ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷ ପରେ ବାବ୍ରି ମସଜିଦ୍ ଭଙ୍ଗା ମାମଲାର ଆଜି ରାୟ ଶୁଣାଣି ହେବ । ଲକ୍ଷ୍ନୌ ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଏସ୍. କେ. ଯାଦବ ଏହି ରାୟ ଶୁଣାଇ ପାରନ୍ତି। ୧୯୯୨ ମସିହାରେ ଘଟିଥିବା ଘଟଣାରେ ଏଲ୍. କେ. ଆଡ଼ଭାନି, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂହଙ୍କ ସମେତ ୩୨ ଜଣଙ୍କ ନାଁରେ ଏବେ ଅପରାଧିକ ମାମଲା ଚାଲୁଛି। ରାୟ ଶୁଣାଣି ବେଳେ ଉପସ୍ଥିତ ରହିବା ଲାଗି ବିଜେପି […]
ନୂଆଦିଲ୍ଲୀ:କରୋନା ଭାଇରସକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ଥିବାବେଳେ ପୁଣେ ସ୍ଥିତ ସେରମ ଇନିଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଏହି ଚିନ୍ତା ଦୂର କରିବାକୁ ଯାଉଛି। ରବିବାର କମ୍ପାନୀ ପକ୍ଷରୁ କୁହାଯାଇଛି, ଚଳିତବର୍ଷ ଶେଷ ସୁଦ୍ଧା କରୋନା ଟିକା ପ୍ରସ୍ତୁତି କାମ ଶେଷ ହୋଇଯିବ । ଆସନ୍ତା ବର୍ଷ ପ୍ରଥମାର୍ଦ୍ଧ ସୁଦ୍ଧା ଦେଶରେ କରୋନା ଟିକା ଯୋଗାଇ ଦିଆଯାଇ ପାରିବ। ପ୍ରାୟ ୨୦ କୋଟି କରୋନା ଟିକା ଉତ୍ପାଦନ କରିବ ସେରମ ଇନିଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ। ଏନେଇ […]
ୱାଶିଂଟନ:ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରେସିଡେନ୍ସିଆଲ ଡିବେଟ । ଓହିଓ କ୍ଲେଭଲାଣ୍ଡରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନଙ୍କ ସାମ୍ନାସାମ୍ନି ହୋଇଛନ୍ତି। ପ୍ରଥମ ଡିବେଟ୍ ହେଉଛି ନିଜର ପ୍ରାର୍ଥିତ୍ୱକୁ ନେଇ। ଉଭୟଙ୍କ ମଧ୍ୟରେ କଡ଼ା ବିତର୍କ ହୋଇଛି । କରୋନା ମୁକାବିଲା ଓ ବର୍ଣ୍ଣବୈଷମ୍ୟ ନେଇ ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରତିପକ୍ଷ ପ୍ରାର୍ଥୀ ଜୋ ବିଡେନ୍ । କରୋନା ଭଳି ମହାମାରୀ ମୁକାବିଲା କରିବାରେ ଟ୍ରମ୍ପ ସରକାର ବିଫଳ ହୋଇଥିବା ସେ କହିଥିଲେ। […]
ବରଗଡ଼: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ବିଡିଓ ରଞ୍ଜନ ସା ସ୍ଥାନୀୟ ସରପଞ୍ଚ ମାଲବ ସାହୁଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। କିରାସିନି ଘୋଟାଲା ଅଭିଯୋଗରେ ସରପଞ୍ଚ ମାଲବ ସାହୁ ପ୍ରାୟ ଦେଢଶହ ଗ୍ରାମବାସୀଙ୍କୁ ନେଇ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ କରିଥିଲେ। ଏହି ଘଟଣାରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଗାଇସିଲଟ ବିଡିଓ, ସରପଞ୍ଚଙ୍କୁ ଏହି ଅର୍ଥଦଣ୍ଡ କରିଛନ୍ତି। ୧ ଲକ୍ଷ ଟଙ୍କା ଜରିମାନା ୩ ଦିନ ମଧ୍ୟରେ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୪୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୪୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୨,୦୧୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୪୨୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୯,୧୧୯ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୪ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୪୨ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍ ଚିହ୍ନଟ
ଲକ୍ଷ୍ନୌ: ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶେଷରେ ହାରି ଯାଇଛନ୍ତି ପୀଡ଼ିତା । ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହେଲେ ଏହି ଉତ୍ତରପ୍ରଦେଶର ହାଥରସ୍ରେ ଘଟିଥିବା ଏହି ଜଘନ୍ୟ ଦୁଷ୍କର୍ମ ମାମଲାକୁ ନେଇ ତେଜୁଛି ରାଜନୀତି। ପୀଡ଼ିତାଙ୍କ ମୃତଦେହକୁ ରାତି ଅଧରେ ସତ୍କାର କରିଛି ପୋଲିସ। ପୋଲିସର ଏପରି ଆଚରଣକୁ ବିରୋଧ କରିଛନ୍ତି ପରିବାର ଲୋକେ। ଜାତୀୟ ଗଣମାଧ୍ୟମ ରିପୋର୍ଟ […]
ମୁମ୍ବାଇ: ରିଲେସନ୍ସିପ୍ ଓ ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ଅଭିନେତ୍ରୀ ନୟନତାରା ଓ ଭିଗ୍ନେଶ୍। ଏପରିକି ସେମାନଙ୍କ ବିଷୟରେ ଅନେକ ଗୁଜବ ଖବର ମଧ୍ୟ ଶୁଣିବାକୁ ମିଳିଛି। ଏକ ଗୁଜବ ଖବର ଅନୁସାରେ, ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ଅଭିନେତ୍ରୀ ବୟଫ୍ରେଣ୍ଡ୍ ତଥା ତାମିଲ୍ ଡାଇରେକ୍ଟର ଭିଗ୍ନେଶ୍ଙ୍କ ବର୍ଥ ଡେ’ରେ କୁଆଡ଼େ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଶୁଣିବାକୁ ମିଳୁଛି। ବର୍ଥ ଡେ’ ସେଲିବ୍ରେସନ୍ ପାଇଁ ଭିଗ୍ନେଶ ଓ ନୟନତାରା ଗୋଆ ଯାଇଥିଲେ। […]
ନୂଆଦିଲ୍ଲୀ: କରୋନା ବିପତ୍ତି ବେଳେ ଅସହାୟଙ୍କ ସାହା ପାଲଟିଥିଲେ ଅଭିନେତା ସୋନୁ ସୁଦ। ତାଙ୍କର ଏହି ମହନୀୟତା ପାଇଁ ବିଭିନ୍ନ ଆଡୁ ଛୁଟିଥିଲା ପ୍ରଶଂସାର ସୁଅ। ଏବେ ମିଳିତ ଜାତିସଂଘ ଦ୍ୱାରା ସମ୍ମାନଜନକ ସ୍ୱତନ୍ତ୍ର ମାନବିକତା ଆକ୍ସନ୍ ପୁରସ୍କାର (UNDP)ରେ ତାଙ୍କୁ ସମ୍ମାନିତ କରାଯାଇଛି । ଗତ ସୋମବାର ଅନୁଷ୍ଠିତ ଏକ ଭର୍ଚୁଆଲ୍ ସମାରୋହରେ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ସୋନୁ ସୁଦଙ୍କୁ ସମ୍ମାନିତ କରାଯାଇଥିଲା। ପୁରସ୍କାର ପାଇବା ପରେ ସୋନୁ ସୁଦ କହିଛନ୍ତି, ଏହା […]
ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ୍ ଭଙ୍ଗା ମାମଲାର ରାୟ ଆଜି ପ୍ରକାଶ ପାଇଛି। ମାମଲାର ଶୁଣାଣି କରି ସମସ୍ତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି କୋର୍ଟ। ବାବ୍ରୀ ମସଜିଦ୍ ଭଙ୍ଗା ମାମଲାରେ ଲକ୍ଷ୍ନୌ CBI ସ୍ପେଶାଲ୍ କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା କରିଛନ୍ତି। ଏହି ମାମଲାରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଦୋଷମୁକ୍ତ ହୋଇଛନ୍ତି। ସେହପରି ଉମା ଭାରତୀ, ବିନୟ କଟିୟାର, କଲ୍ୟାଣ ସିଂହ ମଧ୍ୟ ଦୋଷମୁକ୍ତ ହୋଇଛନ୍ତି। ମାମଲାର ଶୁଣାଣି […]
ନୂଆଦିଲ୍ଲୀ: ୨୮ ବର୍ଷ ପରେ ବାବ୍ରୀ ମସ୍ଜିଦ୍ ଭଙ୍ଗା ଘଟଣାର ଶୁଣାଣି ଆଜି ଲକ୍ଷ୍ନୌ ସ୍ୱତନ୍ତ୍ର କୋର୍ଟରେ ହୋଇଯାଇଛି। କୋର୍ଟ ଏହି ମାମଲାର ଶୁଣାଣି କରି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ ତାଙ୍କ ରାୟରେ କହିଛନ୍ତି, ମସ୍ଜିଦ୍ ଢାଞ୍ଚାକୁ ଅସାମାଜିକ ବ୍ୟକ୍ତିମାନେ ଭାଙ୍ଗି ଥିଲେ। ଅଭିଯୁକ୍ତ ନେତାମାନେ ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରିଥିଲେ। ରାୟ ଆସିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ତଥା ମାମଲାରେ ନିର୍ଦ୍ଧୋଷ […]
ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସ୍ର ସଫଳ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ବ୍ରହ୍ମୋସ୍ ହେଉଛି ସୁପରସୋନିକ୍ କ୍ରୁଜ୍ ମିଜାଇଲ୍। ଆଜି ସକାଳ ୧୦ଟା ୩୦ରେ ୩ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ଭାରତ-ରୁଷିଆ ମିଳିତ ଜ୍ଞାନ କୌଶଳରେ ତିଆରି ହୋଇଛି ସୁପରସୋନିକ୍ କ୍ରୁଜ୍ ମିଜାଇଲ୍ ବ୍ରହ୍ମୋସ୍। ଏହି କ୍ଷେପଣାସ୍ତ୍ରର ଶତ୍ରୁପକ୍ଷକୁ ଲକ୍ଷ୍ୟଭେଦ କ୍ଷମତା ୪୫୦ରୁ ୬ ଶହ କିଲୋମିଟର ପର୍ଯ୍ୟନ୍ତ ରହିଛି। ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଉଭୟ ଜଳ ଓ ସ୍ଥଳଭାଗରୁ ନିକ୍ଷେପ […]
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍ ଦୁଷ୍କର୍ମ ମାମଲାକୁ ଗୁରୁତ୍ୱର ସହ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଘଟଣାକୁ ନେଇ ସବିଶେଷ ତଥ୍ୟ ପଚାରି ଥିବା ଜଣାପଡ଼ିଛି। ଏହି ଆଲୋଚନା ପରେ ମାମଲାରେ ଏସଆଇଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଅନ୍ୟପକ୍ଷେ ୟୁପି ପୋଲିସ ଦାବି କରିଛି, ୪ ଜଣ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ପୀଡିତା ନର୍ଭ ସିଷ୍ଟମ ଅଚଳ ହୋଇ ଯାଇଥିଲା ଯେଉଁଥିପାଇଁ […]