ଭୁବନେଶ୍ୱର: ଉପନିର୍ବାଚନ ପାଇଁ ସରଗରମ ହୋଇଛି ତିର୍ତ୍ତୋଲ ରାଜନୀତି। ନଭେମ୍ବର ୩ରେ ପଡ଼ିବ ଭୋଟ୍ ସେଥିପାଇଁ ସବୁ ଦଳ ନିଜ ନିଜର ମୁଦ୍ଦା ଭୋଟର୍ଙ୍କ ପାଖରେ ରଖୁଛନ୍ତି। ୨୦ ବର୍ଷ ବିଜେଡି ସରକାରର ବିଫଳତାକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ବିରୋଧୀ। ତିର୍ତ୍ତୋଲରେ ବନ୍ଦ ଥିବା ସୂତାକଳ ଏଯାଏଁ କାର୍ଯ୍ୟକ୍ଷମ ହୋଇ ନପାରିବା, ହଂସୁଆ ନଈ ଦ୍ୱାରା ଜଳମଗ୍ନ ହେଉଥିବା ଚାଷଜମିର ପୁନରୁଦ୍ଧାର, ରାସ୍ତାଘାଟ, ପିଇବା ପାଣି ସମସ୍ୟା ଓ ମହାନଦୀ ଅବବାହିକାରେ ବନ୍ୟାର ସ୍ଥାୟୀ ପ୍ରତିକାରକୁ ମୁଖ୍ୟ ପ୍ରସଙ୍ଗ […]
ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନକପୁର ଗାଁ ନିକଟ ସାହାଜଖୋଲ ଜଙ୍ଗଲରେ ବାଘ ଆତଙ୍କ ଖେଳିଯାଇଛି। ଏଥିପାଇଁ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। ଏକ ଗାଈକୁ ବାଘ ମାରିଦେଇଥିବା ବେଳେ ଗାଁ ଆଖପାଖରେ ବୁଲୁଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏ ନେଇ ସେମାନେ ବନବିଭାଗକୁ ଖବର ଦେବା ପରେ ବେହେରା ସେକ୍ସନର ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି। ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ […]
ଭୁବନେଶ୍ୱରକୁ ଭିକାରୀମୁକ୍ତ ସହର କରିବାକୁ ଲକ୍ଷ୍ୟ ବିରାଟ ଅଭିଯାନ ଆରମ୍ଭ ରାଜଧାନୀର ସବୁ ଗଳିକନ୍ଦିରୁ ଭିକାରୀମାନଙ୍କୁ ଉଦ୍ଧାର କରି ବିଭିନ୍ନ ଥଇଥାନ କେନ୍ଦ୍ରରେ ରଖିବାକୁ ନିଷ୍ପତ୍ତି ଭୁବନେଶ୍ୱର: ଭୁବନେଶ୍ୱରକୁ ଭିକାରୀମୁକ୍ତ ସହର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଏକ ବିରାଟ ଅଭିଯାନ…
ପୁରୀ: ପୁରୀ ଜିଲ୍ଲାରେ ପରିମଳ ନାଁରେ ହୋଇଛି ହଜାର ହଜାର ଟଙ୍କାର ଜାଲିଆତି। କେଉଁଠି ଗୋଟିଏ ବି ପାଇଖାନା ନଥିବା ଗାଁକୁ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରାଯାଇ ଫଳକ ଲଗାଯାଇଛି ତ ଆଉ କେଉଁଠି ହିତାଧିକାରୀଙ୍କ ନାଁରେ ବିଲ୍ ହୋଇଛି। ପୁଣି କେଉଁଠି ଗୋଟିଏ ପାଇଖାନାରେ ଏକାଧିକ ହିତାଧିକାରୀଙ୍କ ନାଁ ଲେଖାଯାଇ ବିଲ୍ ହୋଇ ଟଙ୍କା ହଡ଼ପ ହୋଇଛି। ପୁରୀ ଜିଲ୍ଲା ଗୋପ ବ୍ଲକ୍ରେ ସାମ୍ନାକୁ ଆସିଛି ପାଇଖାନା ଦୁର୍ନୀତିର ଏଭଳି ସାଙ୍ଘାତିକ ଚିତ୍ର। ଲୋକେ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୨୬୧୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା- ୪୩୮, କଟକ- ୨୦୪, ଅନୁଗୁଳ- ୧୪୮, ଯାଜପୁର- ୧୧୯, ବାଲେଶ୍ୱର- ୧୧୩, ସମ୍ବଲପୁର- ୧୦୯, ମୟୂରଭଞ୍ଜ-୯୯, ବଲାଙ୍ଗିର- ୯୫, ନବରଙ୍ଗପୁର- ୯୧, ବରଗଡ଼- ୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। 78 from Jagatsinghpur 69 from Bhadrak 68 from Jharsuguda 68 from […]
ଦୁବାଇ: ଚଳିତ ଆଇପିଏଲର ୩୬ ତମ ମ୍ୟାଚ୍ରେ ମୁମ୍ୱାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍ ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଉଛି। ଏହି ମ୍ୟାଚ୍ରେ ମୁମ୍ୱାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେପଞ୍ଜାବ ଅଧିନାୟକ କେ.ଏଲ୍ ରାହୁଲ ବୋଲିଂ ଭାର ସମ୍ଭାଳି ଥିଲେ। ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୭୬ ରନ୍ କରିବାକୁ […]
ଭୁବନେଶ୍ୱର: ୨୪ ଘଣ୍ଟାରେ ପାଞ୍ଚ ପାଞ୍ଚଟି ହତ୍ୟା ଅଭିଯୋଗ। ରାଜ୍ୟର ପାଞ୍ଚଟି ସ୍ଥାନରେ ଘଟିଛି ହତ୍ୟା ଭଳି ଜଘନ୍ୟ ଅପରାଧ। କେଉଁଠି ସାମାନ୍ୟ ବଚସା ପାଇଁ କିଏ ସମ୍ପର୍କୀୟଙ୍କୁ କିଏ ପିଟି ପିଟି ମାରିଛି ତ ଆଉ କେଉଁଠି ପୂର୍ବ ବିବାଦରୁ ମୁଣ୍ଡ ନେବାକୁ ପଛାଇନି ପୁରୁଣା ଶତ୍ରୁ। କେବଳ ଆଜିର ଏ ଘଟଣା ନୁହେଁ, ବିଗତ କିଛି ଦିନ ଭିତରେ ରାଜ୍ୟରେ ବଢ଼ି ଚାଲିଥିବା ହତ୍ୟା ଭଳି ଜଘନ୍ୟ ଅପରାଧ ଓ ଅନ୍ୟ ଘଟଣାକୁ ଦେଖିଲେ […]
ରେଢ଼ାଖୋଲ: ପାହାଡ଼ରୁ ଯୁବକଙ୍କ ଅଧାପୋଡ଼ା ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି। ହତ୍ୟା ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଯୁଯୁମୁରା ବାନ୍ଦେର ପାହାଡ଼ରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ୨ ଦିନ ତଳେ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର। ଏବେ ଯୁବକଙ୍କ ମୃତ୍ୟୁର କାରଣ ଜଣାପଡ଼ିଛି। ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ଯୁବକଙ୍କର ମୃତ୍ୟୁ ହୋଇଛି। ଧରାପଡ଼ିଯିବା ଭୟରେ ତାର […]
ଭୁବନେଶ୍ୱର: ଆଜି କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୦ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ପ୍ରବଳ ବର୍ଷା ନେଇ ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା- ମୟୂରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା। ଏସବୁ ଜିଲ୍ଲା ସହ ଦକ୍ଷିଣ ଓ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍କୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(NCB) ଅଭିନେତା ଅର୍ଜୁନ୍ ରାମପାଲ୍ଙ୍କ ଗର୍ଲଫ୍ରେଣ୍ଡ୍ ଗାବେରିଲା ଡେମେଟ୍ରିଆଡିସ୍ଙ୍କ ଭାଇଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ NCB ଗାବେରିଲାଙ୍କ ଭାଇ ଆଜିସିଆଲୋସ୍ ଡେମେଟ୍ରିଆଡିସ୍ଙ୍କୁ ରବିବାର ଗିରଫ କରିଛି। ଆଜିସିଆଲୋସ୍ ହେଉଛନ୍ତି ଦକ୍ଷିଣ ଆଫ୍ରିକୀୟ। ସୁଶାନ୍ତ ସିଂ ମାମଲାରେ ଡ୍ରଗ୍ସ ଲିଙ୍କ୍କୁ ନେଇ ଗିରଫ ଡ୍ରଗ୍ ବେପାରୀଙ୍କ ସହ ଆଜିସିଆଲୋସ୍ ଯୋଗାଯୋଗରେ ଥିଲେ ବୋଲି ଜଣାପଡ଼ିଛି। ଗିରଫ ପରେ ଆଜିସିଆଲୋସ୍ଙ୍କୁ […]
ନୂଆଦିଲ୍ଲୀ: କୋଭିଡ୍ କଟକଣା ମଧ୍ୟରେ ଆଜି ୩ଟି ରାଜ୍ୟରେ ଖୋଲିଲା ସ୍କୁଲ୍। ଉତ୍ତରପ୍ରଦେଶ, ପଞ୍ଜାବ, ସିକିମରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲା ଯାଇଛି। ହେଲେ ଛାତ୍ରଛାତ୍ରୀ ସ୍କୁଲ୍ ଆସିବା ବାଧ୍ୟତାମୂଳକ ନୁହେଁ। ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଭାବକଙ୍କ ନିକଟରୁ ସ୍କୁଲ୍ ଆସିବା ନେଇ ସ୍ୱୀକୃତିପତ୍ର ଆଣିଥିବେ ସେମାନଙ୍କୁ କେବଳ କ୍ଲାସ୍ ରୁମ୍କୁ ପ୍ରବେଶ ଅନୁମତି ମିଳିବ। ସମସ୍ତ କ୍ଲାସ୍ ବିଭିନ୍ନ ସିଫ୍ଟରେ ହେବ। ସ୍କୁଲ ଗୃହକୁ ପ୍ରବେଶ ପୂର୍ବରୁ ଚେୟାର, ଟେବୁଲ ଭଳି […]
କାବୁଲ: ଆଫଗାନିସ୍ତାନ ଘୋରର ପଶ୍ଚିମ ପ୍ରାନ୍ତରେ ରବିବାର ଏକ ଆତ୍ମଘାତୀ କାର ବିସ୍ଫୋରଣରେ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୨୦ ଲୋକ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଘୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ଚିକିତ୍ସା କରୁଥିବା ଡାକ୍ତର ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଗୃହ ମନ୍ତ୍ରାଳୟର କହିବା ଅନୁଯାୟୀ, ଏହି ଆତ୍ମଘାତୀ ଆକ୍ରମଣ ପ୍ରାନ୍ତୀୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପ୍ରବେଶ ଦ୍ୱାରରେ ହୋଇଥିଲା। ଏହି ଆକ୍ରମଣ ପାଇଁ କେହି ନିଜକୁ […]
ଇସଲାମାବାଦ: ପାକିସ୍ତାନର ପପୁଲାର୍ ଟିକ୍ଟକ୍ ଷ୍ଟାର୍ ଜନ୍ନତ ମିର୍ଜା ପାକିସ୍ତାନ ଛାଡ଼ି ଜାପାନ ଶିଫ୍ଟ ହୋଇଯାଇଛନ୍ତି। ଦେଶ ଛାଡ଼ି ଯିବା ନିଷ୍ପତ୍ତିକୁ ନେଇ ତାଙ୍କର ଫ୍ୟାନ୍ସମାନେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି। ସେ ଜାପାନରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି। ଯେତେବେଳେ ପାକିସ୍ତାନରେ ଟିକ୍ଟକ୍ ବ୍ୟାନ୍ ହେଲା ସେତେବେଳେ ଜନ୍ନତ ଜାପାନରେ ଥିଲେ। ଏହି ୨୨ ବର୍ଷୀୟ ପାକିସ୍ତାନ ଟିକ୍ଟକ୍ ଷ୍ଟାରଙ୍କ ଟିକ୍ଟକ୍ରେ ୧୦ ମିଲିୟନରୁ ଅଧିକ ଫଲୋଅର୍ସ ଥିଲେ। View this post on Instagram […]
ଆବୁଧାବି: ସୁପର ସଣ୍ଡେରେ ସୁପର ସୋ। ଗତକାଲି ଆଇପିଏଲ ମ୍ୟାଚରେ ଭରପୁର ମଜା ଉଠାଇଛନ୍ତି ଦର୍ଶକ । ଗତକାଲି ପ୍ରଥମ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ ସୁପର ଓଭରରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି । କୋଲକତା ପ୍ରଥମେ ବ୍ୟାଟିଂ କରି ୫ ଉଇକେଟ ହରାଇ ୧୬୩ରନ କରିଥିଲା । ଜବାବରେ ଡାଭିଡ୍ ୱାର୍ଣ୍ଣରଙ୍କ ଅପରାଜିତ ୪୮ରନ ସତ୍ତ୍ୱେ ସନରାଇଜର୍ସ ୬ଉଇକେଟ ହରାଇ ସମାନ ୧୬୩ରନ କରିଥିଲା ।ଏହାପରେ ସୁପର ଓଭର ଖେଳାଯାଇଥିଲା ଏଥିରେ ଫର୍ଗୁସନଙ୍କ ବୋଲିଂ ଆଗରେ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୯୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୯୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୫୬ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୮୨୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬ରେ ପହଞ୍ଚିଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୭ ଆକ୍ରାନ୍ତ
ଭୁବନେଶ୍ୱର: ଆଜି ରାଜ୍ୟରେ ୧୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୧୫୨ରେ ପହଞ୍ଚିଛି। ଭୁବନେଶ୍ୱରରୁ ୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସେହିପରି ସୁବର୍ଣ୍ଣପୁର, ବଲାଙ୍ଗୀର, ଝାରସୁଗୁଡା ଓ କଟକରୁ ୨ ଜଣ ଲେଖାଏ ଆକ୍ରାନ୍ତ ଆଖିବୁଜିଛନ୍ତି। ସୂଚନା ଥାଉ କି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଆଜି ଦୁଇ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ […]
ଆବୁଧାବି:IPL-2020 ମୁମ୍ବାଇ ଇଣ୍ଡିଆନ୍ସ ଭର୍ସେସ କିଙ୍ଗସ ଇଲେଭେନ ପଞ୍ଜାବ (MI Vs KXIP) ମଧ୍ୟରେ ଗତକାଲିର ମ୍ୟାଚ ଥିଲା ବେଶ ରୋମାଞ୍ଚକର। ଗୋଟିଏ ମ୍ୟାଚ୍ରେ ୨ଟି ସୁପରଓଭର ଖେଳିବାକୁ ପଡ଼ିଥିଲା। ୨ୟ ସୁପର ଓଭରରେ ପଞ୍ଜାବ ମୁମ୍ବାଇକୁ ହରାଇବାରେ ସଫଳ ହୋଇଥିଲା। ତେବେ ଉଭୟ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲେ। ହେଲେ ସୁପର ଓଭରରେ ମୟଙ୍କ ଅଗ୍ରୱାଲଙ୍କ ଫିଲ୍ଡିଂକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଆକାଶରେ ଉଡି ଉଡ଼ି ମୟଙ୍କ ଯେପରି ଏକ ଛକାକୁ ବଞ୍ଚାଇଥିଲେ […]
ମୁମ୍ବାଇ: କୁମ୍କୁମ୍ ଭାଗ୍ୟର ‘ଇନ୍ଦୁ ଦାଦି’ ଆକା ଜରିନା ରୋଶନ ଖାନଙ୍କ ଦେହାନ୍ତ ହୋଇଛି। ୫୪ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଛି। ଜରିନାଙ୍କ ମୃତ୍ୟୁରେ ଟେଲି ଦୁନିଆରେ ଶୋକର ଛାୟା ଖେଳିଯାଇଛି। କୁମ୍କୁମ୍ ଭାଗ୍ୟରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଶ୍ରୀଷ୍ଟି ଇନ୍ଷ୍ଟାଗ୍ରାମରେ ଜରିନାଙ୍କ ସହ ଏକ ଫଟୋ ଶେଆର କରି ଭଙ୍ଗା ହୃଦୟର ଇମୋଜି ଶେଆର କରିଛନ୍ତି। ଆହୁରି ପଢ଼ନ୍ତୁ:୯ମାସର ଗର୍ଭବତୀ ୫ମିନିଟ୍ରେ […]
ମୁମ୍ବାଇ: ଆଜି ବଲିଉଡ୍ ଅଭିନେତା ସନ୍ନି ଦେଓଲଙ୍କର ୬୪ ତମ ଜନ୍ମଦିନ। ୧୯୫୬ମସିହା ଅକ୍ଟୋବର ୧୯ତାରିଖରେ ଜନ୍ମଗ୍ରହଣ କରିଥିଲେ ସନ୍ନି। ୧୯୮୩ ରେ ରିଲିଜ୍ ହୋଇଥିବା ଫିଲ୍ମ ‘ବେତାବ’ ମାଧ୍ୟମରେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ଏହାପରେ ସନ୍ନି ଫିଲ୍ମ ‘ଅର୍ଜୁନ’ (୧୯୮୫) ରେ ଅଭିନୟ କରିଥିଲେ ଏବଂ ଏଠାରୁ ତାଙ୍କୁ ଆକ୍ସନ୍ ହିରୋ ଟ୍ୟାଗ୍ ମିଳିଥିଲା। ଏହାପରେ […]
ଭୋପାଳ:ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ବିଜେପି ନେତ୍ରୀ ଇମରତୀ ଦେବୀଙ୍କୁ ‘ଆଇଟମ୍’ ବୋଲି କହିବା ସରଗରମ ହୋଇଛି ରାଜନୀତି। ଇମରତୀ ଦେବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ସୋନିଆଗାନ୍ଧୀଙ୍କୁ ଜବାବ ମାଗିଛନ୍ତି। ମଧ୍ୟପ୍ରଦେଶରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। କମଳନାଥ ଡବରାରେ କଂଗ୍ରେସ ପ୍ରାର୍ଥୀ ସୁରେଶ ରାଜେଙ୍କ ସମର୍ଥନରେ ପ୍ରଚାର କରିବା ପାଇଁ ଯାଇଥିଲେ। ଏହି ସମୟରେ ସେ ସବୁ ମର୍ଯ୍ୟାଦା ଭୁଲି ବିଜେପି ପ୍ରାର୍ଥୀ ଇମରତୀ ଦେବୀଙ୍କୁ ଆଇଟମ୍ କହିଥିଲେ। ସେହିପରି ଅଜୟ ସଂହ ମଧ୍ୟ ଜଲେବି […]
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ଙ୍କର ରହିଛି ମନରେଗା ଜବ କାର୍ଡ। ଏ ଦୁହିଁଙ୍କ ଫଟୋ ଲାଗିଥିବା ଆକାଉଣ୍ଟକୁ ଟଙ୍କା ମଧ୍ୟ ଆସିଥିବା ଜଣା ପଡ଼ିଛି। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଦୀପିକା ଏବଂ ଜ୍ୟାକ୍ଲିନ୍ଙ୍କ ସମେତ ଅନ୍ୟ ବଲିଉଡ୍ କଲାକାରଙ୍କ ଫଟୋ ଲଗାଇ ଏଠାକାର ପଞ୍ଚାୟତ ସଚିବ ୧୧ଟି ମନରେଗା ଜବ କାର୍ଡ କରି ଟଙ୍କା ହଡପ୍ କରୁଥିବା ଜଣାପଡିଛି। ତେବେ ଏହି ଘଟଣାକୁ ସାମ୍ନାକୁ ଆଣିଥିବା ଜିଲ୍ଲା ପଞ୍ଚାୟତ […]
ଭୁବନେଶ୍ୱର: ଘରୋଇ ସ୍କୁଲ ଫି ଛାଡ଼ ସଂପର୍କିତ ମାମଲାରେ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ । ସ୍କୁଲ ଫି ଛାଡ଼ ସଂପର୍କିତ ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଆଗତ କିଛି ଇଣ୍ଟରଭେନ୍ସନ୍ ପିଟିସନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। କିଛି ଘରୋଇ ସ୍କୁଲ ପକ୍ଷରୁ ଆଗତ ଏହି ପିଟିସନକୁ କୋର୍ଟ ଅଗ୍ରାହ୍ୟ କରିବା ସହ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି । ଏଥିସହ ୭ ଦିନ ମଧ୍ୟରେ ସ୍ପଷ୍ଟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । […]