• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

1
ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢୀ ନିଲାମ ହେବ

ନୂଆଦିଲ୍ଲୀ: ଅଭିନେତ୍ରୀ ବିଦ୍ୟା ବାଲାନ ସମ୍ବଲପୁରୀ ଶାଢୀ ପିନ୍ଧି ଫିଲ୍ମ ‘ଶକୁନ୍ତଳା’ର ପ୍ରମୋଶନ ପାଇଁ ଆସିଥିଲେ। କଳାରଙ୍ଗର ଏଇ ସମ୍ବଲପୁରୀ ବାନ୍ଧ ଶାଢୀରେ ବିଦ୍ୟା ବାଲାନ ବହୁତ ସୁନ୍ଦର ଦିଶୁଥିଲେ। ଖାଲି ବିଦ୍ୟାଙ୍କର ସୌନ୍ଦର୍ଯ୍ୟ ବଢି ଯାଇ ନ ଥିଲା, ଶାଢୀର ମୂଲ୍ୟ ମଧ୍ୟ ବଢି ଯାଇଥିଲା।  ବିଦ୍ୟା ନିଜେ ମଧ୍ୟ ଶାଢୀର ଡିଜାଇନକୁ ବହୁତ ପ୍ରଶଂସା କରିଥିଲେ। ଏହାପରଠାରୁ ଏଇ ସମ୍ବଲପୁରୀ ବାନ୍ଧ ଶାଢୀର ବେଶ ଚର୍ଚ୍ଚା ହେଉଥିଲା। ଏବେ ବିଦ୍ୟା ବାଲାନ ପିନ୍ଧିଥିବା ଏଇ […]

atm
ଟଙ୍କା ଲୁଟି ପାରିଲେନି ବୋଲି ATM ଜାଳିଦେଲେ

ବାରିପଦା: ଏଟିଏମ୍ ଲୁଟ କରିବା ପାଇଁ ଆସିଥିଲେ ଦୁବୃର୍ତ୍ତ।  ଟଙ୍କା ଲୁଟିବାରେ ବିଫଳ ହେବାରୁ ଏଟିଏମ ଜାଳି ଦେଇଛନ୍ତି। ଏପରି ଘଟଣା ଘଟିଛି  ମୟୂରଭଞ୍ଜ ଜିଲ୍ଲା ଉଦଳା କଲେଜ ରୋଡରେ ଥିବା ଏସ୍‌ବିଆଇ ଏଟିଏମ୍‌ ବୁଥ୍‌ରେ। ମିଳିଥିବା ସୂଚନା ମୁତାବକ,  ଦୁବୃର୍ତ୍ତମାନେ ଏଟିଏମ୍‌ରୁ ଟଙ୍କା ଲୁଟ୍ ପାଇଁ ଉଦ୍ୟମ କରିଥିଲେ। ଏଟିଏମ୍ ମେସିନ୍‌କୁ କାଟିବାକୁ ଚେଷ୍ଟା କରିଥିଲେ। ତେବେ ଏଥିରେ ବିଫଳ ହୋଇଥିଲେ। ଫଳରେ ଉତ୍ତ୍ୟକ୍ତ ହୋଇ ମେସିନ ଜାଳି ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ […]

boming
ପୁଣି ଦଲେଇପୁଟ ଗାଁରେ ବୋମାମାଡ଼

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଦଲେଇପୁଟ ଗାଁରେ ପୁଣି ଥରେ ବୋମାମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗାଁର ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ପୁଣି ଥରେ ବୋମା ମାଡ଼ କରିଛନ୍ତି ଦୁବୃର୍ତ୍ତ। ଦୁବୃର୍ତ୍ତମାନେ ଦୃଦାନନ୍ଦଙ୍କ ଘର ଉପରକୁ ବୋମା ପକାଇ ପଳାଇ  ଯାଉଥିବା ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଘଟଣାରେ ହୃଦାନନ୍ଦଙ୍କ ଘରର କାନ୍ଥ ନଷ୍ଟ ହୋଇଯାଇଛି। ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ ହୋଇଥିବା କୁହାଯାଉଛି। ତେବେ ବାରମ୍ବାର ଏପରି […]

covid
ଦେଶରେ ୧୪ ଦିନର କରୋନା ସ୍ଥିତି ଚିନ୍ତାଜନକ, ୨୭ ଲକ୍ଷ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ୫୫ ହଜାର ୦୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୮୭୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ଏବେ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୫୧,୭୯୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଦେଶରେ ମୋଟ  ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୨ ହଜାର ୭୪୩  ଛୁଇଁଛି।  ଏବେ ଦେଶରେ ମୋଟ୍ ୬ ଲକ୍ଷ ୭୩ ହଜାର ୧୬୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସା […]

flood
ବର୍ଷାରେ ବେହାଲ୍ ଓଡ଼ିଶା; ବୁଡ଼ିଛି ଚାଷ ଜମି, ଫସିଛନ୍ତି ଲୋକେ

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଲଗାଣ ବର୍ଷା ପରେ ଏବେ ବି ଢେଙ୍କାନାଳ ଜିଲ୍ଲା ଭୁବନ ଗଁଦିଆଁ ବ୍ଲକର ୧୪ଟି ପଂଚାୟତର ଅନେକ ଚାଷ ଜମି ପାଣି ଘେରରେ ରହିଛି। ଭୁବନ ବ୍ଲକର ୧୦ଟି ପଂଚାୟତ ଓ ଗଁଦିଆଁ ବ୍ଲକର ୪ଟି ପଂଚାୟତ ଚାଷ ଜମିରେ ପାଣି ଜମି ରହିଛି। ଏଥିଯୋଗୁଁ ଅନେକ ଫସଲ ନଷ୍ଟ ହୋଇଛି। ସେହିଭଳି ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରୀପୋଖରୀ, ତିହିଡି ବ୍ଲକର […]

amit saha
ଏମ୍‌ସରେ ଭର୍ତ୍ତି ହେଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ସ୍ୱାସ୍ଥ୍ୟାବସ୍ଥା ପୁଣି ଖରାପ ହୋଇଯାଇଛି। ତାଙ୍କୁ ମଙ୍ଗଳବାର ରାଜଧାନୀ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS)ରେ ଭର୍ତ୍ତ କରାଯାଇଛି। ଏ ନେଇ ଜାତୀୟ ଗଣ ମାଧ୍ୟମରେ ପ୍ରକାଶ ପାଇଛି। ସୂଚନାଥାଉ କି, ଅଗଷ୍ଟ ୨ ତାରିଖ ଅମିତ ଶାହ କରୋନା ଆକ୍ରାନ୍ତ ହୋଇଥିଲେ।  ଚିକିତ୍ସା ପରେ ଘରକୁ ଫେରିଥିଲେ। ଶୁକ୍ରବାର ଟ୍ୱିଟ କରି ଅମିତ ଶାହ କହିଥିଲେ, ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି। ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ […]

ଓଡ଼ିଶାରେ କରୋନାରେ ଆଖି ବୁଜିଲେ ପୁଣି ୯

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ପୁଣି ଆଖି ବୁଜିଲେ ୯ଜଣ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚିଛି  । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ, ଗଞ୍ଜାମରେ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ରାୟଗଡ଼ାରେ ୨, ଖୋର୍ଦ୍ଧା, ସମ୍ବଲପୁର, ମାଲକାନଗିରି, ବାଲେଶ୍ୱରରେ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ […]

heroin
୧ କୋଟି ୩୦ ଲକ୍ଷ ମୂଲ୍ୟର ବ୍ରାଉନ୍‌ସୁଗାର ଜବତ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଶହେ କି ଦୁଇ ଶହ ଗ୍ରାମ ନୁହେଁ, ଜବତ ହେଲା ୧ କିଲୋ ୩୨୫ ଗ୍ରାମର ଧଳା ଜହର। ବାଲେଶ୍ୱରରୁ ଗିରଫ ବ୍ୟବସାୟୀଙ୍କଠୁ ଜବତ ହୋଇଛି ଏହି ବ୍ରାଉନସୁଗାର। ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି। ଗିରଫ ବ୍ୟବସାୟୀଙ୍କୁ ଭୁବନେଶ୍ୱର ଆଣି କ୍ରାଇମବ୍ରାଞ୍ଚ STF ଟିମ୍ ପଚରାଉଚରା କରୁଛି। ଏତେ ପରିମାଣର ବ୍ରାଉନସୁଗାର କେଉଁଠୁ ଆସିଲା ? କାହାକୁ ଏହା ବିକ୍ରି ହୋଇଥାନ୍ତା ? ଏହାପଛରେ ଆଉ […]

corona
ଆଜି ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨୩୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୬ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୨୩ ଲୋକାଲ୍ କେସ୍ ରହିଛି। ଆଜି ୨୯ ଜିଲ୍ଲାରୁ ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯, ଗଞ୍ଜାମରୁ ୨୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼- ୧୪୭, ବାଲେଶ୍ୱର- ୧୩୦, କଟକରୁ ୧୧୭, କୋରାପୁଟ- ୯୧, କନ୍ଧମାଳ- ୯୦, ମୟୂରଭଞ୍ଜରୁ ୮୦ ଚିହ୍ନଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]

petrol-111
ବଢିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ଗତକିଛି ଦିନ ଧରି ପେଟ୍ରୋଲ ଦର ସ୍ଥିର ରହିବା ପରେ ପୁଣି ବଢିବା ଆରମ୍ଭ କରିଛି। ଗତ ୩ ଦିନ ଧରି ବୃଦ୍ଧି ପାଉଛି ପେଟ୍ରୋଲ ଦର। ଆଜି ୨ୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ପେଟ୍ରୋଲ ଦର ରାଜଧାନୀ ଦିଲ୍ଲୀରେ ୧୭ ପଇସା ବୃଦ୍ଧି ପାଇଛି। ସୋମବାର ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଦିଲ୍ଲୀରେ ୧୭ ପଇସା, ମୁମ୍ବଇରେ ୧୪ ପଇସା, କୋଲକାତାରେ ୧୩ ପଇସର ଏବଂ ଚେନ୍ନାଇରେ ୧୨ ପଇସା ମହଙ୍ଗା ହୋଇଛି। […]

sc
ପିଏମ୍‌ କେୟାର ଫଣ୍ଡ NDRF‌କୁ ଟ୍ରାନ୍ସଫର ହେବନି

ନୂଆଦିଲ୍ଲୀ: ପିଏମ୍‌ କେୟାର୍ ଫଣ୍ଡ ଟଙ୍କାକୁ ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ପଣ୍ଡକୁ ଟ୍ରାନ୍ସଫର ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ମଙ୍ଗଳବାର ଖାରଜ୍ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ପିଏମ୍‌ କେୟାର ଫଣ୍ଡକୁ ଏନ୍‌ଡିଆର୍‌ଏଫ୍‌କୁ ଟ୍ରାନ୍ସଫର କରିବା ଆବଶ୍ୟକ ନାହିଁ ବୋଲି କୋର୍ଟ କହିଛନ୍ତି। ମଙ୍ଗଳବାର କୋର୍ଟ କହିଛନ୍ତି “ ପବ୍ଲିକ ଚାରିଟେବୁଲ ପଣ୍ଡ ହିସାବରେ ପିଏମ୍ କେୟାର ପଣ୍ଡ ଯୁକ୍ତିଯୁକ୍ତ। ତେଣୁ ଏଥିରେ ଥିବା ଅର୍ଥରାଶିକୁ ଏନ୍‌ଡିଆର୍‌ଏଫ୍‌କୁ ଟ୍ରାନ୍ସଫର କରିବା ଆବଶ୍ୟକ ନାହିଁ। ” ପିଏମ୍‌ କେୟାର ଓ […]

satyapal mallik
ବଦଳିଲେ ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ: ବଦଳିଲେ ଗୋଆ ରାଜ୍ୟପାଳ। ଗୋଆ ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଏପରି ବଦଳି କରାଯାଇଛି। ମଲ୍ଲିକଙ୍କ ସ୍ଥାନରେ ମହାରାଷ୍ଟ୍ର ଗଭର୍ଣ୍ଣର ଭଗତ ସିଂହ କୋଶିୟାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ନିଜ ଦାୟିତ୍ୱ ସହ ଅତିରିକ୍ତ ଗୋଆ ରାଜ୍ୟପାଳ ଦାୟିତ୍ୱ ସମ୍ଭାଳିବେ। ରାଷ୍ଟ୍ରପତି କର୍ଯ୍ୟାଳୟରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁସାରେ ଯେଉଁ ତାରିଖରୁ ପଦଭାର ସମ୍ଭାଳିବେ ସେହି ତାରିଖରୁ ନିଯକ୍ତି ଗଣନା […]

scholarship
ଏଇ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ DMF ଛାତ୍ରବୃତ୍ତି

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କେନ୍ଦୁଝର ଜିଲ୍ଲାରେ DMF ଛାତ୍ରବୃତ୍ତି ପ୍ରଦାନ କରାଯାଇଛି।  ମାଟ୍ରିକ୍‌ରେ  ୬୦%ରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଏହି DMF ବୃତ୍ତି ପ୍ରଦାନ କରାଯିବ। କେନ୍ଦୁଝର ଜିଲ୍ଲାର ୧୩୮୨ ପିଲାଙ୍କୁ ଏହି ବୃତ୍ତି ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି। ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କୁ  ୧୦ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ DMF ଛାତ୍ରବୃତ୍ତି ଦିଆଯାଇଛି। ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ ବୋଲି ସୂଚନା […]

123
ବୁଡ଼ି ଯାଉଥିଲେ ଦୁଇ ମହିଳା; ପାଣିକୁ ଡେଇଁ ଉଦ୍ଧାର କଲେ ଏଇ ଦେଶର ରାଷ୍ଟ୍ରପତି

ଲିସ୍‌ବନ୍‌: ପର୍ତ୍ତୁଗାଲର ଆଲଗର୍ଭ ବିଚ୍‌ରେ ଘଟିଥିବା ଏକ ହୃଦୟସ୍ପର୍ଶୀ ଘଟଣାକୁ ନେଇ ସବୁଆଡେ ଏବେ ଚର୍ଚ୍ଚା ଚାଲିଛି । ସମୁଦ୍ର କୂଳରେ ବୁଡି ଯାଉଥିଲେ ୨ ଜଣ ମହିଳା। ହଠାତ୍‌ ଜଣେ ବ୍ୟକ୍ତି ପାଣିକୁ ଡେଇଁ ପଡ଼ିଲେ। ନିଜ ଜୀବନକୁ ବାଜି ଲଗାଇ ମହିଳା ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ଏକଥା ପଢି ଆପଣ ନିଶ୍ଚୟ ଭାବୁଥିବେ, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଏମିତି ଘଟଣା ତ ପ୍ରାୟ ଘଟିଥାଏ।  ହେଲେ, ମହିଳା ଦ୍ୱୟଙ୍କୁ ଉଦ୍ଧାର […]

sushant
ଆଦିତ୍ୟ ଠାକ୍‌ରେଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରିୟା ଚକ୍ରବର୍ତ୍ତୀ, କହିଲେ...

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ମାମଲା  ଦିନକୁ ଦିନ ଯେତିକି ଜଟିଳ ହେଉଛି ସେତିକି ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ଏହି ଘଟଣାରେ ମୁମ୍ବାଇ ପୋଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଉଥିବାବେଳେ ଉଦ୍ଧବ ଠାକ୍‌ରେଙ୍କ ପ୍ରଶଂସା, ସିବିଆଇ ତଦନ୍ତକୁ ଉଦ୍ଧବ ସରକାରଙ୍କ ବିରୋଧ, ବିହାର ପୋଲିସକୁ ଅସହଯୋଗ…ଏସବୁକୁ ଦେଖିବା ପରେ ଉଦ୍ଧବ ଠାକ୍‌ରେଙ୍କ ପୁଅ ଆଦିତ୍ୟ ଠାକ୍‌ରେଙ୍କ ସଂପୃକ୍ତି ନେଇ ପ୍ରଶ୍ନ ଉଠିଥିଲା। ହେଲେ ଏପରି ସନ୍ଦେହ ଉପରୁ ପରଦା ହଟାଇଛନ୍ତି […]

malakangiri
ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ ପରେ ରିପୋର୍ଟ ମାଗିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି। ଆସନ୍ତା ୭ ଦିନରେ ଅଞ୍ଚଳ ଅନୁଧ୍ୟାନ କରି ମାଲକାନଗିରି ଜିଲ୍ଲାପାଳ ରିପୋର୍ଟ ଦେବେ। ରିପୋର୍ଟ ମିଳିବାର ୪୮ ଘଣ୍ଟାରେ କ୍ଷତିପୂରଣ ରାଶି ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ମନ୍ତ୍ରୀ କହିଛନ୍ତି । ଆଜି ଆକାଶ ମାର୍ଗରୁ ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର। ଏହାପରେ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ […]

malangiri
'ବେଆଇନ୍‌ ବିଲ୍‌ କରିବାକୁ ବାଧ୍ୟ କଲେ ବୋଲି ଆତ୍ମହତ୍ୟା କଲେ'

ନବରଙ୍ଗପୁର: ବେଆଇନ ବିଲ୍ କରିବା ପାଇଁ ଚାପ ଯୋଗୁଁ ଉମରକୋଟ ଆଦିବାସୀ ଉନ୍ନୟନ ସମବାୟ ନିଗମ କ୍ଷେତ୍ର ଅଧିକାରୀ ପୁରୁଷୋତ୍ତମ ଭୋଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ଶାଖା ପରିଚାଳକ ଶ୍ୟାମସୁନ୍ଦର ଭୋଇଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଶିମ୍ବ ମଞ୍ଚି ପାଇଁ ୩ ଲକ୍ଷ ଟଙ୍କାର ବେଆଇନ ବିଲ କରିବାକୁ ପୁରୁଷୋତ୍ତମଙ୍କ ଉପରେ ଚାପ ପକା ଯାଉଥିଲା।  ଏପରିକି ବିଲ ନକଲେ ତାଙ୍କୁ ମାରି ଦିଆଯିବ ବୋଲି ଧମକ ଦିଆଯାଇଥିବା […]

sush
ସୁଶାନ୍ତ‌ଙ୍କ ବିଷୟରେ ରୋଚକ ତଥ୍ୟ ଦେଲେ କୋ-ଆକ୍ଟର ନରେଶ ଦିବାକର

ନୂଆଦିଲ୍ଲୀ: ସୁଶାନ୍ତ ସିଂ ମୃତ୍ୟୁ ଦୁଇମାସରୁ ଅଧିକ ହୋଇଗଲାଣି। ଏ ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ହୋଇପାରି ନାହିଁ। ମାତ୍ର ୩୪ ବର୍ଷ ବୟସରେ ସିନା ଚାଲିଗଲେ ସୁଶାନ୍ତ ହେଲେ ତାଙ୍କର ଅଭିନୟ, ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ଯାଇଛନ୍ତି। ନିକଟରେ ତାଙ୍କର ଜଣେ ସହ ଅଭିନେତା ନରେଶ ଦିବାକର ସୁଶାନ୍ତଙ୍କ ବିଷୟରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ନରେଶ ଇନ୍‌ଷ୍ଟାରେ ଏକ ଭିଡିଓ ସେୟାର କରି […]

444
ଭୂମିକମ୍ପରେ ଭଶୁଡ଼ି ପଡ଼ିଲା ୩ ମହଲା ଘର

ନୂଆଦିଲ୍ଲୀ:ଫିଲିପିନ୍ସରେ ମଙ୍ଗଳବାର ଏକ ବଡ ଧରଣର ଭୂମିକମ୍ପ ହୋଇଯାଇଛି। ରିଚର ସ୍କେଲରେ ଏହାର ତୀବ୍ରତା ୬.୫ ଥିବା ଜଣାଯାଇଛି। ଭୂମିକମ୍ପ ପରେ ଏଠାରେ ବ୍ୟାପକ କ୍ଷୟକ୍ଷତି ହୋଯାଇଛି। ବଡ ବଡ କୋଠାଘର ମାଟିରେ ମିଶି ଯାଇଛି। ଧ୍ୱଂସସ୍ତୁପ ଭିତରେ ଅନେକ ଲୋକ ଫସି ରହିଛନ୍ତି। ହଜାର ହଜାର ଲୋକ ଘରୁ ବହାରି ଆସି ଖୋଲା ଆକାଶ ତଳେ ବସିଛନ୍ତି। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କାତାଇନଗନ ସହର ନିକଟରେ ଘଟିଛି। ଫଳରେ ସହରର ସଡକ ଉପରେ ବଡ ବଡ […]

rohit
ଏଥର ୪ ଖେଳାଳିଙ୍କୁ ମିଳିବ 'ଖେଳ ରତ୍ନ'

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ଖେଳ ରତ୍ନ’ ସମ୍ମାନ ପାଇଁ ନାମ ଘୋଷଣା କରାଯାଇଛି। ଭାରତର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ସମେତ ଚାରିଜଣ ଖେଳାଳିଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ରୋହିତଙ୍କ ବ୍ୟତୀତ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ରେସଲର୍ ଭିନେଶ ଫୋଗାଟ୍, ଟେବୁଲ୍ ଟେନିସ୍ ଷ୍ଟାର୍ ମନିକା ବାତ୍ରା ଏବଂ ପାରାଅଲିମ୍ପିୟାନ୍ ସ୍ୱର୍ଣ୍ଣ ପଦକ ବିଜେତା ମରିୟପ୍ପନ୍ ଥାଙ୍ଗାଭେଲୁଙ୍କ ନାଁ ମଧ୍ୟ ସୁପାରିସ୍ କରାଯାଇଛି। ପ୍ରତିବର୍ଷ ଅଗଷ୍ଟ ୨୯ […]