• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

covid19
ଆସନ୍ତାକାଲିଠାରୁ କରୋନା ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତିରେ ଦେଖାଦେଇଛି ଦ୍ରୁତ ଅଗ୍ରଗତି। ଗୋଟିଏ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆସନ୍ତାକାଲିଠାରୁ ଆରମ୍ଭ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ. ପଲ। ଅନ୍ୟ ୨ ଟିକାର ଟ୍ରାଏଲ୍ ଷ୍ଟେଜ୍ ଟୁରେ ଅଛି। ଏହି ୩ ଟିକା ସଂପର୍କରେ ସ୍ୱାଧୀନତା ଦିବସରେ ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡାକ୍ତର ଭି.କେ. ପଲ୍ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ କରୋନା ଭ୍ୟାକସିନକୁ ନେଇ ପ୍ରତିଶ୍ରୁତି ଦେଇଥିଲେ। କରୋନା […]

ଭୁବନେଶ୍ୱରରୁ ୨୨୦ ପଜିଟିଭ ଚିହ୍ନଟ, ୮୪ ଲୋକାଲ କେସ୍

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୨୨୦ ପଜିଟିଭ ଚିହ୍ନଟ। ୨୨୦ରୁ ୧୩୬ କ୍ୱାରେଣ୍ଟିନ, ୮୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେସ୍ୱର ମହାନଗର ନିଗମ(ବିଏମ୍‌ସି)। କେଉଁ ଅଞ୍ଚଳରୁ କେତେ:- ନୟାପଲ୍ଲୀ ଗୋବିନ୍ଦନଗର ବସ୍ତିରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚନ୍ଦ୍ରଶେଖରପୁରରୁ ୮, ରିଜର୍ଭ ପୋଲିସ କଲୋନିରୁ ୭, ଦୂରଦର୍ଶନ କଲୋନିରୁ ୫, ମଞ୍ଚେଶ୍ୱରରୁ ୫, ବରମୁଣ୍ଡାରୁ ୫, ଡୁମୁଡୁମା ରଘୁନାଥ ନଗରରୁ ୪, ରସୁଲଗଡ଼ ଜିଜିପି କଲୋନିରୁ […]

khurudha
'ଦରକାର ପଡ଼ିଲେ ଖୋର୍ଦ୍ଧା ହେବ ସଟ୍‌ଡାଉନ୍'

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ମନା। ଦରକାର ପଡ଼ିଲେ ସଟ୍‌ଡାଉନ୍ ପରି କଠୋର ନିଷ୍ପତ୍ତି ନିଆଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି ଯେ ସ୍ୱତନ୍ତ୍ର ଟିମ୍ ଗଠନ କରି ସହରାଞ୍ଚଳରେ ସରପ୍ରାଇଜ୍ ଯାଞ୍ଚ କରାଯିବ। ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନରେ ଗଣେଶ […]

himachal-pradesh
ମୁଖ୍ୟମନ୍ତ୍ରୀଙ୍କ ୧୨ ସୁରକ୍ଷାକର୍ମୀଙ୍କୁ କରୋନା

ଶିମ୍‌ଲା: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସୁରକ୍ଷାରେ ମୁତୟନ ଥିବା ୧୨ଜଣ ସୁରକ୍ଷାକର୍ମୀ କରୋନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଇଭର୍ ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଶିମ୍‌ଲାର ମୁଖ୍ୟ ମେଡିକାଲ୍ ଅଫିସର୍ ଡାକ୍ତର ସୁରେଖା ଚୋପ୍ରା ଏହି ସୂଚନା ଦେଇଛନ୍ତି। Total 13 people, associated with the security of Himachal Pradesh CM Jai Ram Thakur have tested Positive for #COVID19. These 13 includes […]

ishant1
ଈଶାନ୍ତ ଶର୍ମାଙ୍କ ସମେତ ୨୯ ଖେଳାଳିଙ୍କ ନାଁ ଅର୍ଜୁନ ପୁରସ୍କାର ଲାଗି ସୁପାରିସ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମାଙ୍କ ସମେତ ୨୯ ଜଣ ଖେଳାଳିଙ୍କ ନାଁ ଚଳିତ ବର୍ଷ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି। ମଙ୍ଗଳବାର କ୍ରୀଡ଼ା ମନ୍ତ୍ରାଳୟର ପୁରସ୍କାର ଚୟନ କମିଟି ଏହି ଖେଳାଳିମାନଙ୍କ ନାଁ ସୁପାରିସ୍ କରିଛି। ପୁରୁଷ ରିକର୍ଭ ତୀରନ୍ଦାଜ ଅତନୁ ଦାସ, ମହିଳା ହକି ଖେଳାଳି ଦୀପିକା ଠାକୁର, କ୍ରିକେଟର୍ ଦୀପକ ହୁଡ୍ଡା ଏବଂ ଟେନିସ୍ ଷ୍ଟାର୍ ଦିବିଜ ଶରନଙ୍କ ନାଁ ମଧ୍ୟ ଏହି ସମ୍ମାନଜନକ […]

main
କରୋନା ମାଡ଼ରେ ଓଡ଼ିଶା ପ୍ରଭାବିତ: ରାଜ୍ୟରେ କମିବ ମୁଣ୍ଡ ପିଛା ଆୟ

ଭୁବନେଶ୍ୱର: କରୋନା ମାଡରେ ଘାଇଲା ରାଜ୍ୟ ରାଜକୋଷ। ସଙ୍କଟରେ ରାଜ୍ୟର ଆର୍ଥିକ ସ୍ଥିତି କୋଭିଡ୍ ଓଡିଶା ଛୁଇଁବା ପରେ ମାର୍ଚ୍ଚରୁ ଅଗଷ୍ଟ ଆର୍ଥିକ କାରବାର୍ ଗରୁତର ପ୍ରଭାବିତ ହୋଇଛି। ଗତକାଲି ଏସବିଆଇ ଇକୋରାପ୍ ରିପୋର୍ଟରେ ଏହା ଜଳଜଳ ହୋଇ ଦେଖାଯାଉଛି। ତେବେ ଆଗକୁ ସ୍ଥିତି ଆହୁରି ଜଟିଳ ହେବା ନେଇ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଛି। ରିପୋର୍ଟ ଅନୁସାରେ ୨୦-୨୧ ଆର୍ଥିକ ବର୍ଷରେ ଓଡିଶା ଅର୍ଥନୀତି ୬୮ ହଜାର ୩୦୬ କୋଟି ଟଙ୍କା କ୍ଷତି ସହିବ। ମୋଟ […]

corona-ve
ଦିନକରେ ସୁସ୍ଥ ହେଲେ ୧୫୩୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୧୫୩୫ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୫,୩୧୪ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୭ ଜଣ ଅଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୧୭୮, ଗଞ୍ଜାମରୁ ୧୫୬, କନ୍ଧମାଳରୁ ୧୦୫, ପୁରୀରୁ ୯୬, କଟକରୁ ୮୪, କୋରାପୁଟରୁ ୭୩, ବରଗଡ଼ରୁ ୭୦, ନୟାଗଡ଼ରୁ ୬୩, ମାଲକାନଗିରିରୁ […]

study
ଗଛ ଉପରେ ଗଢ଼ା ହେଉଛି ଆସନ୍ତାକାଲିର ଭବିଷ୍ୟତ!

ମୁମ୍ବାଇ: କରୋନା ମହାମାରୀ ଯୋଗୁ ସ୍କୁଲ୍ ବନ୍ଦ ରହିଛି ଏବଂ ଶିକ୍ଷକମାନେ ବିଦ୍ୟାର୍ଥୀଙ୍କୁ ଅନଲାଇନ୍ କ୍ଲାସ୍ ଦେଉଛନ୍ତି। କିନ୍ତୁ ଯେଉଁମାନେ ସୁଦୂର ଗାଁରେ ରହୁଛନ୍ତି, ସେମାନେ କିପରି ପାଠ ପଢ଼ୁଛନ୍ତି କରୁଛନ୍ତି, ତାହା ହୁଏତ କେହି ଭାବୁନଥିବେ। ଏପରିକି ସେଭଳି ସ୍ଥାନକୁ ମୋବାଇଲ୍ ନେଟୱର୍କ ଆସିବା କଷ୍ଟକର। ଯାହା ଫଳରେ ବିଦ୍ୟାର୍ଥୀମାନେ ନିଜ ଜୀବନକୁ ପାଣି ଛଡ଼ାଇ ବିପଦ ଶଙ୍କୁଳ ଅବସ୍ଥାରେ ଗଛ ଉପରେ ଚଢ଼ି ପାଠ ପଢ଼ୁଛନ୍ତି। ସେହିଠାରେ ହିଁ ସେମାନେ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ […]

sani
ପୁଣି କମଳଙ୍କ କମାଲ୍‌: ତିଆରି କଲେ ମନି ପର୍ସ ସାନିଟାଇଜର୍

ଭଦ୍ରକ: ପ୍ରଥମେ ହାଇବ୍ରିଡ୍ କାର ପରେ ଗିନିଜ ବୁକ ରେକର୍ଡ ପାଇଁ ମିନି ଭେକ୍ୟୁମ୍ କ୍ଲିନର ପରେ ଫୁଟ୍ ଅପରେଟ୍ ସାନିଟାଇଜର ତିଆରି ଚର୍ଚ୍ଚାରେ ଥିବା କମଳ ଏବେ ପୁଣି ଚର୍ଚ୍ଚାରେ। ବର୍ତ୍ତମାନ ମନି ପର୍ସ ସାନିଟାଇଜର ଡିଭାଇସ ତିଆରି କରିଛନ୍ତି ଭଦ୍ରକ ଜିଲ୍ଲାର କମଳ କିଶୋର ମାଝି। ଏହି ଡିଭାଇସଟି ନିଶ୍ଚିତ କରୋନା ସଂକ୍ରମଣକୁ ରୋକି ପାରିବ ବୋଲି କମଳ ଦାବି କରିଛନ୍ତି।। ମାତ୍ର ୭୦୦ଟଙ୍କା ଖର୍ଚ୍ଚ କରି ୩ଘଣ୍ଟାରେ ଏହି ମନିପର୍ସ ପ୍ରସ୍ତୁତ ହୋଇଯିବ […]

bagaula
ଖଣ୍ଡ ଖଣ୍ଡ କରି ବିକିଦେଲେ ପୁରୀର ବଗଲା ଧର୍ମଶାଳା

ପୁରୀ: ଖଣ୍ଡ ଖଣ୍ଡ ହୋଇ ବିକ୍ରି ହୋଇଗଲା ପୁରୀର ବଗଲା ଧର୍ମଶାଳା। ଆଉ ମିଳିବନି ଶ୍ରୀମନ୍ଦିରର ଅତି ପାଖରେ ବର୍ଷ ବର୍ଷ ଧରି ଯାତ୍ରୀ ଓ ଭକ୍ତଙ୍କୁ ସ୍ୱଳ୍ପମୂଲ୍ୟରେ ରହଣୀ ସେବା। କାହିଁକି ନା ଏକମାତ୍ର ସରକାରୀ ଧର୍ମଶାଳାକୁ ପ୍ଲଟିଂ କରି ଲଜିଂ ମାଲିକଙ୍କୁ ବିକୁଛି ଜିଲ୍ଲା ପ୍ରଶାସନ। ଆଉ ଇଏ ତାର ସଦ୍ୟତମ ପ୍ରମାଣ। ଗତ ୫ରୁ ୧୨ ତାରିଖ ଭିତରେ ୬ ଜଣ ଲଜିଂ ମାଲିକଙ୍କୁ ବିକ୍ରି ହେଲାଣି ପ୍ଲଟ। ସେହି ବିକ୍ରୟ ଦଲିଲପତ୍ରର […]

sushant 11
୩ ବର୍ଷରେ ସୁଶାନ୍ତଙ୍କ ଆୟ ଥିଲା କେତେ?

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କ ଆକାଉଣ୍ଟରୁ ହେରଫେର ହୋଇଥିବା ଘଟଣାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତକୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଇଡି ଅନୁଯାୟୀ, ସୁଶାନ୍ତ ସିଂହ ଗତ ୨ରୁ ୩ ବର୍ଷ ମଧ୍ୟରେ ବିଭିନ୍ନ ପ୍ରୋଜେକ୍ଟରୁ ୩୦ରୁ ୩୫ କୋଟି ଟଙ୍କା ଆୟ କରିଥିଲେ। ତେବେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ ଘଟଣାରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା […]

results11
ଆଜି ବାହାରିବ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଆଜି ଦିନ ୧୧ଟା ୩୦ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ। କରୋନା କଟକଣା ପାଇଁ ଚଳିତ ବର୍ଷ ୩ ମାସ ବିଳମ୍ବରେ ପ୍ରକାଶ ପାଇବାକୁ ଯାଉଛି ରେଜଲ୍ଟ। ବାଣିଜ୍ୟ ଫଳ ପ୍ରକାଶ ନେଇ ପୂର୍ବରୁ ସୂଚନା ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଚଳିତ ମାସ ଶେଷ ସପ୍ତାହରେ କଳା ଏବଂ ଧନ୍ଦା ମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇବ। ସୂଚନାଥାଉ କି, ଗତ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ […]

rain 22
ଆହୁରି ୨ ଦିନ ବର୍ଷିବ ! ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ଓ ଆସନ୍ତାକାଲି ୨ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଏହି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା […]

doctor died
ସ୍ୱାମୀ ଓ ୨ ଛୁଆଙ୍କୁ ମାରି ଡାକ୍ତରଙ୍କ ଆତ୍ମହତ୍ୟା !

ନାଗପୁର: ସ୍ୱାମୀ ଓ ୨ ଛୁଆଙ୍କୁ ମାରି ଜଣେ ୪୧ ବର୍ଷୀୟ ମହିଳା ଡାକ୍ତର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ମଙ୍ଗଳବାର ଏହି ଅଭାବନୀୟ ଘଟଣା ଘଟିଛି। ପୋଲିସ୍‌‌ ସୂଚନା ମୁତାବକ, ଡାକ୍ତର ସୁଷମା ରାଣେ, ତାଙ୍କ ସ୍ୱାମୀ ଧୀରଜ(୪୨) ଓ ସେମାନଙ୍କର ୧୧ ବର୍ଷ ଏବଂ ୫ ବର୍ଷ ଛୁଆଙ୍କ ମୃତଦେହ କୋରାଡି ଅଞ୍ଚଳର ଓମ୍‌ ନଗରରେ ଥିବା ଘରୁ ଉଦ୍ଧାର କରାଯାଇଛି। ଧୀରଜ ଏକ ଇଞ୍ଜିନିୟରିଂ କଲେଜର ପ୍ରଫେସର ଥିଲେ। […]

corona 11
୪ ଜିଲ୍ଲାରେ କରୋନା ସଂକ୍ରମଣ ରୋକିବାକୁ ସ୍ୱତନ୍ତ୍ର ରଣନୀତି

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୭ଟି ମେଡିକାଲ୍‌ କଲେଜର ପ୍ରଫେସର ମାନଙ୍କୁ ନେଇ ମଲ୍ଟି ଡିସିପ୍ଲିନାରୀ ଟେକ୍ନିକାଲ୍‌ କମିଟି‌ ଗଠନ କରାଯାଇଛି। Directorate of Medical Education And Training ଦ୍ୱାରା ଏହି କମିଟି ଗଠନ ହୋଇଛି। ଟେକ୍ନିକାଲ କମିଟିରେ ଥିବା ପ୍ରଫେସରମାନଙ୍କୁ ୩୦ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ସମସ୍ତ ଜିଲ୍ଲା ପରିଦର୍ଶନ ସହ କୋଭିଡ୍ ସ୍ଥିତିର ତଦାରଖ କରାଯିବ। ଏହାପରେ କୋଭିଡ୍ ଚିକିତ୍ସା ନେଇ […]

priyanka
କଂଗ୍ରେସ ଅଧ୍ୟକ୍ଷ ପଦ ଗାନ୍ଧି ପରିବାର ହାତରୁ ଖସାଇବା ନେଇ ମୁହଁ ଖୋଲିଲେ ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଦଳର ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ନେତୃତ୍ୱ ବଦଳାଇବା ଦାବି ଜୋର ଧରିଥିବାବେଳେ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମୁହଁ ଖୋଲିଛନ୍ତି।  ଦଳର ମଙ୍ଗ ଗାନ୍ଧି ପରିବାର ବାହାର ଲୋକ କେହି ସମ୍ଭାଳିବା ପାଇଁ ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟକୁ ସମର୍ଥନ କରି ପ୍ରିୟଙ୍କା କହିଛନ୍ତି, ଆମମାନଙ୍କ ମଧ୍ୟରୁ କେହି ଦଳର ଅଧ୍ୟକ୍ଷ ହେବ ଉଚିତ୍‌ ନୁହେଁ। ଦଳକୁ ନିଜ ରାସ୍ତା ଖୋଜି ବାହାର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଲେଖକ ପ୍ରଦୀପ […]

mali
ମାଲିରେ ସାମରିକ ବିଦ୍ରୋହ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବନ୍ଦୀ

ବାମାକୋ (ମାଲି): ଆଫ୍ରିକୀୟ ରାଷ୍ଟ୍ର ମାଲିରେ ସାମରିକ ବିଦ୍ରୋହ ଉଗ୍ର ରୂପ ନେଇଛି। ବିଦ୍ରୋହୀମାନେ ସେନା ରାଷ୍ଟ୍ରପତି Ibrahim Boubacar Keita ଓ ପ୍ରଧାନମନ୍ତ୍ରୀ Boubou Cisseଙ୍କୁ ବନ୍ଦୀ କରିଛନ୍ତି ।  ବନ୍ଧୁକ ମୁନରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ  ବନ୍ଦୀ କରାଯାଇଥିବା ସୂଚନା ମିଳିଛି। ଦୁଇ ରାଷ୍ଟ୍ରମୁଖ୍ୟ ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ କରି ସେନା ଏହି ବିଦ୍ରୋହ କରିଥିବାର ସୂଚନା ମିଳିଛି । ବିଦ୍ରୋହୀମାନେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି।  ବନ୍ଦୀ ହେବା ପରେ […]

salman
ସଲମାନ୍‌ଙ୍କୁ ହତ୍ୟା ପାଇଁ ହୋଇଥିଲା ଷଡ଼ଯନ୍ତ୍ର, ଲକ୍‌ଡାଉନ୍‌ ପାଇଁ ଫେଲ୍‌ ମାରିଲା ପୂରା ପ୍ଲାନିଂ...

ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଷ୍ଟାର ସଲମାନ୍‌ ଖାନଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର। ହେଲେ କରୋନା ଲକ୍‌ଡାଉନ୍‌ ପାଇଁ ପୂରା ପ୍ଲାନିଂ ଫେଲ୍‌ ମାରିଥିଲା। ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ହରିୟାଣା ଫରିଦାବାଦ ପୋଲିସ୍‌। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍ ଜଣେ‌ ସାର୍ପସୁଟରଙ୍କ ସମେତ ୪ଜଣକୁ ଗିରଫ କରିଛି। ସାର୍ପସୁଟର ଜଣକ ଲରେନ୍ସ ବିଶ୍ନୋୟୀ ଗ୍ୟାଙ୍ଗ୍‌ର ବୋଲି ଜଣାପଡ଼ିଛି। ଏହି ଗ୍ୟାଙ୍ଗ୍‌ ହରିୟାଣା ଓ ଅନ୍ୟ ରାଜ୍ୟମାନଙ୍କରେ ସକ୍ରିୟ ଥିବା ଜଣାଯାଇଛି। ଅଗଷ୍ଟ ୧୫ […]

satapuri
ଆଜି  ସପ୍ତପୁରୀ ଅମାବାସ୍ୟା, ମହାପ୍ରଭୁଙ୍କୁ ଲାଗି କରାଯିବ ସାତପୁରୀ ପିଠା

ପୁରୀ: ଆଜି  ସପ୍ତପୁରୀ ଆମାବସ୍ୟା। ସପ୍ତପୁରୀ ଅମାବାସ୍ୟାରେ ମହାପ୍ରଭୁଙ୍କୁ ସାତ ପୁର ଦିଆ ସପ୍ତପୁରୀ ଲାଗି କରାଯାଇଥାଏ।  ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ କୁମ୍ଭକାରଙ୍କ ସହ ଘଣ୍ଟୁଆ, ଲେଙ୍କା ସେବକ, ପ୍ରତିନିଧି ଦଳ ସତପୁରୀ ତାଡ଼ ନେଇ ମା ଅଲାମଚଣ୍ଡୀ ମନ୍ଦିରରୁ ବାହାରିଥିଲେ। ନୂଆ ଲୁଗା ଲାଗି ପରେ ସତପୁରୀ ତାଡ଼ ପଟୁଆର ସହ ସେଠାରୁ ଶ୍ରୀମନ୍ଦିର ଅଭିମୁଖେ ବାହାରି ଶ୍ରୀମନ୍ଦିରରେ ବେଢ଼ା ପରିକ୍ରମା ପରେ ପ୍ରତିହାରୀ ନିଯୋଗ ଘରେ ତାଡ଼ ବସାଣ ହୋଇଥିଲା । ଆଜି […]

corona 22
ଦିନକରେ ଓଡ଼ିଶାରେ ଚିହ୍ନଟ ହେଲେ ଅଢ଼େଇ ହଜାରରୁ ଅଧିକ କରୋନା ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୫୩ ହଜାର ୧୫ କରୋନା ଟେଷ୍ଟ ହୋଇଥିବା ବେଳେ ୨,୫୮୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଏହି ଟେଷ୍ଟ୍‌ ହୋଇଛି।  RTPCR-୫,୦୬୮, ଆଣ୍ଟିଜେନ୍‌-୪୭,୮୩୪ ଓ ଟ୍ରୁନଟ୍‌ ମାଧ୍ୟମରେ- ୧୧୩ ଟେଷ୍ଟ୍‌ ହୋଇଛି।  

results 44
ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ, ପାସ୍‌ ହାର ୭୪.୯୫%

ଭୁବନେଶ୍ୱର: ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ। ଚଳିତ ବର୍ଷ +୨ ବାଣିଜ୍ୟରେ ପାସ୍‌ ହାର ୭୪.୯୫% ରହିଛି। ଚଳିତ ବର୍ଷ ମୋଟ୍‌ ୨୫, ୭୭୨ ଜଣ ଛାତ୍ରଛାତ୍ରୀ +୨ ବାଣିଜ୍ୟ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯, ୩୧୮ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୧୨, ୨୧୫ ଜଣ ପୁଅ ( ୭୩.୩୭%) ଓ ୭,୧୦୩ଜଣ ଝିଅ ପାସ୍ (୭୭.୮%) କରିଛନ୍ତି। ପ୍ରଥମ ଶ୍ରେଣୀରେ ୬,୬୧୦, ଦ୍ୱିତୀୟ ଶ୍ରେଣୀରେ ୪,୨୫୯ ଓ ତୃତୀୟ ଶ୍ରେଣୀରେ ୮,୩୬୧ ଜଣ […]

1-1
ଜଣେ ପୁଅ ନେତା, ଅନ୍ୟ ଜଣେ ଅଫିସର, ହେଲେ ରାସ୍ତା ଉପରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଚଣ୍ଡିଗଡ଼: ସନ୍ତାନକୁ ନେଇ ପ୍ରତ୍ୟେକ ବାପା-ମା’ଙ୍କ ମନରେ ଅନେକ ଆଶା, ସ୍ୱପ୍ନ। ତାଙ୍କର ପିଲା ଭଲ ପାଠ ପଢିବ, ଭଲ ଚାକିରୀ କରିବ, ଭଲ ମଣିଷ ହେବ ଆଉ  ବାର୍ଦ୍ଧକ୍ୟର ତାଙ୍କର ସହାରା ହେବ…ଏମିତି ଅନେକ। ନିଜର ଅପୂରଣୀୟ ସ୍ୱପ୍ନ ସନ୍ତାନ ଆଖିରେ ଦେଖିବାକୁ ଚାହାନ୍ତି ପ୍ରତ୍ୟେକ ବାପା-ମା’। ଏଥିପାଇଁ ସେମାନେ ସବୁ କଷ୍ଟକୁ ହସି ହସି ବରି ନେଇଥାନ୍ତି। ହେଲେ ସେମାନଙ୍କ ସ୍ୱପ୍ନ ଅପୂରଣୀୟ ରହିଯାଏ। ବାର୍ଦ୍ଧକ୍ୟରେ ଅଲୋଡ଼ା ହୋଇ ଯାଆନ୍ତି ଠିକ୍‌ ଚଣ୍ଡୀଗଡ଼ର ଏଇ […]

sushant
ସୁଶାନ୍ତ ସିଂ ମୃତ୍ୟୁ ମାମଲା: CBI ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ମୁମ୍ବାଇ ପୋଲିସ୍‌କୁ ନିର୍ଦ୍ଦେଶ ଦେବାସହ ମୃତ୍ୟୁ ସମ୍ପର୍କିତ ସମସ୍ତ ତଥ୍ୟ CBIକୁ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଯଦି କୌଣସି ନୂଆ ଏତଲା ଦାୟର ହୁଏ, ତେବେ CBI ଏହାର ତଦନ୍ତ କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତଦନ୍ତ ପାଇଁ ସିବିଆଇର SIT ଟିମ୍ ଆଜି […]