• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

gadi
ଚାଷୀ ଆନ୍ଦୋଳନ ନେଇ ବିଜେପି ନେତାଙ୍କ ବୈଠକ

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ଉପରେ ଆଲୋଚନା ଲାଗି ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରସ୍ତାବକୁ ଖଣ୍ଡନ କରିଛନ୍ତି ଚାଷୀ।  ଆଲୋଚନା ପୂର୍ବରୁ କୌଣସି ସର୍ତ୍ତ ରଖାଯିବାକୁ ଚାଷୀ ବିରୋଧ କରିଛନ୍ତି । ସରକାର ଖୋଲା ହୃଦୟରେ ଚାଷୀଙ୍କ ସହ ଆଲୋଚନା କରନ୍ତୁ ବୋଲି ଦିଲ୍ଲୀ ସୀମାରେ ଡେରା ପକାଇଥିବା ଆନ୍ଦୋଳନକାରୀ ଚାଷୀ କହିଛନ୍ତି। ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବଙ୍କୁ ନେଇ ଗଠିତ ୭ ଜଣିଆ କମିଟି ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଚାଷୀଙ୍କୁ ନୂଆ […]

rahul-ray
ଡାକ୍ତରଖାନାରେ ଭର୍ତ୍ତି ହେଲେ ‘ଆଶିକୀ’ ହିରୋ ରାହୁଲ ରାୟ

ମୁମ୍ବାଇ: ଆଶିକୀ ହିରୋ ରାହୁଲ ରାୟଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌।  ଗୁରୁତର ଅବସ୍ଥାରେ ଅଭିନେତା ରାହୁଲଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୧୯୯୦ ବ୍ଲକବଷ୍ଟର ‘ଆଶିକୀ’ ପାଇଁ ଅନେକ ପ୍ରଶଂସା ସାଉଁଟିଥିବା  ଅଭିନେତାଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି ପରିବାର ସୂତ୍ରରୁ କୁହାଯାଇଛି। ୫୨ ବର୍ଷୀୟ ରାହୁଲ ରୟ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର  ପାଇଁ କାର୍ଗିଲରେ ସୁଟିଂ କରୁଥିଲେ।  କାର୍ଗିଲର ଗାଲଭାନ ଭ୍ୟାଲି ଉପରେ ଆଧାରିତ […]

maobadi
ମୁଖ୍ୟସ୍ରୋତକୁ ଫେରିବା ପାଇଁ ସଂଗଠନ ଛାଡ଼ିଲେ ହାର୍ଡକୋର ମାଓବାଦୀ

ମାଲକାନଗିରି: ଓଡ଼ିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଦୁଇଟି ଥାନାରେ ୧୨ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି।  ଚିନ୍ତାପାଲି ଥାନା ପୋଲିସ ନିକଟରେ ୫ ଜଣ ଓ କୋୟୁରୁ ପୋଲିସ ନିଟକରେ ୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ଆନ୍ଧ୍ର ଓଡ଼ିଶା ସୀମାରେ ସକ୍ରିୟା ଥିବା ବିଭିନ୍ନ ମାଓ ସଂଗଠନରେ କାର୍ଯ୍ୟ କରୁଥିଲେ । ସୀମାରେ ଚାଲିଥିବା ମାଓ ବିରୋଧୀ ଅପରେସନ୍ ଭୟ ଏବଂ ମୁଖ୍ୟସ୍ରୋତରେ ସାମିଲ ହେବାର ଇଛା ଲାଗି ସେମାନେ ସଂଗଠନ […]

terror
୧୧୦ ଶ୍ରମିକଙ୍କ ମୁଣ୍ଡ କାଟି ହତ୍ୟା କଲେ ଆତଙ୍କୀ, ମହିଳାଙ୍କୁ ଉଠାଇ ନେଲେ

ମୈଦୁଗୁରି: ଆତଙ୍କବାଦୀ ସଂଗଠନ ବୋକୋ ହରାମ (Boko Haram) ପୁଣି ଥରେ ନାଇଜେରିଆରେ ରଚିଛନ୍ତି ନରସଂହାର।  ଜାତିସଂଘ ସୂଚନା ଅନୁଯାୟୀ, କଟ୍ଟର ଇସଲାମ ସଂଗଠନ ବୋକୋ ହରାମର ହତ୍ୟାକାରୀମାନେ  ୧୧୦ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଖାଲି ନରସଂହାର କରିନାହାନ୍ତି, ଏହି ସଶସ୍ତ୍ର ଆତଙ୍କୀ ଗୋଷ୍ଠୀ  ନିରୀହ ଲୋକଙ୍କୁ ସର୍ବସାଧାରଣରେ ହତ୍ୟା କରିବାପରେ  ମହିଳାମାନଙ୍କୁ ଉଠାଇ ନେଇଛନ୍ତି। ନାଇଜେରିଆରେ ମିଳିତ ଜାତିସଂଘର ମାନବିକ ସଂଯୋଜକ ଏଡୱାର୍ଡ କାଲନ୍ କହିଛନ୍ତି,  ବୋକୋ ହରାମ ଅତି କମ୍‌ରେ […]

biden
କୁକୁର ସହ ଖେଳୁଥିବାବେଳେ ପଡ଼ିଗଲେ ଜୋ ବାଇଡେନ

ୱାଶିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ତାଙ୍କ କୁକୁର ସହିତ ଖେଳିବା ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।  ତାଙ୍କ ଡାହାଣ ଗୋଡର ହାଡରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିବା କୁହାଯାଇଛି।ସେ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ  ବିନା ସହାୟତାରେ ଚାଲି ପାରିବେ ନାହିଁ ବୋଲି କୁହାଯାଉଛି। ବିଡେନ ତାଙ୍କର ଜର୍ମାନ ଶେପର୍ଡ କୁକୁର ‘ମେଜର’ ସହିତ ଖେଳୁଥିଲେ। ଜୋ ବିଡେନଙ୍କର ଦୁଇଟି କୁକୁର ଅଛି।ଅନ୍ୟପକ୍ଷରେ, ଏହି ଦୁର୍ଘଟଣା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ […]

corona
ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।   ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୨୪୧ ଓ ଲୋକାଲ କେସ ୧୭୭ ଥିବା ଜଣାଯାଇଛି। ୨୯ଟି ଜିଲ୍ଲାରୁ ୪୧୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ କୌଣସି ଜିଲ୍ଲାର ରୋଗୀ ସଂଖ୍ୟା ୫୦ ଟପି ନ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି। Corona Updates in Odisha […]

Chhery
ଚେରୀ କୋଳି ଚାଷ ପ୍ରତି ବଢ଼ୁଛି ଚାଷୀଙ୍କ ଆଗ୍ରହ, ଜାଣନ୍ତୁ କାହିଁକି ?

ସିମ୍‌ଲା: ଚେରି କୋଳି ଚାଷ ପ୍ରତି ବଢ଼ୁଛି ହିମାଚଳ ଚାଷୀଙ୍କ ଆଗ୍ରହ । ସେଓ ଅପେକ୍ଷା ଚେରି ଉତ୍ପାଦନ ଜଲ୍‌ଦି ହେଉଥିବାରୁ ଚାଷୀମାନେ ଏହି ଚାଷ ପ୍ରତି ମନବଳାଉଛନ୍ତି । ତା ଛଡ଼ା ଲକ୍‌ଡାଉନ୍‌ରେ ବି ଚେରି କୋଳିର ଚାହିଦା କମି…

odisha-coronavirus
କରୋନା ମୃତ୍ୟୁ ସଂଖ୍ୟା କମିଲା; ୫ ରୋଗୀ ଆଖି ବୁଜିଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ହାର କମୁଛି। ଗତ କାଲି ୫ ଆକ୍ରାନ୍ତ ଆଖି ବୁଜିଥିବାବେଳେ ଆଜି ଆଖି ବୁଜିଛନ୍ତି ୫। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୩୯ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ମୃତକଙ୍କ ମଧ୍ୟରୁ ୩ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଥିବାବେଳେ ୨ ଜଣ ଅଛନ୍ତି ନୂଆପଡ଼ା ଜିଲ୍ଲାର। ସୂଚନାଥାଉ କି, ଆଜି ମଧ୍ୟ ରାଜ୍ୟରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଆଜି […]

serum
ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ମୋକଦ୍ଦମା କଲା ସେରମ୍‌

ନୂଆଦିଲ୍ଲୀ: ହ୍ୟୁମାନ ଟ୍ରାଏଲ ବେଳେ କରୋନା ଟିକା-କୋଭିସିଲ୍‌ଡ ନେଇଥିବା ସ୍ୱେଚ୍ଛାସେବୀଙ୍କ ବିରୋଧରେ ହୋଇଛି ୧୦୦ କୋଟିର ମାନହାନି ମୋକଦ୍ଦମା।  କରୋନା ଟିକା ନେବା ପରେ ସ୍ନାୟୁଗତ ରୋଗ ଦେଖା ଦେବା ଅଭିଯୋଗ କରିବାରୁ ସଂପୃକ୍ତ ସ୍ୱେଚ୍ଛାସେବୀଙ୍କ ବିରୋଧରେ ସେରମ ଇନଷ୍ଟିଚ୍ୟୁଟ୍ ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିଛି । ସଂପୃକ୍ତ ସ୍ୱେଚ୍ଛାସେବୀଙ୍କ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଅପରିପକ୍ୱ କହି ସେରମ ଇନଷ୍ଟିଚ୍ୟୁଟ୍ ମୋକଦ୍ଦମା କରିଛି। ଏକ ଘରୋଇ ଟିଭି ଚ୍ୟାନେଲକୁ ବିବୃତି ଦେଇ ସେରମ  […]

rajnikant
ରାଜନୈତିକ ଦଳ ଗଠନ କରିପାରନ୍ତି ରଜନୀକାନ୍ତ

ଚେନ୍ନାଇ: ଆକ୍ସନ ଷ୍ଟାର୍‌ ରଜନୀକାନ୍ତ ବଲିଉଡ୍‌ ଠାରୁ ଆରମ୍ଭ କରି ତାମିଲ୍ ଫିଲ୍ମରେ ନିଜର ଜଲ୍‌ୱା ଦେଖାଇବା ପରେ ଏବେ ରାଜନୀତିରେ ମଧ୍ୟ ନିଜର ଚମକ ଦେଖାଇବାକୁ ଯାଉଛନ୍ତି। ତାମିଲନାଡୁରେ ୨୦୨୧ ନିର୍ବାଚନ ଥିବାରୁ ରଜନୀ ନିଜର ଏକ ଦଳ ଗଠନ କରିପାରିନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ରଜନୀକାନ୍ତ ଚେନ୍ନାଇ ସ୍ଥିତ ନିଜ ଦଳ ‘ରଜନୀକାନ୍ତ ମକ୍କାଲ ମାଣ୍ଡାରାମ’ର କର୍ମକର୍ତ୍ତାଙ୍କୁ ଭେଟିଛନ୍ତି।୨୦୨୧ ନିର୍ବାଚନକୁ ଆଖିଆଗରେ ରଖି ଖୁବଶୀଘ୍ର ରାଜନୈତିକ ଦଳ ଗଠନ କରାଯିବ ବୋଲି ଦଳ […]

eshwara-paa
ଟିକେଟ୍‌ ବଣ୍ଟନକୁ ନେଇ ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ: ବିଜେପି ହିନ୍ଦୁଧର୍ମର ସବୁ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଟିକେଟ୍‌ ଦେଇପାରେ, ସେ ଲିଙ୍ଗାୟତ ହେଉ କି କୁରୁବସ କିମ୍ବା ଭୋକ୍କଲିଗସ, କିନ୍ତୁ ମୁସଲମାନଙ୍କୁ ଟିକେଟ୍‌ ଦେବ ନାହିଁ। ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କର୍ଣ୍ଣାଟକ ବିଜେପି ମନ୍ତ୍ରୀ କେଏସ୍‌ ଈଶ୍ୱରାପ୍ପା। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କେଏସ୍ ଈଶ୍ୱରପ୍ପା “ ହିନ୍ଦୁର କୌଣସି ସମ୍ପ୍ରଦାୟକୁ ଆମେ ଟିକେଟ୍‌ ଦେଇପାରୁ। ଲିଙ୍ଗାୟତ, କୁରୁବସ ଭୋକ୍କାଲିଗାସ ଓ ବ୍ରାହ୍ମଣ ସିଏ […]

santosh-sing-saluja
ପରୀ ପ୍ରସଙ୍ଗରେ ଗୃହରେ କାହିଁକି ଚୁପ୍ ରହିଲା କଂଗ୍ରେସ ? କାରଣ କହିଲେ ସାଲୁଜା

ଭୁବନେଶ୍ୱର: ପରି ପ୍ରସଙ୍ଗ ନେଇ ରାଜ୍ୟ କଂଗ୍ରେସରେ ଭିନ୍ନମତ ଦେଖାଦେଇଛି। ଏଥିପାଇଁ କଂଗ୍ରେସର ନିରବତାକୁ ନେଇ ଗତକାଲି ବିଜେପି ଟାର୍ଗେଟ କରିବା ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା। ପରୀ ପ୍ରସଙ୍ଗରେ ଗୃହରେ ଚୁପ୍ ରହିବାର କାରଣ କହିଛନ୍ତି ସାଲୁଜା। ସେ କହିଛନ୍ତି, ଚୁପ୍‌ର କାରଣ ସିଏଲ୍‌ପି ନେତା ଯାହା କହିଲେ ଆମେ ମାନିବାକୁ ବାଧ୍ୟ। ସିଏଲ୍‌ପି ନେତା ଯାହା କହିବେ ଆମେ କହିବାକୁ ଓ କରିବାକୁ ବାଧ୍ୟ ବୋଲି ସାଲୁଜା କହିଛନ୍ତି। […]

sambit-patra
ପରୀ ହତ୍ୟା ପ୍ରସଙ୍ଗରେ ସମ୍ବିତଙ୍କ ପ୍ରଶ୍ନ; ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ?

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ କଂଗ୍ରେସର ଆଚରଣ ନେଇ ରାହୁଲ ଗାନ୍ଧି ଓ କଂଗ୍ରେସ ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର। ଏନେଇ ସେ କହିଛନ୍ତି ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ବସିଛନ୍ତି ? କଣ ପାଇଁ ସେମାନେ ଅରୁଣ ସାହୁଙ୍କୁ କ୍ଲିନ ଚିଟ୍ ଦେଇଦେଲେ? ଅରୁଣ ସାହୁଙ୍କ ଠାରୁ ପଇସା ନେଇ ଚୁପ୍ ହୋଇ ବସିଛନ୍ତି ବୋଲି କହିଲେ ସମ୍ବିତ ଅଭିଯୋଗ କରିଛନ୍ତି। ପରୀ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କୁ ବି […]

sura rautray
ପରୀ ହତ୍ୟା ଘଟଣା ପ୍ରସଙ୍ଗ; ପଦାରେ ପଡ଼ିଲା କଂଗ୍ରେସର ମତଭେଦ

ଭୁବନେଶ୍ୱର: ପରୀ ହତ୍ୟା ପ୍ରସଙ୍ଗକୁ ନେଇ ରାଜନୀତି ତେଜୁଛି। ଏପରିକି  ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସରେ ମତଭେଦ ପଦାରେ ପଡ଼ିଛି । କଂଗ୍ରେସର ଦାବି ପରେ ସରକାର SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବରିଷ୍ଠ ନରସିଂହ ମିଶ୍ର କହୁଥିବାବେଳେ  ଭିନ୍ନମତ ଦେଇଛନ୍ତି ସୁର ରାଉତରାୟ। ପରୀ ହତ୍ୟା ଘଟଣାର ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଆମେ ଏହି ଘଟଣାକୁ ବିଧାନସଭାରେ ଜୋରଦାର ହଙ୍ଗାମା କରୁଥିଲୁ। ଏହାପରେ ନବୀନ ବାବୁ SIT ଗଠନ […]

narasingha-mishra
ପରୀ ହତ୍ୟା ପ୍ରସଙ୍ଗ: SIT ଗଠନକୁ କଂଗ୍ରେସର ଐତିହାସିକ ସଫଳତା ବୋଲି କହିଲେ ନରସିଂହ

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ SIT ଗଠନକୁ ଐତିହାସିକ ସଫଳତା ବୋଲି କହିଲେ ନରସିଂହ ମିଶ୍ର। ବିଧାନସଭା ଇତିହାସରେ ଯାହା ହୋଇନି ତାହା ହେଲା। ରାଜ୍ୟ ସରକାର ହାଇକୋର୍ଟଙ୍କୁ ପୂର୍ବରୁ କେବେ SIT ପାଇଁ ଲେଖିଥିଲେ ? ଆମ ଦାବିରେ ତାହା ହେଲା। କଂଗ୍ରେସର ଏହା ଐତିହାସିକ ସଫଳତା ବୋଲି ନରସିଂହ କହିଛନ୍ତି। ସିଏଲ୍‌ପି ନେତା ଦଳୀୟ ବିଧାୟକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଲେ ବୋଲି ନରସିଂହ କହିଛନ୍ତି। ଏହା ପୂର୍ବରୁ ପରୀ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ […]

proposed
ନାବାଳିକାଙ୍କୁ ଟ୍ରେନ୍‌ରେ ଦେଖି ପ୍ରପୋଜ କଲେ ଯୁବକ, ଆଉ ତା' ପରେ

ରାଉଲକେଲା: ଟ୍ରେନରେ ନାବାଳିକାଙ୍କୁ ଦୁର୍ବବ୍ୟହାର ଅଭିଯୋଗରେ ଜଣେ ଗିରଫ। ଗତ ୨୯ ତାରିଖରେ ମୁମ୍ବାଇ LTT ଏକ୍ସପ୍ରେସ୍‌ରେ ନାବାଳିକା ତାଙ୍କ ପରିବାର ସହ ଆସୁଥିବା ବେଳେ ଅଶ୍ଲୀଳ ବ୍ୟବହାର ନେଇ ଅଭିଯୋଗ ହୋଇଥିଲା। ସାଥୀ ଯାତ୍ରୀ ଜଣକ ଏପରି କରିଥିବା ଅଭିଯୋଗ ପରେ ରାଉରକେଲା ରେଳବାଇ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି। ନାବାଳିକା ଯାତ୍ରୀଙ୍କୁ ସଂପୃକ୍ତ ଅଭିଯୁକ୍ତ ଜଣକ ପ୍ରେମ ନିବେଦନ କରିବା ସହ ଅଶାଳୀନ ବ୍ୟବହାର କରିଥିବା ତାଙ୍କ ପରିବାର ଅଭିଯୋଗ କରିଥିଲେ। ତେବେ ରୋଡ୍‌ ରୋମିଓ […]

bijoy-mohaptra
ନବୀନ ବାବୁଙ୍କ ପାଇଁ ଏକ ଜଟିଳ ମୁହୂର୍ତ୍ତ, ସେ ଏହା ବୁଝିବା ଦରକାର: ବିଜୟ

ଭୁବନେଶ୍ୱର: ବିଜେଡିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କାର ହେବା ପରେ ଏସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏ ନେଇ ସେ କହିଛନ୍ତି, ପ୍ରଦୀପ ପାଣିଗ୍ରାହୀ ମିଛ କହିନାହାନ୍ତି। ମୁଷ୍ଟିମେୟ ଅଫିସରଙ୍କ ଔଧତ୍ୟ ଓ ଅହଂକାର ବଢ଼ି ଯାଇଛି। ଝିଅ ବାହାଘର ପୂର୍ବରୁ ଏଭଳି ଆକ୍ରୋଶ କାର୍ଯ୍ୟ ଅତ୍ୟନ୍ତ ଅମାନବିକ ବୋଲି ବିଜୟ ମହାପାତ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ  ଅଭୟ ପାଠକ କେତେ କାମ କରୁଥିଲେ, କେହି […]

jail
ଜେଲ୍‌ରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦଙ୍ଗା: ୮ କଏଦୀ ମୃତ ,୩୭ ଆହତ

କଲମ୍ବୋ: ଶ୍ରୀଲଙ୍କା ରାଜଧାନୀ କଲମ୍ବୋର ଏକ ଜେଲ୍‌ରେ ଦଙ୍ଗା ହେବାରୁ ୮ କଏଦୀଙ୍କର ମୃତ୍ୟୁ ହୋଇଛି। ଏଥିରେ ୩୭ ଜଣ ଆହତ ହୋଇଛନ୍ତି। ରବିବାର ଉତ୍ତର କଲୋମ୍ବରରୁ ୧୫ କିମି ଦୂର ମାହାରା ଜେଲ୍‌ରେ ଏହି ଅଘଟଣ ଘଟିଛି। ଜେଲ୍‌ର କିଛି କଏଦୀ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହିଂସା ସୃଷ୍ଟି ହୋଇଥିଲା। ମହାରା ଜେଲ୍‌ର କଏଦୀମାନେ ଫାଟକ ଖୋଲି ଖସିପଳାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ପୋଲିସ ଫୋର୍ସ ସହିତ କଏଦୀମାନଙ୍କର ରକ୍ତାକ୍ତ ସଂଘର୍ଷ […]

111
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା

ଚେନ୍ନାଇ: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ନିଭାର ଘନୀଭୂତହୋଇ ଗତ ୨୬ ତାରିଖରେ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ୍‌ କରିଥିଲା। ଏବେ ପୁଣି ବଙ୍ଗୋପସାଗରର ଦକ୍ଷିଣ-ପୂର୍ବରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଆସନ୍ତା ଡିସେମ୍ୱର ମାସ ୨ ତାରିଖରେ ଏହି ଲଘୁଚାପ ତାମିଲ୍‌ନାଡ଼ୁ ଏବଂ କେରଳରେ ପ୍ରଭାବ ପକାଇବା ନେଇ ବିଭାଗ କହିଛି। ସ୍ୟାଟେଲାଇଟ୍‌ ପର୍ଯ୍ୟବେକ୍ଷଣରୁ ଜଣାପଡ଼ିଛି ଯେ, ଏହି ଲଘୁଚାପର କେନ୍ଦ୍ରସ୍ଥଳ ବର୍ତ୍ତମାନ ଦକ୍ଷିଣ-ପୂର୍ବରେ ଶ୍ରୀଲଙ୍କାଠାରୁ ୭୫୦ କିଲୋମିଟର ଏବଂ […]