ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଦିଲ୍ଲୀପ କୁମାର ପାକିସ୍ତାନର ଜଣେ ସାମ୍ବାଦିକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ମଙ୍ଗଳବାର ଦିନ ସାମ୍ବାଦିକ ଶିରାଜ ହାସନ୍ ପେଶୱାରରେ ଥିବା ଦିଲ୍ଲୀପଙ୍କ ପୈତୃକ ଘରର ୪ଟି ଫଟୋ ଟ୍ୱିଟରରେ ଶେଆର କରିଥିଲେ। ୧୦୦ ବର୍ଷରୁ ଅଧିକ ପୁରୁଣା ଏହି ପୈତୃକ ଘରର ଛବି ଦେଖିବା ପରେ ଦିଲ୍ଲୀପ କୁମାର ଅତ୍ୟନ୍ତ ଖୁସି ହୋଇଯାଇଥିଲେ ଏହଂ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ପେଶୱାର ବାସିନ୍ଦାଙ୍କୁ ସେ ତାଙ୍କ ଘରର ଆଉ କିଛି ଫଟୋ […]
ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ମହାରଥୀଙ୍କୁ ବିଜେଡିର ଜଣେ ଟାଣୁଆ ନେତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହାସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। Hon’ble Governor condoles the sad demise of Hon’ble MLA & Ex Minister Pradeep […]
ଆବଶ୍ୟକ ସାମଗ୍ରୀ : ଚୁଙ୍ଗୁଡ଼ି, କମଳା, ଅଦାରସୁଣ ବଟା, ଧନିଆ ଜିରା ବଟା, ଅଦା ବଟା, ଲଙ୍କାଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ସୋରିଷ ବଟା, ଅଟା ଚକଟା, ଜୁଆଣି ପତ୍ର ବଟା, ତେଲ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଜୁଆଣି ପତ୍ରକୁ ବାଟି ରଖନ୍ତୁ। ପରେ ଚିଙ୍ଗୁଡ଼ିରେ ହଳଦୀଗୁଣ୍ଡ, ରସୁଣ ବଟା, ସୋରିଷ ବଟା, ଅଦା ବଟା, ଜିରା ଧନିଆ ବଟା, ଲଙ୍କାଗୁଣ୍ଡ, ତେଲ, ଲୁଣ ଓ ଜୁଆଣି ପତ୍ର ବଟାକୁ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହାପରେ ବଡ଼ […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୩୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୩୨୬ ଆକ୍ରାନ୍ତଙ୍କ ମଧ୍ୟରୁ ୧,୯୪୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୩୮୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୨,୭୧୩ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୫ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୦୭ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ୩ଜଣ ଲେଖାଏ, କେନ୍ଦ୍ରାପଡ଼ାରୁ ୨ଜଣ, ବୌଦ୍ଧ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform of […]
ମୁମ୍ବାଇ: ଉତ୍ତରପ୍ରଦେଶର ବାଲିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ସୁରେନ୍ଦ୍ର ସିଂ ୟୁପିରେ ବଳାତ୍କାର ବୃଦ୍ଧି ଘଟଣାର କାରଣ ଝିଅମାନଙ୍କ ସଂସ୍କାର ବୋଲି କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ‘ସମସ୍ତ ମା ଏବଂ ବାପାଙ୍କ ଧର୍ମ ହେଉଛି ତାଙ୍କ ଝିଅମାନଙ୍କୁ ସଂସ୍କାରି ବାତାବରଣରେ ରଖିବେ। ଝିଅ ମାନଙ୍କୁ ଆଚାର ବ୍ୟବହାର ସହ ଶାଳୀନତା ଶିଖାନ୍ତୁ। ଛୁରି ଖଣ୍ଡାରେ ଦୁଷ୍କର୍ମର ସମାଧାନ ହୋଇପାରିବ ନାହିଁ। ଏଇଟା ସଂସ୍କାର କଥା। ସଂସ୍କାର ଠିକ୍ ଥିଲେ ସରକାର ଏବଂ ସଂସ୍କାର ମିଶି […]
ନୂଆଦିଲ୍ଲୀ: ବୟଫ୍ରେଣ୍ଡ୍ଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ଯୁବତୀଙ୍କୁ ୪୦ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିଛି। ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ଯୁବତୀ ଜଣକ ବୟଫ୍ରେଣ୍ଡ୍ଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ବୟଫ୍ରେଣ୍ଡ୍କୁ ହତ୍ୟା କରିବାର ୩ ସପ୍ତାହ ପରେ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ୱେଷ୍ଟ୍ ଭର୍ଜିନିଆରେ ଏହି ଘଟଣା ଘଟିଛି। ଉକ୍ତ ବ୍ୟକ୍ତି ଯୁବତୀଙ୍କ ବାୟୋଲୋଜିକାଲ୍ ବାପା ବୋଲି କୁହାଯାଉଛି। DailyMailର ଏକ ରିପୋର୍ଟ ଅନୁସାରେ, ଏହି ଯୁବତୀ ଜଣକ ୨୦୧୯ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ ଖୋଳତାଡ଼ କରୁଥିବା Narcotics Control Bureau (NCB)ର ଡେପୁଟି ଡାଇରେକ୍ଟର କେପିଏସ୍ ମାଲ୍ହୋତ୍ରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଡ୍ରଗ୍ସ ଲିଙ୍କ୍ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ NCBର ଜେରା ସମୟରେ କେପିଏସ୍ ମାଲ୍ହୋତ୍ରା ମଧ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ NCB ମୁମ୍ବାଇ ଅଫିସ୍ର ୨୫ଜଣ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ମୁମ୍ବାଇ ଅଫିସ୍ର ଏତେ ସଂଖ୍ୟକ […]
ମାଲକାନଗିରି: ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ NH- ୩୨୬ ଚମ୍ପାଖାରି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିବା ଫଳରେ ୭ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବସ୍ଟି ୨୭ ଜଣ ଶ୍ରମିକଙ୍କୁ ନେଇ ସୋନପୁରରୁ ତାମିଲନାଡୁ ତ୍ରିଚୁର ଜିଲ୍ଲା ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବସ୍ଟି NH- […]
ନୂଆଦିଲ୍ଲୀ: ମଣିପୁରର ବିସ୍ନୁପୁର ଜିଲ୍ଲାର ଜଣେ ୨୭ବର୍ଷୀୟ ମହିଳା ପଦ୍ମ ନାଡରୁ ସୂତା ଏବଂ କପଡା ତିଆରି କରିଛନ୍ତି। ବର୍ତ୍ତମାନ ସେ ସେହି କପଡାରୁ ମାସ୍କ ତିଆରି କରିବାର ଏକ ନିଆରା ପ୍ରୟାସ କରୁଛନ୍ତି। ମହିଳା ଜଣଙ୍କ ନାଁ ଟୋଙ୍ଗବ୍ରାମ ବିଜୟଶାନ୍ତି। ସେ ପ୍ରସିଦ୍ଧ ଲୋକଟକ ହ୍ରଦ ନିକଟରେ ଥିବା ଥାଙ୍ଗା ଟୋଙ୍ଗବ୍ରାମ ଅଞ୍ଚଳର ରହୁଛନ୍ତି। କରୋନା ମହାମାରୀ ସମୟରେ ଯେତେବଳେ ଲୋକମାନେ ଆର୍ଥିକ ଅନଟନରେ ଗତି କରୁଥିଲେ ଏବଂ ବୃତ୍ତି ହରାଉଥିଲେ, ସେ ସମୟରେ ବିଜୟଶାନ୍ତି […]
ପାଟନା: ବହୁ ଆଲୋଚନା ପର୍ଯ୍ୟାଲୋଚନା ତର୍କ ବିତର୍କ ପରେ ବିହାରରେ ଏନ୍ଡିଏର ଆସନ ବୁଝାମଣା ହୋଇଛି। ନୀତୀଶ ୫୦-୫୦ ଫର୍ମୁଲାରେ ରାଜି ହୋଇଥିବା ଖବର ମିଳୁଛି। ଅକ୍ଟୋବର ୨୮ ତାରିଖରୁ ନିର୍ବାଚନ ଆରମ୍ଭ ହେବାକୁ ଥିବା ବେଳେ ବିଜେପି ଓ ଜେଡିୟୁ ମଧ୍ୟରେ ଆସନ ଭାଗ ବଣ୍ଟା ହୋଇଛି। ସୂଚନା ଅନୁସାରେ, ବିହାର ବିଧାନସଭାର ୨୪୩ ସିଟ୍ ମଧ୍ୟରୁ ଜେଡିୟୁ ୧୨୨ ଟି ଆସନରୁ ପ୍ରାର୍ଥୀ ଦେବାକୁ ଥିବା ବେଳେ ବିଜେପିକୁ ମିଳିବ ୧୨୧ ଆସନ। ଦୁଇ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅକ୍ଟୋବର ୯ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ୨-୩ ଦିନ ମଧ୍ୟରେ ଡିପ୍ରେସନରେ ପରିଣତ ହୋଇ ଏହା ଉତ୍ତରପଶ୍ଚିମ ଦିଗରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିପାରେ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପୂର୍ବାନୁମାନ ଅନୁଯାୟୀ, ଏହାର ପ୍ରଭାବରେ ଅକ୍ଟୋବର ୧୧ରୁ ୧୩ ମଧ୍ୟରେ ଓଡ଼ିଶା […]
ଭୁବନେଶ୍ୱର: ଦୀର୍ଘ ୭ ମାସ ପରେ ଖୋଲିଲା ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଆଜି ସକାଳ ୮ଟାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଛି। କାଉଣ୍ଟର ସମେତ ଅନଲାଇନ ଯୋଗେ ଟିକଟ ବିକ୍ରି ହେଉଛି। ଆଜି ଛୁଟି ଦିନ ଥିବାରୁ ପର୍ଯ୍ୟଟକ ମାନେ ଆସି ଏଠାରେ ଭିଡ ଜମାଇବେ ବୋଲି ଆଶା ରଖାଯାଉଛି। ସେପଟେ ସ୍ୱଚ୍ଛତା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇଛନ୍ତି ନନ୍ଦନକାନନ କତ୍ତୃପକ୍ଷ। ନନ୍ଦନକାନନ ପରିସରକୁ ବିଶୋଧନ କରିବା ଲାଗି ଯଥେଷ୍ଟ ପରିମାଣର ହ୍ୟାଣ୍ଡ […]
ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଲଗାମ ଲାଗୁନାହିଁ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାରେ ଯେମିତି ବୃଦ୍ଧି ହେଉଛି, ମୃତ୍ୟୁ ସଂଖ୍ୟାରେ ବି ସେହି ଅନୁସାରେ ବୃଦ୍ଧି ହେଉଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗୋଟିଏ ଦିନରେ ୭୫ ହଜାର ୮୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇଲେ ଦେଶରେ ଏବେ ମୋଟ ଆକ୍ରାନ୍ତ […]
ଖଲିକୋଟ(ସିଲୁ ବିଶ୍ୱାଳ): ତିନି ମାସ ମଧ୍ୟରେ ଅନାଥ ହୋଇଗଲା ଏକ ବଡ଼ ଯୌଥ ପରିବାର। ମହାମାରୀ ବିପତ୍ତି ବେଳେ ମୁରବୀ ବିହିନ ହୋଇଯାଇଛି ଗଞ୍ଜାମ ବେଗୁନିଆପଡ଼ା ଅଙ୍ଗାରଗାଁର ଧବଳେଶ୍ୱର ସାହୁଙ୍କ ପରିବାର। ଜଣ ଜଣ କରି ଚାରି ଭାଇ ଆଗ ପଛ ହୋଇ ଆରପାରିକୁ ଚାଲିଯାଇଛନ୍ତି। ଏବେ ସଂସାର ବୋଝକୁ କେମିତି ସହିବ ପୁରୁଷ ଶୂନ୍ୟ ପରିବାର ସେ ନେଇ ଚିନ୍ତା। ପ୍ରଥମେ ସାନ ଭାଇ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଏହାର ମାତ୍ର ତିନିଦିନ ପରେ କରୋନା […]
ମୁମ୍ବାଇ: ଆରମ୍ଭ ହୋଇଯାଇଛି ବିଗ୍ ବସ୍ ୧୪। ସବୁଥର ଭଳି ଏଥର ମଧ୍ୟ ଏହି ଶୋ’କୁ ବଲିଉଡ୍ ସୁପରଷ୍ଟାର ସଲ୍ମାନ୍ ଖାନ୍ ହୋଷ୍ଟ୍ କରିଛନ୍ତି। ଶୋ’ର ପ୍ରଥମ ଏପିସୋଡ୍ରେ ଖୁବ୍ ମସ୍ତି ଦେଖିବାକୁ ମିଳିଥିଲା। ପ୍ରଥମ ଏପିସୋଡ୍ରେ ନୂଆ ପ୍ରତିଯୋଗୀଙ୍କୁ ନେଇ ଯେତିକି ଚର୍ଚ୍ଚା, ଏହାସହ ସଲ୍ମାନ୍ଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେବେ ହେବ ସଲ୍ମାନ୍ଙ୍କ ବିବାହ ? ବିଗ୍ ବସ୍ ୧୪ ସିଜନ୍ର ପ୍ରଥମ ଏପିସୋଡ୍ରେ ପଣ୍ଡିତ ଜନାର୍ଦନ ନାମକ ଜଣେ […]
ପୁରୀ: ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥିବ ଶରୀର। ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ରୁଦ୍ର ମୁଖାଗ୍ନି ଦେଇଥିବା ବେଳେ ଝିଅ ପଲ୍ଲବୀ ଓ ଜ୍ୱାଇଁ ଅର୍ଦ୍ଧେନ୍ଦୁ ଉପସ୍ଥିତ ଥିଲେ। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନିଜର ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିବାକୁ ଲୋକାରଣ୍ୟ ହୋଇଥିଲା ସ୍ୱାର୍ଗଦ୍ୱାର। ବିଭିନ୍ନ ଦଳର ନେତା, ମହାରଥୀଙ୍କ ନିର୍ବାଚନମଣ୍ଡଳୀରୁ ଶହ ଶହ ସମର୍ଥକ ଓ ଶୁଭେଚ୍ଛୁ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ। ତାଙ୍କ […]
ନୂଆଦିଲ୍ଲୀ: ଆଜିକାଲି ପ୍ରାୟ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ। ମଧୁମେହ ପାଇଁ ରକ୍ତରେ ସୁଗାର ସ୍ତର ଅନିୟନ୍ତ୍ରିତ ହୋଇଯାଏ, ଯାହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ | ତେବେ ଏହାର ସମାଧାନ ରହିଛି ଆପଣଙ୍କ ରୋଷେଇ ଘରେ। ଆଜି ଜାଣିବା ଆମେ ପ୍ରତିଦିନ ବ୍ୟବହାର କରୁଥିବା ସେହି ଗୋଟିଏ ସାମଗ୍ରୀ ବିଷୟରେ ଯାହାର ଅନେକ ଗୁଣବତ୍ତା ରହିଛି। ଆପଣ ଏହି ଘରୋଇ ଉପଚାରକୁ ବ୍ୟବହାର କରି ରକ୍ତରେ ସୁଗାରର ମାତ୍ରା ନିୟନ୍ତ୍ରଣ କରିପାରିବେ। ଅନେକ ରୋଗର ଉପଶମ […]
ପାଟନା: ବିହାର ନିର୍ବାଚନକୁ ନେଇ ଏପର୍ଯ୍ୟନ୍ତ ଦଳଗୁଡ଼ିକ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଗତକାଲି ବିରୋଧୀଙ୍କ ମହାମେଣ୍ଟରେ ସାମିଲ ହୋଇଥିବା ଭିଆଇପି(ବିକାଶଶୀଳ ଇନସାନ ପାର୍ଟି) ଏକାକୀ ୨୪୩ ସିଟ୍ରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଆର୍ଜେଡିର ମୁଖ୍ୟ ତେଜସ୍ୱୀ ଯାଦବଙ୍କ ନେତୃତ୍ୱକୁ ଅସ୍ୱୀକାର କରିବା ସହିତ ଏପରି ଘୋଷଣା କରିଛି ଭିଆଇପି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଭିଆଇପି ଅଧ୍ୟକ୍ଷ ମୁକେଶ ଶାହନି ଏକଥା କହିଛନ୍ତି। ବଲିଉଡ୍ ସେଟ୍ ଡିଜାଇନର୍ରୁ ରାଜନେତା ସାଜିଥିବା […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ରୋକିବାକୁ ଅଭିନବ ପଦକ୍ଷେପ। ୧୦ ସପ୍ତାହ, ଦିନ ୧୦ଟାରେ ୧୦ ମିନିଟ୍ କ୍ୟାମ୍ପେନ୍ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସପ୍ତାହରେ ପ୍ରତି ରବିବାର ଦିନ ୧୦ଟାରେ ମାତ୍ର ୧୦ ମିନିଟ୍ ସମୟ ଦେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଜନସାଧାରଣଙ୍କୁ ନିବେଦନ କରିଥିଲେ। ସେହି ଅନୁଯାୟୀ ଆଜି ମଧ୍ୟ କେଜରିଓ୍ୱାଲ ଏ ନେଇ ଲୋକଙ୍କୁ ସଚେତନ କରିଛନ୍ତି। ୧୦ ମିନିଟ ଭିତରେ ଘରେ ବିଭିନ୍ନ ସ୍ଥାନରେ ଜମି ରହିଥିବା ପାଣି ସଫା […]