ନୂଆଦିଲ୍ଲୀ: କରୋନା ଭାଇରସ୍ କେବଳ ଶ୍ୱାସକ୍ରିୟାଜନିତ(ରେସ୍ପାଇରେଟୋରୀ) ଉପରେ ପ୍ରଭାବ ପକାଏ ନାହିଁ, ଏହା ଶରୀର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିପାରେ। ହାର୍ଟ ମଧ୍ୟ କରୋନାରେ ପ୍ରଭାବିତ ହୋଇପାରେ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସାପ୍ତାହିକ କାର୍ଯ୍ୟକ୍ରମ ‘Sunday Samvadରେ ଯୋଗ ଦେଇ ଏପରି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। କରୋନା ପ୍ରଭାବରେ ଜୀବନ ବଞ୍ଚିରହିବାର ସମ୍ଭାବନା ଓ ସାଧାରଣଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ କେନ୍ଦ୍ର ସରକାରଙ୍କର ଆକ୍ସନ ପ୍ଲାନ୍ ସମ୍ପର୍କରେ ଏକ ସୋସିଆଲ୍ ମିଡିଆ […]
ମାଲକାନଗିରି: ବର୍ଷ ବର୍ଷର ଦାବି ପରେ ଶେଷରେ ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀ ଆଶା। ଏଣିକି ନିଜ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବେ ଲୋକେ। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ୪ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି। ସପ୍ତାହରେ ପାଳିକରି ଏହି ଡାକ୍ତରମାନେ ଚିତ୍ରକୋଣ୍ଡା, ଜାନବାଇ ଓ ଯୋଡ଼ାଆମ୍ବ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଯୋଗାଇବେ। ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ଦୁଇ ଜଣ MBBS ଓ ଦୁଇ ଜଣ ବିଶେଷଜ୍ଞ ଡକ୍ଟରଙ୍କୁ ସ୍ୱାଭିମାନ ଅଞ୍ଚଳରେ ନିଯୁକ୍ତି କରିଛି […]
ପାଟନା: ପୁଲିସ ବର୍ଦ୍ଦି ଛାଡ଼ି ରାଜନୀତିରେ ମିଶିବେ ବିହାର ଡିଜିପି। ନିକଟରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବା ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଆଜି ସନ୍ଧ୍ୟାରେ ନୀତୀଶ କୁମାରଙ୍କ ଦଳ ଜେଡିୟୁରେ ମିଶିବେ। ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ହତ୍ୟା ମାମଲାର ରୋକ୍ଠୋକ୍ ବୟାନ ଦେଇ ଲୋକ ଲୋଚନକୁ ଆସିଥିଲେ ଗୁପ୍ତେଶ୍ୱର ପାଣ୍ଡେ। ବିହାର ସରକାରଙ୍କ ଠାରୁ ମଧ୍ୟ ତାଙ୍କୁ ପ୍ରଶଂସା ମିଳୁଥିଲା। ଶନିବାର ଗୁପ୍ତେଶ୍ୱର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ କାର୍ଯ୍ୟାଳଯରେ ଭେଟିଥିଲେ। ସେଠାରେ […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୭ ପଜିଟିଭ୍ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୨, ଲୋକାଲ କଣ୍ଟାକ୍ଟ କେସ୍ ୨୫୫ ରହିଛି। ଭୁବନେଶ୍ୱର ମହାନଗର ଅଞ୍ଚଳରୁ ସୁସ୍ଥ ହେଲେ ଆଉ ୩୧୨। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ଭ। କେଉଁ ଅଞ୍ଚଳରୁ କେତେ:- ୟୁନିଟ୍- ୯ରୁ ୧୭, ଶୈଳଶ୍ରୀ ବିହାର ଓ ୟୁନିଟ୍- ୮ରୁ ୧୨ ଲେଖାଏଁ, ସହିଦ ନଗରରୁ ୧୧, ବରମୁଣ୍ଡା ଓ ନୟାପଲ୍ଲୀରୁ ୯, ପଟିଆ ଓ […]
ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଦେଶରେ ୮୮ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ ପାଖାପାଖି ହୋଇଛି। ଅନ୍ୟୁପଟେ କରୋନାରେ ଆଜି ସୁଦ୍ଧା ପ୍ରାୟ ୯୫ ହଜାର ଲୋକଙ୍କ ଜୀବନ ଗଲାଣି। ତେବେ ଦିନକରେ ୯୨ ହଜାର ଲୋକ କରୋନାରୁ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୮୮,୬୦୦ ଜଣ ଲୋକ କରୋନାରେ […]
ବାରିପଦା: ଗାଈ ପଛରେ ଆଖି। ଶିମିଳିପାଳରେ ଗାଈଗୋରୁଙ୍କ ଦେହରେ କରାଯାଉଛି ଟାଟୁ। ଗାଈ ପଛପଟେ ରଙ୍ଗ ତୁଳୀରେ କୃତ୍ରିମ ଆଖି ତିଆରି କରାଯାଇ ଶିକାରୀ ଜନ୍ତୁଙ୍କ ଠାରୁ ନିଜର ଗୃହପାଳିତ ପଶୁଙ୍କୁ ରକ୍ଷା କରିବାପାଇଁ କରାଯାଉଛି ଅଭିନବ ପ୍ରୟାସ। ଏବେ ଗୋଟିଏ ଗାଁରୁ ଅନ୍ୟ ଗାଁର ଲୋକ ଏହିଭଳି ପ୍ରୟାସକୁ ଆପଣାଇଥିବା ବେଳେ ଲୋକଙ୍କୁ ସଚେତନ କରାଉଛନ୍ତି ଯୁବ ପରିବେଶ କର୍ମୀ ଅଭିଷେକ ଆଚାର୍ଯ୍ୟ। ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦେବାପାଇଁ ଏହିଭଳି ଅଭିନବ ଉପାୟ ଲୋକଙ୍କ ବେଶ […]
ପାଟନା: JDUରେ ମିଶିଲେ ବିହାରର ପୂର୍ବତନ DGP ଗୁପ୍ତେଶ୍ୱର ପାଣ୍ଡେ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନକୁ ଯାଇ ବିଧିବଦ୍ଧ ଭାବେ ସେ JDUରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏଇ କିଛି ସମୟରେ ପୂର୍ବରୁ ସେ ଜେଡିୟୁରେ ଯୋଗ ଦେବେ ବୋଲି ଖବର ପ୍ରକାଶ ପାଇଥିଲା। ନିକଟରେ ଡିଜିପ ପଦରୁ ଇସ୍ତଫା ଦେଇଥିଲେ ଗୁପ୍ତେଶ୍ୱର। ଅବସର ନେବା ପରେ ଗୁପ୍ତେଶ୍ୱର କହିଥିଲେ ‘ମୁଁ ବର୍ତ୍ତମାନେ ଏବେ […]
ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ। ୭୫୭ କୋଭିଡ୍ ଟେଷ୍ଟରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଗତକାଲି(ଶନିବାର) ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କ ଟେଷ୍ଟ ହୋଇଥିଲା। ତେବେ ଯେଉଁ ମାନଙ୍କର କରୋନା ପଜିଟିଭ ଆସିଛି, ସେମାନଙ୍କୁ ବିଧାନସଭା ପରିସରକୁ ପ୍ରବେଶ କରିପାରିବେ ନାହିଁ। ଆଜି ମଧ୍ୟ ଅନେକ ବିଧାୟକ କରୋନା ଟେଷ୍ଟ କରିଛନ୍ତି। ବିଧାୟକ ଦେବୀ ମିଶ୍ର ଓ ପ୍ରମିଳା ମଲ୍ଲିକଙ୍କ ରିପୋର୍ଟ ପଜିଟିଭ ଥିବା ସୂଚନା ମିଳିଛି। ୨୯ […]
ନୂଆଦିଲ୍ଲୀ: ବିଜେପି ସାଂସଦ ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ? ବଲିଉଡ୍ରେ ଡ୍ରଗ୍ସ କାରବାର ନେଇ ମୁହଁ ଖୋଲିବା ପରେ ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ରବି କିଶନଙ୍କୁ ହତ୍ୟା ଧମକ ମିଳୁଛି ବୋଲି କୁହାଯାଉଛି। କିନ୍ତୁ ସତରେ ତାଙ୍କୁ ହତ୍ୟା ଧମକ ମିଳୁଛି କି ନାହିଁ। ସେ ସମ୍ପର୍କରେ ସମୟ ଆସିଲେ କହିବେ ବୋଲି ରବି କିଶନ କହିଛନ୍ତି। ତେବେ ଡ୍ରଗ୍ସ କାରବାର ବିରୋଧରେ ସ୍ୱର ଉତ୍ତ୍ୱୋଳନ କରିବାରୁ ତାଙ୍କ ହାତରୁ […]
ନୂଆଦିଲ୍ଲୀ: ୩ଟି କୃଷି ବିଲ୍ ଉପରେ ସ୍ୱାକ୍ଷର କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସଂସଦର ଉଭୟ ଗୃହରେ ପାରିତ ପରେ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଅନୁମୋଦନ ପରେ କୃଷି ବିଲ୍ ଆଇନରେ ପରିଣତ ହୋଇଛି। ଆଇନରେ ପରିଣତ ହୋଇଥିବା ୩ ବିଲ୍ ହେଲା ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟାପାର ଓ ବାଣିଜ୍ୟ (ପ୍ରସାର ଓ ସୁଗମତା) ବିଲ୍, ୨୦୨୦, ମୂଲ୍ୟ ପ୍ରତିଶ୍ରୁତି ଉପରେ କୃଷକଙ୍କ (ସଶକ୍ତୀକରଣ ଓ ସୁରକ୍ଷା) ଚୁକ୍ତି ବିଲ୍ ଓ ଅତ୍ୟାବଶ୍ୟକ ସାମଗ୍ରୀ(ସଂଶୋଧନ) ବିଲ୍ […]
ଭୁବନେଶ୍ୱର: ଓଡ଼ିଆ ବୈଜ୍ଞାନିକଙ୍କୁ ମିଳିବ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର। ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ‘ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର’ ମିଳିବ। ରସାୟନିକ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କ ଏହି ପୁରସ୍କାର ମିଳିବ। ପୁରସ୍କାର ପାଇବା ପାଇଁ ୧୨ ଜଣ ବୈଜ୍ଞାନିକଙ୍କ ମଧ୍ୟରେ ଜଣେ ହେଉଛନ୍ତି ଜ୍ୟୋତିର୍ମୟୀ। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା-୨୦୨୦ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବାକୁ କାଉନସିଲ୍ ଫର୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ-CSIRର ପ୍ରତିଷ୍ଠା ଦିବସ ଅବସରରେ […]
ଭୁବନେଶ୍ୱର:- ରାଜ୍ୟରେ ଆଉ ୩୩୭୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ଏବେସୁଦ୍ଧା ୧ ଲକ୍ଷ ୭୩ ହଜାର ୫୭୧ ଆକ୍ରାନ୍ତ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ସର୍ବାଧିକ କଟକ ଜିଲ୍ଲାରୁ ୫୪୦ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୮୯, ପୁରୀରୁ ୨୦୦, ଯାଜପୁରରୁ ୧୬୭, ରାୟଗଡ଼ାରୁ ୧୪୧, କନ୍ଧମାଳରୁ ୧୩୭, ସୁନ୍ଦରଗଡ଼ରୁ ୧୩୭, ମୟୂରଭଞ୍ଜରୁ ୧୩୦, ସମ୍ୱଲପୁରରୁ ୧୨୭, […]
ଫୁଲବାଣୀ: ପୁଣି କୋଭିଡ୍ ଯୋଦ୍ଧା ଜୀବନ ନେଲା କରୋନା। କନ୍ଧମାଳ ଜିଲ୍ଲା ପୁଲିସରେ କାର୍ଯ୍ୟରତ ଜଣେ କନଷ୍ଟେବଳ କରୋନାରେ ପ୍ରାଣ ହରାଇଛନ୍ତି। ତାଙ୍କର ନାଁ ହେଉଛି ଉନେଶ ନାୟକ। ତାଙ୍କ ଘର ଜି. ଉଦୟଗିରି ବଡେନାଜୁ ଗାଁରେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଆଜି ଅନ୍ତିମ ସଂସ୍କାର କରାଯାଇଛି। ଶେଷ କୃତ୍ୟ ସମ୍ପନ୍ନ ପୂର୍ବରୁ ଫୁଲବାଣୀ ସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ତାଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା। କନ୍ଧମାଳ ଜିଲ୍ଲାପାଳ ଡଃ. […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ ପଥରଖଣି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛି। ମାଇକ୍ ଯୋଗେ ଘୋଷଣା କରି ଲୋକମାନେ ଏହି ଅଞ୍ଚଳକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଅଞ୍ଚଳ ଏକ ପଥର ଖଣି ହୋଇଥିବାବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ ଥିବା ଘୋଷଣା କରାଯାଇଛି। ଏଠାକୁ କେହି ବୁଲିବାକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ କରାଯାଇଛି। ଯଦି ଏଠାକୁ କେହି ବୁଲିବାକୁ […]
ଭୁବନେଶ୍ୱର: ଖାଲି ଦେଶରେ ନୁହେଁ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ। ସମ୍ବଲପୁର ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଥିଲେ ହେଁ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ଟାଣିଆଣେ ଏଇ ସମ୍ବଲପୁରୀ ଶାଢ଼ୀ। ହେଲେ ଅନ୍ଲାଇନ୍ ଶପିଂ ସାଇଟ୍ ଆମାଜନ୍ରେ ସମ୍ବଲପୁରୀ ଶାଢୀ ଓଡ଼ିଶା ପରିବର୍ତ୍ତେ ପଶ୍ଚିମବଙ୍ଗ ରାଜ୍ୟର ବୋଲି ଉଲ୍ଲେଖ କରାଯାଇଥିଲା ଯାହାକୁ ନେଇ ଓଡ଼ିଶାବାସୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଯଦିଓ ଆମାଜନ୍ ପରେ ଏହି ତ୍ରୁଟିକୁ ସୁଧାରି ଦେଇଛି, ତେବେ ସୋସିଆଲ୍ […]
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୩ ଆଡମିଶନ୍ର ପ୍ରଥମ ମେରିଟ୍ ଲିଷ୍ଟ। ରାଜ୍ୟର ୧ ହଜାର ୨୯ଟି କଲେଜ୍ ପାଇଁ ୨ ଲକ୍ଷ ୧୨ ହଜାର ୯୯୮ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଆଜି ହିଁ SAMS ଆକାଉଣ୍ଟରେ ଆଡମିଶନ୍ ଲାଗି ଇ-ଡିପୋଜିଟ୍ କରିବେ ଛାତ୍ରଛାତ୍ରୀ। ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର ୮ରୁ ଯୁକ୍ତ ୩ର ବିଭିନ୍ନ ବିଭାଗରେ ଆବେଦନ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ […]
ମୁମ୍ବାଇ: ବଲିଉଡ୍ରେ ଡ୍ରଗ୍ସ ଲିଙ୍କ୍ ମାମଲାର ତଦନ୍ତ କରୁଥିବା Narcotics Control Bureau (NCB) ଶନିବାର ଦୁଇ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କୁ ପାଖାପାଖି ୬ଘଣ୍ଟା ଧରି ଜେରା କରିଥିଲା। ଡ୍ରଗ୍ସ ଚାଟ୍କୁ ନେଇ NCBର ଜେରା ବେଳେ ଦୀପିକା ୩ ଥର କାନ୍ଦି ଥିବା ସୂଚନା ମିଳିଛି। ABP Live ର ରିପୋର୍ଟ ଅନୁସାରେ, NCB ଦୀପିକାଙ୍କୁ ସାଢ଼େ ୫ ଘଣ୍ଟା ଜେରା କରିଥିଲା। କୋଲାବାରେ ଥିବା NCB ଗେଷ୍ଟ ଅଫିସ୍ରେ ଦୀପିକା ସକାଳ ୧୦ଟା ପୂର୍ବରେ […]
ନୂଅଦିଲ୍ଲି: ଦେଶବ୍ୟାପି କୃଷି ବିଲ୍ (Agricultural Bill)କୁ ବିରୋଧ ଜାରି ରହିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦସ୍ତଖତ ଦେଇ ଏହାକୁ ଆଇନରେ ପରିଣତ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ହେଲେ ବିରୋଧୀ ଦଳ ଏବେ ବି ଏହି ବିଲ୍ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି। କୃଷି ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା କୃଷକଙ୍କ ଧାରଣା ଏବେ ଗାଁ, ସହରରୁ ଆସି ରାଜଧାନୀ ଦିଲ୍ଲୀରେ ପହଞ୍ଚିଲାଣି। ଏ ନେଇ ଦିଲ୍ଲୀ ଇଣ୍ଡିଆ ଗେଟ୍ ସମ୍ମୁଖରେ ଆଜି […]
ଭୁବନେଶ୍ୱର: ଗତ ୨୧ ତାରିଖରେ କଟକ ସ୍ଥିତ ସଦ୍ଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ଚେତିଛି। ପ୍ରତି ୧୫ ଦିନରେ ଥରେ ସମସ୍ତ କୋଭିଡ୍ ହସ୍ପିଟାଲ୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବା ଲାଗି ଅଗ୍ନିଶମ ବାହିନୀ ପଦକ୍ଷେପ ନେଇଛି। ଏହାସହ ପ୍ରତି ୧୫ ଦିନରେ ଥରେ ଏର୍ମଜେନ୍ସି ଡ୍ରିଲ୍ ମଧ୍ୟ କରାଯିବ। ହସ୍ପିଟାଲ୍ ପକ୍ଷରୁ ଦୈନିକ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ସହ ଏନେଇ ଅଗ୍ନିଶମ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହାସହ […]
ନୂଆଦିଲ୍ଲୀ: ଦେଶର ବଡ ବ୍ୟବସାୟୀ ତଥା ଟାଟା ଗ୍ରୁପ୍ର ପୂର୍ବତନ ଚେୟାରମ୍ୟାନ ରତନ୍ ଟାଟାଙ୍କ ଜୀବନକୁ ନେଇ ଅନେକ ରୋଚକ ଅନୁଭୂତି ରହିଛି। ଏହି ଅନୁଭୂତିକୁ ସେ ନିଜେ ସମସ୍ତଙ୍କୁ ଜଣାଇଥାନ୍ତି। ଏମିତି ଏକ ରୋମାଞ୍ଚକର ଘଟଣା ତାଙ୍କ ଜୀବନରେ ଘଟିଥିଲା ଯାହା ସେ ଏକ ଚାନେଲ ମାଧ୍ୟମରେ ସମସ୍ତଙ୍କୁ ଜଣାଇଛନ୍ତି। ରତନ୍ ଟାଟାଙ୍କ କହିବା ଅନୁସାରେ, ତାଙ୍କୁ ଯେତେବେଳେ ମାତ୍ର ୧୭ ବର୍ଷ ବୟସ ସେତେବେଳେ ସେ ଏକ ବିମାନରେ ଯାଉଥିଲେ। ହଠାତ୍ ବିମାନରେ ତ୍ରୁଟି […]