• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

chatara-jatra
ଛତର ଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ପ୍ରସିଦ୍ଧ ଛତର ଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି।  ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ପରେ ଛତରଯାତ୍ରା ନେଇ କଳାହାଣ୍ଡି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଛତର ଯାତ୍ରା କୋଭିଡ୍ କଟକଣା ନିୟମ ମାନି ଆୟୋଜନ ହେବ ଏବଂ  ଜନସମାଗମକୁ ବାରଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଛତର ଯାତ୍ରା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପାରମ୍ପରିକ ପର୍ବ। ଏହି ପର୍ବଟି […]

aparajita
ଓଟିଭି ବିରୋଧରେ ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ: ଦୃଢ଼ ନିନ୍ଦା କଲେ ଅପରାଜିତା

ଭୁବନେଶ୍ୱର: ଓଟିଭି ବିରୋଧରେ ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ସରକାରଙ୍କ ଆଚରଣକୁ ଦୃଢ଼ ନିନ୍ଦା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗଣମାଧ୍ୟମ ଦେଶର ଚତୁର୍ଥ ସ୍ତମ୍ଭ, ତେଣୁ ସରକାରଙ୍କର ଏଭଳି ଆଚରଣ ନିନ୍ଦନୀୟ ବୋଲି କହିଛନ୍ତି ଅପରାଜିତା। ଏଭଳି ଲୋକପ୍ରିୟ ଚ୍ୟାନେଲକୁ ହଇରାଣ କରିବା ଆଦୌ ଠିକ୍ ନୁହେଁ। ସମସ୍ତେ ସୀମା ଭିତରେ ରହିବା ଉଚିତ୍। ଯଦି କୌଣସି ଚ୍ୟାନେଲ ଦୁର୍ନୀତି ପଦାକୁ ଆଣୁଛି ତାକୁ ସ୍ୱାଗତ କରିବା ଦରକାର ବୋଲି ସାଂସଦ କହିଛନ୍ତି। ତେବେ […]

coronavirus
ଦେଶରେ କୋଭିଡ୍‌ ଆକ୍ଟିଭ କେସ୍ ତଳ ମୁହାଁ; ଦେଢ଼ ମାସ ପରେ ସଂଖ୍ୟା ୮ ଲକ୍ଷ ତଳେ

ନୂଆଦିଲ୍ଲୀ: ଏବେ ତଳ ମୁହାଁ ହୋଇଛି ଦେଶରେ କୋଭିଡ ଆକ୍ଟିଭ କେସ୍। ଦୀର୍ଘ ଦେଢ଼ ମାସ ପରେ କୋଭିଡ ଆକ୍ଟିଭ ସଂଖ୍ୟା ଖସି ୮ ଲକ୍ଷ ତଳେ ରହିଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଦେଶରେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦.୭୦ ପ୍ରତିଶତ ଆକ୍ଟିଭ୍ କେସ ରହିଛି। ସେପ୍ଟେମ୍ବର ୧ ତାରିଖରେ ଦେଶରେ ୭ ଲକ୍ଷ ୮୫ ହଜାର ୯୯୬ କରୋନା ଆକ୍ଟିଭ କେସ […]

durga-1
ଲକ‌ଡାଉନ୍‌ ସଂଘର୍ଷ ଥିମ୍‌ରେ ଏଥର ଦୁର୍ଗା ମେଢ

ନୂଆଦିଲ୍ଲୀ: ଉତ୍ସବ ମୁଖର ହେଉଛି କୋଲକାତା। ମାଆ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଛି ସହର। କୋଲକାତାରେ ଏଥର ଏକ ନିଆରା ଢଙ୍ଗରେ ମେଢ଼କୁ ସଜା ଯାଇଛି। ଲକ୍‌ଡାଉନ୍ ସମୟରେ କିପରି ଏକ ପ୍ରବାସୀ ମହିଳା ଶ୍ରମିକ ନିଜ ଛୁଆମାନକୁ ଧରି ସଂଘର୍ଷ କରିଥିଲେ ସେହି ଥିମ୍‌ରେ ମେଢ଼ ନିର୍ମାଣ ହୋଇଛି। ଏହି ମେଢରେ ମାଆ ନିଜ ଛୁଆକୁ ଧରିଥିବା ଦେଖିବାକୁ ମିଳିଛି। ଯାହା ମାଆ ଦୁର୍ଗାଙ୍କ ପ୍ରତିଫଳନ ଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି। ଧରାପୃଷ୍ଟରେ […]

bhadrak
ଜୀବନ ଭୟରେ ଥାନା ଆଗରେ ରାତ୍ରିଯାପନ କଲା ପରିବାର

ଭଦ୍ରକ: ଜୀବନ ଭୟରେ ସାରା ରାତି ଥାନା ଆଗରେ ରାତ୍ରିଯାପନ କଲେ ଗୋଟିଏ ପରିବାର। ପୋଲିସ ବି କିଛି ସହାୟତା କଲାନି, ବରଂ ସକାଳ ହେବା ପରେ ହିଁ ଆସିବାକୁ କହିଥିବା ପୀଡ଼ିତ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାରେ। ମାଳଦା ପଞ୍ଚାୟତ ରାମପୁର ଗାଁର ଏକ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଏପରି ବିବାଦ ସୃଷ୍ଟି ହୋଇଛି। ଗାଁର ସୁରେନ୍ଦ୍ର ଜେନା ଅଭିଯୋଗ କରିଛନ୍ତି, ତାଙ୍କ ବ୍ୟକ୍ତିଗତ ଜାଗାରେ ଗାଁ […]

suji-ape
ସୁଜି ଆପେ

ଆବଶ୍ୟକ ସାମଗ୍ରୀ: ସୁଜି, ଦହି, ସୋରିଷ-ଜୀରା ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, ଭୁର୍ସୁଙ୍ଗ ପତ୍ର, କଟା ଟମାଟୋ, ଲୁଣ, ଖାଇବା ସୋଢ଼ା,  ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ସୋରିଷ-ଜୀରା ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, ଭୁର୍ସୁଙ୍ଗ ପତ୍ର ଓ କଟା ଟମାଟୋ ପକାଇ ଭାଜି ରଖନ୍ତୁ। ଏବେ ଆଉ ଏକ ପାତ୍ରରେ ଦହି ଓ ପାଣି ମିଶାଇ ସେଥିରେ ସୁଜି ପକାଇ ଭଲ ଭାବେ ଗୋଳାନ୍ତୁ। […]

k
କଙ୍ଗନା ଏବଂ ତାଙ୍କ ଭଉଣୀଙ୍କ ନାଁରେ ମାମଲା ରୁଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱାତ୍ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାଣ୍ଡେଲଙ୍କ ନାଁରେ ମାମଲା ଦାଏର କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଲେ ମୁମ୍ବାଇ କୋର୍ଟ। ଉଭୟ ଭଉଣୀ ଟ୍ୱିଟ୍‌ କରି ସମ୍ପ୍ରାଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ କାଷ୍ଟିଂ ନିର୍ଦ୍ଦେଶକ ସାହିଲ ଆଶ୍ରାଫ ଅଲ୍ଲୀ ସୟିଦ ଏନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ବାନ୍ଦ୍ରା ମହାନଗର ନିଗମ ମାଜିଷ୍ଟ୍ରେଟ ଜୟଦେଓ ୱାଇ […]

baba
୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

ନୂଆଦିଲ୍ଲୀ: ଦିଲ୍ଲୀର ‘ବାବା କା ଢାବା’। ଗତ କିଛିଦିନ ତଳେ ଅଲୋଡା ଥିବା ଏହି ହୋଟେଲ୍‌ ସାମ୍ନା ଆଜି ଲୋକାରଣ୍ୟ। ହୋଟେଲ୍‌ ମାଲିକ କାନ୍ତା ପ୍ରସାଦଙ୍କ ହୋଟେଲ୍‌କୁ କେହି ଆସୁନାହାନ୍ତି କହି କାନ୍ଦିବାର ଏକ ଭିଡ଼ିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଯାହାକୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ ସଂସ୍ଥା ସମସ୍ତେ ତାଙ୍କ ଢାବା ନିକଟକୁ ଧାଇଁଥିଲେ। ତେବେ ଏହି ଢାବାକୁ ଯଦି ଦେଖିବେ ତେବେ ସେଠାରେ ଆପଣ କେବଳ ମାଲିକ କାନ୍ତା ପ୍ରସାଦଙ୍କୁ ନୁହେଁ […]

hati-chua-mruta
ହାତୀ ଛୁଆ ମୃତ

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗପୀଢ଼ ଫରେଷ୍ଟ ରେଞ୍ଜ ନଡାପାଣି ଗାଁ ନିକଟସ୍ଥ ଜଙ୍ଗଲରୁ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ହାତୀର ବୟସ ପ୍ରାୟ ୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଗତକାଲି ହାତୀର ମୃତଦେହ ଜଙ୍ଗଲରେ ପଡିଥିବା ଗାଁ ଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ। ଆଜି ସକାଳେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି। ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର […]

rohan-jaitly
ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

ନୂଆଦିଲ୍ଲୀ: ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍‌(ଡିଡିସିଏ) ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଦିବଙ୍ଗତ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପୁଅ ରୋହନ ଜେଟ୍‌ଲୀ। ୩୧ ବର୍ଷୀୟ ରୋହନ ଏହି ପଦରେ ୨୦୨୧ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ରହିବେ। ତେବେ ଟ୍ରେସର୍‌ ଓ ନିର୍ଦ୍ଦେଶକ ପଦ ପାଇଁ ନଭେମ୍ବର ୫, ୬ ଓ ୮ତାରିଖରେ ନିର୍ବାଚନ ହେବ। ନଭେମ୍ବର ୯ରେ ଫଳାଫଳ ଘୋଷଣା ହେବ। ପେଷାରେ ଓକିଲ ଥିବା ରୋହନ ଡିଡିସିଏର ଅଧ୍ୟକ୍ଷ ପଦ ପାଇଁ ଶେଷ […]

Untitled-1
ଭୁବନେଶ୍ୱରରେ କମ୍‌ ଆକ୍ରାନ୍ତ ଅଧିକ ସୁସ୍ଥ ହେଲେ

ଭୁବନେଶ୍ୱର: ମହାନଗରରୁ ଆଉ ୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୧୬ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୫୫, ଲୋକାଲ୍ କେସ୍ ୧୬୧ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିଏମ୍‌ସି। ଆଜି ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁର ଓ ନୟାପଲ୍ଲୀରୁ ୧୧ ଲେଖାଏଁ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି। ସେହିଭଳି ପଟିଆ ଓ ୟୁନିଟ୍-୯ରୁ ୧୦ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଡ଼ଗଡ଼, ଲକ୍ଷ୍ମୀସାଗର ଓ ଖଣ୍ଡଗିରିରୁ ୭ ଲେଖାଏଁ ଆକ୍ରାନ୍ତ ଚିହ୍ନଟ […]

ELECTION
ଉପନିର୍ବାଚନରେ ରାଜନୈତିକ ସଭା ନେଇ ଗାଇଡଲାଇନ ଜାରି

ଭୁବନେଶ୍ୱର: ଉପନିର୍ବାଚନରେ ରାଜନୈତିକ ସଭା ନେଇ ଗାଇଡଲାଇନ ଜାରି ହୋଇଛି। ରାଜନୈତିକ ସଭା ନେଇ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ, କୌଣସି ହଲ୍, ସଭାଗୃହରେ ମିଟିଂ କଲେ ୫୦% ଲୋକଙ୍କୁ ଅନୁମତି ମିଳିବ। ହଲ୍‌ରୁ ୫୦% ସିଟ୍ ପାଇଁ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ଦିଆଯିବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି। ତେବେ ମିଟିଂ ହଲ୍‌ରେ ସବୁଲୋକ ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ୱ ରଖିବା ସହିତ ସମସ୍ତଙ୍କର ଥର୍ମାଲ […]

cm-nveen
ପୁରୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତବେଳେ ବିଭିନ୍ନ ସ୍ଥାନରେ କଳା ପତାକା ପ୍ରଦର୍ଶନ। ସହରର ୩ଟି ଜାଗାରେ କଳା ପତାକା ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ ପୁରୀର କଂଗ୍ରେସ କର୍ମୀ। ପ୍ରଥମେ ଅଠରନଳା, ପରେ ବଗଲା ଧର୍ମଶାଳା ଏବଂ ଏହାପରେ ବଳଗଣ୍ଡି ଛକରେ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ। ଅଠରନଳା ନିକଟରେ ୧୦ରୁ ଅଧିକ ଯୁବକ କଳା ପତାକା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। କଳା ପତାକା ଧରି କାର୍‌କେ ସାମ୍ନାକୁ […]

serological
ମାଲକାନଗିରି ପୌରାଞ୍ଚଳରେ ସେରୋଲୋଜିକାଲ୍‌ ସର୍ଭେ

ମାଲକାନଗିରି: ଗତ ୬, ୭ ଓ ୮ ତାରିଖରେ ମାଲକାନଗିରି ପୌରାଞ୍ଚଳରେ ସେରୋଲୋଜିକାଲ୍‌ ସର୍ଭେ ହୋଇଥିଲା। ୧୬୧୩ ଲୋକଙ୍କଠାରୁ ସାମ୍ପଲ୍‌ ସଂଗ୍ରହ କରାଯାଇ ପରୀକ୍ଷା ହୋଇଥିଲା। ୧୦୧୮ ରାଣ୍ଡମ ବେସିସ ଓ ୫୯୫ ହାଇରେସିଓ ସାମ୍ପଲ ସଂଗ୍ରହ ହୋଇଥିଲା। ଜିଲ୍ଲା ପ୍ରଶାସନ ଓ ଆରଏମ୍‌ଆରସି ସହଯୋଗରେ ଟେଷ୍ଟ କରାଯାଇଥିଲା। ଆଜି ସୁଦ୍ଧା ମାଲକାନଗିରି ଜିଲ୍ଲାରେ ୪୪୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୧୪ ଜଣ ଆରୋଗ୍ୟ ହୋଇ ଘରକୁ […]

kj
ଗଙ୍ଗ୍‌ନମ୍‌ ଷ୍ଟାଇଲ୍‌ ଗୀତରେ ଡ୍ୟାନ୍ସ ସହ ନୁଡୁଲ୍ସ ପ୍ରସ୍ତୁତ କରି ଚର୍ଚ୍ଚାରେ ଯୁବତୀ

ନୂଆଦିଲ୍ଲୀ: ଆଜିକାଲିର ଯୁବ ପିଢ଼ି ଘର ଖାଦ୍ୟ ଅପେକ୍ଷା ଫାଷ୍ଟ ଫୁଡ୍‌କୁ ଅଧିକ ଭଲପାଉଛନ୍ତି। ତେଣୁ ରାସ୍ତା କଡ଼ରେ ଅନେକ ଛୋଟବଡ଼ ଫାଷ୍ଟ ଫୁଡ୍‌ ଦୋକାନ ଖୋଲିବାରେ ଲାଗିଛି। ତେବେ କେତେକ ଫାଷ୍ଟଫୁଡ୍‌ ଦୋକାନୀ ସେମାନଙ୍କ ଖାଦ୍ୟ ତିଆରି କରିବାରେ ଶୈଳୀକୁ ନେଇ ଆଖପାଖ ଅଞ୍ଚଳରେ ବଶ୍‌ ଚର୍ଚ୍ଚିତ ହୋଇଥାନ୍ତି। ସେମିତି ଏକ ଲେଡି ଫାଷ୍ଟଫୁଡ୍‌ ଦୋକାନୀଙ୍କ ମଜାଦାର ନୁଡୁଲ୍ସ ତିଆରି କରିବାରେ ଭିଡିଓ ଭାଇରାଲ ହେଉଛି। ଏହି ଯୁବତୀ ଜଣକ ରାସ୍ତା କଡ଼ରେ ନୁଡୁଲ୍ସ ପ୍ରସ୍ତୁତ […]

naveen-pic
ମୁଖ୍ୟମନ୍ତ୍ରୀଙ୍କ ୧୯ ମିନିଟ୍‌ର ବନ୍ୟାଞ୍ଚଳ ଉଡାଣ ରହସ୍ୟ: ୫ଟି ବିଷୟରେ ମଗାଗଲା ସ୍ପଷ୍ଟୀକରଣ

ଭୁବନେଶ୍ୱର: ବନ୍ୟାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ୧୯ ମିନିଟ୍‌ର ଉଡ଼ାଣ ରହସ୍ୟ ଉପରୁ କେବେ ଉଠିବ ପର୍ଦ୍ଦା? କେବେ ନିରବତା ଭାଙ୍ଗିବ ସିଏମ୍ଓ? ଓଟିଭିରେ ଖବର ପ୍ରସାରଣର ୩ ଦିନ ପରେ ଆଜି ଏହି ପ୍ରସଙ୍ଗକୁ ନେଇ ସିଧା ମୁଖ୍ୟମନ୍ତ୍ରୀଙ୍କଠୁ ୫ଟି ବିଷୟରେ ସ୍ପଷ୍ଟୀକରଣ ମାଗିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ। ସିଧା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ୫ଟି ବିଷୟରେ ସ୍ପଷ୍ଟୀକରଣ ଲୋଡ଼ିଛି। ଆଉ ସେସବୁ ହେଉଛି ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ପ୍ରକୃତରେ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ […]

j
ନାଗାର୍ଜୁନ ବେଶ ପାଇଁ ଖୋଲିବ କି ଶ୍ରୀମନ୍ଦିର ?

ପୁରୀ: ନଭେମ୍ବର ୧ରୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ। ତା’ସହ ସେହି ମାସ ୨୭ରେ ପଡୁଛି ଦୁର୍ଲଭ ନାଗାର୍ଜୁନ ବେଶ। ତେଣୁ ଶୀଘ୍ର ଶ୍ରୀମନ୍ଦିର ଖୋଲିବା ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଆତୁର ହେଲେଣି। ହେଲେ କରୋନାର କୋପ କମି ନଥିବାରୁ ଅଧିକାଂଶ ସେବାୟତ ନିଯୋଗ ମନ୍ଦିର ନଖୋଲିବାକୁ ମତ ରଖିବା ସହ ଅନଲାଇନ୍‌ରେ ପତିତପାବନଙ୍କ ଦର୍ଶନ ବ୍ୟବସ୍ଥା କରାଇବାକୁ କହିଛନ୍ତି। ହେଲେ ଛତିଶା ନିଯୋଗ ନାୟକ ଏବଂ ଆଉ କିଛି ସେବାୟତ କିନ୍ତୁ ନାଗାର୍ଜୁନ […]

coronavirus-2
ରାଜ୍ୟରେ ଆଉ ୨୮୪୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରୁ ସୁସ୍ଥ ହେଲେ ଆଉ ୨୮୪୨ ଜଣ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା। ସେହିପରି କଟକରୁ ୨୩୭, ନୂଆପଡ଼ାରୁ ୧୬୧, ପୁରୀରୁ ୧୪୮ ଜଣ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁର- ୧୩୬, ଅନୁଗୁଳ- ୧୧୯, କଳାହାଣ୍ଡିରୁ ୧୧୭ ସୁସ୍ଥ ହୋଇଛନ୍ତି। ଝାରସୁଗୁଡ଼ା- ୧୧୮, ଯାଜପୁର- ୧୦୦, ଭଦ୍ରକରୁ ୯୪ ସୁସ୍ଥ ହୋଇଥିବା ବେଳେ ବରଗଡ଼- […]

s
ସ୍ପୁଟନିକ୍-'ଭି'ର ପରୀକ୍ଷଣ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଭାରତରେ ରୁଷର କୋଭିଡ ଟିକା ସ୍ପୁଟନିକ୍-ଭିର ପରୀକ୍ଷଣ ପାଇଁ ଅନୁମତି ମିଳିଲା। ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀକୁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆ। ପ୍ରଥମ ପ୍ରସ୍ତାବକୁ ଖାରଜ କରିବା ପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଡକ୍ଟର ରେଡ୍ଡୀକୁ DCGI ଲାବୋରାଟୋରୀ ଅନୁମତି ଦେଇଛନ୍ତି। ଏ ସଂପର୍କରେ ଡକ୍ଟର ରେଡ୍ଡୀ ଏବଂ ରସିଆନ୍ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ (RDIF) ପକ୍ଷରୁ ଏକ ମିଳିତ ବିବୃତି ଜାରି କରାଯାଇଛି। […]

pm-modi
କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା; ସଂକ୍ରମିତ ରାଜ୍ୟ ଭିତରେ ଟପ୍‌-୧୦ରେ ଓଡ଼ିଶା

ନୂଆଦିଲ୍ଲୀ: ନିର୍ବାଚନ ହେଉ କି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଆୟୋଜନ ଭଳି ଦେଶବାସୀଙ୍କ ପାଖରେ କରୋନା ଭ୍ୟାକସିନ୍ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି। ଦେଶରେ କୋଭିଡ୍-୧୯ ସ୍ଥିତିର ସମୀକ୍ଷା ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୁଖ୍ୟତଃ ଭ୍ୟାକସିନ୍‌ରି ସ୍ଥିତି, ବିତରଣ ଓ ପ୍ରଶାସନିକ ପ୍ରସ୍ତୁତି ଉପରେ ଜୋର ଦେଇଥିଲେ। ଲୋକଙ୍କ ପାଖରେ ଯେତେ ଶୀଘ୍ର କରୋନା ଭ୍ୟାକସିନ ପହଞ୍ଚି ପାରିବ ସେଥିପାଇଁ ସ୍ୱତନ୍ତ୍ର ବିତରଣ ବ୍ୟବସ୍ଥା କରିବାକୁ କହିଥିଲେ। ନିର୍ବାଚନ ସମୟରେ ଯେଭଁଭଳି ଭାବେ ଆୟୋଜନ […]

rain
୨୦ରୁ ପ୍ରବଳ ବର୍ଷା; ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନେଇ ଗଞ୍ଜାମରେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ୧୯ରୁ ୨୧ ଯାଏଁ ବର୍ଷା ସମ୍ଭାବନା ରହିଛି। ୧୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୧୯ରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳି ବର୍ଷିବା ନେଇ ପୂର୍ବାନୁମାନ କରାଯାଇଛି। ସେହିଭଳି ୨୦ ତାରିଖରେ ଗଞ୍ଜାମ, ଗଜପତି ଜିଲ୍ଲାକୁ ଅତି ପ୍ରବଳ ବର୍ଷା ଆଲର୍ଟ ସହ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। […]

jj
ପୋଲିସକୁ ଏକ ବଡ଼ ସଫଳତା, ୧୧ ଜଣିଆ ଡକାୟତି ଗ୍ୟାଙ୍ଗ୍ ଗିରଫ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ୧୧ ଜଣିଆ ବଡ଼ ଡକାୟତି ଗ୍ୟାଙ୍ଗକୁ  ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ନଗଦ ୫ଲକ୍ଷ ୮୯ ହଜାର ଟଙ୍କା ସହ ୭୬ ଗ୍ରାମ ସୁନା, ୧୨କେଜି ରୂପା, ଗୋଟିଏ ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ଗତ ୬ ତାରିଖ ରାତିରେ ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦାଠାରେ ଏକ ଜୁଏଲାରୀ ବ୍ୟବସାୟୀ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଏହି […]