ବାର୍ଡ଼ ଫ୍ଲୁ ମାମଲା ସାମ୍ନାକୁ ଆସିବା ପରେ ଦେଶର ଅନେକ ସ୍ଥାନରେ ଖସିଲା ଚିକେନ୍ ଦର ଚଣ୍ଡିଗଡ଼ରେ ୪୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା ଚିକେନ୍, ଅନ୍ୟ ରାଜ୍ୟରେ ବି ସମାନ ଅବସ୍ଥା ହିମାଚଳ ସମେତ ବିଭିନ୍ନ ରାଜ୍ୟରେ ବାର୍ଡ଼ ଫ୍ଲୁ ମାମଲା ଆସିବା ପରେ ଚିନ୍ତାରେ ସରକାର ମଧ୍ୟପ୍ରଦେଶ ସରକାର ଦକ୍ଷିଣ ଭାରତ ସହ କୁକୁଡ଼ା ବ୍ୟବସାୟ ଉପରେ ରୋକ ଲଗାଇଲେ ଚଣ୍ଡିଗଡ଼ : ସାରା ଦେଶବାସୀଙ୍କୁ ଘାରିଛି ବାର୍ଡ ଫ୍ଲୁ ଭୟ। ବିଭିନ୍ନ ରାଜ୍ୟର […]
ତୃତୀୟଲିଙ୍ଗୀଙ୍କ ପାଇଁ ସ୍ୱପ୍ନର ଘର ତୋଳିବେ ସମାଜସେବୀ ରଞ୍ଜନା । ଉତ୍ତର ପ୍ରଦେଶର ବୁଲନ୍ଦସରରେ କିନ୍ନରଙ୍କ ପାଇଁ ଦେଶରେ ପ୍ରଥମ ଆଶ୍ରମ ତିଆରି ହେବ। ମୁଣ୍ଡକୁ ଛାତ ମିଳିବା ସହ ସମାଜର ଟାହିଟାପରା ସହୁଥିବା କିନ୍ନରଙ୍କୁ ରୋଜଗାର ମଧ୍ୟ ଯୋଗାଇଦିଆଯିବ। ତେବେ ଏଥିପାଇଁ ରଞ୍ଜନା ନିଜର ଗହଣାଗାଣ୍ଠି ସବୁ ବିକ୍ରି କରିଦଇଛନ୍ତି। ଦୁନିଆର ଟାହିଟାପରାକୁ ଆଡ଼ କରି ଖୁସି ବାଣ୍ଟୁଥିବା କିନ୍ନରଙ୍କ ଜୀବନ, ଉପେକ୍ଷାର ଆଲୋକରେ ସଦାସର୍ବଦା ଦହ ଦହ ହୋଇ ଜଳୁଥାଏ। ଏତେ ବଡ଼ ଦୁନିଆରେ […]
ନୂଆଦିଲ୍ଲୀ : ସଂଶୋଧିତ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ବିଭିନ୍ନ କୃଷକ ସଙ୍ଗଠନ ମଧ୍ୟରେ ଆଜି ପୁଣି ଥରେ ଆଲୋଚନା ଅନୁଷ୍ଠିତ ହେବ । ରାଜଧାନୀ ଦିଲ୍ଲୀରେ ପାରଦ ଖସୁଥିବା ବେଳେ ଶନିବାରଠାରୁ ବର୍ଷା ବିକ୍ଷୋଭକାରୀଙ୍କୁ ଅସ୍ତବ୍ୟସ୍ତ କରିପକାଇଛି ସତ ଆନ୍ଦୋଳନକୁ ସ୍ଥଗିତ ରଖିନାହାନ୍ତି କୃଷକ । ୨୬ ନଭେମ୍ବର ଠାରୁ ଦିଲ୍ଲୀ ସୀମାରେ ବିକ୍ଷୋଭ କରୁଥିବା ଚାଷୀ ନେତାମାନେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଘୋଷଣା କରିଛନ୍ତି । ତେବେ ଆଜି ବସିବାକୁ […]
ନୂଆଦିଲ୍ଲୀ : ସାରା ଦେଶରେ ମାଗଣାରେ ଉପଲବ୍ଧ ହେବ କରୋନା ଭ୍ୟାକସିନ୍ । ଟିକା ନେବା ପାଇଁ ସାଧାରଣ ଜନତାଙ୍କୁ ଟଙ୍କା ଦେବାକୁ ପଡ଼ିବ ନାହିଁ । ସାରା ଦେଶରେ ଡ୍ରାଏ ରନ୍ ଚାଲିଥିବା ବେଳେ ବଡ଼ ଘୋଷଣା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସିଂ । ଦେଶରେ ଆଜି ଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ ରିହର୍ସଲ । ଦିଲ୍ଲୀର GTB ହସ୍ପିଟାଲରେ କରୋନା ଟିକାକରଣର ଡ୍ରାଏ ରନ୍ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର […]
ଲଦାଖ : ଶତ୍ରୁ ଦେଶ ଉପରେ ରହିବ ଭାରତର କଡ଼ା ନଜର । ପାଙ୍ଗଙ୍ଗ ହ୍ରଦରେ ଚୀନର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବ ଭାରତୀୟ ସେନା । ଡ୍ରାଗନ୍ ସେନାକୁ ପାନେ ଦେବାକୁ ତଥା ପାଟ୍ରୋଲିଂ ପାଇଁ ୧୨ଟି ଉଚ୍ଚକ୍ଷମତା ସମ୍ପନ୍ନ ଡଙ୍ଗା କିଣାଯିବ । ଏହି ଉଚ୍ଚକ୍ଷମତା ସମ୍ପନ୍ନ ଡଙ୍ଗା ଗୁଡ଼ିକ ଲଦାଖର ପାଙ୍ଗଙ୍ଗ ହଦ୍ରରେ ମୁତୟନ କରିବ ଭାରତୀୟ ସେନା ।ଦୀର୍ଘ ଆଠ ମାସ ହେବ ପୂର୍ବ ଲଦାଖରେ ଚୀନ୍ ସହ ସାମରିକ […]
ନୂଆଦିଲ୍ଲୀ : ସହରୀ ଗରିବଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆବର୍ଷ ଉପହାର । ସହରୀ ଭାରତର ରୂପରେଖ ବଦଳାଇବା ପାଇଁ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୬ଟି ରାଜ୍ୟରେ ଲାଇଟ୍ ହାଉସ୍ ପ୍ରୋଜେକ୍ଟର ଭିତ୍ତି ପ୍ରସ୍ଥର ସ୍ଥାପନା କରିଛନ୍ତି ପ୍ରଧାନମନ୍ତ୍ରୀ । ନୂଆବର୍ଷରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟକ୍ରମ । ଏଲଏଚପି ଅନ୍ତର୍ଗତ କେନ୍ଦ୍ର ସରକାର ୬ଟି ସହର ଯଥା, ଇନ୍ଦୋର, ଚେନ୍ନାଇ, ରାଞ୍ଚି, ଅଗରତାଲା, ଲକ୍ଷ୍ନୌ ଏବଂ ରାଜକୋଟରେ ୧୦୦୦-୧୦୦୦ […]
ନୂଆଦିଲ୍ଲୀ : ବିଦାୟ ନେଇଛି ଅଭିଶପ୍ତ ବର୍ଷ ୨୦୨୦ । ବଦଳିଯାଇଛି କ୍ୟାଲେଣ୍ଡର । କରୋନାର କଷଣ ଭିତରେ ନୂଆ ଆଶା ଓ ସମ୍ଭାବନା ନେଇ ଆସିଛି ନବବର୍ଷ ୨୦୨୧ । ଆଉ ଅନେକ ଖୁସି, ଉନ୍ମାଦନା ନେଇ ନୂଆବର୍ଷକୁ ସ୍ୱାଗତ କରୁଛନ୍ତି ଲୋକେ । ତେବେ ଆଜି ନବବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୧, ସୁସ୍ଥ, ଆନନ୍ଦ ଓ ସମୃଦ୍ଧିର ବର୍ଷ ହେଉ ବୋଲି ସେ କାମନା କରିଛନ୍ତି । ଚଳିତ […]
ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ହିଁ ସଂପଦ । ଏକଥା ବିଦାୟୀ ବର୍ଷ ୨୦୨୦ ଆମ ସମସ୍ତଙ୍କୁ ଭଲ ଭାବେ ଶିଖାଇ ଦେଇଛି । ୨୦୨୦ରେ କରୋନା ମହାମାରୀ ସହ ଲଢ଼େଇରେ ଆମେ ସଫଳ ହୋଇଛନ୍ତି । କରୋନା ଟିକାର ଉତ୍ପାଦନ ଅନ୍ତିମ ଚରଣରେ ପହଞ୍ଚିଥିଲେ ସୁଦ୍ଧା କରୋନା ନିୟମାବଳୀ ମାନିବା ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନବବର୍ଷ ୨୦୨୧ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର । ୨୦୨୦ ଦେଶ ତଥା ପୂରା ବିଶ୍ୱ […]
ପଞ୍ଜାବ : ପଞ୍ଜାବରେ ମୋବାଇଲ୍ ଟାୱାରଗୁଡ଼ିକ ଉପରେ ସିଧାସଳଖ କୃଷକ ଆନ୍ଦେ।ଳନର ପ୍ରଭାବ ପଡ଼ୁଛି । ମୋବାଇଲ୍ ଟାୱାର ନଷ୍ଟ କରି ରାଗ ଶୁଝାଉଛନ୍ତି ଚାଷୀ । କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନକୁ ମାସେ ପୁରି ଦ୍ୱିତୀୟ ମାସ ଆରମ୍ଭ ହୋଇଛି । ଆଉ ଏହାରି ଭିତରେ ପଞ୍ଜାବରେ ୧୫୦୦ରୁ ଅଧିକ ମୋବାଇଲ ଟାୱାର କ୍ଷତିଗ୍ରସ୍ତ ହେ।ଇସାରିଛି । ଅନେକ ମୋବାଇଲ ଟାୱାରରୁ ବିଦ୍ୟୁତ ସରବରାହ କାଟି ଦିଆଯାଇଛି ତ , ଆଉ କେତେକ ସ୍ଥାନରେ […]
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ପିକ୍ ସମୟ ଅତିକ୍ରମ କରିସାରିଛି, ଏବେ ସଂକ୍ରମଣ ତଳମୁହାଁ- ଡା.ନିରଞ୍ଜନ ମିଶ୍ର
ନୂଆଦିଲ୍ଲୀ: ସରକାର ବନାମ ସୋସିଆଲ୍ ମିଡିଆ। ଡିଜିଟାଲ୍ ମିଡିଆ ପାଇଁ ନୂଆ ଗାଇଡଲାଇନ୍ ସଂପର୍କରେ ନିଜ ସ୍ଥିତି ସ୍ପଷ୍ଟ କରିବାକୁ ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମକୁ ଚିଠି କରିଛି କେନ୍ଦ୍ର ଆଇଟି ମନ୍ତ୍ରାଳୟ। ଫେସବୁକ, ହ୍ୱାଟସ୍ଅପ୍ ଏବଂ ଟ୍ୱିଟର ଭଳି ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ମନ୍ତ୍ରାଳୟ ଚିଠି ଲେଖି ଦର୍ଶାଇଛି ଯେ, ନୂଆ ନିୟମ ପାଳନ କରିବା ପାଇଁ ୩ ମାସ ସମୟ ଦିଆଯାଇଥିଲା। ତାସହ ଭାରତରେ ଏକ ଅନୁପାଳନ ଅଧିକାରୀ ନିଯୁକ୍ତ, ଆପତ୍ତି ଅଭିଯୋଗର […]
ବାରାଣାସୀ:ଧାର୍ମିକ ନଗରୀ କାଶୀରେ ଏକ ଅଜୀବ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ହଠାତ୍ ଗଙ୍ଗାନଦୀ ପାଣିର ରଙ୍ଗ ବଦଳି ଯାଇଛି । ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ହଠାତ୍ ଗଙ୍ଗା ନଦୀର ପାଣି ସବୁଜ ରଙ୍ଗରେ ବଦଳି ଯାଇଥିଲା । ତେବେ ଗତ କିଛି ଦିନ ହେବ ଗଙ୍ଗା ନଦୀରେ ଅଧିକ ମାତ୍ରାରେ ଶୈବାଳ ଆସିଥିଲେ । […]
କୋଲକାତା: ବାତ୍ୟା ୟାସ ଓଡ଼ିଶା ସମେତ ପଶ୍ଚିମ ବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଛି । ଜୁଆର ଏବଂ ବାତ୍ୟା ଯୋଗୁ ଏକ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୟାସ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ୟାସ ପାଇଁ ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି । ପଶ୍ଚିମବଙ୍ଗରେ ୩ ଲକ୍ଷ କୋଠା କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ପୂର୍ବ ମେଦିନପୁର, ଦକ୍ଷିଣ ଏବଂ ଉତ୍ତର […]
ବିଡ(ମହାରାଷ୍ଟ୍ର)-ଗରିବ, ଅସହାୟ ଲୋକଙ୍କୁ ଦେଖିଲେ ମନରେ ଦୟା, ସହୃଦୟତା ସ୍ଵତଃସ୍ପୃତ ଭାବେ ବାହାରି ଆସେ । ସେମାନଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ମନ କରିଥାଏ । ହେଲେ ଆମର ଏପରି ଭାବ ପ୍ରବଣତା ପାଇଁ ଅନେକ ସମୟରେ ଧୋକା ଖାଇଥାଉ । ଭାବନ୍ତୁ, ଅନ୍ୟର ଦୟାରେ ବଞ୍ଚିଥିବା ଭିକାରି ପାଖରେ ସାଧାରଣତଃ କେତେ ଟଙ୍କା ଥିବ ? ୧୦୦, ହଜାରେ.. । ହେଲେ ନା…ଜଣେ ଭିକାରୀ ପାଖରେ କେତେ ଟଙ୍କା ଥାଏ ଜାଣିଲେ, ଆପଣ […]