ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍ ଦୁଷ୍କର୍ମ ମାମଲାକୁ ଗୁରୁତ୍ୱର ସହ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଘଟଣାକୁ ନେଇ ସବିଶେଷ ତଥ୍ୟ ପଚାରି ଥିବା ଜଣାପଡ଼ିଛି। ଏହି ଆଲୋଚନା ପରେ ମାମଲାରେ ଏସଆଇଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଅନ୍ୟପକ୍ଷେ ୟୁପି ପୋଲିସ ଦାବି କରିଛି, ୪ ଜଣ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ପୀଡିତା ନର୍ଭ ସିଷ୍ଟମ ଅଚଳ ହୋଇ ଯାଇଥିଲା ଯେଉଁଥିପାଇଁ […]
କଟକ: କଟକ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ନେଇ ମାମଲାର ଶୁଣାଣି ଅକ୍ଟୋବର ୯ ତାରିଖକୁ ଘୁଞ୍ଚିଲା। ଆଜି ଏନେଇ ଶୁଣାଣି ହେବାକୁ ଥିବାବେଳେ ହାଇକୋର୍ଟ ଏହାକୁ ୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ତେବେ ପରବର୍ତ୍ତୀ ଶୁଣାଣିବେଳେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି କୋର୍ଟ। ଏହାସହ ମଣ୍ଡପଗୁଡ଼ିକରେ ନିର୍ମାଣାଧିନ ମୂର୍ତ୍ତିକୁ ସୁରକ୍ଷା ଦେବାକୁ କୋର୍ଟ କହିଛନ୍ତି। ମୃର୍ତ୍ତିର ଉଚ୍ଚତା ପ୍ରସଙ୍ଗରେ କମିଶନର ଜାରି କରିଥିବା ନିର୍ଦ୍ଦେଶାନାମାକୁ ଚ୍ୟାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ […]
ଭୁବନେଶ୍ୱର: କୋଭିଡ ପରିଚାଳନାରେ ସରକାର ଫେଲ୍ ମାରିଥିବା କହିଛି ବିରୋଧୀ। ଶାସକ ଦଳ ବିରୋଧରେ ଏଭଳି ଅଭିଯୋଗ ଉଠାଇଛନ୍ତି ବିରୋଧୀ। ଟିଏମସିରୁ ୭ ଦିନ ଭିତରେ ସଂକ୍ରମିତଙ୍କୁ ଛାଡ଼ିଦେବାରୁ ସଂକ୍ରମଣ ବ୍ୟାପିଲା। ଏପଟେ ଅଣ କୋଭିଡ ରୋଗୀ ମେଡିକାଲ୍ରେ ଚିକିତ୍ସା ପାଉ ନାହାନ୍ତି। ଏଭଳି ଅଭିଯୋଗ ଉଠାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। କେନ୍ଦ୍ର ସରକାର ୫୬୭ ଭେଣ୍ଟିଲେଟର ଦେଲେ, ହେଲେ ସେଥିରୁ ୪୨୦ଟି ବ୍ୟବହାର ହେଲାନି ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ବିଧାୟକ […]
ଜଗତସିଂହପୁର: ସ୍ତ୍ରୀ ଓ ଝିଅକୁ ହାଣି ସ୍ୱାମୀର ଆତ୍ମହତ୍ୟା ଅଭିଯୋଗ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଝିଅର ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ଜଗତସିଂହପୁର ଜିଲ୍ଲା ଜୋତଚାନ୍ଦପାଟଣା ଗାଁରେ ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି। ଗତକାଲି…
ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷ ଧରି ଚାଲିଥିବା ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ଆଜି ରାୟ ଶୁଣାଇ ସ୍ୱତନ୍ତ୍ର ସିବିଆଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟଙ୍କର ଏହି ରାୟ ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ। କଂଗ୍ରେସ ମୁଖାପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ବାବରୀ ମସ୍ଜିଦ୍ ଭଙ୍ଗା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀମୁକ୍ତ କରିବା ସ୍ପେଶାଲ୍ କୋର୍ଟଙ୍କର ଏହି ନିର୍ଦ୍ଦେଶ ଦେଶର ସମ୍ବିଧାନ ଓ ସୁପ୍ରିମକୋର୍ଟଙ୍କ ରାୟର ପ୍ରତିକୁଳ ନିଷ୍ପତ୍ତି। ୨୦୧୯ ଉଚ୍ଚ ନ୍ୟାୟାଳୟର […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ନେଇ ସଫେଇ ଦେଇଛି ଉତ୍ତର ପ୍ରଦେଶ ପୁଲିସ। ୟୁପି ଏଡିଜି ଲ ଏଣ୍ଡ ଅର୍ଡର ପ୍ରଶାନ୍ତ କୁମାର କହିଛନ୍ତି, ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଶବକୁ ପୁଲିସ ଜବରଦସ୍ତି ଅନ୍ତିମ ସଂସ୍କାର କରି ନାହିଁ। ପରିବାରର ସହମିତ ପରେ ହିଁ ଅନ୍ତିମ ସଂସ୍କାର କରାଯାଇଛି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ପ୍ରାଶାନ୍ତ କୁମାର ଏପରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଳମ୍ବ ହେଉଥିବାରୁ […]
ଭୁବନେଶ୍ୱର: ଗୋଟିଏ ଦିନରେ ଭୁବନେଶ୍ୱର ମହାନଗରରେ ୩୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୬ ସୁସ୍ଥ ହୋଇଛନ୍ତି। ଏନେଇ ବିଏମ୍ସି ଟ୍ୱିଟ୍ କରି ସୂଚନା ଦେଇଛି। ୩୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୨୯୪ଟି ଲୋକାଲ ରହିଥିବା ବେଳେ କ୍ୱାରେଣ୍ଟିନରୁ ୭୫ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରର ଶୈଳଶ୍ରୀ ବିହାରରୁ ଆଜି ସର୍ବାଧିକ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ସହିଦନଗରରୁ ୧୩, ଚନ୍ଦ୍ରଶେଖରପୁରରୁ ୧୨, ପଟିଆରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ସୂଚନା […]
ନୂଆଦିଲ୍ଲୀ: ଡିସେମ୍ବର ୬, ୧୯୯୨ରେ ଅଯୋଧ୍ୟାରେ ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କ ସମେତ ଅନେକଙ୍କୁ ଅଭିଯୁକ୍ତ କରାଯାଇଥିଲା। ତେବେ ଆଜି କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ପାକିସ୍ତାନ ମଧ୍ୟ ପ୍ରତିକ୍ରିୟା ଦେଇଛି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଏକ ବୟାନ ଜାରି କରି ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ନିଷ୍ପତ୍ତିଙ୍କୁ […]
ଭୁବନେଶ୍ୱର: ବିଧାନସଭା ସମ୍ମୁଖରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ତୁରନ୍ତ ରାଜ୍ୟ ସରକାର ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ଏବିଭିପି। ଆଜି ବିଧାନସଭା ସମ୍ମୁଖରେ ବହୁ ସଂଖ୍ୟାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତିକୁ ପୋଡ଼ା ଯାଇଛି। ବ୍ୟାରିକେଡ୍ ଡେଇଁ ବିଧାନସଭା ଦିଗକୁ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ମୁତୟନ ଥିବା ପୋଲିସ୍ ପିପିଇ କିଟ୍ ପିନ୍ଧି ଆନ୍ଦୋଳନକାରୀଙ୍କୁ […]
ନୂଆଦିଲ୍ଲୀ: ଦେଶରେ ୬୨ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୮୦,୪୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ଲକ୍ଷ ୨୫ ହଜାର ୭୬୪କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ୧୧୭୯ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୯୭ ହଜାର ୪୯୭କୁ ବୃଦ୍ଧି ପାଇଛି। ଏବେ ଦେଶରେ ମୋଟ୍ ଆକ୍ଟିଭ୍ କେସ୍ ୯ ଲକ୍ଷ ୪୦ ହଜାର ୪୪୧ […]
ଦୁବାଇ: ଲଗାତର ଦୁଇଟି ମ୍ୟାଚ୍ ଜିତିସାରିଥିବା ଷ୍ଟିଭେନ୍ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ ତା’ର ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟୁଛି। ବୁଧବାର ଖେଳାଯାଉଥିବା ଏହି ମୁକାବିଲାରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ କେକେଆର୍ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍ ପାଇଁ ଉଭୟ ଦଳ ଅପରିବର୍ତ୍ତିତ ରହିଛି। ରାଜସ୍ଥାନ ଏହି ମ୍ୟାଚ୍ ଜିତି ବିଜୟର ହ୍ୟାଟ୍ରିକ୍ ଲଗାଇବା ଲକ୍ଷ୍ୟରେ ଥିବା ବେଳେ କେକେଆର୍ ବିଜୟଧାରା ଜାରି ରଖିବାକୁ ଚାହିଁବ। […]
ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢୁଛି। ଅଭିନେତ୍ରୀ ପାୟଲ ଘୋଷଙ୍କୁ ଯୌନ ଶୋଷଣ ଅଭିଯୋଗରେ ଆସନ୍ତାକାଲି ତାଙ୍କୁ ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେସନରେ ହାଜର ହେବେ ଅନୁରାଗ। ଏଥିପାଇଁ ତାଙ୍କୁ ସମନ ଜାରି କରାଯାଇଛି। ଆସନ୍ତାକାଲି ଦିନ ୧୧ଟା ବେଳେ ହାଜର ହେବା ପାଇଁ ମୁମ୍ବାଇ ପୋଳିସ ପକ୍ଷରୁ ଅନୁରାଗ କଶ୍ୟପଙ୍କୁ ସମନ ହୋଇଛି। ସେପଟେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଅନୁରାଗ କଶ୍ୟପଙ୍କ ଓକିଲ। ଅନୁରାଗଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଏଭଳି […]
ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାରେ ଅନୁସୂଚିତ ଜାତିଙ୍କ ଜମି ହଡ଼ପ ହୋଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ। ୧୦ ବର୍ଷ ଭିତରେ ଅନୁଗୁଳ ଜିଲ୍ଲାର ୩୪୮ଟି ପ୍ଲଟ ବା ୭୦୦ ଏକର ଜମିକୁ ଗୋଟିଏ ପରିବାର ନାଁରେ ପଟ୍ଟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପ୍ରଦୀପ । ଏନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ କହିଛନ୍ତି ଯେ, ଜାଲ୍ କାଗଜପତ୍ର, ମିଛ ମେଡିକାଲ୍ ସାର୍ଟିଫିକେଟ ବ୍ୟବହାର କରି ଚଞ୍ଚକତା କରି ଜମିଗୁଡ଼ିକର ମାଲିକାନା ବଦଳାଯାଇଛି। କଟକର ସୁଶୀଲ […]
ଭୁବନେଶ୍ୱର: ରାଜ୍ୟରେ ଲଗାତର କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୮୫୭୦୦ରେ ପହଞ୍ଚିଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ସୂଚନା ଦେଇଛି। 49 from Boudh39 from Gajapati35 from Kalahandi21 from Deogarh162 from State Pool The total recovered cases of […]
ଭୁବନେଶ୍ୱର: କଂଗ୍ରେସ ଓ ବିଜେପିର ବିରୋଧ ସତ୍ତ୍ୱେ ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍। ଏହି ବିଲ୍ ଅନୁସାରେ ଜଣେ ଯଦି କୋଭିଡ୍ ଗାଇଡ ଲାଇନ୍ ଉଲ୍ଲଂଘନ କରେ, ଦୋଷ ପ୍ରମାଣିତ ହେଲେ ଅଭିଯୁକ୍ତକୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ୍ ହେବ। ଏଣିକି ଯଦି ମହାମାରୀ ସମୟରେ ରାଜ୍ୟ ସରକାର, ଯାହାବି ସ୍ୱାସ୍ଥ୍ୟ ସଂପର୍କିତ ସାମଗ୍ରୀ କିଣିବାକୁ ଚାହିଁବେ, ସେ ନେଇ ପୂର୍ଣ୍ଣ କ୍ଷମତା ସରକାରଙ୍କ […]
ନୂଆଦିଲ୍ଲୀ: ଦେଶରେ ଅନଲକ୍-୫ ଗାଇଡ୍ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଅକ୍ଟୋବର ୧ ତାରିଖ ଠାରୁ ଏହି ନୂଆ ଗାଇଡ୍ଲାଇନ୍ ଲାଗୁ ହେବ। ଅନଲକ୍-୫ ଗାଇଡ୍ଲାଇନ୍ ଅନୁସାରେ କଣ ସବୁ ଖୋଲା ରହିବ, କାହା ପାଇଂ କଣ ନିୟମ ରହିବ ଆସନ୍ତୁ ଜାଣିବା। ଅକ୍ଟୋବର ୧୫ରୁ ସିନେମା ହଲ୍ ଓ ଥିଏଟର ଖୋଲିବ। ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍ ଓ ଥିଏଟର ଚାଲିବ। ସିନେମା ହଲ୍ ଓ ଥିଏଟର୍ସ ଲାଗି SOP ଜାରି କରିବ […]
ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। ଏହି ମାମଲାରେ ଆଜି ଅଦାଲତଙ୍କ ନିକଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲା କମିଶନରେଟ୍ ପୋଲିସ୍। ତେବେ ଏହାକୁ ଅନୁଧ୍ୟାନ କଲା ପରେ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ପୋଲିସ୍ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ। ତାସହିତ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ୭ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ […]
ଦୁବାଇ: ଚଳିତ ଆଇପିଏଲର ଦ୍ୱାଦଶ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)। ଏହି ମ୍ୟାଚରେ କେକେଆର୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୪ ରନ୍ କରିଛି। ଦଳ ପକ୍ଷରୁ ଶୁବମାନ ଗିଲ୍ ସର୍ବାଧିକ ୪୭ (୩୪ ବଲ୍, ୫ ଚୌକା, ୧ ଛକା) ରନ୍ ଓ ଇଅନ୍ ମୋର୍ଗାନ୍ ୩୪* କରିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ହ୍ୟାଟ୍ରିକ୍ ବିଜୟ ପାଇଁ ରାଜସ୍ଥାନକୁ ୧୭୫ ରନ୍ କରିବାକୁ […]
ଲଣ୍ଡନ: ଆପଣମାନେ ଶୁଆ କଥା କହୁଥିବାର ନିଶ୍ଚୟ ଜାଣିଥିବେ। ଲୋକେ ସେମାନଙ୍କୁ ଘରେ ରଖିବା ସହ ସେମାନଙ୍କୁ ବିଭିନ୍ନ କଥା ଶିଖାଇଥାନ୍ତି। ତେଣୁ ଶୁଆର ଡାକ ପାଇଁ ସମସ୍ତେ ସେମାନଙ୍କୁ ଭଲ ପାଆନ୍ତି ଏବଂ ଘରେ ଜଣେ ସଦସ୍ୟ ଭଳି ଦେଖି ଥାନ୍ତି। ତେବେ ବ୍ରିଟେନର ଏକ ଘଟଣା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏଠାକାର ଏକ ପ୍ରାଣୀ ଉଦ୍ୟାନରେ କିଛି ଶୁଆ ଖରାପ ଭାଷାରେ ପର୍ଯ୍ୟଟକଙ୍କୁ ଗାଳି ଦେଉଥିବାର ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଏହି […]