• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Akankhya
NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ଲକ୍ଷ୍ନୌ: ନିଟ୍‌ରେ ରେ ୭୨୦ରୁ ୭୨୦ ନମ୍ୱର ରଖି ସାରା ଦେଶରେ ଟପର୍ ହୋଇଛନ୍ତି ରାଉରକେଲାର ସୋଏବ୍ ଅଫତାବ। ପୂର୍ବରୁ ନିଟ୍‌ରେ ପୂରା ୭୨୦ରୁ ୭୨୦ କେହି ରଖିନଥିଲେ। ତେବେ କୌତୁହଳର କଥା ହେଉଛି, ଅଫତାବଙ୍କ ସହ ଆଉଜଣେ ଛାତ୍ରୀ ଉତ୍ତର ପ୍ରଦେଶର ଆକାଂକ୍ଷା ସିଂହ ମଧ୍ୟ ୭୨୦ରୁ ୭୨୦ ମାର୍କ ରଖିଛନ୍ତି। ଦୁଇ ଜଣ ସମାନ ନମ୍ବର ରଖି ଜଣେ ଅଲ୍‌ ଇଣ୍ଡିଆ ରାଙ୍କ ୧ ଓ ଆଉ ଜଣେ ରାଙ୍କ ୨ ପାଇଛନ୍ତି। ଏହା ନିଷ୍ପତ୍ତି […]

police
କବରସ୍ଥାନ ନିକଟରେ ବିସ୍ଫୋରଣ, ଜଣେ ମୃତ

କଟକ: ବିସ୍ଫୋରଣରେ ଚାଲିଗଲା ଜଣଙ୍କ ଜୀବନ। କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ନାହାଳପୁର ଗାଁ ପାଖ ଏକ ପଡିଆରେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନାହାଳପୁର ଗାଁର ମିର୍ଜା ମୁସ୍ତାଫ ବେଗ। ନାହାଳପୁର କବରସ୍ଥାନ ନିକଟରୁ ହଠାତ୍ ଏକ ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଚାଲି ଆସିଥିଲେ। ମିର୍ଜା ମୁସ୍ତାଫଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଟକ ବଡ ମେଡିକାଲ ନିଆଯିବା ବେଳେ […]

rain
ଆସୁଛି ବଡ଼ ବର୍ଷା, ସଜାଗ ରୁହ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ପୂର୍ବାନୁମାନ ପରେ ଏନେଇ ସଜାଗ ହୋଇଛି ଜଳ ସମ୍ପଦକ ବିଭାଗ। ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଉପରେ ନଜର ରଖାଯାଇଛି। ବଂଶଧାରା, ନାଗାବଳୀ ଓ ଋ଼ଷିକୁଲ୍ୟାର ଜଳ ଭଣ୍ଡାରରେ ଜଳସ୍ତର ୮୦ ପ୍ରତିଶତରୁ କମ ରଖାଯାଇଛି। ଏବେ ଏହି ନଦୀ ଗୁଡ଼ିକର ବିଭିନ୍ନ ଜଳ ଭଣ୍ଡାରରେ ୬୫ରୁ ୭୦ ପ୍ରତିଶତ ଜଳସ୍ତର ଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ। ୮ଟି ଜିଲ୍ଲାର ନୋଡ଼ାଲ ଅଫିସର୍ ନିଯୁକ୍ତ […]

congress
ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟର ୩୩ ସାଙ୍ଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ଆଜି ସର୍ବ ଭାରତୀୟ କଂଗ୍ରେସ କମିଟି – AICC ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ଭୁବନେଶ୍ୱର ପାଇଁ ବିଶ୍ୱଜିତ ଦାସ, କଟକ ଜିଲ୍ଲା ପାଇଁ ମାନସ ଚୌଧୁରୀ, କଟକ ସହର ପାଇଁ ଗିରିବାଳା ବେହେରା, ଗଞ୍ଜାମ ପାଇଁ ବିଧାୟକ ରମେଶ ଚନ୍ଦ୍ର ଜେନା, କେନ୍ଦ୍ରାପଡ଼ା ପାଇଁ ଅଂଶୁମାନ ମହାନ୍ତି, ଖୋର୍ଦ୍ଧା ପାଇଁ ବିଧାୟକ ସୁରେଶ ରାଉତରାୟ, କୋରାପୁଟ ପାଇଁ ମିନାକ୍ଷୀ […]

aajtak
ୟୁପି ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ; ଉତ୍ତର ପ୍ରଦେଶ ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧୀରେନ୍ଦ୍ର ସିଂହ ଗିରଫ ହୋଇଛି। ଲକ୍ଷ୍ନୌର ଜନେଶ୍ୱର ମିଶ୍ର ପାର୍କ ନିକଟରେ ଧୀରେନ୍ଦ୍ରକୁ ଗିରଫ କରିଛି ୟୁପି ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ। ଧୀରେନ୍ଦ୍ରଙ୍କ ସହିତ ତାଙ୍କର ଅନ୍ୟ ସହଯୋଗୀ ସନ୍ତୋଷ ଯାଦବ ଓ ମର୍‌ଜୀତ ଯାଦବ ଗିରଫ ହୋଇଛନ୍ତି। ଏମାନଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଥିବା ଜଣେ ପୋଲିସ ଅଫିସର ସୂଚନା ଦେଇଛନ୍ତି। ଖବର ସରବରାହ ସଂସ୍ଥା ଏଏନ୍‌ଆଇ ଅନୁସାରେ, ଧୀରେନ୍ଦ୍ର ଓ ସାଥି ଗିରଫ ହେବା […]

murder
ଗୋଟିଏ ବଳଦ ପାଇଁ ସଡ଼ୁକୁ ପିଟିପିଟି ମାରିଦେଲା ସଡ଼ୁ

ମୟୂରଭଞ୍ଜ: ବୃଦ୍ଧଙ୍କୁ ପିଟି ପିଟି ହତ୍ୟା  କରାଯାଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଅସୁରଖାଲ ହାଟରେ ଏହି ଅଭାବନୀୟ ଘଟଣା ଘଟିଛି। ରବୀନ୍ଦ୍ରନାଥ ନାୟକଙ୍କୁ ତାଙ୍କ ସଡ଼ୁ କାର୍ତ୍ତିକ ନାୟକ ପିଟି ପିଟି ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ରବୀନ୍ଦ୍ର ତାଙ୍କ ସଡ଼ୁ କାର୍ତ୍ତିକଙ୍କଠାରୁ ଏକ ବଳଦ ଆଣିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେଉଥିଲା। ତେବେ ଗତକାଲି ସନ୍ଧ୍ୟାରେ ରବୀନ୍ଦ୍ର ଅସୁରଖାଲ ହାଟକୁ ଯାଇଥିବା ବେଳେ ସେଠାରେ କାର୍ତ୍ତିକ […]

dha
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳି ଶାନ୍ତି ସ୍ତୁପ

ଭୁବନେଶ୍ୱର: କରୋନା କାରଣରୁ ପର୍ଯ୍ୟଟନ ଶିଳ୍ପ ଅଧିକ ପ୍ରଭାବିତ ହୋଇଛି। କରୋନା ପର ଠାରୁ ଏହି ଦର୍ଶନୀୟ ସ୍ଥାନ ଗୁଡ଼ିକ ବନ୍ଦ ହୋଇଯାଇଛି। ଯାହା ଫଳରେ ଏହାର ଆଖ ପାଖରେ ବ୍ୟବସାୟ କରି ପରିବାର ଚଳାଉଥିବା ବ୍ୟବସାୟୀଙ୍କର ଅଧିକ କ୍ଷତି ହୋଇଛି। ତେବେ କରୋନା କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଧଉଳି ଶାନ୍ତି ସ୍ତୁପକୁ ଖୋଲିଛି ପର୍ଯ୍ୟଟନ ବିଭାଗ। ଦୀର୍ଘ ୭ ମାସ ପରେ ଏହି ପର୍ଯ୍ୟଟନ ସ୍ଥଳୀକୁ ଖୋଲା ଯାଇଛି। ବେପାର ଆଶାରେ ବ୍ୟବସାୟୀ ମାନେ […]

cm
ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବିବାଦ ପ୍ରସଙ୍ଗରେ ବିଜେପିର ଟାର୍ଗେଟ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବିବାଦ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଗତ କିଛି ଦିନ ହେବ ଗଣମାଧ୍ୟମ ଓ ସୂଚନା ଅଧିକାର କର୍ମୀ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ସେ ବାବଦରେ ସରକାର ଏକ ସ୍ପଷ୍ଟ ଚିତ୍ର ଦେବାର ଆବଶ୍ୟକତା ରହିଛି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ଖବରକୁ ଆଳ କରି ସାମ୍ବାଦିକଙ୍କ ଉପରେ ସରକାର ଯେଭଳି ଦମନ କରିବାକୁ ଉଦ୍ୟମ କରୁଛନ୍ତି, ତାକୁ ଛାଡ଼ି ସ୍ପଷ୍ଟ ଚିତ୍ର ରଖିବାକୁ […]

ajad-loan
ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

ନୂଆଦିଲ୍ଲୀ: ଆଉ ଜଣେ କାଶ୍ମୀର ନେତାଙ୍କ ବିବାଦୀୟ ବୟାନ। ଜାମ୍ମୁ ଓ କାଶ୍ମୀର ପିପୁଲ୍ସ କନଫରେନ୍ସର ଅଧ୍ୟକ୍ଷ ସାଜଦ ଲୋନ୍‌ ଧାରା ୩୭୦ ଉଚ୍ଛେଦକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସଂକ୍ରମଣ ସହିତ ତୁଳନା କରିଛନ୍ତି ସାଜଦ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷତାକାର ଦେଇ ସାଜଦ କହିଛନ୍ତି,  ଯେମିତି କୋଭିଡ୍‌-୧୯ ପାଞ୍ଚଦିନ ପରେ ଲକ୍ଷଣ ଦେଖାଉଛି, ଠିକ୍ ସେମିତି ଯାହା ସେମାନେ କରିଛନ୍ତି ଏହାର ପ୍ରତିକ୍ରିୟା ହୁଏତ ପାଞ୍ଚ ବର୍ଷ […]

sur-routray
ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସୁର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଗତ ୬ ମାସ ଧରି ଘରେ ଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଉନ୍ନୟନମୂଳକ କାର୍ଯ୍ୟ ସବୁ ବନ୍ଦ ଥିଲା। ହେଲେ ଉପନିର୍ବାଚନ ଥିବାରୁ ପୁରୀ ଗଲେ ମୁଖ୍ୟମନ୍ତ୍ରୀ। ପଲିଟିକାଲ୍ ମାଇଲେଜ୍ ନେବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି କରିଥିବା ସୁର ଅଭିଯୋଗ କରିଛନ୍ତି। ତିର୍ତ୍ତୋଲ ଓ ବାଲେଶ୍ୱର ନିର୍ବାଚନ ଦୃଷ୍ଟିରେ ରଖି ନବୀନ ପୁରୀ ଯାଇଥିଲେ। ଗତ ୧୫ ବର୍ଷ ହେବ […]

tweet-ex
ଅର୍ଥକୁ ବିକୃତ କରିବାକୁ ବିଜେଡି ଆତୁର: ବୈଜୟନ୍ତ

ଭୁବନେଶ୍ୱର: ଓଡ଼ିଶା ପୋଲିସ୍‌ ଓ ମହାରାଷ୍ଟ୍ର ପୋଲିସ୍‌କୁ ନେଇ ବୈଜୟନ୍ତ କରିଥିବା ଟ୍ୱିଟ୍‌କୁ ବୁଝିପାରୁନାହାନ୍ତି ବିଜେଡି ନେତା। ଟ୍ୱିଟ୍‌ ନେଇ ସ୍ପଷ୍ଟ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ଯେ, ମୁଁ ଯାହା କହିଥିଲି, ତାହାକୁ ବିକୃତ କରିବାକୁ ବିଜେଡି ଆତୁର। ଯେ କେହି ମୋର ଟ୍ୱିଟ୍ ଓ ସାକ୍ଷାତକାର ପଢ଼ିପାରିବେ। ଓଡ଼ିଶା ପାକିସ୍ତାନ ଭଳି ମୁଁ କହି ନ ଥିଲି। ପ୍ରକ୍ରିୟାକୁ ଅବମାନନା କରି ପାକିସ୍ତାନ ପୋଲିସ ଭଳି ବ୍ୟବହାର କରୁଛି। […]

pinak-mishra
ଦାଦାବଟି ମାଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର : ଦାଦାବଟି ମାଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆବଶ୍ୟକ ପଡ଼ିଲେ ଅପରାଧିଙ୍କ ନାଁରେ NSAରେ ମାମଲା କରାଯିବ। ଦାଦାବଟିକୁ ନେଇ ଏଭଳି କଡ଼ା ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର। ଗତକାଲି ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହିରେ ଦାଦାବଟିକୁ ନେଇ ଘଟିଥିବା ଆକ୍ରମଣ ଘଟଣାରେ ସାମିଲ ୫ ଅଭିଯୁକ୍ତଙ୍କ ବିରୋଧରେ ୮ରୁ ଅଧିକ ମାମଲା ରହିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସେମାନଙ୍କୁ ଧରିବାକୁ ଏକ ଟିମ୍ ଗଠନ କରାଯାଇଛି। ଦାଦାବଟି ନେଇ ସାଧାରଣ ଲୋକ […]

women
ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ...

ଅମୃତସର: ଅସଦାଚରଣରୁ ବର୍ତ୍ତିବା ପାଇଁ ଚଳନ୍ତା କାର୍‌ରୁ ଡେଇଁପଡ଼ିଲେ ଦୁଇ ମହିଳା। ଏଭଳି ଘଟଣା ଘଟିଛି ପଞ୍ଜାବର ଅମୃତସରରେ। ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କୁ କାର୍ ଡ୍ରାଇଭର ଅସଦାଚରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଭୟରେ ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିଥିଲେ। ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି। ତେବେ ଦୁଇ ମହିଳାଙ୍କ ବ୍ୟତୀତ କ୍ୟାବ୍‌ରେ ଅନ୍ୟ ଜଣେ ମହିଳା ବି ଥିଲେ। ଯାହାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ପ୍ରଥମେ ଦୁଇ ମହିଳା କାର୍‌ […]

kkkk
ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଆବୁଧାବି: ଚଳିତ ଆଇପିଏଲର ୩୫ ତମ ମ୍ୟାଚ୍‌ରେ କୋଲକତା ନାଇଟ୍ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ କୋଲକାତା ଅଧିନାୟକ ୟୋନ୍‌ ମର୍ଗାନ ବ୍ୟାଟିଂ ଭାର ସମ୍ଭାଳି ଥିଲେ। ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୬୩ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ଶୁଭମ୍‌ ଗିଲ୍‌ […]

dhenkanal
ବାପା ମୃତ୍ୟୁର ୧୫ ଦିନ ପେର ଖବର ପାଇଁ ହତବାକ ପୁଅ ଓ ପରିବାର

ଢେଙ୍କାନାଳ: ଡାକ୍ତରଖାନାରେ ଛାଡ଼ିଦେଇ ଆସିଥିଲେ ଭଲ ହୋଇ ଫେରିବା ପାଇଁ, ହେଲେ ବାପା ଆଉ ଫେରିଲେନି। ବହୁତ ଖୋଜାଖୋଜି ପରେ ବି କିଛି ଖୋଜ୍‌ଖବର ମିଳିଲାନି। କିନ୍ତୁ ହଠାତ୍‌ ବାପାଙ୍କ ମୃତ୍ୟୁର ୧୫ ଦିନ ପରେ ଖବର ପାଇଲା ପୁଅ। ୧୫ ଦନ ପୂର୍ବରୁ ଯେ ବାପାଙ୍କ ମୃତ୍ୟୁ ହୋଇସାରିଛି ଏକଥା ଜାଣି ହତବାକ ପୁଅ ଓ ପରିବାର ଲୋକେ। କୌଣସି ଏକ ଫିଲ୍ମର କିମ୍ବା କାହାଣୀ ଭଳି ଘଟିଯାଇଥିବା ଏହି ଘଟଣାଟି ସମ୍ପୂର୍ଣ୍ଣ ସତ। ଢେଙ୍କାନାଳ […]

corona
ଭୁବନେଶ୍ୱରରୁ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୨ ରହିଛି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ୧୨, ଖଣ୍ଡଗିରି ଓ ନୟାପଲ୍ଲୀରୁ ୯ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଟଙ୍କପାଣି ରୋଡରୁ ୬, ବାପୁଜୀ ନଗରରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି BMCରେ କରୋନାରୁ […]

khrdha
ଜଟଣୀରେ ଲଗାତର ୭ଟି ବୋମାମାଡ଼; ଘରର କାନ୍ଥ ଭାଙ୍ଗି ଚୁର୍‌ମାର; ୨ ଆହତ

ଖୋର୍ଦ୍ଧା: ଜଟଣୀ ସ୍ଥିତ ମୁଣ୍ଡିଆସାହିରେ ସିରିଜ୍ ବୋମାମାଡ଼ ହୋଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପ୍ରାୟ ୭ଟି ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ବୋମାମାଡ଼ରେ ଜଣେ ପୁରୁଷ ଓ ଜଣେ ମହିଳା ଆହତ ହୋଇଥିବାବେଳେ ସେମାନଙ୍କୁ ଜଟଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏସ୍.କେ.ଶାହାବୁଦ୍ଦିନ ନାମକ ଜଣେ ଯୁବକ ରବୀନ୍ଦ୍ର ପ୍ରଧାନଙ୍କ ଘର ଉପରେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଫଳରେ ଘରର ଆଜବେଷ୍ଟସ ଭାଙ୍ଗିବା ସହ ଘର କାନ୍ଥ ବି ଭାଙ୍ଗିରୁଜି ଯାଇଛି। ଏହି […]