ଅମୃତସର: ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଲେ ୨ ମହିଳା। ପଞ୍ଜାବର ଅମୃତସରରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ୨ ମହିଳା କ୍ୟାବ୍ରେ ଯାଉଥିବା ବେଳେ ଗାଡ଼ି ଡ୍ରାଇଭର ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନର ପ୍ରୟାସ କରିବାରୁ ମହିଳା ଦ୍ୱୟ ଗାଡ଼ିରୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ୩ ଜଣ ମହିଳା ରଣଜିତ୍ ଆଭିନ୍ୟୁ ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟକୁ ଯିବାପାଇଁ ଏକ କ୍ୟାବ୍ ବୁକ୍ କରିଥିଲେ। […]
ନୂଆଦିଲ୍ଲୀ: ଦୁଇ ଓଳି ଖାଇବାକୁ ପାଖରେ ଟଙ୍କା ନଥିଲା। ତଥାପି ବୁଲା କୁକୁରଙ୍କର ସେବା କରିବାର ନିଷ୍ପତ୍ତି ନେଇଥିଲେ ପ୍ରତିମା। ଅଳିଆ ଗୋଟାଇ ସେ ଯେତିକି ରୋଜଗାର କରନ୍ତି ସେତିକିରେ ସେ ନିଜେ ଚଳିବା ସହ ୩୦୦ କୁକୁରଙ୍କୁ ଖାଇବାକୁ ଦିଅନ୍ତି। ନିଜର ଗୋଟେ ଛୋଟିଆ ଘର ଅଛି ଯେଉଁଠି ସେ ନିଜେ ରହିବା ସହ ଏ ସମସ୍ତ କୁକୁରଙ୍କୁ ନିଜ ଛୁଆ ପରି ରଖନ୍ତି। ଦିଲ୍ଲୀରେ ରହୁଥିବା ପ୍ରତିମାଙ୍କର ଏହି କାମ ପାଇଁ ଏବେ ସୋଶାଲ୍ […]
ଲମତାପୁଟ: ରାତିରେ ପାଟ୍ରୋଲିଂ ବେଳେ ଏକ ନମ୍ବର ନ ଥିବା ଗାଡ଼ିକୁ ପୋଲିସ୍ ୫ କି.ମି. ପର୍ଯ୍ୟନ୍ତ ପିଛା କରି ଶେଷରେ ଗାଡ଼ିକୁ ଅଟକାଇଥିଲେ। ପରେ ଜଣାପଡ଼ିଥିଲା ଯେ, ଏଥିରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିଲା। ଆନ୍ଧ୍ରପ୍ରଦେଶରୁ ଜୟପୁରକୁ ଏକ ନମ୍ବର ନ ଥିବା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ମାଛକୁଣ୍ଡ ପୋଲିସ୍ ଗାଡ଼ିକୁ ପିଛା କରି ସହ ୭ କ୍ୱିଣ୍ଟାଲ୍ ୧୨ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି। ତେବେ ଅନ୍ଧାର ରାତି ହୋଇଥିବାରୁ […]
ନୂଆଦିଲ୍ଲୀ: ଆଜିକାଲି ସବୁ ଜିନିଷର ଦରଦାମ୍ ବୃଦ୍ଧି ପାଇଛି। ଖାଇବାର ଦାମ୍ ଦେଖିନିଅନ୍ତୁ। ୧୦ଟଙ୍କାରେ ଜଳଖିଆ ପ୍ଲେଟ୍ ଏବେ ୩୦କୁ ବୃଦ୍ଧି ପାଇଲାଣି। କିନ୍ତୁ ଏହି ବ୍ୟବସାୟିକ ମାହୋଲ୍ରେ ମଧ୍ୟ ପାଖରେ ଟଙ୍କା ନଥିଲେ ମାଗଣାରେ ଗ୍ରାହକଙ୍କୁ ଖାଇବାକୁ ଦେଉଛନ୍ତି ଜଣେ ମହିଳା। ଦିଲ୍ଲୀର ପଶ୍ଚିମ ବିହାରରେ ରୁହନ୍ତି ସରିତା କଶ୍ୟପ୍। ଗତ ୨୦ବର୍ଷ ହେବ ସେ ସ୍କୁଟିରେ ‘ରାଜମା-ଚାଉଳ’ ଷ୍ଟଲ୍ କରିଛନ୍ତି। ସରିତାଙ୍କ ବିଶେଷତ୍ତ୍ୱ ହେଉଛି, ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ ତେବେ ଆପଣ […]
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା। ମହୁଲଡିହା ଥାନା ଧାତିକିଡିହାର ଜଣେ ମହିଳା ଅଟୋରେ ପ୍ରସବ କରିଛନ୍ତି। ଗାଁର ଚକ୍ରଧର ମଢ଼େଇଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ ତେଣୁ ପରିବାର ଲୋକେ ତାଙ୍କୁ ଏକ ଅଟୋରେ ବ୍ୟାରେଜ ରାସ୍ତାରେ ଆନନ୍ଦପୁର ମେଡିକାଲକୁ ନେଇ ଆସିବା ବାଟରେ ତାଙ୍କର ପ୍ରସବ ହୋଇଛି। ବାଟରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପ ପାଖରେ ଟ୍ରାଫିକ ଜାମ୍ ଯୋଗୁଁ ଅଟୋ ଟି ଫସି ଯାଇଥିଲା। ଅଟୋ […]
ସାଲେପୁର: ଦାଦାବଟି ନ ଦେବାରୁ ଦୋକାନ ଭିତରେ ପଶି ମା’,ପୁଅଙ୍କ ଭଙ୍ଗାରୁଜା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦାଦାବଟି ମାଗିବା ପରେ ନ ଦେବାରୁ ନିଜ ମା’ଙ୍କ ସହ ମିଶି ଜଣେ ଯୁବକ ଏକ ଇଳେକ୍ଟ୍ରୋନିକ୍ସ ଦୋକାନରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଯୁବକ ଜଣଙ୍କ ପ୍ରଥମେ କବାଟକୁ ଗୋଇଠା ମାରି ଦୋକାନ ଭିତରକୁ ପଶି […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨,୦୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୦୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୬୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୮୫୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୮,୩୬୪ରେ ପହଞ୍ଚିଛି।
ଭୁବନେଶ୍ୱର: ଆଜି ରାଜ୍ୟରେ ୧୪ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧,୧୩୫ରେ ପହଞ୍ଚିଛି। ଭୁବନେଶ୍ୱରରୁ ସର୍ବାଧିକ ୪ଜଣଙ୍କ ମୃତ୍ୟୁ ଘଟିଛି। କଟକ ଓ ଜଗତସିଂହପୁର ଜିଲ୍ଲାରୁ ୨ ଜଣ ଲେଖାଏ, ମୟୂରଭଞ୍ଜ, ପୁରୀ, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of fourteen #COVID19 positive patients while under treatment […]
କୋରାପୁଟ: ଲଘୁଚାପକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ଓ ୨୦ ତାରିଖରେ କୋରାପୁଟ୍ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଜିଲ୍ଲାକୁ ସତର୍କ କରାଯାଇଛି। ଏଥିସହ ଏହାର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଛି। ବର୍ଷା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଇନ୍ଦ୍ରାବତୀ, ଅପରକୋଲାବ ଓ ତେଲେଙ୍ଗିରି ଜଳଭଣ୍ତାରରେ ଜଳସ୍ତର ବହୁତ କମ ଥିବାରୁ ଏହା ସମସ୍ୟା ସୃଷ୍ଟି କରିବ ନାହିଁ […]
ଲକ୍ଷ୍ନୌ: ବିବାହିତା ପ୍ରେମିକାଙ୍କ ନିକଟରୁ ମୁକ୍ତି ପାଇବା ପାଇଁ ଜଣେ ଡାକ୍ତର, ପ୍ରେମିକାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶ ଗାଜିଆବାଦର ଏହି ଡାକ୍ତରଙ୍କୁ ପୋଲିସ୍ ଗିରଫ କରିଛି। ଡାକ୍ତର ଜଣକ ମଧ୍ୟ ବିବାହିତ। ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ପାଇଁ ପୋଲିସ୍କୁ ପାଖାପାଖି ୪୦ ଦିନ ଲାଗି ଯାଇଥିଲା। ଗତ ସେପ୍ଟେମ୍ବର ୭ରେ ଗାଜିଆବାଦର ଜଣେ ମହିଳା ସନ୍ଦିଗ୍ଧ […]
ନୂଆଦିଲ୍ଲୀ: ପାହାଡ଼ ଓ ଘଞ୍ଚ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ପାଠ ପଢ଼ାଇବା ସବୁବେଳେ ଗୋଟିଏ ଚ୍ୟାଲେଞ୍ଜ ହୋଇଥାଏ। କେତେବେଳେ ଭିତ୍ତିଭୂମି ନଥାଏ ତ କେତେବେଳେ ଶିକ୍ଷକଙ୍କ ଅଭାବ ଯୋଗୁଁ ଏହି ସବୁ ଅଞ୍ଚଳର କୁନି କୁନି ପିଲା ପାଠ ପଢ଼ାରୁ ବଞ୍ଚିତ ରହିଥାନ୍ତି। ଏ ଭଳି ସମସ୍ୟା ଦୂରେଇବା ଲାଗି ତାମିଲନାଡୁର କିଛି ଶିକ୍ଷକ ଉଦ୍ୟମ ଆରମ୍ଭ କରିଛନ୍ତି। ଏମାନେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍କୁଲ ଗୁଡ଼ିକୁ ରଙ୍ଗୀନ ଚିତ୍ରରେ ସଜାଉଛନ୍ତି। ତାମିଲନାଡୁ କୋଏମ୍ବାଟୁରର ଇଦିଗରାଇ […]
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୦ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଆସନ୍ତାକାଲିଠୁ ୨୧ ତାରିଖ ଯାଏ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଉପକୂଳରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ […]
ହାଇଦ୍ରାବାଦ: ସେ ଗୋଟିଏ ରାଜ୍ୟର ରାଜ୍ୟପାଳ। ରାଜ୍ୟର ପ୍ରଥମ ନାଗରିକ। କିନ୍ତୁ ରୋଗୀ ସେବାରେ ବ୍ରତୀ ହୋଇଛନ୍ତି। ତାହା ପୁଣି ବିପତ୍ତି ସମୟରେ। ସେ ହେଉଛନ୍ତି ତେଲଙ୍ଗାନା ରାଜ୍ୟପାଳ ଡକ୍ଟର ତାମିଲିସାଇ ସୌନ୍ଦରରାଜନ। ବିପତ୍ତି ସମୟରେ ରୋଗୀ ସେବା କରି ଉଦାହରଣ ସୃଷ୍ଟି କରିଛନ୍ତି ଏହି ମହିୟସୀ ମହିଳା। ରାଜଭବନରେ ବସି ସେ ଲୋକଙ୍କ କଲ୍ ଆଟେଣ୍ଡ କରୁଛନ୍ତି। ସିଧାସଳଖ ଲୋକଙ୍କ ସହ କଥା ହେଉଛନ୍ତି। ରୋଗୀଙ୍କୁ ସ୍ୱାସ୍ଥ୍ୟ ସଂପର୍କିତ ପରାମର୍ଶ ଦେଉଛନ୍ତି। ରୋଗୀମାନଙ୍କୁ ସେ ଟେଲିମେଡିସିନ […]
ଯାଜପୁର: କରୋନା ଲକ୍ଡାଉନ୍ ସମୟର ସଠିକ ଉପଯୋଗ କରିଛନ୍ତି ଜଣେ ଇଂଜିନିୟରିଂ ଛାତ୍ର। ବିଜ୍ଞାନ ପ୍ରତି ରୁଚି ରଖିଥିବା ଛାତ୍ର ଜଣଙ୍କ ଏକ ୪ ଚକିଆ ଗାଡି ତିଆରି କରିଛନ୍ତି। ଏଥିରେ ପୁରୁଣା ମୋଟର ସାଇକେଲର ଇଂଜିନ୍ ଲାଗିଛି। ଗାଡିରେ ୨ ଜଣ ବସିବା ପାଇଁ ସୁବିଧା ରହିଛି। ଯାଜପୁରର ଧର୍ମଶାଳା ଅଞ୍ଚଳରେ ଏହି ଗାଡିକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଧର୍ମଶାଳା ବ୍ଲକ ଭବାନୀପୁର ଗାଁର ମଧୁମୁକ୍ତି ମହାରଣା ଭୁବନେଶ୍ୱରରେ ଇଂଜିନିୟରିଂ ପଢୁଥିଲେ। ଲକଡାଉନ୍ […]
ଟୋକିଓ: ସାରା ବିଶ୍ୱରେ ମହାମାରୀ କରୋନା ଏହାର କାୟା ବିସ୍ତାର କରିସାରିଛି। କରୋନାର ମୁକାବିଲା କରିବା ଲାଗି ଅନେକ ଦେଶ ଭ୍ୟାକ୍ସିନ୍ ବାହାର କରିବାରେ ମଧ୍ୟ ଲାଗି ପଡ଼ିଛନ୍ତି। ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଯେଉଁଥିରେ କରୋନା ଭାଇରସ୍ ସମ୍ପର୍କରେ ନୂଆ ନୂଆ ତଥ୍ୟ ଜଣାପଡ଼ୁଛି। ଏକ ଷ୍ଟଡିରେ ଖୁଲାସା ହୋଇଛି ଯେ, କରୋନା ଭାଇରସ୍ ମଣିଷ ଚର୍ମରେ ୯ ଘଣ୍ଟା ପର୍ଯ୍ୟନ୍ତ ଆକ୍ଟିଭ୍ ରହିଥାଏ। କରୋନା ଭାଇରସ୍କୁ ନେଇ ଜାପାନର […]
ଆବଶ୍ୟକ ସାମଗ୍ରୀ: କଟା ପିଆଜ, କଟା କଞ୍ଚାଲଙ୍କା, ଧନିଆ ପତ୍ର, କଟା ଟମାଟୋ, ଲଙ୍କା ଗୁଣ୍ଡ, ଧଳା ସୋରିଷ, ଜୀରା, ଶୁଖିଲା ଲଙ୍କା ବଟା, ଧନିଆ ଗୁଣ୍ଡ, ଲେମ୍ବୁ ରସ, ସୋରିଷ ତେଲ, ଇଲିସି ମାଛ, ଲୁଣ, ହଳଦୀ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା ଇଲିସି ମାଛକୁ ଭଲ ଭାବେ ଧୋଇ, ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ। ଏହାପରେ ଇଲିସି ମାଛରେ କଟା ପିଆଜ, କଟା କଞ୍ଚାଲଙ୍କା, ଧନିଆ ପତ୍ର, କଟା ଟମାଟୋ ଓ […]
କନ୍ଧମାଳ: ଦୁଇ ଯୁବକଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା। କନ୍ଧମାଳ ତୁମୁଡ଼ିବନ୍ଧ ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା। ସ୍ଥାନୀୟ ବୁଦୁଲିପଦର ଘାଟିରେ ଦୁଇ ଯୁବକଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର କରାଯାଇଛି। ଯାହା ପରେ ଲୋକଙ୍କ ମଧ୍ୟରେ ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଯୁବକଙ୍କ ମୃତ୍ୟୁ କାରଣ କଣ ଏବଂ ଏହାର ତଦନ୍ତ ଦାବି କରି ୫୯ ନମ୍ବର ଜାତୀୟ ରାଜପଥ ତୁମୁଡ଼ିବନ୍ଧ ହସ୍ପିଟାଲ୍ ସମ୍ମୁଖ ରାସ୍ତା ଅବରୋଧ ହୋଇଛି। ଫଳରେ ତୁମୁଡ଼ିବନ୍ଧ-ବାଲିଗୁଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ […]
ନୂଆଦିଲ୍ଲୀ: ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିପାରେ କରୋନା ଭ୍ୟାକସିନ୍। ସେରମ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଆସନ୍ତା ମାର୍ଚ୍ଚ ସୁଦ୍ଧା ବଜାରକୁ ଆସିପାରେ। ଏନେଇ ସୂଚନା ଦେଇଛନ୍ତି ସେରମ୍ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବ। ଭାରତ ପାଖରେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କୋଭିସିଲ୍ଡ୍ ଟୀକା ଉପଲବ୍ଧ ହେବ। କିନ୍ତୁ ସାଧାରଣ ବଜାରରେ ଲୋକଙ୍କୁ ଏହା ମାର୍ଚ୍ଚରେ ମିଳିପାରେ। ଡିସେମ୍ବର ସୁଦ୍ଧା ଭାରତକୁ ୬ରୁ ୭ କୋଟି ଡୋଜ୍ ମିଳିବ। ଯାହାକୁ […]
ମୁମ୍ବାଇ: ଗୋଟେ ସମୟ ଥିଲା ଯେତେବେଳେ ଫିଲ୍ମ ପାଇଁ ହିରୋ ବାଛିବା ପୂର୍ବରୁ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାକୁ ହେଉଥିଲା। ରଙ୍ଗ, ସୁନ୍ଦର ଚେହେରା, ଭଲ ବ୍ୟକ୍ତିତ୍ୱ ଏସବୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେଉଥିଲା। ଆଜି ବି ଇଣ୍ଡଷ୍ଟ୍ରିରେ ଏହି ସମସ୍ତ ବିଶ୍ୱାସ ରହିଛି। କିନ୍ତୁ କିଛି ବର୍ଷ ପୂର୍ବରୁ ଅଭିନେତା ଓମ୍ ପୁରିଙ୍କ ପ୍ରବେଶ ଏହି ଚିନ୍ତାଧାରାରେ ଟିକେ ପରିବର୍ତ୍ତନ ଆଣିଲା। ଓମ୍ ପୁରିଙ୍କ ସରଳ ବ୍ୟକ୍ତିତ୍ୱ, ଏବଂ ଶକ୍ତିଶାଳୀ ସ୍ୱର ଅଭିନୟ […]
ନୂଆଦିଲ୍ଲୀ: ଗତ ସଂଧ୍ୟାରୁ ହାଇଦ୍ରାବାଦରେ ବିଳମ୍ବିତ ରାତିଯାଏ ପ୍ରବଳ ବର୍ଷା ହୋଇଛି। ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହି ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏହାସହ ତଳିଆ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ଦେଖାଦେଇଛି। କେତେକ ସ୍ଥାନରେ ୧୯୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗୋଟିଏ ଗୋଟିଏ ସ୍ଥାନରେ ୨ ଫୁଟ୍ ଉଚ୍ଚର ପାଣି ଜମି ରହିଥିବା ବେଳେ ପାଣି ନିଷ୍କାସନ ଓ ରାସ୍ତା ସଫା କରିବା ଲାଗି ଡିଜାଷ୍ଟର ରେସପନ୍ସ ଫୋର୍ସ-ଡିଆରଏଫ୍ ଲାଗି ପଡ଼ିଛନ୍ତି। ଆଜି […]
ଭୁବନେଶ୍ୱର: NEET ଟପ୍ପର ଓଡ଼ିଆ ପୁଅ ସୋଏବ ଅଫତାବଙ୍କ ସହ ଫୋନ୍ରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। NEETରେ ସୋଏବଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ସୋଏବଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୋଏବ। NEET ପରୀକ୍ଷାରେ ଶତପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି ସୋଏବ। ୭୨୦ରୁ ୭୨୦ ମାର୍କ ରଖି ସର୍ବ […]
ନୂଆଦିଲ୍ଲୀ: ୟୁକେର ସିଟି ଅଫ୍ ବାଥ୍ରେ ହେବ ଜଗନ୍ନାଥ ମନ୍ଦିର। କିଭଳି ବିଧି ବ୍ୟବସ୍ଥାରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ହୋଇପାରିବ, ସେ ବିଷୟରେ ଜାଣିବା ପାଇଁ ନିର୍ମାଣ ଦାୟିତ୍ୱରେ ଥିବା ପ୍ରତିନିଧି ମଣ୍ଡଳୀର କର୍ମକର୍ତ୍ତାମାନେ ପୁରୀ ଆସିଥିଲେ। ଜଗତଗୁରୁ ଶଙ୍କରାଚାଯର୍ୟ ଏବଂ ବରିଷ୍ଠ ସେବାୟତଙ୍କଠାରୁ ଏନେଇ ସେମାନେ ପରାମର୍ଶ ନେଇଥିଲେ। ବରିଷ୍ଠ ସେବାୟତ ଇପସିତ୍ ପ୍ରତିହାରୀ ପ୍ରତିନିଧି ମଣ୍ଡଳୀକୁ ମହାପ୍ରଭୁଙ୍କ ବିଗ୍ରହ ଦେବା ସହ ମହାପ୍ରଭୁଙ୍କ ଫୁଲ, ତୁଳସୀ ଓ ମହାପ୍ରସାଦ ଦେଇଛନ୍ତି।