ଆଠଗଡ଼: ବଡ଼ ଓଷା ଉପଲକ୍ଷେ ବାବା ଧବଳେଶ୍ୱରଙ୍କ ନିକଟରେ ଗତକାଲି ରାତି ୩ଟାରେ ଗଜଭୋଗ ଲାଗି ହୋଇଥିଲା। ରାତି ୧ଟାରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି, ବାଳଭୋଗ ଏବଂ ଘର୍ଷଣ ଆଦି ନୀତିକାନ୍ତି ସମ୍ପନ୍ନ ହେବାପରେ ରାତି ୩ଟାରେ ବାବା ଧବଳେଶ୍ୱରଙ୍କ ଠାରେ ଗଜଭୋଗ ଲାଗି ହୋଇଥିଲା। କରୋନା ପାଇଁ ମନ୍ଦିର ପରିସରରେ ୧୪୪ ଧାରା ଜାରି ହୋଇଥିବାରୁ ଚଳିତ ବର୍ଷ ଗଜଭୋଗ ବିତରଣ ବନ୍ଦ ରହିଛି। ଆଜି ବି ବାବା କିରାତାର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି। […]
କାକିନାଡ: ବାତ୍ୟା ‘ନିଭାର’ କିଛି ଲୋକଙ୍କ ପାଇଁ ଦୁଃଖ ଆଣି ଦେଇଥିବା ବେଳେ ଆଉ କିଛି ଲୋକଙ୍କ ଏହା ଭାଗ୍ୟ ଖୋଲି ଦେଇଛି। ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର କାକିନାଡ ସମୁଦ୍ରକୂଳରୁ କିଛି ଲୋକଙ୍କୁ ଛୋଟ ଛୋଟ ସୁନା ଖଣ୍ଡ ମିଳିଛି। ଏହି ଖବର ଜଣାପଡ଼ିବା ପରେ ସୁନା ପାଇବା ଆଶାରେ ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଲୋକମାନେ ପ୍ରବଳ ବର୍ଷା ଓ ଥଣ୍ଡାକୁ ଖାତିର ନକରି ସମୁଦ୍ର କୂଳରେ ପହଞ୍ଚି ସୁନା ଖଣ୍ଡ […]
ରାଇପୁର: ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ଆଇଡି ବିସ୍ଫୋରଣରେ ସିଆରପିଏଫ୍ କୋବ୍ରାର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀତିନ ଭାଲେରେ ସହିଦ ହୋଇଛନ୍ତି। ଏହି ବିସ୍ଫୋରଣରେ ୭ଜଣ ସିଆରପିଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି। ମହାରାଷ୍ଟ୍ର ନାସିକର ନୀତିନ ଭାଲେରେ କୋବ୍ରା ୨୦୬ ବାଟାଲିୟନର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ସିଆରପିଏଫ୍ ଯବାନମାନେ ଆଣ୍ଟି ନକ୍ସଲ ଅପରେସନ୍ରୁ ଫେରୁଥିଲେ। ଏହି ସମୟରେ ଯବାନମାନଙ୍କୁ ଟାର୍ଗେଟ୍ କରି ତାଦମେତଲା ଗାଁ ନିକଟ ଜଙ୍ଗଲରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ।
ଭୁବନେଶ୍ୱର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ କରାଯାଇଛି। ଏନେଇ ପ୍ରେସ୍ ରିଲିଜ ଜରିଆରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ସହ ନିଲମ୍ବିତ IFS ଅଧିକାରୀ ଅଭୟ ପାଠକଙ୍କ ପୁଅଙ୍କର ବାହାଘର ଠିକ୍ ହୋଇଥିଲା। ଆୟ ବହିର୍ଭୂତ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮,୩୦୭ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୭୩୪ରେ ପହଞ୍ଚିଛି। ଚିହ୍ନଟ ୫୧୮ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରରୁ ୨୯୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୨୨୧ ରହିଛି। ସେହିପରି ୪ ମୃତକଙ୍କ ମଧ୍ୟରୁ ବାଲେଶ୍ୱରରୁ ଜଣେ, ଭୁବନେଶ୍ୱରରୁ ଜଣେ, ଢେଙ୍କାନାଳରୁ ଜଣେ ଓ ଖୋର୍ଦ୍ଧାରୁ […]
ଭୁବନେଶ୍ୱର: ଶୀତ ଅଧିବେଶନ ଚାଲିଥିବାବେଳେ ବିଧାନସଭା ଆଗରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ହେବା ପରେ କମିଶନରେଟ୍ ପୋଲିସ୍ ଟ୍ରାଫିକରେ ପରିବର୍ତ୍ତନ ଆଣିଛି। ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏ ବିଧାନସଭା ସାମ୍ନା ରାସ୍ତାକୁ ସର୍ବସାଧାରଣଙ୍କ ପାଇଁ ସିଲ୍ କରି ଦିଆଯାଇଛି। ଏହି ରାସ୍ତାରେ ଯିବା ଆସିବା ଉପରେ କଟକଣା ଲଗା ଯାଇଛି। ଜନସାଧାରଣକୁ ଏହି ରାସ୍ତା ବଦଳରେ ଜୟଦେବ ଭବନରୁ ଆଇଜି ପାର୍କ ରାସ୍ତାରେ ଯିବାକୁ କୁହାଯାଇଛି। ଗତକାଲି ଜଗତସିଂହପୁର କୁଜଙ୍ଗର ମା’ ପୁଅ, ଏହା ପୂର୍ବରୁ ଜଣେ […]
ନୂଆଦିଲ୍ଲୀ: ଏବେ ବି ଦେଶରେ କରୋନା ସ୍ଥିତି ଗମ୍ବୀର ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୪୧,୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୯୬ ଜଣଙ୍କର ଜୀବନ ଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩,୯୨,୯୨୦ ହୋଇଛି। ସେହିଭଳି ୪୯୬ ନୂଆ ମୃତ୍ୟୁକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୧,୩୬,୬୯୬କୁ ବୃଦ୍ଧି ହୋଇଛି। ସେହିଭଳି ୪,୫୫,୯୫୬ ଆକ୍ଟିଭ୍ କେସ୍ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଛି। ଗତ […]
ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି। ଏହି ଘଟଣାକୁ ନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନିଜ ଦୋଷ ଘୋଡ଼ାଇବା ପାଇଁ ନବୀନ ବାବୁ ଏଭଳି ପଦକ୍ଷେପ ନେଲେ। ପରୀ ପ୍ରସଙ୍ଗକୁ ଡାଇଭର୍ଟ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଆହୁରି ଅନେକ ସଙ୍ଗୀନ ଅପରାଧିକ ମାମଲା ଅଛି। ଏହାକୁ ଚାପି ଦେବା ପାଇଁ ନବୀନ ବାବୁ, ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ […]
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ପଞ୍ଜାବ କୃଷକ ସଂଘ। ଦିଲ୍ଲୀର ଯନ୍ତରମନ୍ତର ପଡ଼ିଆରେ ଆନ୍ଦୋଳନ କରିବାକୁ କୃଷକଙ୍କୁ ନିବେଦନ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ। ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କିନ୍ତୁ ଶାହଙ୍କ ପ୍ରସ୍ତାବକୁ ମାନିନେବାକୁ କୃଷକମାନଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ରର କୃଷି ଆଇନ ବିରୋଧରେ ଜାରି ରହିଥିବା ଚାଷୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆନ୍ଦୋଳନକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି। ସମସ୍ତ ଚାଷୀଙ୍କ ସହ ସେମାନଙ୍କ ସମସ୍ୟା ଏବଂ ଦାବି ସମ୍ପର୍କରେ କେନ୍ଦ୍ର […]
ଭୁବନେଶ୍ୱର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ କରାଯାଇଛି। ପ୍ରଦୀପ ପାଣିଗ୍ରାହୀଙ୍କ ବହିଷ୍କୃତ ପ୍ରସଙ୍ଗକୁ ନେଇ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପକୁ ମୁଁ ସ୍ୱାଗତ କରୁଛି। ଅଭୟକାନ୍ତ ପାଠକଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ। ଓଡ଼ିଶା ଇତିହାସରେ ଭିଜିଲାନ୍ସ ରେଡ୍ କରି ଏତେ ସମ୍ପତ୍ତି କେବେ ଠାବ କରି ନାହାନ୍ତି। ଅଭୟଙ୍କ ପୁଅ ଆକାଶ […]
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କୃଷି ଆଇନ୍, କରୋନା ଭାଇରସ ଓ ଲୋକାଲ ପାଇଁ ଭୋକାଲ ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। କୃଷି ଆଇନ୍କୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଆଇନ୍ ପାଇଁ କୃଷକଙ୍କୁ ନୂଆ ଅଧିକାର ସହିତ ନୂଆ ଅବସର ବି ମିଳିଛି। ଫଳରେ କୃଷକଙ୍କ ସମସ୍ୟା କମିଛି। ଏଥିସହିତ କରୋନା ସମ୍ପର୍କରେ ଢିଲା ନ ହୋଇ ସତର୍କତା ରଖିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ କୃଷି ଆଇନ୍କୁ […]
ମୁମ୍ବାଇ: ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ବଲିଉଡ୍ ଆଭିନେତ୍ରୀ ଉର୍ମିଲା ମୋତୋଣ୍ଡକର ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ନୂଆ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲୋକସଭା ନିର୍ବାଚନ ଲଢ଼ିଥିବା ଉର୍ମିଲା କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏବେ ସେ ଶିବସେନାରେ ସାମିଲ୍ ହେବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସୋମବାର ସେ ଶିବସେନାରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଦଳରେ ଘୃଣ୍ୟରାଜନୀତି ଅଭିଯୋଗ ଆଣି ଦଳରୁ ଇସ୍ତଫା ଦେଇଥିଲେ ଉର୍ମିଲା। ୨୦୧୯ ମାର୍ଚ୍ଚ […]
ଖୋର୍ଦ୍ଧା: ସୁରକ୍ଷା ଦିଆଯାଇଥିବା ଅଣ୍ଡାରୁ ଫୁଟିଲେ ଅଜଗର ଛୁଆ । ଆଜି ରାତି ସୁଦ୍ଧା ପ୍ରାୟ ସମସ୍ତ ଅଣ୍ଡାରୁ ଛୁଆ ଫୁଟିଯିବେ ବୋଲି କହିଛନ୍ତି ବନ କର୍ତ୍ତୃପକ୍ଷ । ଖୋର୍ଦ୍ଧା ଜିଲ୍ଲା ଗଡ଼ନିଆଳ ଗାଁ ନିକଟ ଏକ ଜଙ୍ଗଲରେ ଥିବା ପଥର…
ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଁ କୌଣସି ପ୍ରକାର ଜନ ବିରୋଧୀ କାର୍ଯ୍ୟ କରି ନାହିଁ। ଯଦି କରିଛି, ପାର୍ଟି ତା’ର ସ୍ପଷ୍ଟୀକରଣ ଦେଉ। ସେ ଆହୁରି କହିଛନ୍ତି, ଗତ ନିର୍ବାଚନ ସମୟରେ ମୁଁ ଗଞ୍ଜାମ ଜିଲ୍ଲାର ସଭାପତି ଥିବାବେଳେ ମୋତେ ୧୫ଟି ନିର୍ବାଚନମଣ୍ଡଳୀର ଦାୟିତ୍ୱ ଦେଇଥିଲେ। ସେଥିରୁ ୧୨ଟିରେ ବିଜେଡି ଜିତିଲା। ଦଳ ପକ୍ଷରୁ ମୋତେ କୁହାଗଲା ଯେ, ତୁମେ ଉଦ୍ଦେଶ୍ୟମୂଳକ ଭାବେ […]
ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବ୍ରାଣ୍ଡ ନୂଆ ଲଗ୍ଜୁରୀ କାର୍କୁ ୧୦୦ ଫିଟ୍ ଉଚ୍ଚାରୁ ଘାଇକୁ ଫିଙ୍ଗୁଛି ବିଶ୍ୱର ଲୋକପ୍ରିୟ କାର୍ ନିର୍ମାତା କମ୍ପାନୀ ଭୋଲ୍ଭୋ। ହେଲେ ନୂଆ କାର୍ଗୁଡ଼ିକୁ ଏମିତି ଘାଇ ତଳକୁ କାହିଁକି ପିଙ୍ଗୁଛି କମ୍ପାନୀ ତାର କାରଣ ବି ଜାଣି ରଖନ୍ତୁ। .@VolvoCars ‘most extreme’ crash test involves a 100-foot drop from a crane: https://t.co/5znqZ5tEWo pic.twitter.com/PAxQLqCF5T — Car and Driver (@CARandDRIVER) November 16, 2020 […]
ନୂଆଦିଲ୍ଲୀ: ଆସନ୍ତାକାଲି ୨୦୨୦ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଉପଛାୟା ପରି ହେବ। ଜ୍ୟୋର୍ତିବିତ୍ଙ୍କ କହିବା ମୁତାବକ, ଏହି ଗ୍ରହଣ ବୃଷଭ ରାଶି ଏବଂ ରୋହିଣୀ ନକ୍ଷତ୍ରରେ ଲାଗିବ। କିନ୍ତୁ ଏହା ଭାରତ ବର୍ଷରେ ଦୃଶ୍ୟମାନ ହେବ ନାହିଁ। ଏହାର ପ୍ରଭାବ ପାଖାପାଖି ଡିସେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ରହିବ। ନିଷିଦ୍ଧ ସମୟରେ କଣ କରାଯିବ ନାହିଁ? ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ନିଷିଦ୍ଧ ସମୟରେ କୋଣସି ଶୁଭ କାର୍ଯ୍ୟ କରାଯାଇନଥାଏ। […]
ଭୁବନେଶ୍ୱର: ପରୀ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି। ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ପରୀ ନ୍ୟାୟ ଲଢ଼େଇରେ କଂଗ୍ରେସ ଧୋକା ଦେଇଛି। କଂଗ୍ରେସକୁ କବଜା କରି ନେଇଛି ବିଜେଡି। କିନ୍ତୁ ନିର୍ଣ୍ଣାୟକ ଲଢ଼େଇରେ ପହଞ୍ଚିବା ପାଇଁ ବିଜେପି ବଦ୍ଧ ପରିକର। କେବଳ ପରୀ ନୁହେଁ ୫୩୨୩ କୁନି ପିଲା ରାଜ୍ୟରେ ନିଖୋଜ ଅଛନ୍ତି। ଆମେ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ ବୋଲି ବିଜେପି କହିଛି। ପରୀ ହତ୍ୟା […]