ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୬ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୫୨ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଢ଼ନ୍ତୁ: ୨୪ ଘଣ୍ଟାରେ ଓଡ଼ିଶାରେ ୪,୩୪୦ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩
ସୁରତ/ଆସିକା: ବିଶେଷ ସୂତ୍ରରୁ ଖବର ପାଇ ଗୁଜରାଟର ସୁରତ କ୍ରାଇମ୍ବ୍ରାଞ୍ଚ୍ ପୂର୍ଣ୍ଣା ଗାଁ ସରୋଲି ରୋଡ୍ ନେଚର୍ ଭ୍ୟାଲି ହୋମ୍ସ ନିକଟରୁ ବିପୁଳ ପରିମାଣ ଗଞ୍ଜେଇ ଜବତ କରିଛି। ଏକ ଟ୍ରକ୍ରୁ ୫୬୨ କିଲୋର ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୬ ଲକ୍ଷ ୪୫ ହଜାର ଟଙ୍କା। ଏସବୁ ଗଞ୍ଜେଇ ଓଡ଼ିଶାରୁ ସୁରତ ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୋଲିସ୍ ୩ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ-ଗଞ୍ଜାମ […]
ନୂଆଦିଲ୍ଲୀ: ଶତ୍ରୁକୁ ଏବେ କଡ଼ା ଜବାବ୍ ଦେବ ଭାରତର ନାରୀ ଶକ୍ତି। ଭାରତୀୟ ବାୟୁସେନାର ଲଢୁଆ ବିମାନ ରାଫେଲ୍ ଉଡ଼ାଇବେ ମହିଳା ପାଇଲଟ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂ। ଏବେ ସେ ଅମ୍ବାଲା ଏୟାର୍ବେସ୍ରେ ଟ୍ରେନିଂ ନେଉଛନ୍ତି। ଶିବାଙ୍ଗୀ ୨୦୧୭ ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ତା ପରଠାରୁ ସେ ମିଗ୍ 21 Bison ଲଢୁଆ ବିମାନ ଉଡାଇଛନ୍ତି। ରାଫେଲ ଉଡ଼ାଇବାକୁ ୧୦ ମହିଳା ପାଇଲଟଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଥିବା ବେଳେ ସେମାନଙ୍କ ମଧ୍ୟରେ ଶିବାଙ୍ଗୀ ଅଛନ୍ତି। […]
ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷଙ୍କ ଏକ ଟ୍ୱିଟ୍କୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। “ଯଦି ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳେ, ମନେ ରଖନ୍ତୁ। ହେଲେ ସେ ଆତ୍ମହତ୍ୟା ଆଦୌ କରିବେନି” ବୋଲି ଟ୍ୱିଟ୍ କରି ପାୟଲ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, “ଏହି ଘଟଣାକୁ ଲୋକେ ଅବସାଦ କିମ୍ବା କୌଣସି ଚିକିତ୍ସା ସହ ଯୋଡ଼ିବାକୁ ମଧ୍ୟ […]
ନୂଆଦିଲ୍ଲୀ: ଲଗାତାର ତିନି ଧରି ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିବା ବେଳେ ଆଜି ମଧ୍ୟ ଏହି ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ଆଜି ଦିନ ୧୧ଟା ୭ ରେ ସୁନା ଦର Multi Commodity Exchange(MCX)ରେ ୨୦୮ଟଙ୍କା ହ୍ରାସ ସହ ପ୍ରତି ୧୦ ଗ୍ରାମକୁ ୪୯,୩୦୦ଟଙ୍କାରେ କାରବାର ଚାଲିଥିଲା। ଏହାପରେ ମଧ୍ୟ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। […]
ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଅଭିଯୁକ୍ତ ଥିବା ପୋଲିସ୍ କର୍ମଚାରୀ ବି ତଦନ୍ତ ପରିସରଭୁକ୍ତ। ଆଜି ଏହି ସୂଚନା ଦେଇଛନ୍ତି ଟ୍ୱିନ୍ ସିଟି ପୋଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ। ତେବେ ସମ୍ପୃକ୍ତ ପୋଲିସ୍ କର୍ମଚାରୀ ଚିହ୍ନଟ ହୋଇଛନ୍ତି କି ନାହିଁ, ସେ ସଂପର୍କରେ କମିଶନର୍ କୌଣସି ଉତ୍ତର ଦେଇନଥିଲେ। କେବଳ କହିଛନ୍ତି, ଏହି ମାମଲାରେ ତଦନ୍ତ ଠିକ୍ ଭାବେ ଚାଲିଛି, ଠିକ୍ ସମୟ ଆସିଲେ ସୂଚନା ଦିଆଯିବ। ବର୍ତ୍ତମାନ ଏ ସଂପର୍କରେ କିଛି ବକ୍ତବ୍ୟ […]
ବାଲିଗୁଡ଼ା: ପୋଲ ତ କଲେନି କିନ୍ତୁ ଯେଉଁ ତାରର ସହାୟତାରେ ଲୋକେ ନଦୀ ପାର୍ ହେଉଥିଲେ, ତାକୁ ମଧ୍ୟ ଖୋଲି ଦେଲା ପ୍ରଶାସନ। ଏହାକୁ ନେଇ କନ୍ଧମାଳ ଜିଲ୍ଲା କେ. ନୂଆ ଗାଁ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନୂଆ ଗାଁ ଦେଇ ଯାଇଛି ଗୋଟିଏ ନଦୀ। ନଦୀରେ ପୋଲ ନାହିଁ ତା’ ବଦଳରେ ଲାଗିଛି ତାର। ଏହି ତାର ସହାୟତାରେ ୫ ଖଣ୍ଡ ଗାଁର ଲୋକେ ଅତି ବିପଜ୍ଜନକ ଭାବେ ନଦୀ ପାର୍ […]
ନୂଆଦିଲ୍ଲୀ: ଫିଟ୍ ଇଣ୍ଡିଆ ଡାଇଲଗ ଜରିଆରେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ମୋଦି କୋହଲିଙ୍କୁ ଫିଟେନସ୍ ଓ ତାଙ୍କର ନିୟମିତ ରୁଟିନକୁ ନେଇ କଥା ହୋଇଛନ୍ତି। ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା, ଯେଉଁଥିରେ କୋହଲି ଦୁବାଇରୁ ଯୋଗ ଦେଇଥିଲେ। ଏହି ଅବସରରେ ପିଏମ୍ ମୋଦି ଫିଟନେସ୍ ରୁଟିନ୍ ସମ୍ବନ୍ଧରେ ପଚାରିଥିଲେ। ଜବାବରେ ବିରାଟ୍ କହିଲେ, ମୋତେ ଏକ ବଡ଼ […]
ମୁମ୍ବାଇ: କ୍ରିକେଟ୍ ଜଗତରୁ ଆସିଲା ବଡ଼ ଦୁଃଖଦ ଖବର। ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଏବଂ ଜଣାଶୁଣା କମେଣ୍ଟେଟର୍ ଡିନ୍ ଜୋନ୍ସଙ୍କର ଗୁରୁବାର ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ବର୍ତ୍ତମାନ ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ଚାଲିଛି। ଏଥିପାଇଁ ଜୋନ୍ସ ମୁମ୍ବାଇରେ ରହି କମେଣ୍ଟ୍ରୀ କରୁଥିଲେ। ଜୋନ୍ସ ମଧ୍ୟ ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ଥିଲେ। ଡିନ୍ ଜୋନ୍ସଙ୍କ […]
ନୟାଗଡ଼: ମୃତଦେହକୁ ମିଳିଲାନି କାନ୍ଧ। ଶେଷରେ ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗାଁରେ। କୁରାଳ ଗାଁର ବେଙ୍ଗେଇ ସାହିର ୭୨ବର୍ଷୀୟ ଚନ୍ଦ୍ରଶେଖର ଆଚାରି ତାଙ୍କ ପତ୍ନୀ ଏବଂ ପୁଅ କରୋନା ସଂକ୍ରମିତ ହୋଇଥିଲେ। ପରେ ତାଙ୍କ ପୁଅ ଓ ପତ୍ନୀ ଘରକୁ ଆସିଥିବା ବେଳେ ଚନ୍ଦ୍ରଶେଖର ଚାନ୍ଦପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରାତିରେ ଚନ୍ଦ୍ରଶେଖରଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଘରେ ଛାଡି […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ଆଉ ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନ୍ରୁ ୧୨୦ ଓ ଲୋକାଲ କଣ୍ଟାକ୍ଟ କେସ ୨୨୯ ରହିଛି। ଏହାଛଡ଼ା ୩୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି। Update on newly detected #COVID19 cases in the last 24 hrs under the BMC area on 24th Sep 2020(till 9am). Further […]
ଭୁବନେଶ୍ୱର: ଚାରିଆଡ଼େ କରୋନାର ଭୟ। କରୋନାରୁ ରକ୍ଷା ପାଇବା ପାଇଁ ଲୋକେ ମନଇଚ୍ଛା ଔଷଧ ଖାଉଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଏହା ଅଧିକ ଦେଖିବାକୁ ମିଳୁଛି। କିନ୍ତୁ ମନଇଚ୍ଛା ଔଷଧ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବିପଜ୍ଜନକ ହୋଇପାରେ। ସେମିତି ନକରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ। ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ଲୋକମାନଙ୍କୁ ଏହି ସତର୍କବାଣୀ ଶୁଣାଇଛନ୍ତି। ଡାକ୍ତର ପଣ୍ଡା କହିଛନ୍ତି, “କରୋନା ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ଡାଇଲିସିସ ବ୍ୟବସ୍ଥା କରାଯାଇଛି। ସମସ୍ତ କୋଭିଡ୍ […]
ଚିତ୍ରକୁଣ୍ଡା: ଜୀବନକୁ ବାଜି ଲଗେଇ ନିଜର କର୍ତ୍ତବ୍ୟ ସଂପାଦନ କରିଥିବା ୨ ଅଙ୍ଗନବାଡ଼ି କର୍ମୀ ଏବେ ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ୍ ପାଲଟିଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଳେଗାଡ଼ା ପଞ୍ଚାୟତର ୨ କର୍ମୀ ହେମଲତା ଶୀଶା ଓ ପ୍ରମିଳା ପେନେଲ ଭରା ନଈରେ ପାର ହୋଇ ନିଜର ଦାୟିତ୍ୱ ତୁଲାଇଛନ୍ତି। ବର୍ଷା ଦିନେ ପାଞ୍ଚାୟତର ଅନେକ ଗାଁ ବିଛିନ୍ନ ହୋଇଯାଏ। ଏହି ସମୟରେ ମହିଳା ଓ ଶିଶୁଙ୍କ ସେବା କରିବା ଲାଗି ୨ କର୍ମୀ ଅଣ୍ଟାରେ […]
ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରୁ ଆରୋଗ୍ୟ ହୋଇଛନ୍ତି ୩୭୭୯ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୬୧୦୪୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। 46 from Malkangiri44 from Boudh39 from Anugul7 from Deogarh284 from State Pool The total recovered cases of Odisha now stand at 161044 — H & FW […]
ନୂଆଦିଲ୍ଲୀ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତକୁ ଇତିମଧ୍ୟରେ ତିନିମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ତାଙ୍କ ମୃତ୍ୟୁର ଅସଲ କାରଣ ଜଣାପଡ଼ିନାହିଁ। ତାଙ୍କୁ ଏବେବି ଝୁରୁଛନ୍ତି ଅଗଣିତ ପ୍ରଶଂସକ। ଏପରିକି ସୋସିଆଲ୍ ମିଡିଆରେ ଏବେବି ଏହି ପ୍ରତିଭାଶାଳୀ ଅଭିନେତାଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି। ଏହି କ୍ରମରେ ଫିଲ୍ମ ‘କେଦାରନାଥ’ର ଲେଖକ କନିକା ଧିଲୋନ୍ ମଧ୍ୟ ସୁଶାନ୍ତଙ୍କୁ ମନେ ପକାଇଛନ୍ତି। ❤️#SushantSinghRajput writing Mansoor 4U ws special!U gave it ur all!U teared up […]
ଦୁବାଇ: ଲଗାତର ଦୁଇଟି କ୍ୟାଚ୍ ଛାଡ଼ିବା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ମହଙ୍ଗା ପଡ଼ିଛି। ଏହାର ଫାଇଦା ଉଠାଇ କିଙ୍ଗସ୍ ଇଲେଭେନ୍ ପଞ୍ଜାବ କ୍ୟାପଟେନ୍ ଲୋକେଶ ରାହୁଲ୍ ଚଳିତ ଆଇପିଏଲର ପ୍ରଥମ ଶତକ ମାରିଛନ୍ତି। ତାଙ୍କର ବିସ୍ଫୋରକ ଶତକୀୟ ଇନିଂସ୍ ବଳରେ ପଞ୍ଜାବ ଆରସିବି ବିପକ୍ଷ ମ୍ୟାଚରେ ୩ ୱିକେଟ୍ ହରାଇ ୨୦୬ ରନ୍ କରିଛି। ରାହୁଲ୍ ମାତ୍ର ୬୯ ବଲରେ ୧୪ ଚୌକା ଓ ୭ ଛକା ସହ ୧୩୨* ରନର […]
ମୁମ୍ବାଇ: ବଲିଉଡରେ ଅନେକ ସୁପରହିଟ୍ ଗୀତ ଗାଇଥିବା ଭେଟେରାନ୍ ସିଙ୍ଗର୍ ଏସପି ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡ଼ିଛି। ଏ ନେଇ ଏମଜିଏମ୍ ହେଲ୍ଥକେୟାର୍ ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୫ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରଠାରୁ ବାଲାସୁବ୍ରମଣ୍ୟମ୍ ଏମଜିଏମ୍ ହେଲ୍ଥକେୟାର୍ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ତେବେ ସେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି। ବାଲାସୁବ୍ରମଣ୍ୟମଙ୍କ ଡାକ୍ତରଙ୍କ ତରଫରୁ ମେଡିକାଲ୍ ବୁଲେଟିନ୍ ଜାରି କରାଯାଇଛି। ଏହି ମେଡିକାଲ୍ ବୁଲେଟିନରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା […]
ଝାରସୁଗୁଡ଼ା: ଆଜିଠୁ ୧୫ ଦିନ ଯାଏ ଝାରସୁଗୁଡ଼ା ଜିଲ୍ଲାରେ ରାସ୍ତାକଡ଼ ଫାଷ୍ଟଫୁଡ୍ ଦୋକାନ ବନ୍ଦ ରହିବ। ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା ଲାଗି ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ବେପାରୀଙ୍କୁ ୨,୫୦୦ ଟଙ୍କା ଦେବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ଯିଏ ଏହି ନିର୍ଦ୍ଦେଶ ପାଳନର ଖିଲାପ କରିବେ ତାଙ୍କ ବିରୋଧରେ ଜରିମାନା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଟ୍ୱିଟ୍ କରି ଜଣାଇଛନ୍ତି। […]