ପୁରୀ: ବାକି ଥିବା ୬୦ ଟଙ୍କା ମାଗିବାରୁ ପାନ ଦୋକାନୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୁରୀ ସହରର ମୋଚିସାହି ଛକରେ ବଳରାମ ମହାପାତ୍ର ନାମକ ଯୁବକଙ୍କୁ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ମୋଚିସାହି ଛକରେ ଦୁଇ ଭାଇ ପାନ ଦୋକାନ କରିଥିବା ବେଳେ ଜଣେ ଯୁବକ ବଡ଼ ଭାଇଙ୍କ ଠାରୁ ୬୦ ଟଙ୍କା […]
ଭୁବନେଶ୍ୱର:ଘରୁ DL ଆଣିବାକୁ ଭୁଲି ଯାଇଛନ୍ତି ? ଡରନ୍ତୁନି। ଆଉ ଫାଇନ ଗଣିବାକୁ ପଡ଼ିବନି। କାରଣ ଗାଡ଼ି ଚଳାଇବା ବେଳେ ଏଣିକି DL ଓ ଅନ୍ୟ କାଗଜପତ୍ର ଖୋଜା ପଡ଼ିବନି। ଯଦି ବି ଚାଳକ ଏସବୁ ନିଜ ସହ ନେଇନାହାନ୍ତି ତେବେ ଜୋରିମାନା ଗଣିବାକୁ ପଡ଼ିବନି। ଆଜିଠୁ ଏହି ନୂଆ ନିୟମ ଲାଗୁ ହୋଇଛି। ତେବେ ଚାଳକକୁ ଏସବୁକୁ ନିଜ ମୋବାଇଲର ଡିଜି ଲକ୍ର ଆପ୍ ଓ ଏମ୍. ପରିବହନ ଆପ୍ର ଡିଜିଟାଲ୍ କପି ରଖିବାକୁ ପଡ଼ିବ। […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୬୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୬୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୨,୧୧୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୪୯୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୨,୭୩୪ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୭ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୫୯ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Regret to inform the demise of seventeen #COVID19 positive patients while under treatment in hospitals. 1. A 45-year old male of Angul district who was also […]
ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧି ଗୁରୁବାର ଉତ୍ତର ପ୍ରଦେଶ ହାଥରସ ଗଣ ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବାକୁ ଆସୁଛନ୍ତି। ହେଲେ ହଥରସରେ ଏବେ ୧୪୪ ଧାରା ଲାଗୁ ହୋଇଛି। ପ୍ରଶାସନର କହିବା ଅନୁଯାୟୀ, କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ସେପ୍ଟେମ୍ବର୧ରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଏଠି କହିରଖିବୁ, ହାଥରସର ୨୦ ବର୍ଷର ଜଣେ ଦଳିତ ଯୁବତୀ ଗଣ ଦୁଷ୍କର୍ମ ସହ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ। […]
ପଟ୍ଟାମୁଣ୍ଡାଇ: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କେବଳ ରାତ୍ରୀଯାପନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ହିଁ ଭିତରକନିକା ବୁଲିବାକୁ ସୁଯୋଗ ଦିଆଯିବ ବୋଲି ନିଷ୍ପତ୍ତି ନେଇଛି ପ୍ରଶାସନ। ଆଜି ପ୍ରଥମ ଦିନରେ କେବଳ ଡାଙ୍ଗମାଳରେ ୧୬ଟି କଟେଜରେ ପର୍ଯ୍ୟଟକମାନେ ରାତ୍ରୀଯାପନ ପାଇଁ ଅନୁମତି ମିଳିଛି। ପର୍ଯ୍ୟଟକମାନେ ଓଡ଼ିଶା ଇକୋ ଟୁରିଜିମରେ ଅନ୍ଲାଇନ୍ ବୁକ୍ କରିପାରିବେ। କଟେଜ ଓ ବୋଟ୍ ଗୁଡ଼ିକୁ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ […]
ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ବାହୁବଳୀ ଷ୍ଟାର ପ୍ରଭାସଙ୍କ ବିବାହକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚା ଚାଲିଛି। ପୂର୍ବରୁ ଅନେକ ଥର ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ଆଫାୟର୍ସକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳିଥିଲା। ଏପରିକି ଉଭୟ ଡେଟିଂ କରୁଥିଲେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ହେଲେ ଏସବୁରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ଅନୁଷ୍କା। ପ୍ରଭାସ କେବଳ ତାଙ୍କର ଜଣେ ଭଲ ସାଙ୍ଗ ବୋଲି ଅନୁଷ୍କା କହିଥିଲେ। ପ୍ରଭାସ ମଧ୍ୟ ଏହି ସମାନ […]
ଭୁବନେଶ୍ୱର: କୋଭିଡ କଟକଣା ଭିତରେ ବିଧାନସଭା ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିଧାନସଭା ସାମ୍ନାରେ ଆଜି ଜଣେ ଯୁବକଙ୍କ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ବିଧାନସଭା ସାମ୍ନା ପିଏମ୍ଜି ଛକରେ ଜଣେ ଯୁବକ ଜଣେ ମହିଳାଙ୍କ ବେକରେ ଛୁରି ଲଗାଇ ଧମକ ଦେଇଛନ୍ତି। ଏହି ଘଟଣା ପରେ ପିଏମ୍ଜି ଛକରେ ହଇଚଇ ଖେଳି ଯାଇଥିଲା। ସେତିକି ନୁହେଁ, ଯୁବକ ଜଣକ ମହିଳାଙ୍କ ବେକରେ ଛୁରି ଲଗାଇ କିଛି ମନ୍ତ୍ରୀଙ୍କ ନାଁ ନେଉଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ମାମଲାର ତଦନ୍ତ କରିବାକୁ ଯାଇ ବଲିଉଡର ଡ୍ରଗ୍ସ ଲିଙ୍କ ଘଟଣାର ପର୍ଦ୍ଦାଫାଶ ହୋଇଛି। ଡ୍ରଗ୍ସ ଲିଙ୍କ ନେଇ NCB ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇଙ୍କୁ ମିଶାଇ ଅନେକଙ୍କୁ ଗିରଫ କରିଛି। ତଥାପି ବଲିଉଡ୍ର ଆଉ କିଏ କିଏ ସଂପୃକ୍ତ ସେ ନେଇ ଖୋଳତାଡ ଚଲାଇଛି NCB । ଖାଲି ଦୀପିକା, ରକୁଲ, ସାରା ଏବଂ ଶ୍ରଦ୍ଧା ଏଥିରେ ରହିଛନ୍ତି ନା ଆଉ କିଛି ବଡ଼ ଚେହେରା […]
ଭୁବନେଶ୍ୱର: ଆଜି ରାଜ୍ୟରେ ୩ ହଜାର ତଳକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨,୯୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪୫ କରୋନା ଆକ୍ରାନ୍ତଙ୍କ…
ନୂଆଦିଲ୍ଲୀ: କରୋନା ଭୂତାଣୁର ଆତଙ୍କ ସାରା ବିଶ୍ୱକୁ ନାକେଦମ୍ କରୁଥିବାବେଳେ ସାମ୍ନାକୁ ଆସିଲା ଆଉ ଏକ ନୂଆ ଭୂତାଣୁ। ଭାରତରେ ଏହି ନୂଆ ଭୂତାଣୁର ସଙ୍କେତ ପାଇଛି Indian Council of Medical Research (ICMR)। କୁହାଯାଉଛି, ଏହା ମଧ୍ୟ ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି। ରୋଚକ କଥା ହେଉଛି, ଏହି ଭାଇରସ୍ର ଉତ୍ପତ୍ତି ମଧ୍ୟ ଚୀନ୍ରୁ ହୋଇଛି ବୋଲି ସନ୍ଦେହ କରାଯାଉଛି। ଏହି ଭୂତାଣୁର ନାଁ Cat Que Virus (CQV)। କେବଳ […]
ଚଣ୍ଡିଗଡ: ମାରଣା ଷଣ୍ଢ ଗୋଡଉଛି। ଷଣ୍ଢର ଆକ୍ରମଣରେ ଜେଜେମା’ ତଳେ ପଡ଼ି ଚିତ୍କାର କରୁଛନ୍ତି। ଛୋଟ ପିଲାଟିଏ ଷଣ୍ଢକୁ ନ ଡରି ଦଉଡି ଆସୁଛି ଜେଜେ ମା’ଙ୍କୁ ଉଦ୍ଧାର କରିବା ପାଇଁ। ହେଲେ ଷଣ୍ଢ ଆକ୍ରମଣରୁ ସେ ବି ବର୍ତ୍ତି ପାରୁନି। ତଥାପି ଜେଜେ ମା’ଙ୍କୁ ଛାଡ଼ି ଯାଉନି। ଏମିତି ଏକ ଘଟଣା ଘଟିଛି ହରିଆଣାର ମେହେନ୍ଦ୍ରଗଡ଼ ଅଞ୍ଚଳରେ। ସିସିଟସିଭି ଫୁଟେଜରୁ ମିଳିଥିବା ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଛୋଟ ପିଲାଟିର ସାହାସ ଓ […]
ମୁମ୍ବାଇ: କଲର୍ସ ଚ୍ୟାନେଲ୍ରେ ପ୍ରସାରିତ ହେବାକୁ ଥିବା ରିଆଲିଟି ଶୋ’ ‘ବିଗବସ୍ -୧୪’ରେ ସାମିଲ୍ ହେବେ ରାଧେ ମା। ଅକ୍ଟୋବର-୩ରୁ ବିଗବସ୍ ସିଜନ୍-୧୪ ଆରମ୍ଭ ହେବାକୁ ଯାଉଛି। ଆଉ ଏଥିରେ ପ୍ରତିଯୋଗୀ ଭାବେ ସାମିଲ୍ ହେବାକୁ ରାଧେ ମା’ଙ୍କୁ ସପ୍ତାହକୁ ୨୫ ଲକ୍ଷ ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି। କେବଳ ଏତିକି ନୁହେଁ ଚଳିତ ସିଜନ୍ରେ ସବୁଠୁ ଅଧିକ ଟଙ୍କା ରାଧେ ମା’ଙ୍କୁ ମିଳିବ ବୋଲି କୁହାଯାଉଛି। ତେବେ ପ୍ରଥମ ଥର ରାଧେ ମା’ଙ୍କ ନାଁ […]
ମୁମ୍ବାଇ: ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ସୋଶାଲ୍ ମିଡିଆରେ ପ୍ରାୟ ସକ୍ରିୟ ରୁହନ୍ତି। ଅନେକ ସମୟରେ ସେ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ପ୍ରଶଂସକଙ୍କ ସହ ଆଲୋଚନା କରନ୍ତି। ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ପଚରା ଯାଉଥିବା ପ୍ରଶ୍ନର ମଧ୍ୟ ସେ ନିଆରା ଉତ୍ତର ରଖନ୍ତି। ନିକଟରେ ମଧ୍ୟ ଅଭିଷେକ ତାଙ୍କ ପ୍ରଶଂସକଙ୍କ ଦ୍ୱାରା ପଚରାଯାଉଥିବା ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି। ଯାହା ଟ୍ୱିଟର ବ୍ୟବହାରକାରୀଙ୍କୁ ବେଶ୍ ପସନ୍ଦ ଆସିଛି। ଶିବାନୀ ଶର୍ମା ନାମକ ଏକ ଟ୍ୱିଟର ବ୍ୟବହାରକାରୀ ଅଭିଷେକଙ୍କୁ […]
ନୂଆଦିଲ୍ଲୀ: କରୋନା ଲକ୍ଡାଉନ୍ ବେଳେ ଯେଉଁ ଯାତ୍ରୀମାନେ ଟିକେଟ୍ ବୁକ୍ କରିଥିଲେ, ହେଲେ କଟକଣା ପାଇଁ ବିମାନରେ ଯାତ୍ରା କରିପାରିନଥିଲେ, ସେମାନଙ୍କୁ କ୍ୟାନ୍ସେଲସନ୍ ଚାର୍ଜ ନ କାଟି ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିବ। ଏମିତିକି ଟ୍ରାଭେଲ ଏଜେଣ୍ଟଙ୍କ ଦ୍ୱାରା ବୁକ୍ ହୋଇଥିବା ଟିକେଟ୍ ଟଙ୍କା ମଧ୍ୟ ଫେରସ୍ତ ମିଳିବ। ଏକ ମାମଲାର ଶୁଣାଣି ବେଳେ ବେସାମାରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଏଭଳି ସୁପାରିସକୁ ଗୁରୁବାର ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଯଦି ଏୟାରଲାଇନ୍ସ ତୁରନ୍ତ ଟିକେଟ୍ ଅର୍ଥ ଫେରାଇବାକୁ […]
ଶ୍ରୀନଗର: ସୀମା ଲଘିଂଲା ପାକିସ୍ତାନର ବଦ୍ମାସି। ଏଲଓସିରେ ଗୁରୁବାର ପୁଣି ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକିସ୍ତାନ। ଫଳରେ ୩ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏଥି ସହିତ ୫ ଯବାନ ଗୁରୁତର ହୋଇଛନ୍ତି। ତେବେ ଭାରତୀୟ ଯବାନ ପାକ ସେନାକୁ ମୁହଁତୋଡ ଜବାବ ଦେଇଛନ୍ତି। ସେନା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପାକିସ୍ତାନ ଆନ୍ତର୍ଜାତୀୟ ସୀମାରେ ସେନା ପୋଷ୍ଟ ଉପରକୁ ମୋର୍ଟାର ମାଡ଼ କରିଛନ୍ତି। ସେନା ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ନୌଗାମ […]
ମାଲକାନଗିରି: ମାଲକାନଗିରି ସୀମା ଛତିଶଗଡ଼ ଜିଲ୍ଲା ବିଜାପୁରରେ ମାଓବାଦୀ ବର୍ବରକାଣ୍ଡ ରଚିଛନ୍ତି। ପୋଲିସ୍ ଇନ୍ଫର୍ମର ସନ୍ଦେହରେ ଦୁଇ ଜଣ ଲୋକ ପ୍ରତିନିଧିଙ୍କୁ ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ। ବିଜାପୁର ଜିଲ୍ଲା ଗଙ୍ଗଲା ଗାଁରେ ମାଓବାଦୀମାନେ ଏହି ବର୍ବରକାଣ୍ଡ ଘଟାଇଥିବା ବିଜାପୁର ଏସ୍ପି କମଳଲୋଚନ କଶ୍ୟପ ସୂଚନା ଦେଇଛନ୍ତି । ଗତକାଲି ରାତିରେ ଏହି ଘଟଣା ଘଟିଛି । ମୃତକ ହେଲେ ଗଙ୍ଗଲା ଗାଁର ଉପସରପଞ୍ଚ ଧନିରାମ କୋରସା ଏବଂ ଓ୍ୱାଡ଼ ମେମ୍ବର ଗୋପଲ କୁଡ଼ିୟମ । ପୋଲିସ୍ […]