛନ୍ତି […]
ଭୁବନେଶ୍ୱର/ନୂଆଦିଲ୍ଲୀ: ରାଜଧାନୀ ଭୁବନେଶ୍ୱରରେ ସେଞ୍ଚୁରି ମାରିଲା ପେଟ୍ରୋଲ ଦର। ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ଶହେ ଟପିଛି। ମହଙ୍ଗା ମାଡ଼ରେ ଜନସାଧାରଣ ଆକ୍ତାମାକ୍ତା ହେଉଥିବା ବେଳେ ଲଗାତର ଭାବେ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରର ବିଭିନ୍ନ…
ବାଲେଶ୍ୱର: ଉପନିର୍ବାଚନ ପ୍ରଚାର ପାଇଁ ଆଜି ବାଲେଶ୍ୱର ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ଅବସରରେ ଆୟୋଜିତ ଏକ ବୈଠକରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅପରାଜିତା। ଆମେ ସମସ୍ତେ ବିକାଶର ରାଜନୀତି ଚାହୁଁଛୁ। ଦଳମତ ନିର୍ବିଶେଷରେ ବିନା ପାତରଅନ୍ତରରେ ବିକାଶ ହେବା ଦରକାର ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବିଜେପି ବା ସାଧାରଣ ଲୋକ କୋଭିଡ଼ ନିୟମ ଭାଙ୍ଗିଲେ ଦଣ୍ଡ ଦିଆଯାଉଛି। ନିକଟରେ ରବୀନ୍ଦ୍ର ଜେନା […]
କର୍ଣ୍ଣାଟକା: ସୁବାସ ସାଲିନ୍ ଜଣେ କର୍ଣ୍ଣାଟକା ବାସିନ୍ଦା। ସେ ଗଭୀର ସମୁଦ୍ରରୁ ମାଛଧରି ପରିବାର ପୋଷଣ କରନ୍ତି। ସେ ମାଛ ଧରିବା ପାଇଁ ଗତକାଲି ସମୁଦ୍ରକୁ ଯାଇଥିଲେ। ସବୁଦିନ ପରି ସେ ଜାଲ ପକାଇଥିଲେ। ହେଲେ ଏ କଣ ? ସେ ଜାଲ ଉପରକୁ ଉଠାନ୍ତି ତ ଦେଖିଲେ ଦୁଇଟି ବିରାଟକାୟ ବିଚିତ୍ର ଜୀବ। ଯାହାର ନାମ ମଣ୍ଟା ରେଜ୍। ଏହି ଦୁଇଟି ଜୀବର ଓଜନ ୭୫୦ କେଜି ଏବଂ ୨୫୦ କେଜି। ପରେ ସୁବାସ ଟ୍ରଲର […]
ବେଙ୍ଗାଲୁରୁ: କର୍ଣ୍ଣାଟକର ଟୁଲୁ ଫିଲ୍ମ ଆକ୍ଟର ସୁରେନ୍ଦ୍ର ବନ୍ତୱାଲଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦକ୍ଷିଣ କାନାଡ଼ା ଜିଲ୍ଲା ବନ୍ତୱାଲ ଟାଉନ୍ରେ ଥିବା ଏ ଆପାର୍ଟମେଣ୍ଟରେ ବୁଧବାର ତାଙ୍କ ରକ୍ତଭିଜା ମୃତଦେହ ଉଦ୍ଧାର କରିଛି ପୋଲିସ। ସୁରେନ୍ଦ୍ରଙ୍କ ଶରୀରରେ ଅନେକ ସ୍ଥାନରେ ଛୁରାଘାତ ଥିବାରୁ ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। ବନ୍ତୱାଲ ପୋଲିସର ସୂଚନା ଅନୁସାରେ, ସୁରେନ୍ଦ୍ରଙ୍କ ରକ୍ତଭିଜା ମୃତଦେହ ଏକ ସୋଫାରେ ପଡ଼ିଥିଲା। ତାଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ […]