ଦୁବାଇ:ଚେନ୍ନାଇ ସୁପରକିଙ୍ଗସ୍ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଚଳିତ ଆଇପିଏଲ-୨୦୨୦ରେ ୭ମ ଥର ପାଇଁ ପରାଜୟକୁ ସାମ୍ନା କରିଛି। ଏହା ଉପରେ ପ୍ରତିକ୍ରିୟା ରଖି ଧୋନି କହିଛନ୍ତି, ତାଙ୍କର ଟିମ୍ ପରିଣାମ ନୁହେଁ, ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେବା ଉଚିତ୍। ଆଉ ଏଥିପାଇଁ ତାଙ୍କୁ ଆଗକୁ ଦୃଢ ପଦକ୍ଷେପ ନେବାକୁ ପଡ଼ିବ। ଚେନ୍ନାଇ ଟିମ୍ ରାଜସ୍ଥାନ ରୟାଲ୍ସ ବିରୋଧରେ ୫ ୱିକେଟରେ ୧୨୫ ରନ କରିପାରି ଥିଲା। ୭ ୱିକେଟରେ ମ୍ୟାଚ ହାରି ଯାଇଥିଲା। ଚେନ୍ନାଇ […]
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ବିବାହକୁ ନେଉ ଗତ କିଛି ଦିନ ହେବ ବେଶ୍ ଚର୍ଚ୍ଚା ହଉଛି। ରାଇଜିଙ୍ଗ ଷ୍ଟାର୍ ଫେମ୍ ରୋହନପ୍ରୀତ୍ ସିଂହଙ୍କ ସହ ସେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଏନେଇ ନିଜେ ନେହା ତାଙ୍କ ଇନ୍ଷ୍ଟାଗ୍ରାମ ମାଧ୍ୟମରେ ସୂଚନା ଦେଇଥିଲେ। ତେବେ ନେହା ଏବଂ ରୋହନଙ୍କର ବିବାହ ତାରିଖ ଧାର୍ଯ୍ୟ ହୋଇନଥିବା ବେଳେ ଏବେ ରୋହନ ନେହାଙ୍କୁ ପ୍ରଥମ ଥର ତାଙ୍କ ପିରବାରକୁ ଭେଟ କରାଇବାର ଭିଡିଓ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୯୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୯୦୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୧୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୭୮୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଚିହ୍ନଟ ହୋଇଥିବାବେଳେ କଟକ ୧୦୧, କେନ୍ଦ୍ରାପଡା ୧୦୬, ନୂଆପଡା ୧୨୮ ଓ ସୁନ୍ଦରଗଡରେ ୧୦୦ ଜଣ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୧୬୮ ରେ ପହଞ୍ଚିଛି। ଆଜି ମୟୂରଭଞ୍ଜରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି କଳାହାଣ୍ଡିରୁ ୩, ଭୁବନେଶ୍ୱର ଓ ନୂଆପଡାରୁ ୨ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଝାରସୁଗୁଡା, ଖୋର୍ଦ୍ଧା, କେନ୍ଦ୍ରାପଡା, କଟକ, ଭଦ୍ରକରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନା ଥାଉ କି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ: ଦୀର୍ଘଦିନ ପରେ କରୋନାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବା ଲକ୍ଷ୍ୟ କରାଯାଉଛି। ଦେଶରେ ପାଖାପାଖି ୭୦ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇ ସାରିଲେଣି। ତେବେ ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଦୀର୍ଘ ୮୩ ଦିନ ପରେ ପ୍ରଥମ ଥର ପାଇଁ ୫୦ ହଜାରରୁ କମ୍ ମାମଲା ସାମ୍ନାକୁ ଆସିଛି। ସେହିପରି ମୃତକଙ୍କ ସଂଖ୍ୟାମ ମଧ୍ୟ ହ୍ରାସ ପାଇଛି। ମୃତ୍ୟୁ ସଂଖ୍ୟା ହ୍ରାସ […]
ନୂଆଦିଲ୍ଲୀ: ଗର୍ଭବତୀ ମାନେ ସେମାନଙ୍କର ଟିକେ ଅଧିକ ଯତ୍ନ ନିଅନ୍ତି। ନିଜ ସହ ଏହି ସମୟରେ ପେଟରେ ବଢୁଥିବା ପିଲା ବିଷୟରେ ମଧ୍ୟ ଚିନ୍ତା କରିବାକୁ ହୁଏ। ଏହି ସମୟରେ ଖାଦ୍ୟପେୟଠୁ ଆରମ୍ଭ କରି ଆରାମରେ ଚଲାବୁଲା କରିବାକୁ କୁହାଯାଏ। କିନ୍ତୁ ନିକଟରେ ଜଣେ ଗର୍ଭବତୀଙ୍କୁ ୫ମିନିଟ୍ରେ ୧.୬କିମି ଦୌଡିବାରେ ଦେଖାଯାଇଛି। ସୋଶାଲ୍ ମିଡିଆରେ ଏହି ଭିଡ଼ିଓ ଭାଇରାଲ୍ ହେଉଛି। ମିଚିଲେ ମାଇଲର୍ ନାମକ ଜଣ ବ୍ୟକ୍ତି ୟୁଟ୍ୟୁବ୍ରେ ତାଙ୍କ ପତ୍ନୀ ମକିନାଙ୍କର ଏକ ଭିଡ଼ିଓ ଶେଆର […]
ଭୁବନେଶ୍ୱର: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଭୁବନେଶ୍ୱର ଜିପିଏଚ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘର ସହ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି। ରାଜଧାନୀର ନୂଆପଲ୍ଲୀ, ନୂଆଗାଁ, ବାଲିଅନ୍ତା, ନହରକଣ୍ଟା, ୟୁନିଟ-୩ ଅଫିସ ଚାମ୍ବର ସହ କୁରୁଣ୍ଟି ସ୍ଥିତ ସମ୍ପର୍କୀୟ ଘରେ ମଧ୍ୟ ରେଡ୍ ହୋଇଛି। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ତାଙ୍କ ପୈତୃକ ଘରେ ମଧ୍ୟ ଚାଲିଛି […]
ଭୁବନେଶ୍ୱର: ରାଉରକେଲା ଏନ୍ଆଇଟିର ପୂର୍ବତନ ଛାତ୍ର ପ୍ରଣବ ଖୈତାନଙ୍କ ସହ ରହିଛି ନୋବୋଲ୍ ଶାନ୍ତି ପୁରସ୍କାରର ସମ୍ପର୍କ। ଚଳିତ ବର୍ଷ ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗାମକୁ ନୋବେଲ୍ ଶାନ୍ତି ପୁରସ୍କାର ମିଳିଛି। ବିଶ୍ୱରୁ କ୍ଷୁଦା ଦୂର କରିବାକୁ ଗୁଗଲ ଏବଂ WFP ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏଥିଲାଗି ଗୁଗଲର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ କାର୍ଯ୍ୟକ୍ରମର ସହାୟତା ନିଆଯାଉଛି। ଆଉ ଏହି କାର୍ଯ୍ୟକ୍ରମ ସହ ସିଧାସଳଖ ସାମିଲ ଅଛନ୍ତି ପ୍ରଣବ ଖୈତାନ। ବିଶ୍ୱରୁ କ୍ଷୁଦା ଦୂର କରିବାକୁ ଗୁଗଲ ଏବଂ […]
ମୁମ୍ବାଇ: ବଲିଉଡ୍ର ଅନ୍ୟ ସୁପରହିଟ୍ ଯୋଡି ମଧ୍ୟରେ ଗୋଟିଏ ଯୋଡ଼ି ହେଉଛନ୍ତି ଶାହରୁଖ-କାଜଲ। ରିଲ ଲାଇଫ ନୁହେଁ, ରିୟଲ ଲାଇଫ୍ରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି। ଦୁହେଁ ଏକାଠି ଥିବେ ଅଉ ସେଠି ଥଟ୍ଟାମଜ୍ଜା ନ ଥିବ-ଏମିତି କେବେ ଦେଖିବାକୁ ମିଳିନି। କାଜଲଲଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି କରଣ ଜୋହରଙ୍କ ‘କଫି ଉଇଥ୍ କରଣ’ର କିଛି ଅଂଶ। ୨୦୦୭ ମସିହାର ଏହ ଭିଡିଓ। ଭିଡିଓରେ ଦେଖିବାକୁ ମିଳିଛି, […]
ଗଜପତି: ଦୁର୍ଘଟଣା ଯୋଗୁଁ ଓଡ଼ିଶା ଓଜେଇଇରୁ ବଞ୍ଚିତ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରୀକ୍ଷା ହେବ। ଆସନ୍ତା ୨୨ ତାରିଖରେ ଏହି ପରୀକ୍ଷା ହେବ ବୋଲି ଗଜପତି ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି। ଅକ୍ଟୋବର ୧୫ରେ ଓଜେଇଇ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ଦେବା ଲାଗି ଗଜପତି ଜିଲ୍ଲା ଚାନ୍ଦିପୁଟ, ରାମଗିରି ଓ ଚନ୍ଦ୍ରଗିରି ଅଞ୍ଚଳର ୪୫ ଜଣ ପରୀକ୍ଷାର୍ଥୀ ଗୋଟିଏ ବସ୍ରେ ଯାଉଥିବାବେଳେ ବସ୍ଟି ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ପାଖ ପାକୁଖୋଳା ଗାଁ ନିକଟରେ […]
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁର ଓକିଲଗୁଡ଼ା ଗାଁରେ ବେଆଇନ ପଥର ଖାଦାନର ବିସ୍ଫୋରଣ ଘଟଣାରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ଗୁଣୁପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି। ସେହିପରି ପଥର ଖାଦାନ ଦାୟିତ୍ୱରେ ଥିବା ଗୁଣୁପୁର ସଦର ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅନୁପ କୁମାର ମାର୍ଥାଙ୍କୁ ଜିଲ୍ଲା ପ୍ରଶାସନ ନିଲମ୍ବିତ କରିଛି । ଏଥିସହ ଆରଆଇ ସନ୍ତୋଷ ପଣ୍ଡା ଓ […]
ମୁମ୍ବାଇ: ବଲିଉଡ୍ର ମିଷ୍ଟର ପର୍ଫେକ୍ସନିଷ୍ଟ କୁହାଯାଉଥିବା ଆମିର୍ ଖାନଙ୍କର ଅନେକ ପ୍ରଶଂସକ ଅଛନ୍ତି। ଅନେକ ହିଟ୍ ଫିଲ୍ମରେ କାମ କରି ଆମିର ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କ୍ୱାଲିଟି ଉପରେ ସର୍ବଦା ଧ୍ୟାନ ଦେଉଥିବା ଅମିର ବର୍ଷକୁ ଗୋଟେ ଫିଲ୍ମ କରନ୍ତି ଆଉ ସେଇଟା ହିଟ୍ ସାବ୍ୟସ୍ତ ହୁଏ। ହେଲେ ଆମିର ପୁଅ କିନ୍ତୁ ଫିଲ୍ମ ପାଇଁ ଦେଇଥିବା ଅଡିସନ୍ରେ ଫେଲ୍ ହୋଇଛନ୍ତି। ଆମିରଙ୍କ ପୁଅ ଜୁନୈଦ ଖାନ ମାଲାୟାଲମ୍ ଫିଲ୍ମ ପାଇଁ […]
କଟକ: ଆଉ ଦିନ କେଇଟା ପରେ ଆସିବ ଦଶହରା। କଟକ ଦୁର୍ଗାପୂଜା ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଲେ କଟକ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ସୁରକ୍ଷା ପାଇଁ ସହରରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୧୦୦ ଜଣ ପୋଲିସ ଅଧିକାରୀ ମଧ୍ୟ ଦାୟିତ୍ୱରେ ରହିବେ। ମୂର୍ତ୍ତି ବିସର୍ଜନ ପାଇଁ ସହରର ୧୪ଟି ସ୍ଥାନ ଚିହ୍ନଟ ହୋଇଛି। କୋଭିଡ୍ ନିୟମ ଉଲ୍ଲଙ୍ଘନ କଲେ ଦୃଢ଼ […]
ଭୁବନେଶ୍ୱର: ଆଉ ଦାଦାବଟିକୁ ନା। ପୋଲିସ୍ ପକ୍ଷରୁ ଜାରି ହେଲା ହେଲ୍ପଲାଇନ୍ ନମ୍ବର। ଦାଦାବଟିକୁ ନା ପ୍ରସଙ୍ଗରେ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ପ୍ରେସମିଟ୍ କରିଛନ୍ତି। ଦାଦାବଟି ରୋକିବାକୁ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି ପୋଲିସ ଡିଜି। ଏହି ହେଲ୍ପ ଲାଇନ୍ ନମ୍ବର ହେଲା- ୯୯୩୮୯୧୦୦୦୦। ଏହି ହେଲ୍ପଲାଇନ୍ ନମ୍ବର ଭୁବନେଶ୍ୱର ଓ କଟକରେ କାମ କରିବ। SMS, ମେସେଜ ମାଧ୍ୟମରେ ମଧ୍ୟ ଅଭିଯୋଗ କରିହେବ। ଅଭିଯୋଗକାରୀ ଇଚ୍ଛା କଲେ ନାମ ଗୁପ୍ତ ରଖାଯିବ ଡିଜିପି କହିଛନ୍ତି। ପ୍ରକାଶଥାଉକି […]
ରାୟଗଡ଼ା: ଲଘୁଚାପ ଜନିତ ବର୍ଷାର ମୁକାବିଲା ଲାଗି ରାୟଗଡ଼ା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି। ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ପ୍ରଶାସନ ତତ୍ପର ରହିଛି। ଜିଲ୍ଲାର ସମସ୍ତ ବ୍ଲକ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବର୍ଷା ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି। ସ୍ଥିତିକୁ ଦେଖି ରାୟଗଡା ଜିଲ୍ଲାର ଭାମିନି ଓ ବିଷମକଟକ ଠାରେ ଦୁଇଟି ଓଡ୍ରାଫ ଟିମ୍ ମୁତୟନ କରାଯାଇଛି। ଆବଶ୍ୟକ ସ୍ଥଳେ ନଦୀକୁଳିଆ ଅଞ୍ଚଳ ବାସିନ୍ଦାଙ୍କୁ […]
ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, କଦଳୀ ଭଣ୍ଡା, ପିଆଜ, ଆଦା ରସୁଣ ଓ ଲଙ୍କା ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ପାଉଇଡର, ଲୁଣ, ରିଫାଇନ୍ ତେଲ। କେମିତି ତିଆରି କରିବେ କଦଳୀ ଭଣ୍ଡା ଚୁଙ୍ଗୁଡ଼ି ମହୁର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରେ ଲୁଣ ହଳଦୀ ପାକାଇ ରଖନ୍ତୁ ଓ କଦଳୀ ଭଣ୍ଡାକୁ ଲୁଣ ହଳଦୀ ପାଣିରେ କିଛି ସମୟ ରଖନ୍ତୁ। ତା’ପରେ କଢେଇ ବସାଇ ସେଥିରେ ରିଫାଇନ୍ ତେଲ ପଖାନ୍ତୁ। ତେଲ ଗରମ ହେବା ପରେ ଚୁଙ୍ଗୁଡ଼ି […]
ଭୁବନେଶ୍ୱର: ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଘଟଣାସ୍ଥଳରେ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି। ମନ୍ତ୍ରାଳୟର ଦୁଇ ବରିଷ୍ଠ ଅଧିକାରୀ ପେଟ୍ରୋଲ ପମ୍ପ ତଦନ୍ତ କରୁଛନ୍ତି।ପେଟ୍ରୋଲିୟମ ମନ୍ତ୍ରାଲୟର ଦୁଇ ଅଧିକାରୀ କର୍ମଚାରୀଙ୍କୁ ପଚରାଉଚରା କରୁଛନ୍ତି। ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ନିଖୋଜ ହୋଇଥିଲେ। ପୋଲିସ କମିଶନରେଟ୍ ନିଜ ଆଡୁ ଏତଲା କରିଥିଲା। ଘଟଣାକୁ ନେଇ ଏକ ଅପରାଧିକ ମାମଲା ରୁଜୁ କରାଯାଇଥିଲା। ତା ସହିତ ରାଜ୍ୟ ଫୋରେନସିକ୍ ଲ୍ୟାବ୍ […]
ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬ଟା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି “ ଆଜି ସନ୍ଧ୍ୟା ୬ଟା ବେଳେ ଦେଶବାସୀଙ୍କ ପାଇଁ କିଛି ଖବର ଶୁଣାଇବି। ଆପଣ ନିଶ୍ଚୟ ସାମିଲ୍ ହୁଅନ୍ତୁ” ପ୍ରଧାନମନ୍ତ୍ରୀଙ୍କର ଏହି ଟ୍ୱିଟ୍କୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି। ଦେଶରେ ଅର୍ଥନୀତି ଦୁର୍ବଳ ହୋଇପଡ଼ିଛି। ଏପଟେ କରୋନା ଭ୍ୟାକ୍ସିନ୍ ପାଇଁ ପରୀକ୍ଷଣ ଚାଲିଛି। ଅନ୍ୟପଟେ […]
ଭୁବନେଶ୍ୱର: ଗତ ୭ ମାସ ହେଲା ଓଡ଼ିଶା କରୋନା ବିରୋଧରେ ଲଢୁଛି। ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ତ୍ୟାଗ ସ୍ୱୀକାର କରିବାକୁ ପଡ଼ିଛି। ଏଥି ପାଇଁ ପିଲା ଓ ବୟସ୍କଙ୍କୁ ଘରେ ରହିବାକୁ ପଡୁଛି। ବୟସ୍କ,ପିଲା ଘରେ ରହିଲେ, ଆମେ କରୋନା ବିରୋଧରେ ଭଲ ଲଢ଼ିବା। ଆପଣମାନଙ୍କ ତ୍ୟାଗ ବୃଥା ଯାଇନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ କରି କହିଛନ୍ତି ଯେ ଓଡ଼ିଶା ୬ ମାସରେ […]
ବେଜିଙ୍ଗ: ଚୀନ୍ କମ୍ପାନୀ ସିନୋଭାକ୍ ବାୟୋଟେକ୍ ଦ୍ୱାରା ବିକଶିତ ପରୀକ୍ଷଣାତ୍ମକ କରୋନା ଭ୍ୟାକ୍ସିନକୁ ବ୍ରାଜିଲ୍ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛି। ବ୍ରାଜିଲ୍ର ସାଓ ପାଉଲୋର ବଟାଣ୍ଟାନ୍ ଇନଷ୍ଟିଚ୍ୟୁଟ୍ରେ କରାଯାଇଥିବା କ୍ଲିନିକାଲ ଟ୍ରାଏଲ୍ରେ ଏହା କୁହାଯାଇଛି। ସାଓ ପାଉଲୋର ବଟାଣ୍ଟାନ୍ ଇନଷ୍ଟିଚ୍ୟୁଟ୍ ବ୍ରାଜିଲର ଏକ ଅଗ୍ରଣୀ ବାୟୋମେଟିକାଲ୍ ଗବେଷଣା କେନ୍ଦ୍ର। ଯେଉଁଠାରେ ଔଷଧଗୁଡ଼ିକର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥାଏ। ଗତ ସୋମବାର ଦିନ ଏଠାରେ ଚୀନ ଦ୍ୱାରା ବିକଶିତ କରୋନାଭାକ୍ର ପରୀକ୍ଷଣ କରାଯାଇଥିଲା। ଏହାର ଫଳାଫଳରୁ କରୋନାଭାକ୍ର ଦୁଇ […]
ଗୋଆ: ଗୋଆ ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାଭ୍ଲେକରଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ ହୋଇଛି। ହ୍ୟାକର୍ ଚନ୍ଦ୍ରକାନ୍ତଙ୍କ ମୋବାଇଲ୍ ହ୍ୟାକ୍ କରି ସେ ସଦସ୍ୟ ଥିବା ଏକ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଆପତ୍ତିଜନକ ଭିଡିଓ ମଧ୍ୟ ଶେୟାର କରାଯାଇଛି। ଏନେଇ ଚନ୍ଦ୍ରକାନ୍ତ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଶୋଇଥିବା ବେଳେ ତାଙ୍କ ମୋବାଇଲ୍କୁ ହ୍ୟାକ୍ କରି ହ୍ୱାଟ୍ସଆପ୍ ଗ୍ରୁପ୍କୁ ମେସେଜ୍ ପଠାଯାଇଛି। ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ସାଇବର […]