• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେବ JEE Advanced ପରୀକ୍ଷା। ଏଥିପାଇଁ ଓଡ଼ିଶାର ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ମୋଟ ୧୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏଥିମଧ୍ୟରୁ ଭୁବନେଶ୍ୱରରେ କେବଳ ୯ଟି ପରୀକ୍ଷା କେନ୍ଦ୍ର ହୋଇଛି। ଓଡ଼ିଶାରୁ ପ୍ରାୟ ୩ ହଜାର ପରୀକ୍ଷାର୍ଥୀ ଦୁଇଟି ସିଟିଂରେ ପରୀକ୍ଷା ଦେବେ। ସକାଳ ୯ଟାରୁ ୧୨ ଓ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ। କମ୍ପ୍ୟୁଟର୍‌ ବେସ୍‌ଡ୍‌ ଟେଷ୍ଟ ବା ସିବିଟି ମୋଡ୍‌ରେ ପରୀକ୍ଷା […]

puri
ଛାତ ଉପରୁ ରଥଯାତ୍ରା ଦେଖିବା ମନା, ଲାଗୁ ହେବ କଡ଼ା ନିୟମ

ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ବେଳେ ଛାତ ଉପରୁ ରଥଯାତ୍ରା ଦେଖିପାରିବେନି ଲୋକେ। ଆଜି ଏନେଇ ସ୍ପଷ୍ଟ ସୂଚନା ରଖିଛି ଜିଲ୍ଲା ପ୍ରଶାସନ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର ଘର, ଲଜ୍‌ ଏବଂ ହୋଟେଲ ଛାତରେ ରଥଯାତ୍ରା ଦେଖିବା ଉପରେ କଟକଣା ଲାଗିଛି। ଯେହେତୁ…

oxygen cylinder
ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅକ୍ସିଜେନ୍‌ ସିଲିଣ୍ଡରର ଅଭାବ ଓ ଦର ବୃଦ୍ଧି ସମସ୍ୟାକୁ ମୁକାବିଲା କରିବା ପାଇଁ ଭାରତ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ୬ ମାସ ପାଇଁ National Pharmaceutical Pricing Authority(NPPA), Liquid Medical Oxygen (LMO) ଓ ମେଡିକାଲ୍‌ ଅକ୍ସିଜେନ୍‌ ସିଲିଣ୍ଡର ଦର ହ୍ରାସ କରିଛି। କାରଖାନାରେ ଉତ୍ପାଦିତ ହେଉଥିବା LMOର କ୍ୟୁବ୍‌ ମିଟର ପିଛା ଦରକୁ ୧୫ ଟଙ୍କା ୨୨ ପଇସା ହ୍ରାସ କରାଯାଇଛି। ସେହିପରି […]

Jaswant Singh
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶୱନ୍ତ ସିଂଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୬ଟା ୫୫ ମିନିଟରେ ହୃଦ୍‌ଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଛି। ଅସୁସ୍ଥ ଅନୁଭବ କରିବାରୁ ଗତ ଜୁନ୍‌ ୨୫ରେ ତାଙ୍କୁ ଦିଲ୍ଲୀର ଆର୍ମି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଯଶୱନ୍ତ ସିଂଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଶୋକ ପ୍ରକାଶ କରିଛନ୍ତି। ଯଶୱନ୍ତ ସିଂ […]

husbad thrased wife 00
ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

ବୌଦ୍ଧ: ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗ୍‌ ନିଜ ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କୌଣସି କାମରେ ଝାରସୁଗୁଡ଼ା ଯାଇଥିବା ସମୟରେ ଶରତ ବାଗ୍‌ଙ୍କ ପତ୍ନୀ ତାଙ୍କ ପିଛା କରିଥିଲେ। ସେଠାରେ ପତି ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା, ପରେ ସମ୍ପର୍କୀୟଙ୍କ ସହ ମିଶି ଶରତ ବାଗ୍ ମାଡ଼ ମାରିଥିବା ନେଇ ପତ୍ନୀଙ୍କ ପକ୍ଷରୁ ବିଟିଏମ ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ […]

deepika-sara
ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ମୁମ୍ବାଇ: ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲାର ତଦନ୍ତ କରୁଥିବା Narcotics Control Bureau (NCB) ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍, ରକୁଲ୍ ପ୍ରୀତ ସିଂହ, ଦୀପିକାଙ୍କ ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶ, ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟା ଓ ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହଙ୍କୁ ଜେରା କରିଛି। ଜେରାର ସମ୍ମୁଖୀନ ହୋଇଥିବା ଏହି ଅଭିନେତ୍ରୀମାନଙ୍କ ମୋବାଇଲ୍ ଫୋନ୍‌କୁ ଏବେ ସିଜ୍‌ […]

covaxin
ଗୁରୁତର ରୋଗୀଙ୍କ ଠାରେ କୋଭାକ୍ସିନ୍ ଟିକା ୯୩% ଫଳପ୍ରଦ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲର ଚୂଡାନ୍ତ ବିଶ୍ଲେଷଣ ଡାଟା ଜାରି କରାଯାଇଛି। ଏହି ତଥ୍ୟରୁ ଜଣାଯାଇଛି,  ଗୁରୁତର କୋଭିଡ୍ ରୋଗୀଙ୍କ ଠାରେ କୋଭାକ୍ସିନ୍ ଟିକା ୯୩ଦଶମିକ ୪ ପ୍ରତିଶତ ଫଳପ୍ରଦ ହେଉଛି…

covid test
ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୩,୯୨୨ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୯୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୨,୩୦୯ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୬୧୩ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୮୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୯,୩୭୪ରେ ପହଞ୍ଚିଛି।

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୪ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୯୭ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକ ୩ ଜଣ, ଖୋର୍ଦ୍ଧା, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏ, ବଲାଙ୍ଗିର, ଢେଙ୍କାନାଳ, ଗଜପତି, ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଏବଂ ଭୁବନେଶ୍ୱରରୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।   ପଢ଼ନ୍ତୁ: ୨୪ ଘଣ୍ଟାରେ ଚିହ୍ନଟ ହେଲେ […]

tourist place in odisha
ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ଭୁବନେଶ୍ୱର: କୋଭିଡ୍‌ କଟକଣା ଭିତରେ ଅକ୍ଟୋବର ମାସରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା ରହିଛି। ଏ ନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନାରେ ପର୍ଯ୍ୟଟନ ବିଭାଗ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଅକ୍ଟୋବରରୁ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା ରହିଛି। ତେବେ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ମନ୍ଦିର ଖୋଲିବା ଉପରେ ନିଷ୍ପତ୍ତି ନେବେ ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି।

rape
ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ମିରଟ: ନିର୍ଭୟା ଗଣଦୁଷ୍କର୍ମ ଭଳି ଆଉ ଏକ ଛାତିଥରା ଘଟଣାର ପୁନରାବୃତ୍ତି ହୋଇଛି ଉତ୍ତରପ୍ରଦେଶ ମିରଟରେ। ଜଣେ ମହିଳା ଯାତ୍ରୀଙ୍କୁ ଚଳନ୍ତା ବସ୍‌ରେ ଗଣଦୁଷ୍କର୍ମ କରାଯିବା ପରେ ବସ୍‌ରୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି। ସାରା ରାତି ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଶନିବାର ଦିନ ମିରଟର ଦିଲ୍ଲୀ ରୋଡ୍‌ରେ ସମ୍ପୃକ୍ତ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହାପରେ […]

jio-airtel
ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓକୁ ଜବରଦସ୍ତ ଝଟ୍‌କା ଲାଗିଛି। ଜୁନ୍‌ ମାସରେ ଜିଓକୁ କଡ଼ା ଟକ୍କର ଦେଇଛି ଏୟାର୍‌ଟେଲ୍। ଜୁନ ମାସରେ ଜିଓର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା କମିଥିବା ବେଳେ ଏୟାର୍‌ଟେଲ୍‌ର କିନ୍ତୁ ସକ୍ରିୟ ଗ୍ରାହକ(ଆକ୍ଟିଭ୍ ୟୁଜର୍ସ)ଙ୍କ ସଂଖ୍ୟା ବଢ଼ିଛି। ଜୁନ ମାସରେ ଏୟାର୍‌ଟେଲ୍‌ର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ୩୭ ଲକ୍ଷ ବଢ଼ିଥିବା ବେଳେ ଜିଓର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ୨୧ ଲକ୍ଷ କମିଛି। ସେହିଭଳି ଭୋଡ଼ାଫୋନ୍‌-ଆଇଡିଆର ସକ୍ରିୟ ଗ୍ରାହକଙ୍କ ସଂଖ୍ୟାରେ ବି ହ୍ରାସ ହୋଇଛି। […]

snck-video
ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିରୁ ଭାରତରେ ସରକାର ଯେତେ ଚାଇନିଜ୍ ଆପ୍‌ ଉପରେ ବ୍ୟାନ୍ ଲଗାଇଲେ ମଧ୍ୟ ସେହିଭଳି କିଛି ପୁଣିଥରେ ନୂଆ ବ୍ରାଣ୍ଡିଂ ସହିତ ପୁଣି ପ୍ଲେଷ୍ଟୋର୍‌ରେ ଅପ୍‌ଲୋଡ୍ ହେଉଛି। ଆଉ କୋଟି କୋଟି ଗ୍ରାହକ ତାକୁ ଡାଉନ୍‌ଲୋଡ ମଧ୍ୟ କରୁଛନ୍ତି। ଭାରତ ସରକାର ପାଖାପାଖି ୨୨୪ ଚାଇନିଜ୍ ଆପ୍‌କୁ ବ୍ୟାନ୍ କରିଛନ୍ତି। କିନ୍ତୁ ସେହିଭଳି କିଛି ଚାଇନିଜ୍ ଆପ୍‌ରେ ଏବେବି ଭାରତୀୟ ବଜାରରେ ତାର କାୟା ବିସ୍ତାର କରି ଚାଲିଛି। ଏହି ଆପ୍‌ଗୁଡ଼ିକ ମଧ୍ୟରୁ ଗୋଟିଏ […]

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ। କୋଭିଡ୍‌ ପରିଚାଳନା ସମ୍ପର୍କରେ ବିରୋଧୀ ଦଳ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ତାହା ସଂପୂର୍ଣ୍ଣ ମିଛ ବୋଲି କୁହାଯାଇ ପାରିବ ନାହିଁ ବୋଲି ଉମା ସାମନ୍ତରାୟ କହିଛନ୍ତି। ସେ କହିଛନ୍ତି, ଯେଉଁ ହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ସେଥିଲାଗି ଅଧିକରୁ ଅଧିକ ଆଇସିୟୁ ବେଡ୍ ଆବଶ୍ୟକ। ହସ୍ପିଟାଲ୍‌ ଗୁଡ଼ିକରେ ଯେତିକି ଆଇସିୟୁ ରହିଛି, ତା’ ତୁଳନାରେ ଖୁବ୍ ଅଧିକ ରୋଗୀ ଆସୁଛନ୍ତି […]

pm
'କୃଷକ ଆତ୍ମନିର୍ଭର ଭାରତର ଆଧାର'

ନୂଆଦିଲ୍ଲୀ: ଆକାଶବାଣୀରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ମୋଦି କୃଷକଙ୍କ ଉପରେ ଗୁରୁତ୍ୱ ଦେଇ କରୋନା ସମୟରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଛନ୍ତି। କରୋନା ସମୟରେ ଆମ ଦେଶର କୃଷି କ୍ଷେତ୍ର ନିଜର ଦମ୍ ଦେଖାଇଛି। ଦେଶର କୃଷି କ୍ଷେତ୍ର, ଆମ କୃଷକ ଓ ଆମ ଗାଁ ଆତ୍ମନିର୍ଭର ଭାରତର ଆଧାର। ଏମାନେ ମଜଭୁତ୍ ହେଲେ, ଆତ୍ମନିର୍ଭର ହେଲେ ଆତ୍ମନିର୍ଭର ଭାରତର […]

attack on police
ପୋଲିସ୍‌କୁ ଆକ୍ରମଣ କରି ବନ୍ଧା ହେଲେ ୫ ଜଣ

କୋରାପୁଟ: ପୋଲିସ୍‌କୁ ଆକ୍ରମଣ ଅଭିଯୋଗରେ ୫ ଗିରଫ। କୋରାପୁଟ ଜିଲ୍ଲା କାକରିଗୁମ୍ମା ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ାରେ ଟିପର ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ…

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ପୁରୀ: ବିଶ୍ୱ ପର୍ଯ୍ୟଟନ ଦିବସରେ ଅର୍କକ୍ଷେତ୍ର କୋଣାର୍କକୁ ଗଡ଼ିଲା ‘ମୋ ବସ୍’। ବିଶ୍ୱ ଐତିହ୍ୟ ପର୍ଯ୍ୟଟନସ୍ଥଳୀକୁ ମୋ ବସ୍ ସେବା ଆରମ୍ଭ ହେବା ପରେ ପର୍ଯ୍ୟଟକମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରୁ ଆଜି ସକାଳ ୬ଟା ୩୦ରୁ ବାହାରି କୋଣାର୍କରେ ସକାଳ ୧୦ଟାରେ ପହଞ୍ଚିଥିଲା ମୋ ବସ୍। କୋଭିଡ୍ ଗାଇଡ୍‌ଲାଇନ୍ସକୁ ପାଳନ କରି ଯାତ୍ରୀମାନେ ବସ୍‌ରେ ଯାତ୍ରା କରିଛନ୍ତି। ସେହିପରି ପୁରୀ ବଡ଼ଦାଣ୍ଡରୁ ଭୁବନେଶ୍ୱର ଅଭିମୁଖେ ମଧ୍ୟ ମୋ […]

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବାରିପଦା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ୭ ଦିନ ଯାଏ ବାରିପଦା ସହରକୁ ସଟ୍‌ଡାଉନ୍‌ ନେଇ ନିଷ୍ପତ୍ତି ନିଆଯାଇଛି। ବାରିପଦାର ଯୁବ ସଂଗଠନ, ବ୍ୟବସାୟ ସଂଘ, ବଣିକ ସଂଘ, ଓକିଲ ସଂଘ ପରି ଅନେକ ସଂଗଠନ ଏହି ସଟ୍‌ଡାଉନ୍ ସପକ୍ଷରେ ଯୁକ୍ତି ବାଢିଛନ୍ତି। ଆଜିଠାରୁ ଆସନ୍ତା ୩ ତାରିଖ ଯାଏ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଅନୁମତି ଦେବାକୁ ସଂଗଠନ ଗୁଡ଼ିକ ପ୍ରଶାସନକୁ ନିବେଦନ କରିଥିଲେ। ସଟ୍‌ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା […]