ଭୁବନେଶ୍ୱର: ଦେଶର ସର୍ବବୃହତ ଓ ବିଶ୍ୱାସନୀୟ ଜୀବନ ବୀମା କଂପାନୀ ହେଉଛି ଏଲଆଇସିର ଲୋକପ୍ରିୟତାର ଫାଇଦା ନେବାକୁ ଲାଗି ପଡ଼ିଛନ୍ତି କିଛି ଠକ। ଗ୍ରାହକମାନଙ୍କ ପାଖକୁ ବାରମ୍ୱାର ଫୋନ କରି ତାଙ୍କୁ ଫଲାଇ ଲୁଟ୍ କରିବାରେ ଉଦ୍ୟମ ରୁଛନ୍ତି। ବିଭିନ୍ନ ପଲିସି ବିଷୟରେ ବୁଝାଇବା ସହ ଭଲ ରିଟର୍ଣ୍ଣର ଲୋଭ ଦେଖାଇ ପଲିସି ବିଷୟରେ ବୁଝାଇବା ସହ ସରେଣ୍ଡର କରିବାକୁ କହୁଛନ୍ତି। ଏମିତି ଅନେକ ଅଭିଯୋଗ ଆସିବା ପରେ ନିଜର ଗ୍ରାହକମାନଙ୍କୁ ସତର୍କ କରାଇ ଦେଇଛି ଭାରତୀୟ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଗୁଡବାଏ କହିଛନ୍ତି। ଧୋନିଙ୍କ ସନ୍ନ୍ୟାସକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ମିଳିଛି। ତେବେ ଧୋନିଙ୍କ ଅବସର ଘୋଷଣା କରିବା ପରେ ବର୍ତ୍ତମାନର ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଖୁବ୍ ଭାବବିହ୍ୱଳ ହୋଇପଡ଼ିଛନ୍ତି। ସେ ଟ୍ୱିଟରରେ ଧୋନିଙ୍କ ଯୋଗଦାନକୁ ସ୍ମରଣ କରି ମନ ଛୁଇଁଲା ଭଳି କଥା କହିଛନ୍ତି। କୋହଲି କହିଛନ୍ତି, ଜଣେ କ୍ରିକେଟରଙ୍କୁ ଦିନେ ନା ଦିନେ ନିଜର ଏହି ଯାତ୍ରା […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ। ୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୯୨ କ୍ୱାରେଣ୍ଟିନରୁ, ୭୮ ଲୋକାଲ୍ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। କେଉଁ ଅଞ୍ଚଳରୁ କେତେ:- ନୀଳାଦ୍ରି ବିହାରରୁ ୧୦, ପଟିଆରୁ ୬ ପଜିଟିଭ୍ ଚିହ୍ନଟ। ପଟିଆ ଶିଖରଚଣ୍ଡୀ ବିହାରରୁ ୫, ବୁଦ୍ଧେଶ୍ୱରୀ କଲୋନୀରୁ ୪ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୧୮୪ ସୁସ୍ଥ ହୋଇଛନ୍ତି। ଏଯାବତ୍ ଭୁବନେଶ୍ୱର ମହାନଗର […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଉତ୍ତର ପ୍ରଦେଶ ସରକାରରେ କ୍ରୀଡ଼ା ମନ୍ତ୍ରୀ ଚେତନ ଚୌହାନଙ୍କର ୭୩ ବର୍ଷ ବୟସରେ ପରଲୋକ ହୋଇଛି। କରୋନାରେ ସଂକ୍ରମିତ ହେବା କାରଣରୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ କିଡନୀ ଫେଲ୍ ହେବା କାରଣରୁ ତାଙ୍କର ଦେହାନ୍ତ ହୋଇଛି। ଦିନକ ତେଳ ଚୌହାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ ଯାଇଥିଲା। ତାଙ୍କର କିଡନୀ ଫେଲ୍ ହୋଇଥିଲା, ଯେଉଁକାରଣରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ […]
କଟକ: କଟକରେ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି ଯୁବବର୍ଗ। ନିଜେ ସଂକ୍ରମିତ ହେବା ଦ୍ୱାରା ଘରେ ଥିବା ବୟସ୍କ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏନେଇ ସତର୍କତା ଜରୁରୀ ବୋଲି କହିଛନ୍ତି ସିଏମ୍ସି କମିଶନର ଅନନ୍ୟା ଦାସ। କଟକରେ କରୋନା ସ୍ଥିତି ନେଇ CMC କମିଶନର ଅନନ୍ୟା ଦାସ କହିଛନ୍ତି ଯେ କଟକରେ ଯୁବବର୍ଗ ଅଧିକ ଆକ୍ରାନ୍ତ ହେଉଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨୧ରୁ ୪୦ ବର୍ଷ ବୟସର ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ରହିଛି। କାମ ପାଇଁ […]
ନୂଆଦିଲ୍ଲୀ: ଶନିବାର ସାରା ଦେଶ ଯେତେବେଳେ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଥିଲା। ଏହି ସମୟରେ ସନ୍ଧ୍ୟାରେ ହଠାତ୍ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ ଦେଇଥିଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଧୋନିଙ୍କ ଏହି ନିଷ୍ପତ୍ତି ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଭାବୁକ କରିଦେଇଥିଲା। ଖାଲି ପ୍ରଶଂସକ ନୁହେଁ, ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖରୁ ଆରମ୍ଭ କରି ବି-ଟାଉନର ଅନେକ କଳାକାର ମଧ୍ୟ କ୍ରିକେଟ ପାଇଁ ଧୋନିଙ୍କ ଯୋଗଦାନକୁ ଦେଶ କେବେ ଭୁଲିବ […]
ନୂଆଦିଲ୍ଲୀ: ବିଦେଶରେ ଭାରତର ସ୍ୱାଧୀନତା ଦିବସର ଧୂମ୍ ଦେଖିବାକୁ ମିଳିଛି। ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ କୁହାଯାଉଥିବା ଆମେରିକାର ନ୍ୟୁୟର୍କ ସ୍ଥିତ ଟାଇମ୍ ସ୍କୋୟାରରେ ପ୍ରଥମଥର ପାଇଁ ତରଙ୍ଗାୟିତ ହୋଇଛି ତ୍ରିରଙ୍ଗା। ଆମେରିକାର ଥିବା ପ୍ରବାସୀ ଭାରତୀୟମାନେ ଏକାଠି ହୋଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତୀୟ ସଂଗୀତ ଗାନ କରି ହଜାର ହଜାର କୋଶ ଦୂରରୁ ନିଜ ମାତୃଭୂମିକୁ ସ୍ମରଣ କରିଥିଲେ। ଆଉ ସଲାମ ବି କରିଥିଲେ। ନିଜ ଦେଶରୁ ବହୁତ ଦୂରରେ ଥିଲେ ମଧ୍ୟ […]
ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ପୂଣ୍ୟତିଥୀ। (୨୫ ଡିସେମ୍ବର ୧୯୨୪ – ୧୬ ଅଗଷ୍ଟ ୨୦୧୮)। ବାଜପେୟୀ ଜଣେ ରାଜନେତା, ସୁବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଥିଲେ। ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ଅଟଳ ଜୀ’ ତିନିଥର (୧୯୯୬ ମସିହାରେ ୧୩ ଦିନ, ୧୯୯୮ ରୁ ୧୯୯୯ ମଧ୍ୟରେ ୧୩ ମାସ ଏବଂ ୧୯୯୯ ରୁ ୨୦୦୪ ପୁରା ୫ ବର୍ଷ କାର୍ଯ୍ୟଭାର ସମ୍ଭାଳି ଥିଲେ। ଜଣେ ଉଦାରବାଦୀ ନେତା […]
ଭୁବନେଶ୍ୱର: ଆଜି ରାଜ୍ୟରେ କରୋନା ସଂକ୍ରମଣରୁ ୧୫୫୦ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏବେସୁଦ୍ଧା ୪୨ ହଜାର ୨୭୬ ଆକ୍ରାନ୍ତ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ସର୍ବାଧିକ ୩୫୫, ଖୋର୍ଦ୍ଧାରୁ ୨୪୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼- ୧୧୮, କଟକ- ୯୯, ସମ୍ବଲପୁରରୁ ୮୯, ଢେଙ୍କାନାଳ- ୭୨, ମାଲକାନଗିରି- ୬୪, ବାଲେଶ୍ୱରର- ୬୩, କନ୍ଧମାଳ- ୬୨, […]
ଭୁବନେଶ୍ୱର: ସୁରଟ୍, ଚେନ୍ନାଇ, ଆନ୍ଧ୍ରପ୍ରଦେଶର ନେଲୋର ଏସବୁ ସହରରୁ ଆସିଥିବା ସ୍ୱତନ୍ତ୍ର ବସ୍ରେ ଫେରି ଯାଉଛନ୍ତି ଓଡ଼ିଆ ଶ୍ରମିକ। କରୋନା ଡରରେ ସିନା ପଳାଇ ଆସିଥିଲେ ହେଲେ ତାକୁ ବଳିଗଲା ପେଟର ଭୋକ। ସରକାର କାମ ଦେବେ ବୋଲି ପ୍ରତିଶ୍ରୁତି ତ ଦେଇଥିଲେ। ତେବେ ମାସ ମାସ ଅପେକ୍ଷା କରି ନିରାଶ ହେବା ପରେ ଭାଗ୍ୟକୁ ଆଦରି ପୁଣି ନିଜ କର୍ମସ୍ଥଳୀକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ଲକଡାଉନ ସମୟରେ କେବଳ ଗଞ୍ଜାମ ଜିଲ୍ଲାକୁ ଫେରିଥିଲେ ୪ଲକ୍ଷରୁ ଅଧିକ […]
କଟକ: କଟକ ସହରରୁ ଆଜି ୧୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୯ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୮୨, ଲୋକାଲ୍ କଣ୍ଟାକ୍ଟ ୩୭ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ। କଟକ ଜିଲ୍ଲାରୁ ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ କେବଳ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୧୯। ନିମସାହିରୁ ୨୫, ସୂତାହାଟରୁ ୬, ରାଣୀହାଟରୁ ୬, ମଙ୍ଗଳାବାଗରୁ ୮, ବାମ୍ଫିସାହିରୁ ୪ ଓ ପ୍ରଫେସରପଡ଼ାରୁ ୪ […]
ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ଏବଂ ‘ଭାରତ ରତ୍ନ‘ ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଛି। ଦିଲ୍ଲୀ ଆର୍ମି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଏ ନେଇ ତାଙ୍କ ପୁଅ ଅଭିଜିତ୍ ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଅଗଷ୍ଟ ୧୦ ତାରିଖରୁ ପ୍ରଣବ ମୁଖାର୍ଜୀ ଚିକିତ୍ସିତ ଥିଲେ। ନିୟମିତ ସ୍ୱାସ୍ଥ୍ୟ […]
ଭୁବନେଶ୍ୱର: ରାଜ୍ୟରେ ଦୁଇ ଦିନରେ ଲକ୍ଷେରୁ ଅଧିକ କରୋନା ଟେଷ୍ଟ ହୋଇଛି। ଖୁବଶୀଘ୍ର ରାଜ୍ୟରେ ୧୦ ଲକ୍ଷ ଅତିକ୍ରମ କରିବ କରୋନା ଟେଷ୍ଟ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର। କରୋନା ସ୍ଥିତିକୁ ନେଇ ସରକାର ସୂଚନା ଦେଇଛନ୍ତି ଯେ ରାଜ୍ୟରେ ଦୁଇ ଦିନରେ ଲକ୍ଷେରୁ ଅଧିକ କରୋନା ଟେଷ୍ଟ କରାଯାଇଛି। ଖୁବଶୀଘ୍ର ରାଜ୍ୟରେ କରୋନା ଟେଷ୍ଟ ୧୦ ଲକ୍ଷ ଅତିକ୍ରମ କରିବ। ସେହିପରି ଦୁଇ ଦିନରେ ଗଞ୍ଜାମରେ ସର୍ବାଧିକ ୧୪ ହଜାର ୯୫୩ ଟେଷ୍ଟ କରାଯାଇଛି। […]
ଅହମଦାବାଦ: ଗୁଜରାଟ ଖେଡା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ କାର୍ ମୁହାଁମୁହିଁ ଧକ୍କା ହେବା ଯୋଗୁ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ନାଡିଆଦ୍ ସିଭିଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ନାଡିଆଦ୍ ନିକଟ ଅହମଦାବାଦ-ଭାଦୋଦରା ଜାତୀୟ ରାଜପଥ-୮ରେ ଦୁଇ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। […]
ଭୁବନେଶ୍ୱର: ରାଜ୍ୟରେ ଜାରି ରହିବ ଲଘୁଚାପ ଜନିତ ବର୍ଷା। ପୂର୍ବ ଲଘୁଚାପ ଦୁର୍ବଳ ହେଉଥିଲେ ବି ବଙ୍ଗୋପସାଗରରେ ୧୯ରୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ବର୍ଷା ପରିମାଣ ବଢିପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାଲକାନଗିରି ଜିଲ୍ଲା […]
ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ପାର୍ଲାମେଣ୍ଟ୍ Annexe ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଆଜି ସକାଳେ ବିଲ୍ଡିଂର ୬ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ୭ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି…
ୱାଶିଂଟନ:ଆମେରିକା ଉପରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅସ୍ୱୀକାର କରିହେବନି। ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ନିର୍ବାଚନ ଲଢୁଥିବା ଜୋ ବିଡେନ (Joe Biden) ଏହି ଦିଗ ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ସେଥିପାଇଁ ଜୋ ବିଡେନ ଉପରାଷ୍ଟ୍ରପତି ପଦ ପାଇଁ ଭାରତୀୟ ବଂଶୋଦ୍ଭବ କମଲା ହେରିଶ(Kamala Harris)ଙ୍କୁ ପ୍ରାର୍ଥୀ କରିବା ସହ ଭାରତ ସପକ୍ଷରେ ମତ ରଖୁଛନ୍ତି। ଏହାକୁ ଦେଖିବା ପରେ ଟ୍ରମ୍ପ ମଧ୍ୟ ଭାରତୀୟ ବଂଶୋଦ୍ଭବ କାର୍ଡ ଖେଳି ପାରନ୍ତି […]
ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଛି କରୋନା ଟେଷ୍ଟ୍, ହେଲେ କମିଛି ସଂକ୍ରମଣ ସଂଖ୍ୟା। ଟେଷ୍ଟ ସଂଖ୍ୟା ବଢ଼ିଥିବା ବେଳେ ସେହି ଅନୁପାତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ନାହାନ୍ତି। ଆଜି ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଗତ ତିନି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ଟେଷ୍ଟ କରାଯାଇଛି। ହେଲେ ଆକ୍ରାନ୍ତଙ୍କ ପ୍ରତିଶତ ପୂର୍ବ ଅପେକ୍ଷା ବଢ଼ି ନାହିଁ। ଗତ ୨୪ ଘଣ୍ଟାରେ ୫୦ ହଜାର ୪୨୧ […]