ବୌଦ୍ଧ: ବୌଦ୍ଧ ଡେପୁଟୀ କଲେକ୍ଟର ଶରତ ବାଗ ଗିରଫ। ପତ୍ନୀ ନିର୍ଯାତନା ଅଭିଯୋଗରେ ଶରତ ବାଗଙ୍କୁ ଗିରଫ କରିଛି ଝାରସୁଗୁଡ଼ା ଟାଉନ ଥାନା ପୋଲିସ। ବିଟିଏମ୍ ଫାଣ୍ଡିରେ ରଖି ଡେପୁଟୀ କଲେକ୍ଟରଙ୍କୁ ପଚରାଉଚରା କରୁଛି ପୋଲିସ୍। ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗ ନିଜ ସଂପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। କୌଣସି କାମରେ ଝାରସୁଗୁଡ଼ା ଯାଇଥିବା ସମୟରେ ଶରତ ବାଗଙ୍କ ପତ୍ନୀ ତାଙ୍କ ପିଛା କରିଥିଲେ। ସେଠାରେ ପତି ପତ୍ନୀଙ୍କ […]
ଭୁବନେଶ୍ୱର: କରୋନା ସଂକ୍ରମଣ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ସାମାଜିକ ଦୂରତା ଓ କରୋନା କଟକଣା ମାନି ପ୍ରଥମ ଦିନରେ ବସିଛି ଗୃହ। ବିଧାନସଭାରେ ୮୫ ଓ ଗୃହ ବାହାରେ ୯ ସଦସ୍ୟଙ୍କୁ ମିଶାଇ ମୋଟ୍ ୯୪ ଜଣ ଆଜି ପ୍ରଥମ ଦିନରେ ଗୃହ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଗୃହକୁ ଛାଡ଼ି କିଛି ବିଧାୟକ, ମନ୍ତ୍ରୀ ନିଜ ଜିଲ୍ଲାରେ ଭିଡିଓ କନ୍ଫରନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ। ଏଥିସହିତ ଚଳିତ ଅଧିବେଶନରେ ୧୧ଟି […]
ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ଯୋଗୁ ଭାରତରୁ ୟୁଏଇ ସ୍ଥାନାନ୍ତର ହୋଇଥିବା ଆଇପିଏଲର ୧୩ତମ ସଂସ୍କରଣରେ ଛକାର ବର୍ଷା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ମାତ୍ର ୧୦ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଲାଗିଛି ୧୫୩ ବର୍ଷା। ଯାହାକି କୌଣସି ସଂସ୍କରଣର ପ୍ରଥମ ୧୦ଟି ମ୍ୟାଚରେ ସର୍ବାଧିକ ଛକା ବୋଲି କୁହାଯାଉଛି। ଟୁର୍ଣ୍ଣାମେଣ୍ଟରେ ତିନୋଟି ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଉଛି। ତେବେ ଶାରଜାରେ ବଲ୍ ଅଧିକଥର ବାଉଣ୍ଡ୍ରୀ ପାର୍ ହୋଇଛି। ଶାରଜାରେ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ୬୨ଟି ଛକା […]
ନୂଆଜିଲ୍ଲୀ: ଦେଶର ୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି। ଛତିଶଗଡ଼, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ନାଗାଲାଣ୍ଡ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶର ବିଧାନସଭା ସିଟ୍ରେ ବି ନଭେମ୍ବର ୩ରେ ଉପନିର୍ବାଚନ ହେବ। ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣତି ହେବ। ସେହିପରି ବିହାର ବାଲ୍ମିକୀ ନଗର ଲୋକସଭା ସିଟ୍ ଏବଂ ମଣିପୁରର ଦୁଇଟି ବିଧାନସଭା ଆସନରେ ନଭେମ୍ବର ୭ରେ ନିର୍ବାଚନ ହୋଇ ୧୦ ତାରିଖରେ ଭୋଟ୍ ଗଣତି ହେବ। ହେଲେ ଆସାମ, ତାମିଲନାଡ଼ୁ ଏବଂ […]
କଟକ: ବଗଲା ଧର୍ମଶାଳା ଜମି ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ ହୋଇଛି। ଏହି ମାମଲା ଦାୟର କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଅନିୟମିତତା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ପାଇଁ କୋର୍ଟରେ ଆବେଦନ କରିଛନ୍ତି ସମ୍ବିତ। ଜଗନ୍ନାଥଙ୍କ ଖାତାକୁ ଜମି ଫେରାଇବାକୁ ପିଟିସନରେ ଆବେଦନ କରାଯାଇଛି। ଅନ୍ୟପଟେ ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ପ୍ରସଙ୍ଗରେ ପୁରୀ ତହସିଲଦାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଏବଂ ତାଙ୍କ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାରେ ଅର୍ବାଜଙ୍କ ନା ଯୋଡ଼ିବାରୁ ମାନହାନି ମକଦ୍ଦମା ରୁଜୁ କଲେ ଅଭିନେତା ତଥା ନିର୍ଦ୍ଦେଶକ ଅର୍ବାଜ ଖାନ। ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କ ବିରୋଧରେ ଗତକାଲି ବମ୍ବେ ସିଭିଲ କୋର୍ଟରେ ମାନହାନୀ ମକଦ୍ଦମା କରିଛନ୍ତି ଅର୍ବାଜ। କୋର୍ଟ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ବିଭୋର ଆନନ୍ଦ, ଶାକ୍ଷୀ ଭଣ୍ଡାରୀ ଓ ଅନ୍ୟ ଅଭିଯୁକ୍ତଙ୍କୁ ମାମଲାରେ ଦର୍ଶାଇଯାଇଥିବା ଅପତ୍ତିଜନକ ପୋଷ୍ଟ ହଟାଇବା […]
ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସେ ଏକାଥରେ ଦୁଇଟି ରୋଗ- ଡେଙ୍ଗୁ ଓ କୋଭିଡ୍-୧୯ ସହିତ ଯୁଝୁଥିଲେ। ଆଜି ଦୁଇଟିଯାକ ରୋଗକୁ ପରାସ୍ତ କରି ସୁସ୍ଥ ହୋଇ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି ମନୀଷ। ଆଜି ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ମନୀଷ ସେପ୍ଟେମ୍ବର ୧୪ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ହୋମ୍ ଆଇସୋଲେସନ୍ରେ ରହିଥିଲେ। ପରେ ସେପ୍ଟେମ୍ବର ୨୩ ତାରିଖରେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ(ଏଲ୍ଏନ୍ଜେପି) […]
ମୁମ୍ବାଇ: ସୁଶାନ୍ତ ସିଂହଙ୍କ ପରେ ବିହାରରୁ ଆସି ମୁମ୍ବାଇରେ ସଂଘର୍ଷ କରୁଥିବା ଆଉ ଜଣେ ଉଦୀୟମାନ ଅଭିନେତାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ୨୬ ବର୍ଷୀୟ ଟିଭି କଳାକାର ଅକ୍ଷତ ଉତ୍କର୍ଷ। ମୁମ୍ବାଇର ଅନ୍ଧେରୀରେ ରହୁଥିବା ଫ୍ଲାଟ୍ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଉତ୍କର୍ଷ ଫାସୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଉତ୍କର୍ଷଙ୍କ ମୂଳଘର ବିହାର ମୁଜାଫରପୁରରେ। ଶବ ବ୍ୟବଚ୍ଛେଦ ପରେ ଅକ୍ଷତଙ୍କ ମୃତଦେହକୁ ପରିବାର ଲୋକଙ୍କୁ ଫେରାଇ ଦେଇଛି ପୁଲିସ। ତେବେ ପୁଅ ଅତ୍ମହତ୍ୟା କରିନି […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରୁ ଆଜି ଆଉ ୩୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୨୯ରୁ କ୍ୱାରେଣ୍ଟିନରୁ ୭୩, ଲୋକାଲ କଣ୍ଟାକ୍ଟ କେସ୍ ୨୫୬ ଚିହ୍ନଟ ହୋଇଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ନୟାପଲ୍ଲୀରୁ ୧୯, ୟୁନିଟ୯ରୁ ୧୫, ରସୁଲଗଡ଼ରୁ ୧୪, ଓଲ୍ଡ ଟାଉନରୁ ୧୧, ୟୁନିଟ୯ରୁ ୧୧, ପଟିଆରୁ ୧୦, ସହିଦ ନଗରରୁ ୧୦ ଚିହ୍ନଟ ହୋଇଛନ୍ତି। ଭିଏସ୍ଏସ୍ ନଗରରୁ ୮, ନୀଳାଦ୍ରୀ ବିହାରରୁ ୭, ସୁନ୍ଦରପଦାରୁ ୭ ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା, ଲକ୍ଷ୍ମୀସାଗର, ଝାରପଡ଼ା, […]
ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଘଡ଼ଘଡ଼ି ସହ ବଜ୍ରପାତ ନେଇ ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମଧ୍ୟ ଏଭଳି ପାଗ…
ନୂଆଦିଲ୍ଲୀ: କ୍ରିକେଟ୍ ଜଗତରେ ଏବେ ଗୋଟିଏ ଘଟଣାକୁ ନେଇ ବିବାଦ ଦେଖା ଦେଇଛି। ଏହି ଘଟଣା ଘଟିଛି ଇଂଲଣ୍ଡରେ, ଯେଉଁଠାରେ ବିଜୟ ଉତ୍ସବରେ ମସଗୁଲ୍ ହୋଇ ଜଣେ ମୁସଲିମ୍ କ୍ରିକେଟରଙ୍କ ଉପରେ ବିଅର୍ ଢଳାଯାଇଛି। ଲଣ୍ଡନର ଲର୍ଡ୍ସ ଗ୍ରାଉଣ୍ଡରେ ବବ୍ ୱିଲିସ୍ ଟ୍ରଫିର ଫାଇନାଲ୍ ମୁକାବିଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଫାଇନାଲରେ ଏସେକ୍ସ ଟିମ୍ ସମରସେଟ୍ ହରାଇ ଟାଇଟଲ୍ ଜିତିଛି। ଟାଇଟଲ୍ ଜିତିବା ପରେ ଟିମ୍ ଶ୍ୟାମ୍ପେନ୍ ଏବଂ ବିଅର୍ ଦ୍ୱାରା ବିଜୟ ଉତ୍ସବ ମନାଇଥିଲେ। […]
ମୁମ୍ବାଇ: ସୁଶାନ୍ତ ସିଂହ ମୃତ୍ୟ ମାମଲା ସହିତ ଡ୍ରଗ୍ସ କାରବାର ମାମଲାର କୌଣସି ସମ୍ପର୍କ ନାହିଁ। କେବଳ ଡ୍ରଗ୍ସକାରବାର ଅଭିଯୋଗରେ ରିୟା ଓ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି। ବମ୍ବେ ହାଇକୋର୍ଟଙ୍କୁ ଆଜି ଏପରି କହିଛି ଏନ୍ସିବି। ଏନ୍ସିବି ଗିରିଫଦାରୀକୁ ନେଇ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ପକ୍ଷରୁ ବମ୍ବେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଯାହା ବିରୋଧରେ ହାଇକୋର୍ଟରେ ଆଜି ଏପରି ଉତ୍ତର ରଖିଛି ଏନ୍ସିବି। ଏନ୍ସିବି ପକ୍ଷରୁ ନିଯୁକ୍ତ ହୋଇଥିବା […]
ଦୁବାଇ: ଚଳିତ ଆଇପିଏଲରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆଜି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ। ଲଗାତର ଦୁଇଟି ମ୍ୟାଚ୍ ହାରିଥିବା ହାଇଦ୍ରାବାଦ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସେହିପରି ଦିଲ୍ଲୀ ହ୍ୟାଟ୍ରିକ୍ ବିଜୟ ହାସଲ ଲକ୍ଷ୍ୟରେ ରହିଛି। ଉକ୍ତ ମ୍ୟାଚରେ ଦିଲ୍ଲୀ କ୍ୟାପଟେନ୍ ଶ୍ରେୟସ୍ ଆୟର୍ ଟିମରେ ଗୋଟିଏ ପରିବର୍ତ୍ତନ କରିଛନ୍ତି। ଅଭିଜ୍ଞ ପେସ୍ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଘରୋଇ ସ୍କୁଲରେ ଫି ୩୦ ପ୍ରତିଶତ ଯାଏ କମିପାରେ। ଏନେଇ ଆଜି ହାଇକୋର୍ଟରେ ସୁପାରିଶ ହୋଇଛି। ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାରେ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଏହି ସୁପାରିଶ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଆବେଦନକାରୀଙ୍କ ଓକିଲ କହିଛନ୍ତି, ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ୍ ଫି ନେଉଥିବା ସ୍କୁଲର କୌଣସି ଫି ଛାଡ଼ କରାଯାଇନି। […]
ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧତ୍କ ୬୫୭, କଟକରୁ ୪୪୨, ବାଲେଶ୍ୱରରୁ ୨୨୬ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଗୁଳ- ୨୧୭, ପୁରୀ- ୧୮୨, ଜଗତସିଂହପୁରରୁ ୧୭୧, ମୟୂରଭଞ୍ଜ- ୧୬୨, ଯାଜପୁର ୧୫୩, ଝାରସୁଗୁଡ଼ାରୁ ୧୫୧,କୋରାପୁଟ- ୧୨୬, ସୁନ୍ଦରଗଡ଼- ୧୧୯, ନୟାଗଡ଼ରୁ ୧୧୫ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ା- ୧୧୨, ସମ୍ବଲପୁର- ୧୧୦, କଳାହାଣ୍ଡି- […]
ମୁମ୍ବାଇ: ବିଷକ୍ରିୟାରୁ ହୋଇନି ସୁଶାନ୍ତଙ୍କ ମୃତ୍ୟୁ। ସୁଶାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ଫଟୋଗ୍ରାଫ୍ ପ୍ରମାଣକୁ ବିଶ୍ଳେଷଣ କରି ବିଷକ୍ରିୟାର କୌଣସି ସୁରାକ୍ ମିଳିନଥିବା, ସିବିଆଇକୁ ରିପୋର୍ଟ ଦେଇଛି ତଦନ୍ତରେ ସହଯୋଗ କରୁଥିବା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍। ଏପଟେ ଏନ୍ସିବି ଜେରା ବେଳେ ‘ମାଲ୍ ହେ କ୍ୟା’ ଚାଟ୍ର ରାଜ୍ ଖୋଲିଛନ୍ତି ଦୀପିକା। କହିଛନ୍ତି ମାଲ୍ ଏକ କୋଡ୍ ଓ୍ୱାର୍ଡ ବା ସାଂକେତିକ ଶବ୍ଦ। କୋଡ୍ ଓ୍ୱାର୍ଡ ମାଲ୍ରେ ଅର୍ଥ ସିଗାରେଟ୍। ସେ ଚାଟ୍ରେ କୌଣସି […]
ଆବୁ ଧାବି: ଚଳିତ ଆଇପିଏଲର ଲଗାତର ଦୁଇଟି ମ୍ୟାଚ୍ ହାରିଥିବା ସନରାଇଜର୍ସ ହାଇଦ୍ରାବାଦ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ଆଶାରେ ଆଜି ଇନଫର୍ମ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିଛି। ଏହି ମ୍ୟାଚରେ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋଙ୍କ ସଫଳ ଓପନିଂ ପାର୍ଟନରଶିପ୍ ଏବଂ କେନ୍ ୱିଲିୟମସନଙ୍କ ବିସ୍ଫୋରକ ଇନିଂସ୍ ସତ୍ତ୍ୱେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୬୨ ରନ୍ କରିଛି। ଅନ୍ୟ ପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ […]
ଭୁବନେଶ୍ୱର: କରୋନା ପରିସ୍ଥିତି ଭିତରେ ଆଜି ବିଧାନସଭା ଅଧିବେଶନ ବସିଥିଲା। ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ କୋଭିଡ୍ ତାତି ଦେଖିବାକୁ ମିଳିଥିଲା। ଆଜି ଗୃହରେ ମାସ୍କ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ। ମାସ୍କ ଓ ପିପିଇ କିଟ୍ ପ୍ରସଙ୍ଗକୁ ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ପ୍ରିଭିଲେଜ୍ ନୋଟିସ୍ ଆକାରରେ ଏହି ପ୍ରସଙ୍ଗ ଉଠାଇ ସେ ଲିଖିତ ଆକାରରେ ବାଚସ୍ପତିଙ୍କୁ ଜଣାଇଛନ୍ତି। କାହିଁକି କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ ଦିଆଯାଇଥିଲା ସେ ନେଇ ସରକାର ଉତ୍ତର ଦିଅନ୍ତୁ […]
ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ଏ ନେଇ ଉପରାଷ୍ଟ୍ରପତିଙ୍କ ଅଫିସିଆଲ୍ ଟୁଇଟର ଆକାଉଣ୍ଟରେ ସୂଚନା ଦିଆଯାଇଛି। The Vice President of India who underwent a routine COVID-19 test today morning has been tested positive. He is however, asymptomatic and in good health. He has been advised […]
ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍କୁ ନେଇ ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ। ବିଲ୍କୁ ତୀବ୍ର ବିରୋଧ କରିବା ସହ ବିଲ୍ର କପିକୁ ଚିରି ଦେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଲ୍କୁ ସିଲେକ୍ଟ କମିଟିକୁ ପଠାଯାଉ ବୋଲି ଗୃହରେ ଦାବି ଉଠାଇଥିଲେ ତାରା। ସେହିପରି ବିଜେପି ମଧ୍ୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍କୁ ତୀବ୍ର ବିରୋଧ କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ବିଲ୍ ଯୋଗୁଁ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ନଷ୍ଟ ହେବ। ବିଶ୍ୱବିଦ୍ୟାଳୟକୁ ସରକାର […]
ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ। ନିଜର ଅପାରଗତାକୁ ଘୋଡ଼ାଇବାକୁ ଯାଇ ରାଜ୍ୟ ସରକାର ବିଜୁଳି ଦର ବଢ଼ାଇଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ପରିଚାଳନାଗତ କ୍ଷତି ଓ ବଡ଼ ଖିଲାପକାରୀଙ୍କଠାରୁ ଟଙ୍କା ଆଦାୟ କରି ନପାରି ସରକାର ସାଧାରଣ ଜନତାଙ୍କ ଉପରେ ବୋଝ ଲଦୁଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି। ବିଜୁଳି ଦର ବୃଦ୍ଧି ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ଏଣୁ […]
ଭୁବନେଶ୍ୱର: କୋଭିଡ୍ ମହାମାରୀ ସଂପର୍କରେ ଗାନ୍ଧି ଜୟନ୍ତୀରୁ ସଚେତନତା ଅଭିଯାନ ଆରମ୍ଭ କରିବ ବିଜେଡି। ଏନେଇ ଦଳୀୟ କର୍ମୀ, ବିଧାୟକ, ସାଂସଦ, କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅକ୍ଟୋବର ୨ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ମାସେ ବ୍ୟାପୀ ଚାଲିବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇ ଦଳର ପ୍ରତ୍ୟେକ ବିଧାୟକ ପଞ୍ଚାୟତ ସ୍ତରରେ ମାସ୍କ ବଣ୍ଟନ ସହ ଲୋକଙ୍କୁ […]