• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଭୁବନେଶ୍ୱର: ନକ୍ସଲ ପ୍ରଭାବିତ ଜିଲ୍ଲାରେ କାର୍ଯ୍ୟରତ ପୋଲିସ୍‌ଙ୍କୁ ସମ୍ମାନିତ କରିବ ରାଜ୍ୟ ପୋଲିସ୍‌‌। ଦୁଇ ବର୍ଷ ଧରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ୧,୭୦୯ ଜଣ ପୋଲିସ୍ କର୍ମଚାରୀ ଓ ଅଧିକାରୀଙ୍କୁ ‘ଆନ୍ତରିକ ସୁରକ୍ଷା ସେବା ପଦକ’ ପ୍ରଦାନ କରାଯିବ। ଏନେଇ ରାଜ୍ୟ ପୋଲିସ୍‌ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହାସହ ପଦକ ପ୍ରଦାନ ଲାଗି ପୋଲିସ୍ ମହାନିର୍ଦ୍ଦେଶକଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା। […]

lion
ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

କାଲିଫର୍ଣ୍ଣିଆ: ରାସ୍ତାରେ ସାଇକେଲ ଧରି ବୁଲୁଥିଲେ କୁନି କୁନି ପିଲା ଦୁଇଜଣ। ଖୁବ୍‌ ମସ୍ତି ମୁଡ୍‌ରେ ଥିଲେ। ହେଲେ ସେମାନେ ଜାଣି ନ ଥିଲେ, ଘର ସାମ୍ନାରେ ଏକ ମାଉଣ୍ଟ ଲାୟନ ଲୁଚି ଲୁଚି ସେମାନଙ୍କୁ ଦେଖୁଛି ବୋଲି। ଏହି ପୂରା ଘଟଣାକୁ ଜଣେ ବ୍ୟକ୍ତି ତାଙ୍କ ଫୋନରେ କଏଦ କରି ନେଇଛନ୍ତି ଏବଂ ଏହାକୁ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଏହି ଭିଡିଓ ଲୋକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ସଚେତନ ବି କରିଛି। ଯେଉଁ […]

bus
୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

ନୂଆଦିଲ୍ଲୀ: ଜଣେ ୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ଦ୍ରୁତ ଗତିରେ ଆସୁଥିବା ଏକ ବସ୍‌। ଉତ୍ତରପୂର୍ବ ଦିଲ୍ଲୀର ନନ୍ଦ ନଗରୀରେ ଗୁରୁବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବସ୍‌କୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଫେରାର ଅଛି। ମୃତକମାନେ ହେଲେ- ଗାଜିଆବାଦ ଲୋନିର ରବିନ୍ଦର୍‌(୨୨), ମାଣ୍ଡୋଲିର କରଣ(୧୨) ଓ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ତାଙ୍କ ବୟସ […]

china
ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

ନୂଆଦିଲ୍ଲୀ:ଭାରତ-ଚୀନ  ମଧ୍ୟରେ ଗତ ଜୁନ୍‌ ମାସରେ ଗଲୱାନ ଘାଟିର ହୋଇଥିବା ହାତାହାତି ସଂଘର୍ଷବେଳେ ଚୀନର କେତେ ସୈନିକ ନିହତ ହୋଇଥିଲେ ତାହା ଅଧିକାରୀ ସୂତ୍ରରୁ କୁହାଯାଇ ନ ଥିଲା। ତେବେ ଚୀନ୍‌ ଏବେ ମାନିଛି ଯେ, ଏହି ଗଣ୍ଡଗୋଳରେ ଚୀନର ୫ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ସରକାରୀ ସୂତ୍ରର କହିବା ଅନୁଯାୟୀ, ଭାରତ-ଚୀନ ମଧ୍ୟରେ ରାଜନୈତିକ, ସେନା ଅଧିକାରୀ ସ୍ତରରେ ଆଲୋଚନା ଚାଲିଥିବାବେଳେ ପ୍ରଥମଥର ପାଇଁ ଏପରି ତଥ୍ୟ  ପ୍ରକାଶ କରିଛି। ଏହା ପୂର୍ବରୁ ବେଜିଂ […]

harley davidson bike 1
ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ନୂଆଦିଲ୍ଲୀ: ଭାରତରେ ଆମେରିକୀୟ ବ୍ରାଣ୍ଡ୍‌ର ବାଇକ୍‌ Harley-Davidson ଏହାର ପ୍ରଡକ୍ଟ ଓ ସେଲ୍ ବନ୍ଦ କରିଛି। ନିଜ କାରବାରର ପୁନର୍ବିନ୍ୟାସ ସ୍ୱରୁପ Harley-Davidson କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଯେଉଁ ଦେଶରେ ଏହି ବ୍ରାଣ୍ଡ୍‌ର ବାଇକ୍ ଅଧିକ ବିକ୍ରି ହେଉଛି, ସେହି ଦେଶରେ ଏହାର କାରବାରକୁ ବଢ଼ାଇବା ଲାଗି କମ୍ପାନୀ ଗୁରୁତ୍ୱ ଦେଉଛି। ତା ସହିତ ଯେଉଁ ଦେଶରେ ଏହି ବ୍ରାଣ୍ଡ୍‌ର ଚାହିଦା ନାହିଁ ସେସବୁ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ। ଏହିକ୍ରମରେ ଭାରତରେ […]

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ ହୋଇଛି। ଏକ ସ୍କର୍ପିଓ କାର୍ ଭିତରେ ଚୋରା ବନ୍ଧୁକ କାରବାରର ଡିଲ୍‌ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଏହି  ଡିଲ୍‌ର ପର୍ଦ୍ଦାଫାସ କରିଛି। ଗତକାଲି ସନ୍ଧ୍ୟାରେ କଳ୍ପନା ଛକ ନିକଟରେ କ୍ରାଇମ୍‌ବ୍ରାଞ୍ଚର STF ଟିମ୍‌ ହାତରେ ଧରାପଡ଼ିଥିଲା ଏହି ଚୋରା ବନ୍ଧୁକ କାରବାରର ଡିଲ୍‌। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କର ଜଣେ ମହିଳା ସହଯୋଗୀଙ୍କୁ ଅଟକ ରଖାଯାଇଛି। ଗିରଫ ଦ୍ୱୟ ହେଲେ- […]

corona test
୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୪,୨୦୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୪,୨୦୮ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୬୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୭୪୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୪୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୧,୦୯୬ରେ ପହଞ୍ଚିଛି।  

corona
ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୫ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୬୭ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଢ଼ନ୍ତୁ: ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା Regret to inform the demise of fifteen #COVID19 positive patients while under treatment in hospitals. 1. A 60-year […]

ship
ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସିଓଲ: ଦକ୍ଷିଣ ଓ ଉତ୍ତର କୋରିଆର ସାମୁଦ୍ରିକ ସୀମାରେ ଦକ୍ଷିଣ କୋରିଆର ଜଣେ ଅଧିକାରୀଙ୍କୁ ହତ୍ୟା କରାଯାଇଛି। ଉତ୍ତର କୋରିଆ ଏହି ଅଧିକାରୀଙ୍କୁ ହତ୍ୟା କରିଥିବା ଦକ୍ଷିଣ କୋରିଆ ଅଭିଯୋଗ ଆଣିଛି। ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଦକ୍ଷିଣ କୋରିଆ ପକ୍ଷରୁ ଦାବି କରାଯାଇଛି। ସାମୁଦ୍ରିକ ସୀମାରେ ବେଆଇନ ଭାବେ ମାଛ ଧରୁଥିବା ମତ୍ସଜୀବୀଙ୍କ ଉପରେ ନଜର ରଖିବା ପାଇଁ ଡଙ୍ଗାରେ ଯାଇଥିବା ଜଣେ ଦକ୍ଷିଣ କୋରିଆ ଅଧିକାରୀ ସୋମବାରଠାରୁ ନିଖୋଜ ହୋଇ ଯାଇଥିଲେ। ଦକ୍ଷିଣ କୋରିଆ […]

naveen patnaik
ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱର: ତିର୍ତ୍ତୋଲ ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଓଡ଼ିଶା ସରକାର ତିର୍ତ୍ତୋଲବାସୀଙ୍କୁ ଏକ ଭେଟି ଦେଇଛନ୍ତି। ତିର୍ତ୍ତୋଲ-ପୋଷଳ ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। ୮୮୮.୮୯ ମିଟର ଦୀର୍ଘ ଏହି ସେତୁ ନିର୍ମାଣ ପାଇଁ ବ୍ୟୟ ଅଟକଳ ୧୧୮.୫୬ କୋଟି ଟଙ୍କା ରହିଛି। ସରକାରଙ୍କ ଅନୁମୋଦନ କ୍ରମେ ଆଜି ଏହି ସେତୁର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଟେଣ୍ଡର ପ୍ରକ୍ରିୟା ସରିଲା ପରେ ସେତୁ […]

corona test
ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ।  ଅକ୍ଟୋବରରୁ ଲକ୍ଷ୍ନୌ ଓ ଗୋରଖପୁରରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ହେବ ବୋଲି ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି । ସେହିପରି ଅକ୍ଟୋବର ୧୬ରୁ ପଞ୍ଜାବର ୩ଟି ମେଡିକାଲ କଲେଜରେ ଟ୍ରାଏଲ ହେବା ନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ସେପଟେ ଆମେରିକା କଂପାନୀ ଜନସନ୍ସ ଆଣ୍ଡ […]

Bihar Election News In Odia
Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର୍‌ ସୁନୀଲ ଆରୋରୋ ଆଜି ତାରିଖ ଘୋଷଣା କରିଛନ୍ତି। ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ October 28, ଦ୍ୱିତୀୟ ପର୍ଯ୍ୟାୟ November 3 ଓ ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ November 7 ରେ ହେବ। November 10 ରେ ହେବ ଭୋଟ୍‌ ଗଣତି। Bihar Election News in Odia ନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ କମିଶନର […]

border
ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ଅନନ୍ତନାଗରେ ପୁଣି ଆତଙ୍କବାଦୀଙ୍କ ଉପଦ୍ରବ। ଆତଙ୍କୀଙ୍କୁ ଜବାବ ଦେବା ଉଦ୍ଦେଶ୍ୟରେ ହୋଇଥିବା  ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଲସ୍କର ଇ ତୋଇବା ଆତଙ୍କୀଙ୍କ ମୃତ୍ୟୁ ଘଟିଛି । ଏବେ କିଛି ଆତଙ୍କବାଦୀ ଘଟଣାସ୍ଥଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଗତକାଲି ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ଅପରେସନ ଆରମ୍ଭ ହୋଇଥିଲା । ଆତ୍ମସମର୍ପଣ ପାଇଁ କୁହାଯାଇଥିଲେ ମଧ୍ୟ ଆତଙ୍କବାଦୀମାନେ ପାଲଟା […]

money
୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ଲକ୍ଷ୍ନୌ: ଟଙ୍କା ରୋଜଗାର କରିବାର ମାଧ୍ୟମ ଯଦି ସହଜ ହୋଇଥାନ୍ତା,  କେତେ ପୃଥିବୀରେ କେହି ଦରିଦ୍ର ନ ଥାନ୍ତେ। ଲୋକ ଅନାହାରରେ ରହୁ ନ ଥାନ୍ତେ କିମ୍ବା ଅର୍ଥାଭାବରୁ ଚିକିତ୍ସା ନ କରି ଲୋକେ ମରୁ ନ ଥାନ୍ତେ। ବହୁତ କଷ୍ଟରେ ଆସେ ଏହି ଟଙ୍କା। ହେଲେ କଷ୍ଟକରି ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ପାଖରେ ଯଦି ଅକସ୍ମାତ କୋଟି କୋଟି ଟଙ୍କା ଗଦା ହୋଇଯାଏ, କେମିତି ଲାଗିବ ? ହୁଏତ ଖୁସିରେ ପାଗଳ ହୋଇଯିବ। ହେଲେ […]

sp balasubrahmanyam
ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ମୁମ୍ବାଇ: ବଲିଉଡରେ ଅନେକ ସୁପରହିଟ୍ ଗୀତ ଗାଇଥିବା ଭେଟେରାନ୍ ସିଙ୍ଗର୍ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ଣ ୧ଟା ୪ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏସ୍.ପି. ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ ନେଇ ତାଙ୍କ ପୁଅ ଏସ୍‌.ପି. ଚରଣ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୭ରେ ତାଙ୍କର କରୋନା ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ହେଲେ ସେ […]

vac
ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ମସ୍କୋ: ଋଷିଆ ପ୍ରସ୍ତୁତ ପ୍ରଥମ କରୋନା ଭାକ୍ସିନ ସ୍ପୁଟନିକ -ଭି ସାଧାରଣ ଲୋକଙ୍କ ଦିଆଯିବା ଆରମ୍ଭ ହୋଇଛି। ରାଜଧାନୀ ମେସ୍କୋରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ଗତକାଲି ସୂଚନା ଦିଆଯାଇଛି। ତେବେ ଏ ନେଇ ସବିଶେଷ ତଥ୍ୟ ମିଳିନାହିଁ। ସାରା ବିଶ୍ୱ କରୋନା ଭାକ୍ସିନ ପ୍ରସ୍ତୁତ କରିବା ପାଇଁ ଲାଗି ପଡ଼ି ଥିବାବେଳେ ଋଷ ପ୍ରଥମେ ଅଗଷ୍ଟ ମାସରେ ଭାକ୍ସିନ ବାହାର କରିବାରେ ସଫଳ ହୋଇଥିଲା। ତେବେ ଏହି ଭାକ୍ସିନକୁ ନେଇ ଅନକ କଥା […]

SSR
ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ଘଟଣା ୩ ମାସରୁ ଅଧିକ ଦିନ ବିତିଗଲାଣି। ହେଲେ ଏବେ ସୁଦ୍ଧା ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ, ଏହା ହତ୍ୟା ନା ଆତ୍ମହତ୍ୟା ଥିଲା। ଏବେବି ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ସୁଶାନ୍ତ ମୃତ୍ୟୁ ମାମଲାରେ CBI ତଦନ୍ତ ଓ ନ୍ୟାୟ ମିଳିବାରେ ବିଳମ୍ବତାକୁ ନେଇ ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିକାଶ ସିଂ ଟ୍ୱିଟ୍‌ କରି ଦାବି କରିଛନ୍ତି, […]