• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

1
୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧୧୮୧ରେ ପହଞ୍ଚିଛି। ଆଜି ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରୁ ୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ସେହିପରି ପୁରୀରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗୀର, ନୂଆପଡା, ବାଲେଶ୍ୱର, ଭୁବନେଶ୍ୱରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୂଚନା ଥାଉ କି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଆଜି ମଧ୍ୟ ଚିହ୍ନଟ […]

Untitled-1
ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଇସ୍‌ଲାମବାଦ: ପାକିସ୍ତାନ କରାଚୀରେ ଆଜି ଏକ ବଡ ଧରଣର ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁଲଶନ ଇ ଇକବାଲର ଏକ ବସ୍‌ଷ୍ଟପ୍‌ ନିକଟରେ ଥିବା ଦୁଇ ମହଲା କୋଠାରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଆଖପାଖ କୋଠା କ୍ଷତିଗ୍ରସ୍ତ ହୋଇଥିବା ପାକିସ୍ତାନ ମିଡିଆ ସୂତ୍ରରୁ ଜଣାଯାଇଛି। ଆହତ ଓ ମୃତକଙ୍କୁ ପଟେଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।  ତେବେ ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ସ୍ଥାନୀୟ […]

kajol
ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ମୁମ୍ବାଇ:  ୧୯୯୩ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରଙ୍ଗ’ର’ ‘ତୁଝେ ନା ଦେଖୁନ୍ ତୋ ଚୈନ୍’ ଗୀତ ଆଜି ବି ଆପଣଙ୍କର ମନେଥିବ। ଏହି ଗୀତରେ ଦିବ୍ୟା ଭାରତୀ ଏବଂ କମଲ୍ ସାଦାନାଙ୍କୁ ଦେଖିବାକୁ ମିଳିଥିଲା। ଦୁହିଁଙ୍କ କେମେଷ୍ଟ୍ରି ଗୀତକୁ ଆହୁରି ଲୋକପ୍ରିୟ କରିଦେଇଥିଲା। କମଲ୍‌ ସାଦନଙ୍କ ଚାର୍ମିଂ ଚେହେରା ମଧ୍ୟ ସେ ସମୟରେ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଥିଲା। କିନ୍ତୁ କମଲ୍‌ଙ୍କ ୨୦ତମ ଜନ୍ମଦିନରେ ଘଟିଥିବା ଏକ ଘଟଣା ତାଙ୍କ ଜୀବନର ମୋଡ ବଦଳେଇଦେଇଥିଲା। ୧୯୭୦ […]

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱର CET(College of Engineering and Technology) ଇଞ୍ଜିନିୟରିଂ କଲେଜର ଜଣେ ପ୍ରଫେସରଙ୍କ ମୃତଦେହ ଭଡ଼ା ଘରୁ ମିଳିଛି। ମୃତକ ହେଲେ କୋରାପୁଟ ଜିଲ୍ଲା ସୁନାବେଡ଼ାର ଭାଗବତ ପ୍ରସାଦ ରଥ। ସେ ଘାଟିକିଆରେ ଭଡ଼ା ଘରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ଭାଗବତ ରହୁଥିବା ଘର ଭିତରୁ ଦୁର୍ଗନ୍ଧ ବାହାରିଥିଲା। ଏହା ଜଣାପଡ଼ିବା ପରେ ପଡ଼ୋଶୀ ପୋଲିସ୍‌କୁ ଏସମ୍ପର୍କରେ ଖବର ଦେଇଥିଲେ। ଗତ ୪ ଦିନ ହେବ ଘର ଭିତରେ ମୃତଦେହ ବନ୍ଦ ରହିବା ଯୋଗୁ ଦୁର୍ଗନ୍ଧ […]

date bill
୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ବେଜିଂ: ଯୁବକ ଜଣକ ଗର୍ଲଫ୍ରେଣ୍ଡକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ସମୟ ଗଡ଼ି ଚାଲିଲା। ଉତ୍କଣ୍ଠା ବି ବଢିଲା। ଶେଷରେ ଗର୍ଲଫ୍ରେଣ୍ଡ ଆସିଲେ କିଛି ବନ୍ଧୁଙ୍କ ସହ। ସମସ୍ତ ମିଶି ଖାଇଲେ। ବହୁତ ମସ୍ତି କଲେ। ଏବେ ବିଲ୍‌ ଦେବାର ପାଳି। ଗର୍ଲଫ୍ରେଣ୍ଡକୁ ନେଇ ରେଷ୍ଟୁରାଣ୍ଟକୁ ଯାଇଛ ମାନେ ବିଲ୍‌ଟା ପ୍ରେମିକଙ୍କୁ ହିଁ ତ ଭରିବାକୁ ପଡ଼ିବ ନା ! ହେଲେ ବନ୍ଧୁମାନଙ୍କ ଖାଇବା ପ୍ଲେଟକୁ ଦେଖି ଅଧା ଖାଇବାରୁ ରେଷ୍ଟୁରାଣ୍ଟ ଛାଡ଼ି ଦୌଡି ପଳାଇଲେ […]

Drone
ପୁଣି ଜମ୍ମୁରେ ଉଡ଼ିଲା ଡ୍ରୋନ, BSF ଯବାନଙ୍କ ଫାୟାରିଂ ପରେ ହଠାତ୍‌ ଗାଏବ ହୋଇଗଲା

ଶ୍ରୀନଗର: ଜମ୍ମୁରେ ଶତ୍ରୁମାନଙ୍କ  ‘ଡ୍ରୋନ୍‌ ଷଡ଼ଯନ୍ତ୍ର’ ଜାରି ରହିଛି। ହେଲେ ସେମାନଙ୍କର ଯୋଜନାକୁ ଗୋଟିଏ ପରେ ଗୋଟିଏ ଭଣ୍ଡୁର କରିବାରେ ଲାଗିଛନ୍ତି ସୁରକ୍ଷାକର୍ମୀ। ଆଜି ଭୋର ୪ଟା ସମୟରେ ଜମ୍ମୁ ଓ କାଶ୍ମୀର ଅରନିୟା ସେକ୍ଟରର ଅନ୍ତଃରାଷ୍ଟ୍ରୀୟ ସୀମା ନିକଟରେ ପୁଣିଥରେ…

drown `1
ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଖଲ୍ଲିକୋଟ: ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୁଳସୀପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ୨ ଭଉଣୀଙ୍କ ବୟସ ୮ ଓ ୧୦ ବର୍ଷ ବୋଲି ଜଣାପଡ଼ିଛି। ଆଜି ସକାଳେ ଦୁଇ ଭଉଣୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ପୋଖରୀରେ ବୁଡ଼ି ଉଭୟଙ୍କ ମୃତ୍ୟୁ ଘଟିଥିବା ବୋଲି ସୂଚନା ମିଳିଛି।

nia
ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରୁ ଜଣକୁ ଉଠାଇ ନେଇଛି NIA। ନେସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି ଟିମ୍ ଉକ୍ତ ବ୍ୟକ୍ତିଙ୍କୁ କାହିଁକି ଉଠାଇ ନେଲେ ତାହା ସ୍ପଷ୍ଟ ହୋଇନାହିଁ। ତେବେ କୌଣସି ଘଟଣା ସହ ତାଙ୍କର ଲିଙ୍କ ଥିବା ଅନୁମାନ କରାଯାଉଛି। ତାଙ୍କୁ କୌଣସି ଏକ ଅଜ୍ଞାତ ସ୍ଥାନକୁ ନିଆଯାଇ ପଚରା ଉଚରା କରୁଥିବା କୁହାଯାଉଥିଲା । ହେଲେ ଅଜ୍ଞାତ ସ୍ଥାନ ନୁହେଁ, ଖଣ୍ଡଗିରି ଥନାରେ ଜେରା କରାଯାଉଥିବା ନେଇ ସ୍ପଷ୍ଟ କରିଛନ୍ତି  ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। […]

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: କମନ ପିଜି ପ୍ରବେଶିକା ପରୀକ୍ଷା ଟାଇମ ଲାଇନରେ ପରିବର୍ତ୍ତନ କରାଯାଇଛି। ନଭେମ୍ବର ୨ ତାରିଖ ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟ ସଂଯୋଜନାରେ OCAC ପାଖରେ ଛାତ୍ରଛାତ୍ରୀଙ୍କ ମାର୍କ ଦାଖଲ କରାଯିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ନଭେମ୍ବର ୫ ତାରିଖ ରାତି ୧୧ ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ନିଜ କ୍ୟାରିଅର ମାର୍କ SAMS ପୋର୍ଟାଲରେ ଉପଲୋଡ କରିବେ। ନଭେମ୍ବର ୧୦ ତାରିଖରେ ରାଜ୍ୟବ୍ୟାପୀ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏଥିସହ ନଭେମ୍ବର ୩୦ […]

gold
କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: କିଛି ଦିନ ଧରି ସୁନା, ରୂପା ଦରରେ ହ୍ରାସ ପରେ ପୁଣିଥରେ Domestic futures marketର Multi Commodity Exchange(MCX)ରେ ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆଜି ପ୍ରାରମ୍ଭରେ MCXରେ କାରବାର ୦.୨% ବୃଦ୍ଧି ପାଇ ସୁନା ପ୍ରତି ୧୦ ଗ୍ରାମକୁ ୫୧,୦୪୭ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ଦର ୦.୬% ବୃଦ୍ଧି ପାଇ ପ୍ରତି କିଲୋଗ୍ରାମକୁ ୬୩,୫୦୫ ଟଙ୍କାରେ ପହଞ୍ଚିଥିଲା। Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି […]

shami-kapoor
ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ମୁମ୍ବାଇ: ପୃଥ୍ୱିରାଜ କପୁରଙ୍କ ସାନ ପୁଅ ଶମି କପୁର ୨୧ ଅକ୍ଟୋବର ୧୯୩୧ରେ ଜନ୍ମଗ୍ରହଣ କରିଥିଲେ। ଶମି କପୁରଙ୍କ ପ୍ରକୃତ ନାଁ ଶମଶେର ରାଜ କପୁର। ଶମି ଏବେ ଆଉ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ଜୀବନ ସହିତ ଜଡିତ କିଛି କାହାଣୀ ଅଛି ଯାହାକୁ ଲୋକମାନେ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି। ଭାଇ ରାଜ କପୁରଙ୍କ ପାଇଁ ଶମିଙ୍କୁ ସ୍କୁଲ ଛାଡିବାକୁ ପଡିଥିଲା। ପୃଥ୍ୱି ଥିଏଟରରେ ଶକୁନ୍ତଳା ନାଟକରେ ଶମି ଭରତର ଭୂମିକା ଗ୍ରହଣ […]

ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା କୁକୁଡ଼ିମୁଣ୍ଡି ଗାଁରେ ଜଣେ ବ୍ୟକ୍ତିଙ୍କର ତୀର ମାଡ଼ରେ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ସୋମରା ଦେହୁରୀ। ପାରିବାରିକ କଳହକୁ କେନ୍ଦ୍ର କରି ଏପରି ଘଟଣା ଘଟିଥବା ଅଭିଯୋଗ ହୋଇଛି। ଗାଁ ଲୋକଙ୍କ କହିବା ଅନୁଯାୟୀ,  ଗତକାଲି ରାତିରେ ସୋମରାଙ୍କ ଉପରେ ତାଙ୍କ ପଡ଼ୋଶୀ ଛୋଟରାୟ ଦେହୁରୀ ତୀରମାଡ଼ କରିଥିଲେ। ତୀର ସୋମରାଙ୍କ ଛାତିରେ ବାଜିଥିଲା। ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ  ପରିବାର ଲୋକେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି […]

sushant
ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଅଭିନେତା ଅର୍ଜୁନ୍‌ ରାମପାଲ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ଗାବେରିଲା ଡେମେଟ୍ରିଆଡିସ୍‌ଙ୍କ ଭାଇଙ୍କୁ ଗିରଫ କରିଛି। ଗାବେରିଲାଙ୍କ ଭାଇ ଆଗିସିଆଲୋସ୍ ଡେମେଟ୍ରିଆଡିସ୍ ଓ ନିର୍ଦ୍ଦେଶକ ସାହିଲ୍‌ କୋହଲିଙ୍କୁ‌ ପଚରାଉଚରା ବେଳେ ଜଣେ  ଅଭିନେତାଙ୍କ ନାଁ ସାମ୍ନାକୁ ଆସିଛି। ଏହାସହ କିଛି ନିର୍ଦ୍ଦେଶକଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି। ଏବେ ଏହି ଅଭିନେତାଙ୍କୁ ଧରିବା ପାଇଁ ପୋଲିସ୍‌ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରି ଦେଇଛି। […]

111
ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ସାଢେ ୬ କୋଟିର ସମ୍ପତ୍ତି

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ । ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନଙ୍କ ଘରୁ ମିଳିଛି ୬ କୋଟି ୫୦ ଲକ୍ଷ ଟଙ୍କାର ସଂପତ୍ତି ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସଂପୃକ୍ତ ଯନ୍ତ୍ରୀଙ୍କୁ ଗିରଫ କରିଛି। ଗତକାଲି ଭୁବନେଶ୍ୱର ଜିପିଏଚ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘର ସହ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଭିଜିଲାନ୍ସ ଏସ୍‌ପି କହିଛନ୍ତି, ଏବେ […]

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ଭୁବନେଶ୍ୱର ରୋଡ୍‌ ଏବଂ ବିଲ୍ଡିଙ୍ଗ୍‌ ଡିଭିଜନ-୫ର ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ଙ୍କ ଘରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଥିବା ନେଇ ସୂଚନା ମିଳିଛି। ଭୁବନେଶ୍ୱର ଗଙ୍ଗନଗରରେ ଥିବା ୩ ମହଲା କୋଠା, ଗଂଜାମ ବଡ଼ଗଡ଼ରେ ଥିବା ପୈତୃକ ଘର, ସୋରଡ଼ାରେ ଥିବା ଶ୍ୱଶୁର ଘର, ଗଂଜାମ ବଡ଼ଗଡ଼ରେ ଥିବା ଅନ୍ୟ ଏକ ଘର, ଭୁବନେଶ୍ୱରରେ ଥିବା ଅଫିସରେ ଏକକାଳୀନ ଚଢ଼ାଉ କରାଯାଇଛି। ଭୁବନେଶ୍ୱରର ସ୍ୱତନ୍ତ୍ର […]

old-women
ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ସାଇକେଲ ଧରି ୨୨ଶହ କିଲୋମିଟର ଯାତ୍ରା କଲେ ୬୮ ବର୍ଷୀୟା ମହିଳା

ନୂଆଦିଲ୍ଲୀ: ଭକ୍ତିରେ ଅନେକ ଶକ୍ତି ଥାଏ। ଆଉ ଏକଥାକୁ ପ୍ରମାଣ କରିଦେଖାଇଛନ୍ତି ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ୬୮ ବର୍ଷୀୟା ଜଣେ ମହିଳା। ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ସେ  ସାଇକେଲ ଧରି ୨୨ ଶହ କିଲୋମିଟର ଯାତ୍ରା କରିଛନ୍ତି। ଏହି ବୃଦ୍ଧ ମହିଳାଙ୍କ ସାହାସ ଏବଂ ଶକ୍ତିକୁ ନେଇ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ସୋଶାଲ୍‌ ମିଡିଆରେ ମହିଳାଙ୍କର ଯାତ୍ରା ସମୟର ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି। ଭିଡିଓରେ ଧଳା ଓ କମଳା ରଙ୍ଗର ଶାଢ଼ି […]

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ଦୁବାଇ: ଗତକାଲିର ଆଇପିଏଲ ମ୍ୟାଚ୍‌ରେ ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ ବୋଲି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟାର କହିଛନ୍ତି। ଆମକୁ ଏଥିପ୍ରତି ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ। ଧୱନଙ୍କୁ ଛାଡ଼ି ଅନ୍ୟ ଖେଳାଳୀମାନେ ଅଧିକ ସଜାଗର ସହ ଖେଳିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି। ଗତକାଲି ଅର୍ଥାତ ମଙ୍ଗଳବାର ଆଇପିଏଲର ୩୮ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଇଥିଲେ। ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ […]