• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

police
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ-ଶ୍ରମିକ ଧସ୍ତାଧସ୍ତି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ-ଶ୍ରମିକ ଧସ୍ତାଧସ୍ତି ହୋଇଛନ୍ତି। ଯୋଡ଼ା ଖଣିଅଞ୍ଚଳ ତ୍ରିବେଣୀ ଓ MTLL କମ୍ପାନୀରୁ ଛଟେଇ ଶ୍ରମିକମାନେ ଆଜି ଜିଲ୍ଲାପାଳଙ୍କୁ ଦାବି ଜଣାଇବାକୁ ଆସିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ଖଣି କମ୍ପାନୀ ଶତାଧିକ ଶ୍ରମିକଙ୍କୁ ବେଆଇନ ଭାବେ ଛଟେଇ କରିଥିବା ଅଭିଯୋଗ ନେଇ ଶ୍ରମିକ ମାନେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।  ତେବେ ଏହି ସମୟରେ ପୋଲିସ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟିହୋଇଥିବା […]

high
ବାର୍ କାଉନସିଲ୍‌କୁ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

କଟକ: ରାଜ୍ୟ ବାର୍ କାଉନସିଲ୍‌କୁ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଥିବା  ସବୁ ଓକିଲ ସଂଘର ନିର୍ବାଚନ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି। ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ରହିଛି। ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ନିର୍ବାଚନ ସାରି ଫଳ ଘୋଷଣା କରିବା ପାଇଁ ହାଇକୋର୍ଟ କହିଛନ୍ତି। ପୂର୍ବରୁ ୨ ଥର ଘୋଷଣା ସତ୍ତ୍ୱେ କରୋନା ପାଇଁ ନିର୍ବାଚନ ବନ୍ଦ ରହିଥିଲା।

bhitara-kanika
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ।  ଆଗରୁ ଅକ୍ଟୋବର ୧ ତାରିଖରୁ ଯେଉଁମାନେ ରାତ୍ରୀ ରହଣି କରୁଥିଲେ କେବଳ ସେହିମାନଙ୍କୁ ଭିତରକନିକା ବୁଲିବାକୁ ଅନୁମତି ଦିଆଯାଉଥିଲା। ହେଲେ ଏବେ ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲାଯାଇଛି। କେନ୍ଦ୍ରାପଡାରେ ଥିବା ଏହି ଜାତୀୟ ଉଦ୍ୟାନକୁ  ଆଜି ପ୍ରଥମ ଦିନରେ ପ୍ରତୀକୂଳ ପାଣିପାଗ ସତ୍ତ୍ୱେ ୨୦ଜଣ ପର୍ଯ୍ୟଟକ ଆସିଥିଲେ। କୋଭିଡ କଟକଣା ଭିତରେ ପର୍ଯ୍ୟଟକଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି।

balangir
ଜଙ୍ଗଲରୁ ଶିଶୁ କନ୍ୟା ଉଦ୍ଧାର

ବଲାଙ୍ଗିର: ଜଙ୍ଗଲଭିତରୁ ଏକ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ସାଲେପାଲି ଜଙ୍ଗଲ ଭିତରେ ଏହି ଶିଶୁକନ୍ୟାଟି ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଆଶାକର୍ମୀଙ୍କୁ ଖବର ଦିଆଯାଇଥିଲା। ପରେ ଆଶା କର୍ମୀ ପଙ୍କଜିନୀ ମେହେର ଜଙ୍ଗଲକୁ ଯାଇ ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁକନ୍ୟାଟିର ସମ୍ପୂର୍ଣ୍ଣ ଶରୀରରେ ପିମ୍ପୁଡି ଲାଗିଯାଇଥିବା ବେଳେ ତାକୁ ସଫା କରି ପାଟଣାଗଡ଼ ଡାକ୍ତରଖାନାରେ ଆଶାକର୍ମୀ ଭର୍ତ୍ତି କରିଥିଲେ। ଏବେ ଶିଶୁଟି ସୁସ୍ଥ ଥିବା […]

thunder
୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। କାଲି ସକାଳ ୮ଟା ୩୦ ଯାଏଁ ୫ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏପଟେ ଏହାରି ମଧ୍ୟରେ ପାରାଦୀପରେ ସର୍ବାଧିକ ୨୦ ମିଲିମିଟର, ଗଞ୍ଜାମରେ ୧୪.୬ ଏବଂ ରାୟଗଡା ୧୪ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଏନେଇ […]

swarga-dwara
ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ନେଇ ହଟିଲା କଟକଣା

ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ନେଇ ହଟିଲା କଟକଣା । ଏଣିକି ପୁରୀ ଜିଲ୍ଲା ବାହାରର ମୃତଦେହ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇପାରିବ।  ଏହି କଟକଣା ହଟିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି।  ଜିଲ୍ଲାରେ ସଂକ୍ରମଣ ହାର କମିଥିବାରୁ ସ୍ୱର୍ଗଦ୍ୱାରରୁ କଟକଣା ହଟାଯାଇଥିବା ସେ କହିଛନ୍ତି।  ତେବେ ଶବ ସତ୍କାର ବେଳେ କୋଭିଡ଼ ଗାଇଡଲାଇନ ପାଳନ ଜରୁରୀ। ଅନ୍ତିମ ସଂସ୍କାର ବେଳେ ୨୦ ଜଣରୁ ଅଧିକ ଲୋକ ଉପସ୍ଥିତ ରହିବେ ନାହିଁ।  […]

1
'ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼'

ୱାଶିଂଟନ୍‌: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ଏ ନେଇ ଡୋନାଲ୍ଡଙ୍କ ପୁଅ ଟ୍ରମ୍ପ ଜୁନିୟର ଏକ ଗଣମାଧ୍ୟମକୁ କହିଛନ୍ତି।  ଟ୍ରମ୍ପ ଜୁନିୟର ତାଙ୍କ ୭୪ ବର୍ଷୀୟ ପିତାଙ୍କର ନିର୍ବାଚନ ଅଭିଯାନକୁ ସମ୍ଭାଳୁଛନ୍ତି। #WATCH New York: Donald Trump Jr says, "I think the relationship of my father President Donald Trump & PM Modi is incredible…It has […]

missAILET
ଟ୍ୟାଙ୍କ ବିଧ୍ୱଂସୀ 'ସ୍ୟାଣ୍ଟ'ର ପରୀକ୍ଷଣ

ବାଲେଶ୍ୱର: ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ସ୍ୟାଣ୍ଟର ପରୀକ୍ଷଣ ହୋଇଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ସ୍ଥିତ ୩ ନମ୍ବର ଲଞ୍ଚପ୍ୟାଡରୁ ସ୍ୟାଣ୍ଟର ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ଆକାଶ ମାର୍ଗରୁ ଭୂପୃଷ୍ଠକୁ ନିକ୍ଷେପ ହୋଇଥାଏ। କ୍ଷେପଣାସ୍ତ୍ର ସ୍ୟାଣ୍ଟ ନିକଟରେ ଶତ୍ରୁ ପକ୍ଷର ଟ୍ୟାଙ୍କ ଧ୍ୱଂସ କରିବା କ୍ଷମତା ରହିଛି। କ୍ଷେପଣାସ୍ତ୍ର ସ୍ୟାଣ୍ଟର ଲକ୍ଷ୍ୟଭେଦ କ୍ଷମତା ୨୦ କିଲୋମିଟର। ଆଜି ଦିନ ସାଢେ ୧୧ଟାରୁ ୧୧ଟା ୩୫ ମଧ୍ୟରେ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷା କରାଯାଇଥିଲା। ଏହି କ୍ଷେପଣାସ୍ତ୍ରକୁ ଡିଆରଡିଓ […]

pcc
ପୁନଃଗଠନ ହେବ ପିସିସିର ସମସ୍ତ କମିଟି

ଭୁବନେଶ୍ୱର: ଚଳିତମାସ ଶେଷ ସୁଦ୍ଧା ପିସିସିର ସମସ୍ତ କମିଟିର ପୁନଃଗଠନ ହେବ।  ପୂର୍ବଥର ଅପେକ୍ଷା ଏଥର କମିଟିର ରୂପରେଖ ଛୋଟ ହେବ ବୋଲି ସୂଚନା ଦେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି।  ପୂର୍ବରୁ ହୋଇଥିବା ବଡ଼ କମିଟିର ମୂଲ୍ୟ କେହି ବୁଝିଲେ ନାହିଁ ବୋଲି ସେ କହିଛନ୍ତି।  ତେବେ ଆସନ୍ତା ୨୧ରେ ସମସ୍ତ ନବ ନିଯୁକ୍ତ ଜିଲ୍ଲା ସଭାପତି ମାନଙ୍କ ବୈଠକ ଡକାଯାଇଛି। ସେହି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ପରବର୍ତ୍ତୀ କାର୍ଯ୍ୟ ପନ୍ଥା ନେଇ ଆଲୋଚନା […]

pic
ପ୍ରକଳ୍ପ ଦାବିରେ ଜାତୀୟ ରାଜପଥ ନିର୍ମାଣ ମହାସଂଘର ପଦଯାତ୍ରା

ଭୁବନେଶ୍ୱର: ଗୋପାଳପୁର ଠାରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ଦୀର୍ଘ ୪୮୦ କିଲୋମିଟର ପ୍ରକଳ୍ପ କାମ ଆରମ୍ଭ କରିବାକୁ ପଦଯାତ୍ରା ହୋଇଛି। ଉପକୂଳ ଜାତୀୟ ରାଜପଥ ନିର୍ମାଣ ମହାସଂଘର ସଦସ୍ୟ ମାନେ ପୁରୀ ବ୍ରହ୍ମଗିରିରୁ ପୁରୀ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି । ଏମାନେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ।  ଖୁବଶୀଘ୍ର ଏହି ପ୍ରକଳ୍ପ କାମ ଆରମ୍ଭ କରିବାକୁ ମହାସଂଘ ଦାବି କରିଛି । କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନା ମାଧ୍ୟମରେ ଏହି ରାଜପଥ […]

bagala
ବଗଲା ଧର୍ମଶାଳା ଜମିକୁ ନେଇ ଗୋଟିକ ପରେ ଗୋଟିଏ ବିଭ୍ରାନ୍ତି

ପୁରୀ: ବଗଲା ଧର୍ମଶାଳା ଜମିକୁ ନେଇ ଗୋଟିକ ପରେ ଗୋଟିଏ ବିଭ୍ରାନ୍ତି। ଖୋଦ୍ ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ସାଂଘାତିକ ମିଛ ଦର୍ଶାଥିବା ନେଇ ଯୁକ୍ତି ବାଢ଼ିଛନ୍ତି ବରିଷ୍ଠ ଆଇନଜୀବୀ। ବିଜେପି ନେତା ସମ୍ବିତ୍ ପାତ୍ରଙ୍କ ପକ୍ଷରୁ ବଗଲା ବିବାଦ ନେଇ ଦାଏର ପିଟିସନ ଉପରେ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି। ୧୯୦୧ ମସିହାରେ କୁଆଡ଼େ ବଗଲା ଜମିକୁ ଅଧିଗ୍ରହଣ କରିଥିଲେ। ସେତେବେଳର ରାଜ୍ୟ ସରକାର ତେଣୁ ଏଠି ପ୍ରଶ୍ନ- ବ୍ରିଟିଶ ଶାସନ କାଳରେ ଓଡ଼ିଶାରେ […]

2
ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ଅବୁଧାବି: ଚଳିତ ଆଇପିଏଲର ୩୭ତମ ମ୍ୟାଚ୍‌ରେ ଆଜି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ଷ୍ଟିଭ୍ ସ୍ମିଥ୍‌ଙ୍କ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ରାଜସ୍ଥାନ ପ୍ରଥମେ ବୋଲିଂ ଭାର ସମ୍ଭାଳିବ। ଚେନ୍ନାଇ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଡ୍ୱେନ ବ୍ରାଭୋ ଏବଂ କରନ ଶର୍ମାଙ୍କୁ ଆଜି ବେଞ୍ଚରେ ବସାଯାଇଛି। ତାଙ୍କ ବଦଳରେ ଜୋଶ ହେଜେଲଉଡ୍‌ ଓ […]

bjp
ବିଜେଡି ଛାଡ଼ି ବିଜେପିରେ ମିଶିଲେ ୨ ବରିଷ୍ଠ ନେତା

ବାଲେଶ୍ୱର: ଆଗକୁ ଉପନିର୍ବାଚନ ଥିବା ବେଳେ ବିଜେଡିକୁ ଲାଗିଛି ଝଟ୍‌କା। ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ବାଲେଶ୍ୱରର ୨ ବରିଷ୍ଠ ନେତା। ବାଲେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ସଭାପତି ଧୁକୁଲ ଘଡେଇ ଓ ନଗର ବିଜେଡି ସଭାପତି ଆଶିଷ ଘୋଷ ମଧ୍ୟ ବିଜେପି ହାତ ଧରିଛନ୍ତି। ଅସନ୍ତୁଷ୍ଟ ଥିବା ଆଶିଷ ଘୋଷ କିଛି ଦିନ ତଳେ ବିଜେଡି ଛାଡ଼ିଥିଲେ। ସଦର ବିଜେପି ଅଫିସ୍‌ରେ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ ଭିସିରେ କେନ୍ଦ୍ରମନ୍ତ୍ରୀ […]

3
କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

ଆସାମ: ଦୀର୍ଘ ୯ ମାସରୁ ଅଧିକ ସମୟ କରୋନା କାରଣରୁ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ତେବେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ କଥା ତ ଥରେ ଭାବନ୍ତୁ ସେମାନେ କେମିତି ସାଧାରଣ ଜୀବନ ଠାରୁ ଅଲଗା ହୋଇ ବିରକ୍ତି ଅନୁଭବ କରୁଥିବେ। କିନ୍ତୁ ବିଭିନ୍ନ ସମୟରେ ଆପଣ ଦେଖିଥିବେ ଡାକ୍ତର ବା ସ୍ୱାସ୍ଥ୍ୟ କର୍ମଚାରୀ ଗୀତ ଗାଇ ବା ଗୀତର ତାଳେତାଳେ ଡ୍ୟାନ୍ସ କରି କରୋନା ରୋଗୀଙ୍କ  ମନୋରଞ୍ଜନ କରିବା । ସେହିଭଳି […]

plus-2
ନଭେମ୍ବର ୫ରୁ +୨ ଅପ୍‌ସନାଲ ପରୀକ୍ଷା

ଭୁବନେଶ୍ୱର: ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ +୨ ଅପ୍‌ସନାଲ ପରୀକ୍ଷା। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କରୋନା ପାଇଁ ମାର୍ଚ୍ଚ ୨୩ରୁ ୨୮ ଯାଏଁ ହୋଇପାରିନଥିବା ପରୀକ୍ଷା କରାଯିବ। ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କଲା CHSE। କେତେ ତାରିଖରେ କେଉଁ ବିଷୟ ପରୀ‍କ୍ଷା:- ୫ରେ ଅର୍ଥନୀତି, ଜୀବବିଜ୍ଞାନ ୬ରେ ପରିସଂଖ୍ୟାନ, ନୃତତ୍ତ୍ୱ, ସମାଜ ବିଜ୍ଞାନ ୭ରେ ତର୍କ ଶାସ୍ତ୍ର, ଭୂଗୋଳ କୋଭିଡ୍‌ ଗାଇଡ଼ଲାଇନ ମାନି ପରୀକ୍ଷା […]

4
ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲା ଏନ୍‌ୟୁଜେ

ନୂଆଦିଲ୍ଲୀ: ଓଡ଼ିଶାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ନ୍ୟାସନାଲ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟସ୍- NUJର ଉଦବେଗ। ଓଟିଭି ସାମ୍ବାଦିକ ରମେଶ ରଥଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଏନ୍‌ୟୁଜେ ଦୃଢ଼ ନିନ୍ଦା କରିଛି। ଏନ୍‌ୟୁଜେର ସଭାପତି ରାସ ବିହାରୀ ଏବଂ ମହାସଚିବ ପ୍ରସନ୍ନ ମହାନ୍ତି ଏକ ମିଳିତ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଗଣମାଧ୍ୟମ ପ୍ରତି ଏହା ରାଜ୍ୟ ସରକାରଙ୍କ ଅସହିଷ୍ଣୁତା। ସେମାନଙ୍କ ଚାପର ବଶବର୍ତ୍ତୀ ହେଉନଥିବାରୁ ସରକାର ଏଭଳି ଅସହିଷ୍ଣୁତା ପ୍ରଦର୍ଶନ କରିଛନ୍ତି। ପୋଲିସ […]

mask
ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୨୭୩୮ କରୋନା ଆକ୍ରାନ୍ତ। ରାଜ୍ୟରେ ଆଜି ସୁଦ୍ଧା ୨ ଲକ୍ଷ ୪୯ ହଜାର ୫୭୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧତ୍କ ୩୯୯, କଟକ- ୧୮୯, ଅନୁଗୁଳରୁ ୧୭୪, ସୁନ୍ଦରଗଡ଼- ୧୫୪, ବାଲେଶ୍ୱର- ୧୧୪, ମୟୂରଭଞ୍ଜରୁ ୧୧୦, ପୁରୀ- ୧୦୯, ସମ୍ବଲପୁର- ୧୦୭, କଳାହାଣ୍ଡି- ୧୦୧, ବରଗଡ଼- […]

5
ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଅବୁଧାବି: ଆଇପିଏଲର ୩୭ ତମ ମ୍ୟାଚ୍‌ରେ ଧୋନୀ ବାହିନୀ ଆଜି ବେଶି ସ୍କୋର କରିବାକୁ ସକ୍ଷମ ହୋଇନି। ଦଳ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୨୫ ରନ୍‌ କରିପାରିଛି। ଫଳରେ ରାଜସ୍ଥାନକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୨୬ ରନ୍‌ର ଟର୍ଗେଟ ମିଳିଛି। ଏହି ମ୍ୟାଚ୍‌ରେ ଧୋନି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳ ରାଜସ୍ଥାନ ରୟାଲ୍ସର ବୋଲରଙ୍କୁ ସାମ୍ନା କରିପାରିନଥିଲା। ଯାହା ଫଳରେ ଚେନ୍ନାଇ ବଡ଼ ସ୍କୋର କରିବାରୁ ବଞ୍ଚିତ […]

samir-fey
ମନ୍ତ୍ରୀଙ୍କ ଦାୟିତ୍ୱହୀନତା: ଜୀବିତ ସମୀର ଦେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତାପ ଜେନା

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ଶାରିରୀକ ଅସୁସ୍ଥତା କାରଣରୁ ସମୀର ଦେ ଏବେ କଟକ ସିଡିଏ ୬ନମ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ସମୀର ଦେଙ୍କ ପରଲୋକ ନେଇ ଆଜି ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କର ଏକ ଟ୍ୱିଟ୍ ଜୋରଦାର ଭାଇରାଲ୍ ହୋଇଥିଲା। ଯାହାକୁ ନେଇ କଟକବାସୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆହୁରି ପଢ଼ନ୍ତୁ:ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବିବାଦ ପ୍ରସଙ୍ଗରେ ବିଜେପିର […]

ojee
ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପରୀକ୍ଷା

ପାରଳାଖେମୁଣ୍ଡି: ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରୀକ୍ଷା ହେବ। ଆସନ୍ତା ୨୨ ତାରିଖରେ ଏହି ପରୀକ୍ଷା ହେବ । ଏ ନେଇ  ଗଜପତି ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । ଅକ୍ଟୋବର ୧୫ରେ ଓଜେଇଇ ପରୀକ୍ଷା ଦେବାକୁ ଯାଉଥିଲେ ଗଜପତି ଜିଲ୍ଲା ଚାନ୍ଦିପୁଟ, ରାମଗିରି ଓ ଚନ୍ଦ୍ରଗିରି ଅଞ୍ଚଳର ୪୫ ଜଣ ପରୀକ୍ଷାର୍ଥୀ । ସେମାନେ ପରୀକ୍ଷା ଦେବାକୁ ଗୋଟିଏ ବସ୍‌ରେ ଯାଉଥିଲେ । ବସ୍‌ଟି ଗଞ୍ଜାମ ଜିଲ୍ଲା ତପ୍ତପାଣି […]