• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

police-
ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

ଭୋପାଳ: ଅପରାଧୀଙ୍କୁ ଜଗିଥିବା ପୋଲିସ ଫସିଛନ୍ତି ଅପରାଧ ଜାଲରେ।  ସ୍ତ୍ରୀଙ୍କୁ ମାଡ଼ ବେଶ ମହଙ୍ଗା ପଡ଼ିଛି ତାଙ୍କ ପାଇଁ। ପତ୍ନୀଙ୍କୁ ମାଡ ମାରିବା ଅପରାଧୀରେ ମଧ୍ୟପ୍ରଦେଶର ଆଡ଼ିସନାଲ ପୋଲିସ ଡିଜି ପୁରୁଷୋତ୍ତମ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ରାଜ୍ୟ ଗୃହ ବିଭାଗ । ତାଙ୍କୁ ବିଭାଗରୁ ଦାୟିତ୍ୱ ମୁକ୍ତ କରାଯାଇଛି । ସ୍ୱତନ୍ତ୍ର ପୋଲିସ୍ ଡିଜି ପୁରୁଷୋତ୍ତମ ଶର୍ମା ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ଭିଡ଼ିଓରେ ଦେଖିବାକୁ ମିଳିଛି,  ଘରୋଇ […]

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର(ଭିଜିଲାନ୍ସ) ପଦବୀ ପୂରଣ ପାଇଁ Employees’ Provident Fund Organisation (EPFO) ଦରଖାସ୍ତ ଆହ୍ୱାନ କରୁଛି। ସେପ୍ଟେମ୍ବର ୧୮ରେ ଏସଂକ୍ରାନ୍ତୀୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପାଇବାର ୪୫ ଦିନ ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀମାନେ EPFO ମୁଖ୍ୟାଳୟର ଠିକଣାରେ ଆପ୍ଲିକେସନ୍‌ ଫର୍ମାଟ୍‌କୁ ପୂରଣ କରି ପଠାଇବା ପାଇଁ ବିଜ୍ଞପ୍ତିରେ କୁହାଯାଇଛି। ୨୭ଟି ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଡେପୁଟେସନ୍‌ ଆଧାରରେ ଦିଲ୍ଲୀ, ମୁମ୍ବାଇ, ମହାରାଷ୍ଟ୍ର, କୋଲକାତା, ପଶ୍ଚିମ […]

covid
କମୁଛି ଦ୍ୱିତୀୟ ଲହରର ପ୍ରଭାବ; ଆଜି ଆଖି ବୁଜିଲେ ୭୩୮

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ୨ୟ ଲହର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି।   ଦେଶରେ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୪୪ ହଜାର ୧୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୭୩୮ ଆକ୍ରାନ୍ତଙ୍କ ମୃତ୍ୟୁ…

kangna
ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା

ମୁମ୍ବାଇ: କାର୍ଯ୍ୟାଳୟ ଭାଙ୍ଗିବା ମାମଲାରେ ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା ରାଣାୱତ। ବମ୍ବେ ମହାନଗର ନିଗମ ବିରୋଧରେ ୨ କୋଟି ଟଙ୍କାର କ୍ଷତିପୂରଣ ପାଇଁ କୋର୍ଟରେ ପକ୍ଷ ରଖିଛନ୍ତି କଙ୍ଗନାଙ୍କ ଆଇନଜୀବୀ । ବେଆଇନ ଭାବେ କଙ୍ଗନାଙ୍କ ମଣିକର୍ଣ୍ଣିକା ଅଫିସ୍ କୋଠାକୁ ବିଏମ୍‌ସି ଭାଙ୍ଗିଥିବା ଅଭିଯୋଗ କୋର୍ଟରେ ହୋଇଛି। ଖାଲି ସେତିକି ନୁହେଁ,  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ବେଖାତିର କରାଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ଶୁଣାଣି କରି ବିଏମସିର କାର୍ଯ୍ୟାନୁଷ୍ଠାନକୁ ଭତ୍ସନା କରିଛନ୍ତି କୋର୍ଟ। ଗତ […]

coronaea
ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ।  ଗତକାଲି ୨ ଚିହ୍ନଟ ହୋଇଥିଲେ, ଆଜି ଆଉ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ବିଧାୟକ ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟ, ଭାଗିରଥୀ ସେଠୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ […]

mandir
ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଭୁବନେଶ୍ୱର: ଏବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ। ଏନେଇ ହାଇକୋର୍ଟରେ ନିଜର ଜବାବ ଦାଖଲ କଲେ ରାଜ୍ୟ ସରକାର।  ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ ହୋଇଛି। ବର୍ତ୍ତମାନ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ସରକାର ଦର୍ଶାଇଛନ୍ତି। ତେବେ ଗର୍ଭଗୃହ ଛୋଟ ଯୋଗୁଁ ଗହଳି ହେଲେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ସରକାର ଦର୍ଶାଇଛନ୍ତି। ଆସନ୍ତା ସପ୍ତହାରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। […]

jay panda-1
ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ବିଜେପିର ସାଂଗଠନିକ ପୁନର୍ବିନ୍ୟାସ ପରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିଛନ୍ତି। ଉପାଧ୍ୟକ୍ଷ ପଦରେ ପୁନଃନିଯୁକ୍ତି ପରେ ବୈଜୟନ୍ତ ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି । ଏହାସହ ତାଙ୍କୁ ମିଳିଥିବା ଦାୟିତ୍ୱକୁ ସେ ସୁଚାରୁ ରୂପେ ତୁଲାଇବେ ବୋଲି ଜଣାଇଛନ୍ତି । ତାଙ୍କ ନେତୃତ୍ୱରେ ଦଳ ପାଇଁ ନିଷ୍ଠାର ସହ କାମ କରିବେ ବୋଲି ନଡ୍ଡାଙ୍କୁ କଥା ଦେଇଛନ୍ତି ବୈଜୟନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ […]

bhubaneswar
ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୧ ଏବଂ ୨୩୧ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି।ଭୁବନେଶ୍ୱରରେ ଆଜି ଆଉ ୩୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। କେଉଁ ଅଞ୍ଚଳରୁ କେତେ:- ଚନ୍ଦ୍ରଶେଖରପୁରରୁ ୧୬ ଲୋକାଲ, ୬ କ୍ୱାରେଣ୍ଟିନ ମୋଟ ୨୨, ପଟିଆରୁ ୧୨ ଲୋକାଲ ଓ ୧୦ କ୍ୱାରେଣ୍ଟିନ ମୋଟ ୨୨ ଚିହ୍ନଟ […]

Nandankanan
ଅକ୍ଟୋବର ୪ରେ ଖୋଲିବ ନନ୍ଦନକାନନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଶୁଭ ସଙ୍କେତ ଅକ୍ଟୋବର ୪ରେ ଖୋଲିବ ନନ୍ଦନକାନନ। ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ ନନ୍ଦନକାନନ। ଖୋଲିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ନନ୍ଦନକାନନ ବଟାନିକାଲ ଗାର୍ଡେନ ମଧ୍ୟ ୪ରୁ ଖୋଲିବ। ନନ୍ଦନକାନନ ଖୋଲିବା ନେଇ ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ଏକକାଳୀନ କେତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ଛଡ଼ାଯିବ, ତର୍ଜମା ଚାଲିଛି। ମାସ୍କ ପିନ୍ଧିନଥିବା କୌଣସି ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯିବନି। ଉଭୟ ଅନଲାଇନ ଓ ଅଫ୍ ଲାଇନରେ ଟିକେଟ ମିଳିପାରିବ। ଅଫ୍ ଲାଇନରେ […]

accident
ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍

ରାଇରଙ୍ଗପୁର: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ଚାଲିଗଲା ଉଭୟଙ୍କ ଜୀବନ। ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିନ ବିଶୋଇ ଛକ ନିକଟରେ। ଘଟଣାଟି ଥିଲା ଏମିତି:- ବିଶୋଇ ଥାନା ଅସନସିତୋଡ଼ ଗାଁର ଦମ୍ପତି ଏକ ବାଇକ୍‌ରେ ଘରକୁ ଫେରୁଥିଲେ। ଫେରିବା ବାଟରେ ରାସ୍ତା କଡ଼ରେ ବାଇକ୍ ରଖି ଅନ୍ୟ ଜଣେ ମହିଳାଙ୍କ ସହ କଥାବାର୍ତ୍ତା ହେଉଥିଲେ। […]

MASK
ଦିନକରେ ସୁସ୍ଥ ହେଲେ ୪୦୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୪ ହଜାର ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ସଂଖ୍ୟା ୧ ଲକ୍ଷ ୭୭ ହଜାର ୫୮୫କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧତ୍କ ୫୪୫, କଟକ-୪୦୪, ପୁରୀ- ୨୯୮, ଜଗତସିଂହପୁର- ୨୧୨, ଯାଜପୁର- ୧୬୭, ଷ୍ଟେଟ୍ ପୁଲ୍- ୧୮୯, ମୟୂରଭଞ୍ଜ- ୧୫୯, ସମ୍ବଲପୁର- ୧୫୭, ଅନୁଗୁଳ- […]

ncb
NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରାଡାରରେ ଏବେ ବଲିଉଡର୍ ୨୦ରୁ ଅଧିକ କଳାକାର। A ଲିଷ୍ଟର୍ ଷ୍ଟାରଙ୍କୁ ଜେରା ପରେ ଆହୁରି କିଛି ଅଭିନେତ୍ରୀ ଏବଂ ଅଭିନେତାଙ୍କୁ ଜେରା କରିପାରେ ଏନସିବି। ଦୀପିକା, ସାରା, ଶ୍ରଦ୍ଧା ଏବଂ ରକୁଲପ୍ରୀତଙ୍କୁ ପଚରାଉଚରା ପରେ ଏନେଇ ସୁରାକ୍ ଲାଗିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେମାନଙ୍କ ମୋବାଇଲରୁ କିଛି ତଥ୍ୟ ଏନସିବି ପାଖରେ ମିଳିଥିବା ଜଣାପଡ଼ିଛି। ସେହିଭଳି ଧର୍ମାଟିକ୍ ଏଣ୍ଟରଟେନମେଣ୍ଟର ପୂର୍ବତନ କର୍ମଚାରୀ କ୍ଷୀତିଜଙ୍କୁ ଜେରା କରିବା ପରେ ଡ୍ରଗ୍ସ […]

harsh
ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

ଭୁବନେଶ୍ୱର: ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ। ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାକୁ ଲାଗିବ ଆହୁରି ଦୀର୍ଘ ସମୟ। ICMRର ଦ୍ୱିତୀୟ ସେରୋ ସର୍ଭେ ଏଭଳି ସୂଚାଉଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ପଜିଟିଭ ସଂଖ୍ୟା ନିୟନ୍ତ୍ରଣକୁ ଆସିନାହିଁ। ଭାରତରେ ମୃତ୍ୟୁ ସଂଖ୍ୟା ୯୫ ହଜାର ଟପିଥିବା ବେଳେ ଆକ୍ରାନ୍ତଙ୍କ ସଖ୍ୟା ୬୦ ଲକ୍ଷ […]