ନୂଆଦିଲ୍ଲୀ: ଭାରତର ଘନିଷ୍ଠ ବନ୍ଧୁ ବୋଲି ପୁଣିଥରେ ପ୍ରମାଣିତ କରିଛି ମାଲଦୀପ । ଚଳିତବର୍ଷ ପ୍ରାରମ୍ଭରେ ମାଲଦୀପ ଆଇଆଇସିରେ ଭାରତର ସାଥ ଦେବା ପରେ ଏବେ ସାର୍କ ବୈଠକରେ ପାକିସ୍ତାନର ଆଉ ଏକ ଉଦ୍ୟମକୁ ବିଫଳ କରି ଦେଇଛି। ସାର୍କ ବିଦେଶ ମନ୍ତ୍ରୀଙ୍କ ବୈଠକରେ ପାକିସ୍ତାନ ପୁଣିଥରେ ଇସ୍ଲାମବାଦରେ ସାର୍କ ସମ୍ମିଳନୀ କରିବା ପ୍ରସଙ୍ଗ ଉଠାଇଥିଲା ଯାହା ମାଲଦୀପର ହସ୍ତକ୍ଷେପ ପରେ ରୋକା ଯାଇଥିଲା। ସୂଚନାଥାଉ କି, ୨୦୧୬ରେ ଏହି ସମ୍ମିଳନୀ ଇସ୍ଲାମବାଦରେ ହେବାର ଥିଲା। ହେଲେ […]
ମୁମ୍ବାଇ: ନିର୍ମାତା କରନ୍ ଜୋହରଙ୍କ ପାର୍ଟିର ଭାଇରାଲ୍ ଭିଡିଓକୁ ନେଇ ଜାରି ହେଲା ବିବୃତି । ପାର୍ଟିରେ ଡ୍ରଗ୍ସ ନିଆଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ୨୦୧୯ରେ ଏହାକୁ ଖଣ୍ଡନ କରାଯାଇଥିବା ବେଳେ ଏବେ ପୁଣି ଥରେ ମିଛ ଘଟଣାକୁ ସାମ୍ନାକୁ ଅଣାଯାଇଥିବା ପ୍ରେସ ବିବୃତି ଜରିଆରେ କହିଛନ୍ତି କରନ୍। ସେ କେବେ ବି ଡ୍ରଗ୍ସ ନେଇନାହାନ୍ତି କିମ୍ବା ଏହାକୁ ପ୍ରୋତ୍ସାହନ କରିନାହାନ୍ତି । କିମ୍ବା ଏଭଳି କୌଣସି ସାମଗ୍ରୀକୁ ସେ ନିଜ ପାଖରେ ରଖି ବି […]
ନୂଆଦିଲ୍ଲୀ: ଜାତିସଂଘରେ ପାକିସ୍ତାନ ଆଭିମୂଖ୍ୟକୁ ଭାରତ ତୀବ୍ର ଭର୍ତ୍ସନା କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ବିରୋଧରେ ମିଛ, କପୋଳକଳ୍ପିତ ଓ ଦ୍ୱେଷ ଉଦ୍ରେକକାରୀ ତଥ୍ୟ ରଖିଛନ୍ତି ବୋଲି ଭାରତ କହିବା ସହ ଏଥିରୁ ନିବୃତ ରହିବାକୁ କହିଛି । ତେବେ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଯଦି ପାକିସ୍ତାନ ଇଛୁକ, ତା ହେଲେ ନିଜ ଅକ୍ତିଆରରେ ରଖିଥିବା ପାକ୍ ଅଧିକୃତ କାଶ୍ମୀରକୁ ଛାଡ଼ି ଦେଉ ବୋଲି ଭାରତ କହିଛି […]
ଭୁବନେଶ୍ୱର: ଓଟିଭି ଏମଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ। ଏଥର ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ସାରୁଅ, ଜୟ ମଙ୍ଗଳ ଏବଂ ଗୌଡ଼ପୁଟ ଗାଁର ଲୋକେ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ସେମାନଙ୍କ ଚାଷ ଜମିକୁ ରାସ୍ତା ଛାଡ଼ୁନଥିବା ଅଭିଯୋଗ ଆଣିଛନ୍ତି। ରାସ୍ତା ନଥିବାରୁ ଚାଷ ଜମିକୁ ସେମାନେ ଯାଇପାରୁନାହାନ୍ତି। ଏପରିକି ଜମି ଜବରଦଖଲ ନେଇ ମଧ୍ୟ କିଛି ଲୋକ ଧମକ ଦେଉଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ସଂପୃକ୍ତ ଗାଁର ଲୋକେ। ସେପଟେ ଏଭଳି ଅଭିଯୋଗକୁ […]
ଭୁବନେଶ୍ୱର: କାର ପାର୍କିଂ ପାଇଁ ଉଚ୍ଛେଦ। ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ କଡରେ ନିର୍ମାଣାଧିନ ବହୁତଳ କାର ପାର୍କିଂର ଅଗ୍ରଗତିରେ ବାଧା ସୃଷ୍ଟି କରୁଥିବା ୨୪ଟି ଉଠା ଦୋକାନୀଙ୍କ ବେଆଇନ ନିର୍ମାଣ ଉଛେଦ କଲା ବିଏମ୍ସି। ପୋଲିସର ସହାୟତାରେ ନେଇ ବୁଲଡୋଜର ଲଗାଇ ଉଛେଦ କରିଛ ବିଏମ୍ସି। ସେପଟେ ଏହି ଉଚ୍ଛେଦକୁ ବେଆଇନ ଦର୍ଶାଇଛି ନିଖିଳ ଉତ୍କଳ ଉଠାଦେକାନ କ୍ଷୁଦ୍ର ବ୍ୟବସାୟୀ ସଂଘ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ବିଏମସି ଉଚ୍ଛେଦ କରିଥିବା ସଂଘ ଅଭିଯୋଗ କରିଛି। […]
ୱାଶିଂଟନ: କରୋନା ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କବାଣୀ ଶୁଣାଇଛି। ଏହି ଭାଇରସ୍ରେ ସାରା ବିଶ୍ୱରେ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି WHO କହିଛି। କରୋନା ଭ୍ୟାକ୍ସିନ୍ ଆବିଷ୍କାର ଓ ଏହାର ବିତରଣ ହେବା ପୂର୍ବରୁ ପାଖାପାଖି ୨୦ ଲକ୍ଷ ଲୋକଙ୍କ ଜୀବନ ଯାଇ ସାରିଥିବ ବୋଲି ସତର୍କବାଣୀ ଶୁଣାଇଛି WHO। କରୋନାକୁ ରୋକିବାକୁ ଯଦି ମିଳିତ ହୋଇ ପଦକ୍ଷେପ ନିଆ ନଯାଏ ତେବେ ସ୍ଥିତି ଭୟାନକ ହେବ ବୋଲି WHO କହିଛି। […]
ବେଙ୍ଗାଲୁରୁ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି। କେରଳର ଟୁମ୍କୁର JMFCକୋର୍ଟରେ କ୍ରିମିନାଲ କେସ୍ ରୁଜୁ ହୋଇଛି। କେନ୍ଦ୍ର ସରକାରଙ୍କର ବିବାଦୀୟ କୃଷକ ବିଲ୍ ବିରୋଧରେ ବିକ୍ଷୋଭ କରୁଥିବା କୃଷକଙ୍କ ବିରୋଧରେ କଙ୍ଗନାଙ୍କ ଟ୍ୱିଟ୍କୁ ବିରୋଧରେ କୋର୍ଟରେ ଏପରି ମାମଲା କରାଯାଇଛି। ଏସମ୍ପର୍କିତ ଏକ ଟ୍ୱିଟ୍ରେ ବିକ୍ଷୋଭକାରୀ ଓ କୃଷକଙ୍କୁ ଉସ୍କାଉଥିବା ଲୋକଙ୍କୁ ‘ଆତଙ୍କବାଦୀ’ ବୋଲି କହିଥିଲେ କଙ୍ଗନା। ସେପ୍ଟେମ୍ବର ୨୦ ତାରିଖରେ ଏହି ଟ୍ୱିଟ୍ କରିଥିଲେ କଙ୍ଗନା ରାଣାୱତ। ଯାହାକୁ ନେଇ […]
ଚେନ୍ନାଇ: ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍ପି ବାଲାସୁବ୍ରମଣ୍ୟମଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଚେନ୍ନାଇର ଏକ ସ୍ମଶାନରେ ଏସ୍ପିବିଙ୍କ ଶେଷକୃତ୍ୟ କରାଯାଇଛି। ଏଥିରେ ତାମିଲ ସିନେମାର ବର୍ଷୀୟାନ ନିର୍ଦ୍ଦେଶକ ଭାରତୀରାଜାଙ୍କ ସମେତ ବହୁ କଳାକାର, ସିନେପ୍ରେମୀ ଓ ସୁବ୍ରମଣ୍ୟମଙ୍କ ପ୍ରଶଂସକ ଯୋଗ ଦେଇଥିଲେ। ଗତକାଲି ଅପରାହ୍ଣରେ ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ୭୪ ବର୍ଷରେ ସୁବ୍ରମଣ୍ୟମଙ୍କ ପରଲୋକ ହୋଇଥିଲା। ପରେ ସଂଧ୍ୟାରେ ହସ୍ପିଟାଲରୁ ମର ଶରୀର ଅଣାଯାଇ ନୁଙ୍ଗାମ୍ବକମ ବାସଭବନକୁ ନିଆଇଥିଲା। ଏହାପରେ ମରଶରୀରକୁ ତିରୁଭାଲୁରର ଥମରାଇପକମ ଫାର୍ମ […]
ଭୁବନେଶ୍ୱର: ବିଜେପି କାର୍ଯ୍ୟକର୍ତ୍ତା ଘୋଷଣା କଲେ ସଭାପତି ଜେପି ନଡ୍ଡା। ପୂର୍ବଭଳି ଉପାଧ୍ୟକ୍ଷ ପଦ ବଜାୟ ରଖିଲେ ବୈଜୟନ୍ତ ପଣ୍ଡା। ନଡ୍ଡାଙ୍କ ଟିମରେ ୧୨ ଉପସଭାପତି, ୮ ସାଧାରଣ ସଂପାଦକ। କାହାଙ୍କୁ ମିଳିଲା କେଉଁ ଦାୟିତ୍ୱ:- ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂ, ବୈଜୟନ୍ତ ପଣ୍ଡା, ରଘୁବର ଦାସ, ମୁକୁଲ ରାୟ, ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀବେନ୍ ସିୟାଲ, ଡିକେ ଅରୁଣା, ଏମ୍. ଚୌବା ଏଓ, ଅବଦୁଲ୍ଲା କୁଟ୍ଟିଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି। […]
ମୁମ୍ବାଇ: ବଲିଉଡ ଆକ୍ଟର ଅମିର ଖାନ୍ଙ୍କ ବୈବାହିକ ଜୀବନରା ପୁଣି ଫାଟ। ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କୁ ତଲାକ ଦେଇଛନ୍ତି ଅମୀର ଖାନ୍। ବିବାହର ୧୫ ବର୍ଷ ପରେ ଦୁହିଁଙ୍କର ବିବାହ ବିଚ୍ଛେଦ ଘଟିଛି। ଉଭୟ ଅମୀର-କିରଣ ଏକ ବୟାନରେ ତାଙ୍କ…
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୨, ଲୋକାଲ କଣ୍ଟାକ୍ଟ କେସ୍ ୨୫୭ ରହିଛି। ସେହିପରି ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୫୩ ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି। କେଉଁ ଅଞ୍ଚଳରୁ କେତେ:- ନୟାପଲ୍ଲୀରୁ ୧୬, ପଟିଆ ଶିଶୁ ବିହାରରୁ ୧୩, ଚନ୍ଦ୍ରଶେଖରପୁରରୁ ୧୨, ସାଲିଆସାହିରୁ ୧୧ ଓ ଖଣ୍ଡଗିରିରୁ ୧୦, ୟୁନିଟ୍-୮, ଲକ୍ଷ୍ନୀସାଗର, ସହିଦ ନଗର ଓ ଡୁମୁଡୁମାରୁ ୮ ଲେଖାଏଁ, ନୀଳାଦ୍ରି ବିହାର ଓ ୟୁନିଟ୍-୯ରୁ […]
ନୂଆଦିଲ୍ଲୀ: କେନ୍ଦ୍ର ବିଜେପିର ବଡ଼ଧରଣର ପରିବର୍ତ୍ତନ ହୋଇଛି। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ, ରମଣ ସିଂହ, ମୁକୁଲ ରଏ, ଅର୍ଣ୍ଣପୂର୍ଣ୍ଣା ଦେବୀ ଏବଂ ବୈଜୟନ୍ତ ପଣ୍ଡାକୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ବେଙ୍ଗାଲୁରରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିଚ ହୋଇଥିବା ଯୁବ ସାଂସଦ ତେଜସ୍ୱୀ ସୁର୍ଯ୍ୟାଙ୍କୁ ବିଜେପି ଯୁବ ମୋର୍ଚ୍ଚା(BJYM)ର ସଭାପତି ଭାବେ ନିଯୁକ୍ତି ମିଳିଛି। ତା ସହିତ ରାଧା ମୋହନ ସିଂହ, ରେଖା ବର୍ମା, ଭାରତୀ ବେନ ଶିୟାଲ,ଡିକେ ଅରୁନ, ଡ. […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଡ୍ରଗ୍ସ ନେବାକୁ ଅସ୍ୱୀକାର କରିଛନ୍ତି। ସେ ସିଗାରେଟ୍ ନେଇଥିବା ସ୍ୱୀକାର କରୁଥିବା ବେଳେ ଡ୍ରଗ୍ସ ନେବାକୁ ଅସ୍ୱୀକାର କରିଥିବା ନାରକୋଟିକ୍ସ କଣ୍ଟ୍ରୋଲନ୍ ବ୍ୟୁରୋ (NCB)ର ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏନ୍ସିବିର ପଚରାଉଚରା ବେଳେ ସାରା ସିଗାରେଟ୍ ନେଉଥିବା କଥା ସ୍ୱୀକାର କରିଥିଲେ। ତା ସହିତ କେଦାର ନାଥ ଫିଲ୍ମ ଶୁଟିଂ ବେଳେ ସେ ସୁଶାନ୍ତ ସିଂହଙ୍କ ନିକଟତର ହୋଇଥିବା କଥା ମଧ୍ୟ କହିଥିଲେ। କେବଳ ସେତିକି […]
ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜେନେରାଲ୍ ଆସେମ୍ବଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭର୍ଚୁଆଲ୍ ପ୍ଲାଟଫର୍ମରେ ଜେନେରାଲ୍ ଆସେମ୍ବଲୀକୁ ସମ୍ବୋଧନ କରିଛନ୍ତି ମୋଦି। ସମ୍ବୋଧନ କରି ମୋଦି କହିଛନ୍ତି ୭୫ ବର୍ଷ ମଧ୍ୟରେ ଜାତିସଂଘ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। କହିବାକୁ ଗଲେ ୩ୟ ବିଶ୍ୱଯୁଦ୍ଧ ହୋଇନି, କିନ୍ତୁ ଅନେକ ଯୁଦ୍ଧ ହୋଇଯାଇଛି। ଅନେକ ନିରୀହ ଲୋକଙ୍କର ଏମିତି ଯୁଦ୍ଧରେ ପ୍ରାଣ ଯାଇଛି। କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ? ଜାତିସଂଘ ଉପରେ […]
କଟକ: ଅପରାଧିକ ମାମଲାରେ ଜଡ଼ିତ ରାଜନେତାଙ୍କ ବଢିଲା ଅଡୁଆ। ରାଜ୍ୟରେ ରାଜନେତାଙ୍କ ବିରୋଧରେ କେଉଁ କୋର୍ଟରେ କଣ ମାମଲା ରହିଛି ଏହାର ସବିଶେଷ ତଥ୍ୟ ମାଗିଛନ୍ତି ହାଇକୋର୍ଟ। ଏ ସମ୍ପର୍କରେ ନିଜ ଆଡୁ ଏକ ମାମଲା ରୁଜୁ କରି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ। ପୂର୍ବତନ ଓ ବର୍ତ୍ତମାନର ସମସ୍ତ ସାସଂଦ ଏବଂ ବିଧାୟକଙ୍କ ବିଷୟରେ ତଥ୍ୟ ଦେବାକୁ ଆଡଭୋକେଟ ଜେନରାଲଙ୍କୁ ହାଇକୋର୍ଟ କହିଛନ୍ତି। ରାଜନେତାଙ୍କ ବିରୋଧରେ ଥିବା ମାମଲାର ତ୍ୱରିତ ବିଚାର ପାଇଁ […]
ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜେନେରାଲ୍ ଆସେମ୍ଲିକୁ ସମ୍ବୋଧନ କରି ଜାତିସଂଘକୁ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେତେ ଦିନ ପର୍ଯ୍ୟନ୍ତ ଭାରତ ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗରୁ ବଞ୍ଚିତ ରଖାଯିବ ବୋଲି ପ୍ରଶ୍ନ କରିଛନ୍ତି ମୋଦି। ଜାତିସଂଘର ପୁନର୍ଗଠନ ପାଇଁ ଯେଉଁ ପ୍ରୋସେସ୍ ପୂରା ହେବା ନେଇ ଭାରତର ଲୋକ ବହୁତ ଅପେକ୍ଷାରେ ଅଛନ୍ତି। କେବେ ଏହି ପ୍ରକ୍ରିୟା ଆଇନଗତ ଭାବରେ ସମାପ୍ତ ହେବ କେବେ ପର୍ଯ୍ୟନ୍ତ ଭାରତ ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗରୁ ଅଲଗା […]
ଭୁବନେଶ୍ୱର: ରାଜ୍ୟରେ ୪୭୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଆଜି ସୁଦ୍ଧା ୧ ଲକ୍ଷ ୭୦ ହଜାର ୧୯୩ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି। ତେବେ ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୭୩ ଆକ୍ରାନ୍ତ ଥିବା ବେଳେ କଟକରୁ ୪୧୧ ଜଣ ଆରୋଗ୍ୟ ହୋଇଛନ୍ତି। ସେହିଭଳି ମୟୂରଭଞ୍ଜରୁ ୨୧୬, ସୁନ୍ଦରଗଡ଼ରୁ […]
ନୂଆଦିଲ୍ଲୀ: ଭାରତ ସରକାର ଦେଶବାସୀଙ୍କ ପାଖରେ କରୋନା ଭ୍ୟାକ୍ସିନ୍ ପହଞ୍ଚାଇବା କଥା କହୁଥିବା ବେଳେ ଭ୍ୟାକ୍ସିନ ଉତ୍ପାଦନରେ ଲାଗିଥିବା ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସଆଇଆଇ)ର ଅଧ୍ୟକ୍ଷ ଅଦର ପୁନାୱାଲା ସରକାରଙ୍କୁ ଏକ ପ୍ରଶ୍ନ କରିଛନ୍ତି। କରୋନା ଭାଇରସ ପାଇଁ ଦେଶବାସୀଙ୍କୁ ଭ୍ୟାକ୍ସିନ ବିତରଣ କରିବା ପାଇଁ ଭାରତ ସରକାରଙ୍କ ପାଖରେ ୮୦ ହଜାର କୋଟି ଟଙ୍କା ଅଛି ତ ? ଟ୍ୱିଟ୍ କରି ଏଭଳି କେନ୍ଦ୍ର ସ୍ୱସ୍ଥ୍ୟାମନ୍ତ୍ରାଳୟକୁ ଏହିଭଳି ପ୍ରଶ୍ନ କରିଛନ୍ତି ଅଦର। ସିଆଇଆଇ […]
କୋଲକାତା: ଅକ୍ଟୋବର ୧ ତାରିଖରୁ ପଶ୍ଚିମବଙ୍ଗରେ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆରମ୍ଭ ହେବ। ଏନେଇ ଶନିବାର ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୁଣିଥରେ ସାଧାରଣ ଧାରାକୁ ଫେରିଆସିବା ପାଇଁ ଅକ୍ଟୋବର ୧ ତାରିଖରୁ ପଶ୍ଚିମବଙ୍ଗରେ କେତେକ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅନୁମତି ମିଳିବ ବୋଲି ମମତା କହିଛନ୍ତି। ଏହି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଭିତରେ ରହିଛି, ଯାତ୍ରା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ, ସିନେମା ଏବଂ ଶୋ ସମ୍ପର୍କିତ ମ୍ୟୁଜିକ, […]
ଭୁବନେଶ୍ୱର: ବିଧାନସଭା ଅଧିବେଶନ ପାଇଁ ବିଜେପି ବିଧାୟକ ଦଳର ବୈଠକ ବସିଥିଲା। ୱେବିନାର ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିର ଅଧିବେଶନରେ କେଉଁସବୁ ପ୍ରସଙ୍ଗକୁ ନେଇ ସରକାରୀଙ୍କୁ ପ୍ରଶ୍ନ କରାଯିବ ସେ ନେଇ ରଣନୀତି ପ୍ରସ୍ତୁତ କରିଥିଲା ଦଳ। ଏଥର ବିଧାନସଭାରେ ବିଦ୍ୟୁତ ଦର ବୃଦ୍ଧି, ବନ୍ୟା, ବଗଲା ଧର୍ମଶାଳା ବିକ୍ରିକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେପି। ତା ସହିତ କୋଭିଡ ପରିଚାଳନା, ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସମସ୍ୟା, ନୂଆ ଓଡ଼ିଶା ୟୁନିଭର୍ସିଟି ଆଇନ, ପିଏମ୍ […]
ନୂଆଦିଲ୍ଲୀ: ଭାଙ୍ଗିଲା ପୁରୁଣା ସମ୍ପର୍କ। ବିଜେପି ସହ ସମ୍ପର୍କ ଛିନ୍ନ କଲା ସିରୋମଣି ଅକାଳି ଦଳ। କୃଷି ବିଲ୍ ୨୦୨୦କୁ ବିରୋଧ କରି ଦଳର ନେତ୍ରୀ ହରସିମ୍ରନ କୌର ମନ୍ତ୍ରୀ ପଦରୁ ଇସ୍ତଫା ଦେବା, ସାଂସଦମାନେ ସଂସଦ ପରିତ୍ୟାଗ କରିବା ପରେ ଏବେ ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ ବାଏ ବାଏ କହିଛି ପୁରୁଣା ବନ୍ଧୁ ସିରୋମଣି ଅକାଳି ଦଳ। ଏହି ବଲିକୁ କୃଷକ ବିରୋଧୀ କହି ଏନ୍ଡିଏ ଛାଡ଼ିଲା ଦଳ। ଅକାଳୀ ଦଳ ବିଜେପିର ବହୁ ପୁରୁଣା […]
ଖୋର୍ଦ୍ଧା: ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ୬ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ବେଗୁନିଆ ଥାନା ଗଡ଼ମାଣିତ୍ରୀ ଗାଁରେ ଘଟିଛି ଏଭଳି ଅଘଟଣ। ଆହତମାନେ ସମସ୍ତେ ଗୋଟିଏ ପରିବାରର। ଆହତମାନଙ୍କ ମଧ୍ୟରୁ ୩ ମହିଳା ଜଣେ ଶିଶୁ ସମେତ ୬ ଗୁରୁତର ହୋଇଛନ୍ତି। ଘରେ ଗ୍ୟାସ ଚୁଲା ନଜଳିବାରୁ ସଜାଡ଼ିବା ବେଳେ ଅଘଟଣ ଘଟିଥିଲା। ସମସ୍ତ ୬ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସନ୍ଧ୍ୟା ୭ରୁ ୮ଟା ବେଳେ ବେଗୁନିଆ […]
ଅବୁଧାବି: ଗତକାଲି ସନ୍ରାଇଜର ହାଇଦ୍ରାବାଦ ଓ କୋଲକାତା ମଧ୍ୟରେ ଅବୁଧାବିରେ ଖେଳାଯାଉଥିବା ଆଇପିଏଲ୍ ମ୍ୟାଚ୍ରେ କୋଲକାତା ବିଜୟୀ ହୋଇଛି। କେକେଆର୍ରେ ଓପନର ଶୁବମାନ ଗିଲଙ୍କ ଦମଦାର ୭୦ ଓ ଇଓନ ମୋର୍ଗାନଙ୍କ ବିସ୍ଫୋରକ ୪୨ ରନ୍ ବଳରେ କୋଲକାତା ନାଇଟ ରାଇଡର୍ସର ଚଳିତ ଆଇପିଏଲରେ ପ୍ରଥମଥର ବିଜୟୀ ହୋଇଛି। ସନ ରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି କେକେଆର୍। ତେବେ ଏହାକୁ ମିଶାଇ ହାଇଦ୍ରାବାଦର କ୍ରମାଗତ ଦୁଇଥର ପରାଜୟ ହୋଇଛି। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ […]
ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏବେ ସେ ହରିଦ୍ୱାର ଓ ଋଷିକେଶ ମଧ୍ୟରେ ଥିବା ବନ୍ଦେ ମାତରମ୍ କୁଞ୍ଜରେ କ୍ୱାରେଣ୍ଟିନ୍ରେ ଅଛନ୍ତି। ଚାରି ଦିନ ପରେ ପୁଣିଥରେ କରୋନା ଟେଷ୍ଟ୍ କରାଇବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଷ୍ପତ୍ତି ନେବେ ବୋଲି ଟ୍ୱିଟ୍ କରି ଉମା ଭାରତୀ […]