ସୁନ୍ଦରଗଡ଼: ଗୁପ୍ଚୁପ୍ ଖାଇବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସରଫଗଡ଼ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ଫୁଲମତି କିସାନ। ସୂଚନା ଅନୁସାରେ, ଫୁଲମତି ଘରେ ପରିବାର ଲୋକଙ୍କ ସହ ବସି ଗୁପ୍ଚୁପ୍ ଖାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ତାଙ୍କୁ ତୁରନ୍ତ ଲେଫ୍ରିପଡ଼ା ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖାଇବା ବେଳେ […]
ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିଲା ଆଳୁ, ପିଆଜ, ଡାଲି ଓ ଖାଇବା ତେଲ। ରାଜ୍ୟସଭାରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ୍ ପାରିତ ହେବା ପରେ ଏସବୁ ସାମଗ୍ରୀ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିଛି। ଫଳରେ ଏସବୁ ସାମଗ୍ରୀର ଦର ନିୟନ୍ତ୍ରଣ କ୍ଷମତା ସରକାର ହରାଇ ବସିଛନ୍ତି। ଗତ ୧୫ ତାରିଖରେ ଏସମ୍ପର୍କିତ ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଗତକାଲି ଏହା ରାଜ୍ୟସଭାରେ ପାରିତ ହୋଇଛି। ସଂଶୋଧିତ ଆଇନ ଅନୁଯାୟୀ, କେବଳ ଯୁଦ୍ଧ, […]
ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ OJEE(Odisha Joint Entrance Examination) ପାଇଁ ଆଜି ରାତି ୧୨ଟା ପୂର୍ବରୁ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଯେଉଁ ଛାତ୍ରଛାତ୍ରୀ OJEE ପାଇଁ ଅନ୍ଲାଇନ୍ରେ ଆବେଦନ କରିଥିବେ, ସେମାନେ ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନ୍ଲାଇନ୍ ଫି’ ଜମା କରିବା ପାଇଁ ଡେଡ୍ଲାଇନ୍ ରଖାଯାଇଛି। www.ojee.nic.in / www.odishajee.comରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଆସନ୍ତା ଅକ୍ଟୋବର ୧୨ରୁ ଆରମ୍ଭ ହେବ OJEE ପରୀକ୍ଷା ଓ ଏହା ଅକ୍ଟୋବର ୧୯ରେ ଶେଷ ହେବ। ମୋଟ ୫୩ଟି ସେଣ୍ଟରରେ ହେବ […]
ନୂଆଦିଲ୍ଲୀ: ୨୦୧୫ରୁ ୨୦୧୯ ମସିହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ ୫୮ଟି ଦେଶ ଗସ୍ତ କରିଛନ୍ତି।ଏଥିରେ ୫୧୭ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ଭି ମୁରଲୀଧରନ। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଏହା ମଧ୍ୟ ସୂଚାଇଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଯୋଗୁ ଦ୍ୱିପାକ୍ଷିକ ତଥା ଅନ୍ତଃରାଷ୍ଟ୍ରୀୟ ମାମଲା ଉପରେ ଭାରତର ଦୃଷ୍ଟିକୋଣ ନେଇ ଅନ୍ୟ ଦେଶମାନେ ବୁଝି […]
ବେଜିଂ: ଚୀନରେ କେହି କାହାକୁ ନିନ୍ଦା ବା ସମାଲୋଚନା କରିପାରିବେ। କିନ୍ତୁ ଭୁଲ୍ରେ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କୁ କିନ୍ତୁ ନିନ୍ଦା କରିବା ପୂର୍ବରୁ ତାଙ୍କୁ ଶହେ ଥର ଭାବୁଥିବେ। ରାଷ୍ଟ୍ରପତିଙ୍କ ନିନ୍ଦା ଏଠି କେତେ ମହଙ୍ଗା ନିକଟରେ ଏକ ଘଟଣାରୁ ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ନିନ୍ଦା କରି କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ସଦସ୍ୟ ରେନ ଝିଙ୍କିୟାଙ୍ଗଙ୍କୁ ବର୍ଷେ ନୁହେଁ କି ୫ ବର୍ଷ ନୁହେଁ ଦୀର୍ଘ ୧୮ ବର୍ଷ ଜେଲ୍ ଭୋଗିବାକୁ ପଡ଼ିଛି। ଝିଙ୍କିୟାଙ୍ଗ ତାଙ୍କର ଏକ […]
ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ନ କରିବା ଲାଗି ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହାଦ୍ୱାରା ଅଯଥାରେ ଶବ ହସ୍ତାନ୍ତର ବିଳମ୍ବ ହେବା ସହ ମୃତକଙ୍କ ପରିବାରବର୍ଗ ଶୋଷଣରୁ ମୁକ୍ତ ହୋଇପାରିବେ। ଏଥିସହ ଯେଉଁ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡିକରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ସେଠାରେ ପ୍ରାଣ ହରାଉଥିବା ରୋଗୀଙ୍କ ସମସ୍ତ ତଥ୍ୟ ୪୮ ଘଣ୍ଟା ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀଙ୍କ bedhead ଟିକେଟ୍, ବିଭିନ୍ନ ନମୁନା ପରୀକ୍ଷା […]
ପାଟନା: ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଇଛନ୍ତି। ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଇ ଗୁପ୍ତେଶ୍ୱର ପାଣ୍ଡେଙ୍କ ଆବେଦନକୁ ବିହାର ରାଜ୍ୟପାଳ ଗ୍ରହଣ କରିଛନ୍ତି। ଗୁପ୍ତେଶ୍ୱର ପାଣ୍ଡେ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ପରେ ଡିଜି(ହୋମ୍ଗାର୍ଡ ଓ ଫାୟାର ସର୍ଭିସ୍) ଏସ୍କେ ସିଂଘଲଙ୍କୁ ବିହାର ପୋଲିସ୍ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଗୁପ୍ତେଶ୍ୱର ପାଣ୍ଡେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ତେଣୁ ସେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି। ସୁଶାନ୍ତ ସିଂହ ରାଜପୁତ […]
କାଠମାଣ୍ଡୁ: ମାଉଣ୍ଟ ଏଭରେଷ୍ଟ ଉପରକୁ ଏକାଧିକବାର ଚଢ଼ି ରେକର୍ଡ କରିଥିବା ନେପାଳୀ ପର୍ବତାରୋହୀ ଅଙ୍ଗ୍ ରୀତା ଶେରପା(Ang Rita Sherpa) ଙ୍କର ପରଲୋକ ହୋଇଯାଇଛି। ସେ ତାଙ୍କ ଜୀବନକାଳ ମଧ୍ୟରେ ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢ଼ିଛନ୍ତି। ଏତେଥର ମାଉଣ୍ଟ ଏଭରେଷ୍ଟ ଚଢିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ଅଙ୍ଗ୍ ରୀତା ଶେରପା। ତାଙ୍କର ଏହି ସଫଳତା ପାଇଁ ୨୦୧୭ରେ ସେ ଗିନିଜ ବୁକ୍ ଅଫ ରେକର୍ଡ ଜିତିଥିଲେ। ତାଙ୍କ ପରିବାର ପକ୍ଷରୁ କୁହାଯାଇଛି, ଦୀର୍ଘ ସମୟ ଧରି […]
ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୪,୨୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୫୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Corona Updates In Odisha: ଚିହ୍ନଟ ନୂଆ ୪,୨୩୭ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୮୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୭୫୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ […]
ୱାଶିଂଟନ: ଆମେରିକାରେ ନଭେମ୍ବର ୩ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ରାଜନୀତି ବେଶ୍ ସରଗରମ ହୋଇଛି। ରାଷ୍ଟପତି ନିର୍ବାଚନ ପାଇଁ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ (Joe Biden) ଙ୍କୁ ସମର୍ଥନରେ ୧୪ ଭାରତୀୟ ଭାଷାରେ ଡିଜିଟାଲ ଗ୍ରାଫିକ୍ସ ଜାରି କରାଯାଇଛି। ଉନ୍ନତମାନର ଟେକନିକ୍ ସାହାଯ୍ୟରେ ଦକ୍ଷିଣ ଏସିଆ ଆମେରିକୀୟଙ୍କ ମନ ଜିଣିବା ପାଇଁ ଏହି ଗ୍ରାଫିକ୍ସ ପ୍ରସ୍ତୁତ କରାଯାଇଛି। ଦକ୍ଷିଣ ଏସିଆ ଆମେରିକୀୟଙ୍କୁ ଏକଥା ସେ ବୁଝାଇବାକୁ ଚାହିଁଛନ୍ତି ଯେ, ଯେପରି ବି […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୫ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୩୬ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ୪, ମୟୂରଭଞ୍ଜ ଓ ପୁରୀରୁ ୨ଜଣ ଲେଖାଏ, ବାଲେଶ୍ୱର, କଟକ, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି, ନୟାଗଡ଼ ଓ ନୂଆପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ୪,୨୩୭ କରୋନା […]
ଜୟପୁର: ସ୍ୱାମୀଙ୍କୁ ହତ୍ୟା କରିବା ପରେ ବେଡ୍ ତଳେ ମୃତଦେହ ଲୁଚାଇ, ଏହାର ଦିନକ ପରେ ନିଜେ ଏସମ୍ପର୍କରେ ପୋଲିସ୍କୁ ଖବର ଦେଲେ ସମ୍ପୃକ୍ତ ମହିଳା। ରାଜସ୍ଥାନ ଚୁରୁ ଜିଲ୍ଲାରେ ଏଭଳି କିଛି ଘଟଣା ଘଟିଛି, ଯାହାକୁ ନେଇ ଏବେ ଚର୍ଚ୍ଚା। ରବିବାର ରାତିରେ ହମିର୍ୱାସ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକଙ୍କ ନାଁ ନିର୍ମଳ ସିଂ(୩୪)। ଅଭିଯୁକ୍ତ ପତ୍ନୀଙ୍କ ନାଁ ନୀରଜ(୨୮)। କୌଣସି କାରଣକୁ ନେଇ ନିର୍ମଳ ଓ ନୀରଜଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି […]
ବାଲେଶ୍ୱର: ବାଲେଶ୍ୱର ସଦର ବିଧାନସଭା ଆସନ ଉପନିର୍ବାଚନ ଲାଗି ଦଳର ବରିଷ୍ଠ ନେତା ଅନନ୍ତ ଦାସଙ୍କୁ ନିର୍ବାଚନ ତଦାରଖ ଦାୟିତ୍ୱ ଓ ଜୀବନ ପ୍ରଦୀପ ଦାସଙ୍କୁ ଉପନିର୍ବାଚନ ନେତା ଭାବେ ଦାୟିତ୍ୱ ମିଳିବା ପରେ ଏହାକୁ ନେଇ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଖପ୍ପା ହୋଇଥିବା ଚର୍ଚ୍ଚା ହେଉଥିଲା। ଅନ୍ୟପକ୍ଷରେ ଏହି ଘଟଣା ଓ ବିଜେଡି ଛାଡୁଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ରବୀନ୍ଦ୍ର ଜେନା। ସେ କହିଛନ୍ତି, ‘ଦଳର ଯିଏ ଜିଲ୍ଲା ସଭାପତି ରହିବେ, ତାଙ୍କ ହାତରେ […]
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ମହୁଲିଆ ମାଣପଡ଼ା ଗାଁରେ ୪ ଦିନ ହେଲା ପଡ଼ି ରହିଛି ମା’ ଝିଅଙ୍କ ଶବ। ମାମୁ ଘର ଆଗରେ ଭାଣିଜୀର ମୃତଦେହ ପଡ଼ି ରହିଥିବା ବେଳେ ଆମ୍ବୁଲାନ୍ସ ଭିତରେ ପଡ଼ି ରହିଛି ମା’ର ମୃତଦେହ। ସୂଚନାଥାଉ କି, ଗତ ୧୯ ତାରିଖରେ ମା’ ନିଖୋଜ ହେବା ପରେ ତାଙ୍କୁ ଖୋଜିବାକୁ ମାମୁ ଘରକୁ ଯାଇ ନିଖୋଜ ହୋଇଥିଲେ ଝିଅ। ୧୯ରେ ମା’ଙ୍କ ଓ ୨୦ ତାରିଖରେ ଝିଅର ମୃତଦେହ […]
ନୂଆଦିଲ୍ଲୀ: ମୌସୁମୀ ଛୁଆଁରେ ବି ଗରମରୁ ତ୍ରାହି ମିଳିନି। ବିଶେଷ କରି ଦିଲ୍ଲୀରେ ଅସହ୍ୟ ହୋଇପଡ଼ିଛି ଗରମ। ଦିଲ୍ଲୀର ତାତି ୯୦ ବର୍ଷର ରେକର୍ଡ ଭାଙ୍ଗିଛି। ଏପରି ସମୟରେ ୟୁରୋପ ମିଡିଆ ଗ୍ରୁପ ଦ ଇକୋନମିଷ୍ଟ ପକ୍ଷରୁ ଆହୁରି ଡରାଇ ଦେବା…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ମଡେଲ୍ ପୁନମ୍ ପାଣ୍ଡେଙ୍କ ସ୍ୱାମୀ ସାମ୍ ବମ୍ବେଙ୍କୁ ମଙ୍ଗଳବାର ଗୋଆରେ ପୋଲିସ୍ ଗିରଫ କରିଛି। ପୁନମ୍ ସ୍ୱାମୀ ସାମ୍ଙ୍କ ବିରୋଧରେ ମାର୍ପିଟ୍, ଧମକ ଭଳି ଅଭିଯୋଗ ଆଣିବା ପରେ ପୋଲିସ୍ ତାଙ୍କୁ ଗିରଫ କରିଛି। ଏହି ଘଟଣା ସାଉଥ୍ ଗୋଆର କାନାକୋନାରେ ଘଟିଥିଲା, ଯେଉଠି ପୁନମ୍ ଏକ ଫିଲ୍ମ ପାଇଁ ଶୁଟିଂ କରୁଥିଲେ। ପୋଲିସ୍ ସୂଚନା ମୁତାବକ, ପୁନମ୍ ଅଭିଯୋଗ ଆଣିଛନ୍ତି ଯେ, ସ୍ୱାମୀ ସାମ୍ ତାଙ୍କୁ ଦୁର୍ବ୍ୟବହାର କରିବା ସହ […]
ବାରିପଦା: ୫ ଶହ ଟଙ୍କା ପାଇଁ ଜଣେ ନାବାଳକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗାଁରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ପଡ଼ୋଶୀଙ୍କ ଘରୁ ୫ଶହ ଟଙ୍କା ଚୋରି କରିବା ଅଭିଯୋଗରେ ସମ୍ପୃକ୍ତ ନାବାଳକଙ୍କୁ ପଡ଼ୋଶୀ ମହିଳା, ଅନ୍ୟମାନେ ପିଟିଥିବା ଅଭିଯୋଗ ହୋଇଛି। ଫଳରେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଉକ୍ତ ମହିଳା ଜଣକ ନାବାଳକଙ୍କୁ ପିଟିଥିବା ସ୍ୱୀକାର କରିଥିଲେ ମଧ୍ୟ କେମିତି ନାବାଳକଙ୍କ […]