• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ms
ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି, କିନ୍ତୁ ଏବେବି ସେ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ହୋଇ ରହିଛନ୍ତି। ଅଭିଜ୍ଞଠାରୁ ଆରମ୍ଭ କରି ଯୁବ ଖେଳାଳି, ସମସ୍ତେ ଧୋନିଙ୍କୁ ଖୁବ୍ ସମ୍ମାନ ଦିଅନ୍ତି। ଦିନେ ସଚିନ୍ ତେନ୍ଦୁଲକରଙ୍କୁ ପୂଜା କରୁଥିବା ଖୋଦ୍ ଧୋନି ଆଜି ଅନେକ ଯୁବ କ୍ରିକେଟରଙ୍କ ପାଇଁ ଭଗବାନ ସାଜିଛନ୍ତି। ଧୋନିଙ୍କ ସହ ସାକ୍ଷାତ କରିବା ଅନେକ ଯୁବ ଖେଳାଳିଙ୍କ ପାଇଁ […]

pak
ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ନୂଆଦିଲ୍ଲୀ: ସୀମାରେ ଭାରତୀୟ ଯବାନଙ୍କ କଡ଼ା ପ୍ରହରା ଯୋଗୁଁ ଫେଲ୍ ମାରୁଛି ପାକିସ୍ତାନର ହୀନ ଉଦ୍ୟମ। ଡ୍ରୋନ୍ ସହାୟତାରେ ଏଲଓସିରେ ଆତଙ୍କବାଦୀଙ୍କ ନିକଟକୁ ଅସ୍ତ୍ରଶସ୍ତ୍ର ପହଞ୍ଚାଉଥିବା ପାକିସ୍ତାନର ଆଉ ଏକ ଉଦ୍ୟମ ପଣ୍ଡ ହୋଇଛି। ଜାମ୍ମୁ ଓ କାଶ୍ମୀର ଅଖନୁର ଅଞ୍ଚଳରୁ ଜବତ ହୋଇଛି ବିପୁଳ ଅସ୍ତ୍ରଶସ୍ତ୍ର। ଦୁଇଟି ଏକେ-୪୭ ରାଇଫଲ ସହ ଗୋଟିଏ ପିସ୍ତଲ ଏବଂ ୩ଟି ମାଗଜିନ୍, ଗୁଳି ଜବତ କରିଛି ପୋଲିସ। ଡ୍ରୋନ ସହାୟତାରେ ଏକେ-୪୭ ବନ୍ଧୁକ ସହ ଏସବୁ ଅସ୍ତ୍ରଶସ୍ତ୍ର ଆକାଶ […]

high-court
ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

ଭୁବନେଶ୍ୱର: ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ମାମଲାକୁ ନେଇ ବଡ଼ ଶୁଣାଣି କରିଛନ୍ତି ହାଇକୋର୍ଟ। ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ଟଙ୍କା ୭ ଦିନ ମଧ୍ୟରେ ବ୍ୟାଙ୍କରେ ଜମା କରିବାକୁ କୋର୍ଟ କହିଛନ୍ତି। ଜଗତସିଂହପୁର କୁଜଙ୍ଗ ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଏହି କ୍ଷତିପୂରଣ ଟଙ୍କା ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ଦୁଷ୍କର୍ମ ପରେ ଭିନ୍ନକ୍ଷମ ଯୁବତୀ ଜଣକ […]

bmc
ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଦିନକୁ ଦିନ କରୋନା ସ୍ଥିତିରେ ସୁଧାର ହେବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ୩୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୮୩ ଜଣ କ୍ୱାରେଣ୍ଟିନ୍‌ରେ ଥିବା ବେଳେ ୨୧୮ ଲୋକାଲ୍‌ କେସ ଅଛନ୍ତି। ଏହାଛଡ଼ା ଆଜି ଆଉ ୩୯୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। Update on newly detected #COVID19 cases in the last 24 […]

madhu
ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ମୁମ୍ବାଇ: ବଲିଉଡରେ ଡ୍ରଗସ ଲିଙ୍କ୍ ମାମଲାରେ ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର। ମୁମ୍ବାଇରେ ପ୍ରବଳ ବର୍ଷା ପରେ ବି ଆଜି ଡ୍ରଗ୍ସ ଲିଙ୍କ୍ ମାମଲାକୁ ନେଇ ଖୋଳତାଡ଼ ହୋଇଛି। ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଜେରା କରିଛି ଏନସିବି। KWAN କମ୍ପାନୀ ସହ ଏବେ ମଧୁ କାମ କରୁଛନ୍ତି। ଏହି କମ୍ପାନୀର ହିଁ କର୍ମଚାରୀ ହେଉଛନ୍ତି କରିଶ୍ମା ଓ ଜୟା ଶାହ। ଏହି ଦୁଇ ଜଣଙ୍କ ମୋବାଇଲରୁ ସନ୍ଦେହଜନକ ଡ୍ରଗ୍ସ ଚାର୍ଟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ […]

deepika
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ପରେ ଡ୍ରଗ୍ସ ଲିଙ୍କକୁ ନେଇ ଏବେ ଅନେକ ବଡ଼ ବଡ଼ ନାଁ ସାମ୍ନାକୁ ଆସୁଛି। ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ ସେଣ୍ଟ୍ରାଲ୍‌ ବ୍ୟୁରୋ (ଏନସିବି) ବଲିଉଡର ନମ୍ବର ୱାନ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ୍ କରିଛି। ଦୀପିକାଙ୍କ ସମେତ ବଲିଉଡର ଜଣାଶୁଣା ଅଭିନେତ୍ରୀ ସାରା ଅଲ୍ଲି ଖାନ୍, ରକୁଲ୍ ପ୍ରୀତ ସିଂହ ଓ ଶ୍ରଦ୍ଧା କପୁରଙ୍କୂ ମଧ୍ୟ ସମନ୍ ପଠାଯାଇଛି। ଏହି ସମସ୍ତ ଅଭିନେତ୍ରୀଙ୍କ […]

rain
୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ୨୫ରୁ ୨୮ ତାରିଖ ଯାଏ ବର୍ଷା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେପ୍ଟେମ୍ବର ୨୫ ତାରିଖରେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ। ସେହିପରି ୧୫ଟି ଜିଲ୍ଲାରେ ଝଡ଼ତୋଫାନ ଓ ବଜ୍ରପାତ ହେବ ବୋଲି ଅନୁମାନ କରାଯାଇଛି। ଏଥିପାଇଁ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ […]

marsh1
ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ଅଲରାଉଣ୍ଡର ମିଚେଲ୍ ମାର୍ଶ ଆଇପିଏଲରୁ ଆଉଟ୍ ହୋଇଛନ୍ତି। ତାଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜର ଜେସନ୍ ହୋଲ୍ଡରଙ୍କୁ ହାଇଦ୍ରାବାଦ ଟିମରେ ସାମିଲ୍ କରାଯାଇଛି। 🚨 Official Statement 🚨 Mitchell Marsh has been ruled out due to injury. We wish him a speedy recovery. Jason Holder will replace him for #Dream11IPL […]

ips
ବରିଷ୍ଠ IPS ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଆଜି ଗୃହ ବିଭାଗ ପକ୍ଷରୁ ୯ଜଣ ବରିଷ୍ଠ ଆଇପିଏସଙ୍କୁ ନୂଆ ନିଯୁକ୍ତି ମିଳିଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୩ଜଣଙ୍କୁ ନିଯୁକ୍ତି ମିଳିଥିବାବେଳେ ଅନ୍ୟ ୬ଜଣ ଆଇପିଏସଙ୍କୁ ବଦଳି କରାଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୮୮ ବ୍ୟାଚର ଆଇପିଏସ୍ ଅରୁଣ କୁମାର ରାୟ, ୧୯୯୪ ବ୍ୟାଚର ଯଶବନ୍ତ ଜେଠୁୱାଙ୍କୁ ଆଇନଶୃଙ୍ଖଳା ଏଡିଜି ଓ ୧୯୯୫ ବ୍ୟାଚର ଆଇପିଏସ୍ ରୀତୁ ଅରୋରାଙ୍କୁ ଗୃହ ବିଭାଗର ଓଏସଡି ଭାବେ […]

elecricity-bill
ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ଭୁବନେଶ୍ୱର: ସାରା ଦୁନିଆରେ କରୋନା ମହାମାରୀର ଆତଙ୍କ ଦେଖା ଦେଇଛି। କିନ୍ତୁ ଏଭଳି ସଙ୍କଟ ସମୟରେ ରାଜ୍ୟରେ ବଢ଼ିଲା ବିଦ୍ୟୁତ୍‌ ଦର। ଆସନ୍ତା ଅକ୍ଟୋବରରୁ ବର୍ଦ୍ଧିତ ବିଦ୍ୟୁତ୍ ଦର ଲାଗୁହେବ। ବିଜୁଳି ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନେଇଛି। ୟୁନିଟ୍ ପିଛା ୨୦ ପଇସା ଦର ବୃଦ୍ଧି ନେଇ ହୋଇଛି ନିଷ୍ପତ୍ତି। ବର୍ଦ୍ଧିତ ଦରରୁ କୁଟୀର ଜ୍ୟୋତି ଓ ବିପିଏଲ ଚାଷୀ ଉପଭୋକ୍ତା ବାଦ ଦିଆଯାଇଛି। ନୂଆ ନିର୍ଦ୍ଧାରିତ ଦର ଅନୁଯାୟୀ, […]

covid19
ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି। ଏହିକ୍ରମରେ ଆଜି ରାଜ୍ୟରେ ଆରୋଗ୍ୟ ହୋଇଛନ୍ତି ଆଉ ୪୦୫୨ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୧୫୭୨୬୫ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। 36 from Malkangiri20 from Deogarh17 from Boudh15 from Gajapati217 from State Pool The total recovered cases of […]

rohit
ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

ଆବୁ ଧାବି: ଫର୍ମକୁ ଫେରିଲେ ହିଟ୍ ମ୍ୟାନ୍ ରୋହିତ୍ ଶର୍ମା। ପ୍ରଥମ ମ୍ୟାଚରେ ଫେଲ୍ ମାରିଥିବା ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ୍ ଆଜି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଟିମର ଦ୍ୱିତୀୟ ମୁକାବିଲାରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ରୋହିତଙ୍କ ସହ ସୂର୍ଯ୍ୟକୁମାର ଯାଦବଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୫ ରନ୍ କରି କେକେଆର୍ ଆଗରେ ୧୯୬ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଛିଡ଼ା କରିଛି। ଶେଖ ଜାୟେଦ ଷ୍ଟାଡିୟମରେ […]

suresj
ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦିଙ୍କର କରୋନାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେପ୍ଟେମ୍ବର ୧୧ ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲା। ଯାହା ପରେ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। କର୍ଣ୍ଣାଟକର ଦ୍ୱିତୀୟ ସାଂସଦ ଭାବେ ସୁରେଶ ଅଙ୍ଗଦି କରୋନରେ ପ୍ରାଣ ହରାଇଛନ୍ତି। ଏହା ପୂର୍ବରୁ […]

bhupesh
ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡ୍ ପାଇଁ ଆଉ ଏକ ଦୁଃଖଦ ଖବର। ‘ଭିକି ଡୋନର୍’ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ଅଭିନେତା ଭୂପେଶ କୁମାର ପାଣ୍ଡ୍ୟାଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କ ଦେହାନ୍ତ ନେଇ ନ୍ୟାଶନାଲ୍ ସ୍କୁଲ୍‌ ଅଫ୍ ଡ୍ରାମା ସୂଚନା ଦେଇଛି। ଦୀର୍ଘଦିନ ସେ କ୍ୟାନସରରେ ପୀଡ଼ିତ ଥିଲେ, ଯେଉଁକାରଣରୁ ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଆଜି ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭୂପେଶ ନ୍ୟାଶନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ପୂର୍ବତନ ଛାତ୍ର ଥିଲେ। […]

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ସୁରତ: ଗୁଜରାଟ ସୁରତର ହଜିରା ସ୍ଥିତ ONGC(Oil and Natural Gas Corporation) ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତି ସାଢ଼େ ୨ଟାରୁ ୩ଟା ମଧ୍ୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଲଗାତାର ୩ଟି ବଡ଼ଧରଣର ବିସ୍ଫୋରଣ ପରେ ପ୍ଲାଣ୍ଟ୍‌ରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇଥିବା ନେଇ ସୂଚନା ମିଳିପାରି ନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ତେବେ […]

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ପଟ୍ଟାମୁଣ୍ଡାଇ: OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି ଗାଡ଼ି ଲୁଟ୍ ଉଦ୍ୟମ ବେଳେ ଧରାପଡିଲେ ଲୁଟେରା। ସୂଚନା ଅନୁଯାୟୀ, ୪ ଜଣ ଯୁବକ ମଙ୍ଗଳବାର ରାତି ପ୍ରାୟ ୩ଟା ୪୦ ମିନିଟ୍‌ରେ ଭୁବନେଶ୍ୱରରୁ OLA କାର୍‌ ବୁକ୍ କରିଥିଲେ। ପରେ ସେମାନେ OLA ଗାଡ଼ି ଡ୍ରାଇଭରଙ୍କୁ ପଟ୍ଟାମୁଣ୍ଡାଇ ଅଭିମୁଖେ ଯିବାକୁ କହିଥିଲେ। ହେଲେ ସାଲେପୁର ବଜାର ପୂର୍ବରୁ OLA ଡ୍ରାଇଭରଙ୍କ ହାତଗୋଡ଼ ଓ ମୁହଁ ବାନ୍ଧିବା ସହ ଗାଡ଼ି ଡିକିରେ ଭର୍ତ୍ତି କରି କାର୍‌ ଚଳାଇଥିଲେ ଲୁଟେରା। ତେବେ […]

journalist2
ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ନୂଆଦିଲ୍ଲୀ: ରାଜ୍ୟସଭାରେ ଗତକାଲି ଶ୍ରମ ସଂସ୍କାର ସମ୍ପର୍କିତ ୩ଟି ବିଲ୍‌ ପାରିତ ହୋଇଛି। ଏହି ବିଲ୍ ଯୋଗୁ ୫୦ କୋଟି ସଂଗଠିତ, ଅଣ ସଂଗଠିତ, ଆତ୍ମନିଯୁକ୍ତ ସଂସ୍ଥା ଉପକୃତ ହେବେ। ଏହି ସବୁ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକଙ୍କ ମଜୁରୀ, ସାମାଜିକ ଓ ସ୍ୱାସ୍ଥ୍ୟ ସୁରକ୍ଷା ଦେବାରେ ଏହି ବିଲ୍ ସହାୟକ ହେବ। ଅନ୍ୟପକ୍ଷରେ, ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ପରିବର୍ତ୍ତନ କରାଯାଇ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆର ସାମ୍ବାଦିକଙ୍କୁ ସାମିଲ କରାଯାଇଛି।  ଏନେଇ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍‌ […]

former-minister
ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ମତଲୁବଙ୍କ ଦେହାନ୍ତ ନେଇ ପୁଅ ମାସୁଦ ଅଲ୍ଲୀ ସୂଚନା ଦେଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ୧୪ ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ଶେଖ୍ ମତଲୁବଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୯୭୪, ୧୯୮୦, ୧୯୮୫, ୧୯୯୫ରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ […]

sushant
ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ...

ମୁମ୍ବାଇ(ସୁରେଶ ଦାଶ): ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଥିବା  ନାର୍କୋଟିକ୍ସ ସେଣ୍ଟ୍ରାଲ୍‌ ବ୍ୟୁରୋ (ଏନ୍‌ସିବି)ର ତଦନ୍ତରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ନାଁ ସାମ୍ନାକୁ ଆସୁଛି। ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧା କପୁର୍‌ ଓ ରାକୁଲ୍‌ ପ୍ରୀତ୍‌ ସିଂଙ୍କୁ ଏନ୍‌ସିବି ସମନ୍‌ କରିଥିବା ସୂଚନା ମିଳିଛି। ଡ୍ରଗ୍ସ ଲିଙ୍କ୍‌ ମାମଲାରେ NCB ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର ଜୟା ଶାହାଙ୍କୁ ସେପ୍ଟେମ୍ବର ୨୧ […]

odisha
ଅନଲାଇନ୍‌ରେ ଇଞ୍ଜେକ୍ସନ କିଣିବାକୁ ଯାଇ ଠକାମୀର ଶିକାର, ଆକାଉଣ୍ଟରୁ ୪୮ ହଜାର ଟଙ୍କା ଗାଏବ

ଭୁବନେଶ୍ୱର: ଅନଲାଇନ୍‌ରେ ଇଞ୍ଜେକ୍ସନ କିଣିବାକୁ ଯାଇ ଠକାମୀର ଶିକାର। ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ନିକଟରୁ ୪୮ ହଜାର ଟଙ୍କା ଠକି ନେଇ ଯାଇଛନ୍ତି ଠକ। ଭୁବନେଶ୍ୱରରେ ଏହି ଘଟଣା ଘଟିଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ…

youth killed
ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ମେଣ୍ଟୁ ଛକରେ ଥିବା ରାଧାକୃଷ୍ଣ ମନ୍ଦିର ପରିସରରେ ଜଣେ ଯୁବକଙ୍କ ମୃତଦେହ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ପଥରରେ ଛେଚି ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମନ୍ଦିରର ରୋଷଶାଳା ନିକଟରେ ପଡ଼ିଥିବା ମୃତଦେହ ପାଖରେ ଦୁଇଟି ଇଟା ପଡ଼ିଥିବା ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ମିଳିପାରି ନଥିବାବେଳେ କିଏ ଓ କାହିଁକି ହତ୍ୟା କଲା ତାହା ମଧ୍ୟ ଜଣାପଡ଼ି […]