• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Capture
‘ମୋ ପୁଅକୁ ୧୦ରୁ ୧୨ ଜଣ ମାରି ଫୋପାଡ଼ି ଦେଲେ, ମୋର ସବୁ ସରିଗଲା’

ଭୁବନେଶ୍ୱର: ପୁଣି ଥରେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ। ଇଞ୍ଜିନିୟର ଅମୃତ ଦାସଙ୍କ ମୃତ୍ୟୁ ମାମଲାକୁ ନେଇ ଆଜି ବିଧାନସଭା ନିକଟରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ତାଙ୍କ ମା’ ଓ ଭାଇ। ତେବେ ଏହି ସମୟରେ ପୋଲିସ୍‌ ସେମାନଙ୍କୁ ଉଦ୍ଧାର କରିଥିଲା। ଅମୃତଙ୍କ ମୃତ୍ୟୁର ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ତାଙ୍କ ମା’ ଓ ଭାଇ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।  ଅମୃତଙ୍କ ମା’ ଅଭିଯୋଗ ଆଣି କହିଛନ୍ତି, ତାଙ୍କ ପୁଅକୁ ହତ୍ୟା କରି ଜଗତସିଂହପୁର […]

ମିଳିଲା ୧୦ କିଲୋ ସୁନା

କଟକ: କଟକ ନୟାସଡ଼କ ସ୍ଥିତ ଅର୍ଥଲଗାଣକାରୀ ସଂସ୍ଥା IIFLରୁ କୋଟି କୋଟି ଟଙ୍କାର ସୁନା ଲୁଟ୍ ମାମଲାରେ ୧୦ କିଲୋ ସୁନା ଜବତ ହେଲାଣି। କମିଶନରେଟ୍ ପୋଲିସ୍‌ର ଏକ ତଦନ୍ତକାରୀ ଟିମ୍ ପୁରା ମାମଲା ଯାଞ୍ଚ କରୁଛନ୍ତି। ଖାଲି କଟକ ନୁହେଁ ମୁମ୍ବାଇ ହେଡ୍ ଅଫିସ୍ ସହ ମଧ୍ୟ ଯୋଗାଯୋଗ ରଖାଯାଇଛି। ଏଥିରେ ବହୁ ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ୍ କମିଶନର ସୁଂଧାଶୁ ଷଡ଼ଙ୍ଗୀ ସନ୍ଦେହ କରିଛନ୍ତି। ଏବେ ଯାଏ ୧୦ ଜଣଙ୍କୁ ଗିରଫ କରାଯାଇଛି। ଲାଲା […]

chnadrasurjya
ବେଶ ଓଲାଗି ପରେ ସେବାୟତଙ୍କ ଘରକୁ ଗଲା ମହାପ୍ରଭୁଙ୍କ ସୂର୍ଯ୍ୟଚନ୍ଦ୍ର !

ପୁରୀ: ସେବାୟତଙ୍କ ଘରକୁ ଗଲା ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଆକର୍ଷଣୀୟ ସୂର୍ଯ୍ୟ, ଚନ୍ଦ୍ର। ବେଶ ଓଲାଗି ହେବା ପରେ ଏହି ବେଶକୁ ସଂଗ୍ରହାଳୟରେ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ହେଲେ ବିଡମ୍ବନା, ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଅତି ଆକର୍ଷଣୀୟ ସୂର୍ଯ୍ୟ ଚନ୍ଦ୍ରକୁ ଶ୍ରୀମନ୍ଦିରର ଜଣେ ତଳିଆ କର୍ମଚାରୀ ଆଜି ବରିଷ୍ଠ ସେବାୟତଙ୍କ ଘରକୁ ନେଇ ଯାଉଥିବାର ଦେଖିବାକୁ ମିଳିଛି। ଗାରଦରୁ ଏହି ବେଶ ଉପକରଣ ନେଇ […]

pari
ପରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ SIT ଗଠନ କଲେ ସରକାର

ଭୁବନେଶ୍ୱର: ନୟାଗଡ଼ ଯଦୁପୁର ଅଞ୍ଚଳର ୫ ବର୍ଷୀୟ ଝିଅ ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ SIT(ସ୍ପେଶିଆଲ୍‌ ଇନ୍‌ଭେଷ୍ଟିଗେସନ ଟିମ୍‌) ଗଠନ କଲେ ରାଜ୍ୟ ସରକାର। ଏହି ଟିମ୍‌ରେ SIT ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି। ତା ସହିତ ଟିମ୍‌ରେ କ୍ରାଇମବ୍ରାଞ୍ଚ ଏସ୍‌ପି ଆର.କେ ଦୋରା ସାମିଲଙ୍କ ସମେତ ASP ଆର୍.ସି. ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ବି ସାମିଲ ଅଛନ୍ତି। ପରୀ ହତ୍ୟା ଘଟଣାର SIT […]

sabmbit-patra
ଦିଲ୍ଲୀ ଯିବ ପରୀ ନ୍ୟାୟ ଲଢ଼େଇ; ସମ୍ବିତ ପାତ୍ର

ଭୁବନେଶ୍ୱର: ଦିଲ୍ଲୀ ଯିବ ପରୀ ଲଢ଼େଇ। ନୟାଗଡ଼ ଯଦୁପୁର ଅଞ୍ଚଳର ୫ ବର୍ଷୀୟ ଝିଅ ପରୀକୁ ନ୍ୟାୟ ଦେବା ପାଇଁ ଜାରି ରହିଥିବା ଲଢ଼େଇ ଦିଲ୍ଲୀ ପର୍ଯ୍ୟନ୍ତ ଯିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ସମଗ୍ର ମାମଲାରେ ବାବୁଲି ନାମକ ଗୁଣ୍ଡାର ନାମ ନିଆଯାଉଛି, କିନ୍ତୁ ମନ୍ତ୍ରୀ ଅରୁଣ ସାହୁ ତାକୁ ରକ୍ଷା କରୁଛନ୍ତି ବୋଲି ସମ୍ବିତ ଟ୍ୱିଟ୍ କରି କହିଛନ୍ତି। ଅରୁଣ ସାହୁଙ୍କ […]

Xh1XmAZw
IFS ଅଭୟକାନ୍ତ ପାଠକ ମାମଲାରେ ୨୦ ଜଣିଆ SIT ଟିମ୍ ଗଠିତ

ଭୁବନେଶ୍ୱର: IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଗିରଫ କଲା ପରେ ଏବେ ତଦନ୍ତ ପରିସରକୁ ବଢ଼ାଇଛି ଭିଜିଲାନ୍ସ। ଖାଲି ପାଠକ ନୁହେଁ ପାଠକ ଫ୍ୟାମେଲି ଏବଂ କୋ୍କୁ ଧରିବାକୁ ପ୍ରସ୍ତୁତ ହୋଇଛି ରୂପରେଖ। ଏଥିପାଇଁ ୨୦ ଜଣିଆ SIT ଟିମ୍ ଗଠିନ କରାଯାଇଛି। ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ନବଗଠିତ ଏହି SIT ଟିମ୍‌ର ପ୍ରଥମ ବୈଠକ ମଧ୍ୟ ହୋଇଛି।  ତଦନ୍ତ କେମିତି ଓ କିପରି ଭାବେ ହେବ ସେ ନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ […]

-xcL7kjx
୭୫% ଷ୍ଟାଫ୍‌ଙ୍କୁ ନେଇ ଚାଲିବ ଅଫିସ୍‌; ପ୍ରତି ଶନିବାର ବନ୍ଦ

ଭୁବନେଶ୍ୱର: କରୋନା କଟକଣାକୁ ଆଖି ଆଗରେ ରଖି ଡିସେମ୍ବର ମାସ ପାଇଁ ଅଫିସ୍ ଗାଇଡଲାଇନ ସ୍ଥିର କଲା ଜିଏ ବିଭାଗ। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ସମସ୍ତ ବିଭାଗୀୟ ଅଫିସ ୭୫% କର୍ମଚାରୀଙ୍କୁ ନେଇ ଚାଲିବ। ଭୁବନେଶ୍ୱର ଓ କଟକରେ ଥିବା ସବୁ ବିଭାଗୀୟ ଓ ଅଧସ୍ତନ ଅଫିସ ୭୫% କର୍ମଚାରୀଙ୍କୁ ନେଇ ଚାଲିବ ବୋଲି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ତା ସହିତ ଜରୁରୀ ସେବା ପ୍ରଦାନକାରୀ ଅଫିସ୍ ପାଇଁ ମଧ୍ୟ ବିଭାଗ ଗାଇଡ୍‌ଲାଇନ୍‌ ଜାରି କରିଛି। ନୂଆ […]

r-praksh
ଅମୃତ ମୃତ୍ୟୁ ଘଟଣାକୁ ଦୁର୍ଘଟଣାଜନିତ କହିଲେ ଏସ୍‌ପି

ଭୁବନେଶ୍ୱର: ବିଧାନସଭା ନିକଟରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଏସ୍‌ପି  ଆର୍‌. ପ୍ରକାଶ। ସୁଲୋଚନାଙ୍କ ପୁଅ ଅମୃତର ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ଏସ୍‌ପି କହିଛନ୍ତି। ଏନେଇ ସୂଚନା ଦେଇ ସେ କହିଛନ୍ତି ଯେ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଅମୃତ ଓ ତାଙ୍କ ସାଙ୍ଗକୁ ଉଦ୍ଧାର କରାଯାଇଥିଲା। ମଣିଜଙ୍ଗା ମେଡିକାଲରେ ଅମୃତକୁ ମୃତ ଘୋଷଣା କରିଥିଲେ ଡାକ୍ତର। ଗାଡ଼ି ପଛରେ ବସିଥିବା ଅରୁଣ ଗୁରୁତର ଆହତ ହୋଇ SCB ଯାଇଥିଲେ। […]

bus
ଓଭରଲୋଡ଼ିଂ ପାଇଁ ବସ୍‌କୁ ୧୦ ହଜାର ଫାଇନ୍‌

ଭଦ୍ରକ: ଓଭରଲୋଡ଼ିଂ ଯୋଗୁଁ ବସ୍‌ ଉପରେ ପଡ଼ିଲା ୧୦ ହଜାର ଟଙ୍କାର ଜୋରିମାନା। ଭଦ୍ରକ ରାଜଘାଟ ଛକ ନିକଟରେ ନିର୍ଦ୍ଧାରିତ ସିଟ୍‌ ସଂଖ୍ୟାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ଏକ ବସକୁ ପୋଲିସ ଅଟକାଇଥିବା ବେଳେ ଆରଟିଓ ବସକୁ ଫାଇନ ଲଗାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଚାନ୍ଦବାଲି ଅଞ୍ଚଳରୁ ବସଟି ଭଦ୍ରକ ଆସୁଥିଲା। ବାଇପାସ ରାଜଘାଟ ଛକ ନିକଟରେ ବସଟି ଓଭରଲୋଡିଂ କରି ଯାଉଥିବା ସମୟରେ ପୋଲିସ ଗାଡ଼ିକୁ ଅଟକାଇଥିଲା। ପରେ ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ […]

navjot-rahul-
ପଞ୍ଜାବ କଂଗ୍ରେସରେ ଛିଣ୍ଡୁନି ବିବାଦ, ଖୁବ୍‌ଶୀଘ୍ର ସିଦ୍ଧୁଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା

ପଞ୍ଜାବ କଂଗ୍ରେସରେ ଲାଗିରହିଥିବା ଅସ୍ଥିରତା ଭିତରେ ଆଜି ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ନଭଜ୍ୟୋତ୍ ସିଂ ସିଦ୍ଧୁ । ଆସନ୍ତା ବିଧାନସଭା ନିର୍ବାଚନରେ ସିଦ୍ଧୁଙ୍କ ଭୂମିକା ଓ ଦାବି ବାବଦରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । କାରଣ, ମୁଖ୍ୟମନ୍ତ୍ରୀ…

odisha
ଆନ୍ଧ୍ର ପରେ ଏବେ ଛତିଶଗଡ଼ର ଓଡ଼ିଶାରେ ଅନୁପ୍ରବେଶ

ଉମରକୋଟ: ଧାନ ଚାଲାଣ ରୋକିବା ବାହାନାରେ ଛତିଶଗଡ଼ ଓଡ଼ିଶାରେ ଅନୁପ୍ରବେଶ କରିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ସୀମାନ୍ତ ବର୍ତ୍ତି ଖପରାଡିହି ଗ୍ରାମରୁ ଏଭଳି ଅଭିଯୋଗ ଆସିଛି। ଛତିଶଗଡ଼ ସରକାର ଗମ୍ଭାରୀଗୁଡା ପଂଚାୟତ ଅନ୍ତର୍ଗତ ଖପରାଡିହି ଗ୍ରାମ ଭିତରେ ଏକ ଫାଟକ ର୍ନିମାଣ କରିବା ସହ ସେଠାରେ କେତେଜଣ ଅଧିକାରୀଙ୍କୁ ଅବସ୍ଥାପିତ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏହି ଅଂଚଳ ଦେଇ ଯାଇଥିବା ତେଲ ନଦୀରେ ଛତିଶଗଡ଼ ସରକାର ବେନିୟମ ଭାବେ ବ୍ୟାରେଜ ର୍ନିମାଣ […]

price hike
ବାଧିଲାଣି ଦରବୃଦ୍ଧି; ଆଳୁ ୨ ମାସରେ ଦୁଇଗୁଣା, ଖାଇବା ତେଲର ମୂଲ୍ୟ ଦେଢ଼ଗୁଣା ବଢ଼ିଛି

ଭୁବନେଶ୍ୱର: ଖାଉଟିଙ୍କୁ ବାଧିଲାଣି ଅତ୍ୟାବଶ୍ୟକ ସାମଗ୍ରୀର ଉଚ୍ଚାଦର। ଆଳୁ ୨ ମାସରେ ଡବଲ୍ ତ ଖାଇବା ତେଲ ଏହା ଭିତରେ ଦେଢ଼ଗୁଣା ମହଙ୍ଗା ହୋଇଛି। ଲଗାତର ଦର ବୃଦ୍ଧି ଖାଉଟି ଏବଂ ଖୁଚୁରା ବ୍ୟବସାୟୀଙ୍କୁ ଖୁବ୍ ବାଧୁଛି। ଅନ୍ୟପଟେ ସରକାରଙ୍କ ଦୂରଦୃଷ୍ଟି ଏବଂ ଆନ୍ତରିକତାର ଅଭାବ ଏଥିପାଇଁ ଦାୟୀ ବୋଲି ଅଭିଯୋଗ କରିଛି ରାଜ୍ୟ ବ୍ୟବସାୟୀ ସଂଘ। ୨ ମାସ ତଳେ ଆଳୁ କେଜି ୧୫ରୁ ୨୦, ପିଆଜ ୨୫ରୁ ୩୦ ଥିଲା। ଆଉ ଏବେ ଆଳୁ […]

aparajita
ପରୀ ହତ୍ୟା ଘଟଣାକୁ କଡ଼ା ନିନ୍ଦା କଲେ ଅପରାଜିତା

ଭୁବନେଶ୍ୱର: ପରୀ ହତ୍ୟା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ’ଟ୍ୱିଟ୍ କରି ଘଟଣାକୁ ଅତି ନିନ୍ଦନୀୟ କହିବା ସହିତ କୌଣସି ସମ୍ବେଦନା ଭରା ଶବ୍ଦ ଏହି କ୍ଷତ ଭରି ପାରିବନି ବୋଲି କହିଛନ୍ତି ବିଜେପି ସାଂସଦ ଅପରାଜିତା। ପରୀ ହତ୍ୟାଘଟଣାର ତ୍ୱରିତ ଓ ନିରପେକ୍ଷ ତଦନ୍ତ ଦାବି କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଅପରାଜିତା କହିଛନ୍ତି। ତା ସହିତ ଓଡ଼ିଶାରେ ସୁରକ୍ଷା ଓ ରାଜ୍ୟ […]

coronavirus
ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୩୧୦୫୪୯କୁ ବୃଦ୍ଧି

ଭୁବନେଶ୍ୱର:୨୪ ଘଣ୍ଟାରେ ରାଜ୍ୟରେ ୮୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩୧୦୫୪୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୪ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୦, କଟକ ୭୦, ମୟୂରଭଞ୍ଜ ୫୬,ଜଗତସିଂହପୁର ୫୧, ନୂଆପଡ଼ା ୪୯, ଅନଗୁଳ ୪୩, କେନ୍ଦ୍ରାପଡ଼ା ୩୨, ବଲଙ୍ଗିର ୨୯, ପୁରୀ ୨୭, କୋରାପୁଟରୁ […]

ରିମାଣ୍ଡରେ ସୁନା ଚୋରି ଘଟଣାର ମାଷ୍ଟରମାଇଣ୍ଡ

କଟକ: କଟକ ନୟାସଡ଼କ ସ୍ଥିତ ଅର୍ଥଲଗାଣକାରୀ ସଂସ୍ଥା IIFLରୁ ସୁନା ଚୋରି ଘଟଣାର ମାଷ୍ଟରମାଇଣ୍ଡ ଲାଲା ଅମ୍ରିତ ରାୟଙ୍କୁ ଡିସେମ୍ବର ୨ ତାରିଖ ଯାଏ ପୋଲିସ୍‌ ରିମାଣ୍ଡରେ ନେଇଛି। ଅମ୍ରିତଙ୍କ ସହ ଆଉ ଦୁଇ ଜଣଙ୍କୁ ମଧ୍ୟ ପୋଲିସ୍‌ ରିମାଣ୍ଡରେ ନେଇଛି। ଏହି ଘଟଣାରେ ମୋଟ ଗିରଫ ସଂଖ୍ୟା ୧୧ରେ ପହଁଞ୍ଚିଛି। ଗିରଫଙ୍କ ମଧ୍ୟରେ ୨ଜଣ ସୁନା ବ୍ୟବସାୟୀ ଅଛନ୍ତି। ଜଣେ ହେଲେ ମଙ୍ଗଳାବାଗ ଅଞ୍ଚଳର ସରୋଜ କୁମାର ପୃଷ୍ଟି ଓ ଅନ୍ୟ ଜଣେ ଆଲାମଚାନ୍ଦ ବଜାର […]

planet
୪ଶହ ବର୍ଷ ପରେ ଘଟିବ ଏହି ବିରଳ ଘଟଣା

ନୂଆଦିଲ୍ଲୀ/ଭୁବନେଶ୍ୱର: ୪ଶହ ବର୍ଷ ପରେ ବୃହସ୍ପତି ଓ ଶନିର ମହାମିଳନ ହେବାକୁ ଯାଉଛି। ଆସନ୍ତା ଡିସେମ୍ବର ୨୧ ତାରିଖରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପରର ଖୁବ୍‌ ନିକଟତର ହେବେ। ଏହା ଏକ ବିରଳ ଘଟଣା। ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡଃ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ମହାମିଳନ ସମୟରେ ଉଭୟ ଗ୍ରହ ଅତି ନିକଟତର ହେବେ। ଏହି ସମୟରେ ଧୀର ଗତିଶୀଳ ଶନି ଗ୍ରହକୁ ବୃହସ୍ପତି ଅତିକ୍ରମ କରିବ। ଏବେ ଗ୍ରହ ଦୁଇଟି ସୂର୍ଯ୍ୟାସ୍ତ ପରେ […]