କୋରାପୁଟ: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ଘଟିଛି। ଏ ନେଇ କୋରାପୁଟ ଜେଲ୍ ଅଧୀକ୍ଷକ ସୂଚନା ଦେଇଛନ୍ତି। ଗତକାଲି ରାତିରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବାବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନେତ୍ରାନନ୍ଦ ଦଣ୍ଡସେନା କୋରାପୁଟ ଜେଲରେ ଆଜୀବନ […]
ନୂଆଦିଲ୍ଲୀ: ବିଗତ ୫ ସପ୍ତାହ ଧରି ସୁନା ଦର ହ୍ରାସ ପାଉଥିବାବେଳେ ସୋମବାର ଆହୁରି କମିଛି। ଚୀନ-ଆମେରିକା ମଧ୍ୟରେ ବ୍ୟାବସାୟିକ ସମ୍ପର୍କରେ ସୁଧାର ଆସିବା ସତ୍ତ୍ୱେ ସୁନାଦରରେ ଲଗାତାର ହ୍ରାସ ଘଟୁଛି। ଆନ୍ତର୍ଜାତିକ ବଜାରରେ ସ୍ପଟ ଗୋଲ୍ଡ ଦର ୦.୫ ପ୍ରତିଶତ ହ୍ରାସ ପାଇ ୧,୯୩୪.୯୧ ଡଲାରରେ ରହିଛି। ଭାରତରେ ଗତ ସପ୍ତାହରୁ ସୁନା ଦର କମିବାରେ ଲାଗିଛି। ଶୁକ୍ରବାର ସୁନା ଦର ୧.୫ ପ୍ରତିଶତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୫୨, ୧୭୦ […]
ଭୁବନେଶ୍ୱର: ଓଡ଼ିଶାରେ ୨,୨୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ୨,୨୪୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୩୯୦ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୮୫୪ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୧୧ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ୪ ଓ ସୁନ୍ଦରଗଡ଼, ପୁରୀ, ରାୟଗଡ଼ା ଗଞ୍ଜାମ, କଟକ ଓ ବରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫୩ରେ ପହଞ୍ଚିଛି।
ବିଳାସପୁର: କଥାରେ ଅଛି, ରଖେ ହରି ତ ମାରେ କିଏ…ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ ବିଲାସପୁର ଜିଲ୍ଲାରେ। ପାଣି ସୁଅରେ ଫସି ରହିଥିବା ଜଣେ ଯୁବକଙ୍କୁ ବାୟୁସେନା ପକ୍ଷରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଅଗଷ୍ଟ ୧୬ ତାରିଖ ସନ୍ଧ୍ୟାରେ ଖୁଟାଘାଟ ଡ୍ୟାମ୍ରେ ଜଣେ ଯୁବକ ଫସି ଯାଇଥିଲେ। ଧୀରେଧୀରେ ପାଣିର ସ୍ରୋତ ପ୍ରଖର ହେବାସହ ଜଳସ୍ତର ବଢୁଥିବା ଦେଖି ସ୍ଥାନୀୟ ଲୋକେ ପ୍ରଶାସନର ସହାୟତା ଲୋଡ଼ିଥିଲେ। ଯୁବକ ଜଣକ ନିଜକୁ […]
ନୂଆଦିଲ୍ଲୀ: କରୋନ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦିନକୁ ଦିନ ବଢି ବଢି ଚାଲିଛି। ଆଜି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ପାର୍ କରିଛି। ୨୪ ଘଣ୍ଟାରେ ୯୪୧ଆକ୍ରନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୫୦ ହଜାର ୯୨୧କୁ ବୃଦ୍ଧି ପାଇଛି। ସେହିଭଳି ୫୭ ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ ସଂଖ୍ୟା ୨୬ ଲକ୍ଷ ୪୭ ହଜାର ୬୬୪କୁ ବୃଦ୍ଧି ପାଇଛି। ଏବେ ୬ ଲକ୍ଷ […]
ସୁରଟ: ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତି ମୁହାଁ ହେଉଥିବା ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ। ହେଲେ ଖାଦ୍ୟ ଖୋଜି ଖୋଜି ସିଂହ ସହର ଭିତରକୁ ଯଦି ପଶି ଆସେ ତେବେ କ‘ଣ ଅବସ୍ଥା ହେବ ! ଏମିତି ଏକ ଘଟଣା ଘଟିଛି ଗୁଜରାଟର ସୁରଟରେ। ଗୋଟିଏ ବା ଦୁଇଟି ସିଂହ ନୁହେଁ, ଏକଥରକେ ୬ଟି ସିଂହ ଜଙ୍ଗଲରୁ ବାହାରି ଜନବସତି ଭିତରେ ବୁଲୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ବେଶ ଭାଇରାଲ ହୋଇଛି। ଭିଡିଓଟି ଗୁଜରାଟ […]
ଭୁବନେଶ୍ୱର: ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର। ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ଆଜି ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଜୁଲାଇ ୨ରେ କୋରାପୁଟର ତତ୍କାଳୀନ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କ ଗାଡ଼ିରୁ ଭିଜିଲାନ୍ସ ୧୧ ଲକ୍ଷ ଟଙ୍କା ଜବତ କରିଥିଲା। ସେହିଦିନ ତାଙ୍କୁ ଗିରଫ କରି ଜେଲ୍ ପଠାଇଥିଲା ଭିଜିଲାନ୍ସ। ତାଙ୍କୁ ନିଲମ୍ବନ କରାଯିବା ସହ ରିମାଣ୍ଡରେ ଅଣାଯାଇ ଜେରା ମଧ୍ୟ କରାଯାଇଥିଲା। ଏପରିକି ତାଙ୍କ ଘରେ ଚଢ଼ାଉ […]
ଭୁବନେଶ୍ୱର: ୪୫୧ କି.ମି. ଦୀର୍ଘ ବିଶିଷ୍ଟ ଦୀଘା-ଗୋପାଳପୁର କୋଷ୍ଟାଲ୍ ହାଇୱେ ହେବ ଗେମ୍ ଚେଞ୍ଜର। ଏହି ରାସ୍ତା ନିର୍ମାଣ ଦ୍ୱାରା ଉପକୂଳ ଓଡ଼ିଶାର ଭାଗ୍ୟ ବଦଳିବ। ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଦୀଘା ଠାରୁ ଗୋପାଳପୁର ପରିପାର୍ଶ୍ୱିକ ଓ ପରିବେଶକୁ ଅକ୍ଷୁଣ୍ଣ ରଖାଯିବ। ଯାହା ଦେଶର ପ୍ରମୁଖ ପର୍ଯ୍ୟଟନୀ ସ୍ଥଳୀ ହେବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ର କହିଛନ୍ତି, ଦୀଘା-ଗୋପାଳପୁର ଉପକୂଳ ରାଜପଥ ପାରାଦୀପ ଏବଂ ଧାମରା ବନ୍ଦରକୁ କୃଷି […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ବାରାମୁଲାରେ ଯବାନଙ୍କ ନାକା ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଆକ୍ରମଣରେ କାଶ୍ମୀରର ଜଣେ ସ୍ପେଶାଲ୍ ପୋଲିସ୍ ଅଫିସର୍ ଓ ଦୁଇ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଛନ୍ତି। ବାରାମୁଲାରେ ପୋଲିସ୍ ଓ ସିଆରପିଏଫ୍ ପକ୍ଷରୁ ମିଳିତ ନାକା ପାର୍ଟି ମୁତୟନ ଥିବା ବେଳେ ଆତଙ୍କବାଦୀମାନେ ଆଖି ବୁଜା ଗୁଳି ଚଲାଇଥିଲେ । ଏହାର କଡ଼ା ଜବାବ ଦେଇଥିଲେ ଯବାନ। ଗୁରୁତର ଆହତ ହୋଇଥିବା […]
ନୂଆଦିଲ୍ଲୀ: ଫେସବୁକ୍ ପକ୍ଷରୁ ଜାରି ହେଲା କଡ଼ା କଟକଣା। ଘୃଣା ଓ ହିଂସା ଉଦ୍ରେକକାରୀ ମନ୍ତବ୍ୟ ଉପରେ କଟକଣା ଜାରି କରିଛି ଫେସବୁକ୍। ଏଣିକି ଏଭଳି ମନ୍ତବ୍ୟକୁ ପୋଷ୍ଟ କଲେ ଏ ଉପରେ ପ୍ରତିବନ୍ଧକ ଲାଗିବ। ଯିଏ ଯେଉଁ ବଡ଼ ପଦବୀରେ ଥାଆନ୍ତୁ ନା କାହିଁକି ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ରହିବ। ସାରା ବିଶ୍ୱର ସବୁ ବ୍ୟକ୍ତି ଓ ରାଜନୈତିକ ଦଳ ପାଇଁ ସମାନ ନିୟମ ଲାଗୁ ହେବ ବୋଲି ଫେସବୁକ୍ ପକ୍ଷରୁ କୁହାଯାଇଛି। […]
ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କରୋନା। କରୋନା ଆକ୍ରାନ୍ତ ନେଇ ଟ୍ୱିଟ୍ ଯୋଗେ ମନ୍ତ୍ରୀ ନିଜେ ଏହି ସୂଚନା ଦେଇଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, ‘ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି, ବର୍ତ୍ତମାନ ମୁଁ ସୁସ୍ଥ ଅଛି। ନିକଟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଅନୁରୋଧ, ସେମାନେ ଆଇସୋଲେସନରେ ରହି କରୋନା ଟେଷ୍ଟ କରାଇ ନିଅନ୍ତୁ’।
ଡେରାଡୁନ୍: ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ରେକର୍ଡ ସମୟରେ ନିର୍ମାଣ ହେଲା ବେଲି ବ୍ରିଜ୍। ବର୍ଡର ରୋଡ୍ସ ଅର୍ଗାନାଇଜେସନ ପକ୍ଷରୁ ମାତ୍ର ୨୦ ଦିନ ମଧ୍ୟରେ ୧୮୦ଫୁଟ ଲମ୍ବର ବ୍ରିଜ ତିଆରି କରାଯାଇଛି । ଫଳରେ ଚାମୋଲି ଜିଲ୍ଲାର ଜଲଜୀବୀ ଓ ପିଥୋରଗଡ ଜିଲ୍ଲାର ମୁନସିୟାରୀ ଅଂଚଳକୁ ଯୋଗାଯୋଗ ହୋଇପାରିବ । କିଛି ଦିନଧରି ଲଗାଣ ବର୍ଷା ଯୋଗୁଁ ଏହି ଅଂଚଳ ଗୁଡିକ ବାହ୍ୟ ଜଗତକରୁ ବିଚ୍ଛିନ୍ନ ହୋଇପଡିଥିଲା। ପ୍ରାୟ ୨୦ରୁ ଅଧିକ ଗାଁ ଭୂସ୍ଖଳନ ଓ ବନ୍ୟା […]
ବାସୁଦେବପୁର: PUBG ଖେଳିବାକୁ ବାରଣ କରିବାରୁ ଜଣେ ୨୦ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ। ଯୁବକଙ୍କ ଘର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ପାଣିଝରିଆ ଅଞ୍ଚଳରେ। ସୂଚନା ଅନୁସାରେ, ସମ୍ପୃକ୍ତ ଯୁବକ ଜଣକ ତାଙ୍କ ମାମୁଙ୍କ ସହ ଧାମରା ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ। ଯୁବକ ଜଣକ ସବୁବେଳେ ମୋବାଇଲ୍ରେ ପବ୍ଜି ଖେଳୁଥିବାରୁ ତାଙ୍କ ମାମୁ ତାଙ୍କ ଉପରେ ବିରକ୍ତି ପ୍ରକାଶ କରୁଥିଲେ। […]
ନୂଆଦିଲ୍ଲୀ: ଘୁଞ୍ଚିବ ନାହିଁ NEET-2020 ଓ JEE Main-2020। ପୂର୍ବ ନିର୍ଦ୍ଧାରିତ ସମୟ ସେପ୍ଟେମ୍ବରରେ ହିଁ ହେବ ପରୀକ୍ଷା ।ପରୀକ୍ଷା ଘୁଞ୍ଚାଇବାକୁ ଦାଖଲ ହୋଇଥିବା ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ଅରୁଣ ମିଶ୍ର, ବିଆର୍ ଗାବି, କ୍ରିଷ୍ଣା ମୋରାଇଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ୧୧ ଜଣ ପରୀକ୍ଷାର୍ଥୀ ଏଣ୍ଟ୍ରାନ୍ସ ଘୁଞ୍ଚାଇବାକୁ ନିବେଦନ କରିଥିଲେ। କୋଭିଡ୍ ପରିସ୍ଥିିତିରେ ପରୀକ୍ଷା କରାନଯାଇ ଏହାକୁ ଆସନ୍ତା […]