ମୁମ୍ବାଇ(ସୁରେଶ ଦାଶ): ମହାରାଷ୍ଟ୍ରର ୟବତମାଲ୍ରେ ପୋଲିଓ ଟିକାକରଣ ସମୟରେ ୧୨ଜଣ ଶିଶୁଙ୍କୁ ପୋଲିଓ ଡ୍ରପ୍ ବଦଳରେ ହ୍ୟାଣ୍ଡ୍ ସାନିଟାଇଜର ପିଆଇ ଦେବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଏହି ଘଟଣାରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାର ଯାଞ୍ଚ ବେଳେ ଜଣାପଡ଼ିଛି, ଯେତେବେଳେ ଏହି କୋମଳମତି ଶିଶୁଙ୍କୁ ଅଙ୍ଗନବାଡ଼ି କର୍ମୀ ପୋଲିଓ ଡ୍ରପ୍ ବଦଳରେ ହ୍ୟାଣ୍ଡ୍ ସାନିଟାଇଜର ପିଆଉ ଥିଲେ, ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଡାକ୍ତର ମୋବାଇଲ୍ରେ ବ୍ୟସ୍ତ ଥିଲେ। […]
ନୂଆଦିଲ୍ଲୀ : ଚୀନ ସହ ସୀମା ବିବାଦ ନେଇ ଭାରତକୁ ବଡ ସଫଳତା। ଭାରତ ଓ ଚୀନ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପାଙ୍ଗଙ୍ଗ୍ ହ୍ରଦ ନିକଟରୁ ଉଭୟ ଦେଶର ସେନା ପ୍ରତ୍ୟାହାର ହେବ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରାଜ୍ୟସଭାରେ କହିଛନ୍ତି।ପାଙ୍ଗଙ୍ଗ୍ ହ୍ରଦ ନିକଟରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ହେବାର ୪୮ ଘଣ୍ଟା ମଧ୍ୟରେ ଦୁଇ ଦେଶ ମଧ୍ୟରେ ବରିଷ୍ଠ କମାଣ୍ଡର ସ୍ତରୀୟ ବୈଠକ କରାଯିବ। କୂଟନୈତିକ ଓ ସାମରିକ ସ୍ତରରେ ବାରମ୍ବାର ଆଲୋଚନା ପରେ […]
ଗଳିରେ ଲହଡ଼ି ଭାଙ୍ଗୁଛି ନର୍ଦ୍ଦମା ପାଣି : ବିବାହ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଯୁବତୀ ପ୍ରଶ୍ନ ? କିପରି ଆସିବେ ବରଯାତ୍ରୀ, ମୁଁ ବାହାହେବି କେମିତି ?
ତାଞ୍ଜାନିଆରେ ଅଜଣା ରୋଗ, ରକ୍ତ ବାନ୍ତି କରିବା ପରେ ଟଳି ପଡ଼ୁଛନ୍ତି ରୋଗୀ ଏହି ରୋଗରେ ଏବେ ସୁଦ୍ଧା ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଚିକିତ୍ସିତ ହେଉଛନ୍ତି ହେଲେ ଅଜଣା ରୋଗର ରହସ୍ୟ ପ୍ରକାଶ କରିଥିବା ଅଧିକାରୀଙ୍କୁ ନିଲମ୍ବିତ କଲେ ତାଞ୍ଜାନିଆ ସରକାର କରୋନା ମହାମାରୀ ମଧ୍ୟରେ ତାଞ୍ଜାନିଆରେ ଆଉ ଏକ ଅଜଣା ରୋଗରେ ଆତଙ୍କିତ ଲୋକେ। ବର୍ତ୍ତମାନ ଅଦୃଶ୍ୟ ରୋଗ କବଳରେ ପଡ଼ି ଛଟପଟ ହେଉଛନ୍ତି ତାଞ୍ଜାନିଆବାସୀ। ଏହି ଅଜଣା ରୋଗ ଯୋଗୁଁ […]
ମୁମ୍ବାଇ: ସବୁବେଳେ ନିଜର ଅଜବ ପ୍ରକାରର କାରନାମାକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ପୁଣି ଚର୍ଚ୍ଚାରେ। ଏବେ ବିଗ୍ ବସ୍ ୧୪ରେ ରାକ୍ଷୀଙ୍କୁ ଦେଖିବାକୁ ମିଳିଛି। ରାକ୍ଷୀଙ୍କର ହଠାତ୍ ବିବାହ ସମସ୍ତଙ୍କୁ ଆଚମ୍ବିତ କରି ଦେଇଥିବା ବେଳେ ସେ କାହାକୁ ବିବାହ କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ରାକ୍ଷୀ ତାଙ୍କ ସ୍ୱାମୀଙ୍କ ଗୋଟିଏ ହେଲେ ବି ଫଟୋ ଶେଆର୍ କରି ନାହାନ୍ତି। ରାକ୍ଷୀଙ୍କ କହିବା କଥା ତାଙ୍କ ସ୍ୱାମୀ ରିତେଶ୍ ୟୁକେର […]
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ। ହିଂସାରେ ସାମିଲ ଏହି ଅଭିଯୁକ୍ତଙ୍କ ଉପରେ ଦିଲ୍ଲୀ ପୋଲିସ୍ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଘୋଷଣା କରିଛି। ମିଳିଥିବା ସୂଚନା ଅନୁସାରେ, ଅଭିନେତା ଦୀପ ସିଦ୍ଧୁ, ଜୁଗରାଜ୍ ସିଂ, ଗୁରଜୋତ୍ ସିଂଙ୍କ ଉପରେ ୧ ଲକ୍ଷ […]
ପୁଅ ନିଜେ ଖାଇପାରୁନି, ଚାଲି ପାରୁନି କି କଥା କହିପାରୁନି। ଭେଣ୍ଡିଆ ପୁଅର ଅବସ୍ଥା ଦେଖି ସହ୍ୟ କରିପାରିଲେନି ବାପା। ପୁଅ କଥା ଚିନ୍ତା କରି କରି ଆରପାରିକୁ ଚାଲିଗଲେ। ଏବେ ସେମାନେ ସମ୍ପୂର୍ଣ୍ଣ ନିରାଶ୍ରୟ। ଏ ବୟସରେ ପୁଅର ଏପରି ଦଶା ଦେଖିବାର ଥିଲା କହି ବିକଳ ହୋଇ କାନ୍ଦୁଛି ବିଧବା ମା’। ଗଜପତି(ଆଦର୍ଶ ଦାସ): ବିଛଣାରେ ପଡି ରହିଛି ଘରର ଭେଣ୍ଡିଆ ପୁଅ। ଜୀବନର ପ୍ରତିଟି ମୁହୂର୍ତ୍ତ ପାଲଟିଛି ଯନ୍ତ୍ରଣାମୟ। ଯେଉଁ ବୟସରେ ରୋଜଗାର […]
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର କୃଷି ସେସ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ପ୍ରସ୍ତାବ ଅନୁସାରେ, ଲିଟର ପ୍ରତି ପେଟ୍ରୋଲ ଉପରେ ଅଢ଼େଇ ଟଙ୍କାର କୃଷି ସେସ୍ ଲାଗିବ ଓ ଡିଜେଲ ଉପରେ ୪ ଟଙ୍କାର କୃଷି ସେସ୍ ଲାଗିବ। ଆସନ୍ତାକାଲିଠାରୁ ଏହି ନୂଆ ସେସ୍ ଲାଗୁ ହେବ। ତେବେ ଏହି ନୂଆ ସେସ୍ ଲାଗୁ ହେଲେ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ। କାହିଁକି ନା […]
ନୂଆଦିଲ୍ଲୀ: ଆଜି ବଜେଟ୍ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ବରିଷ୍ଠ ନାଗରିକଙ୍କ ପାଇଁ ଟିକସ କ୍ଷେତ୍ରରେ ବଡ଼ ରିହାତି ଦିଆଯାଇଛି। ୭୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟକର ରିଟର୍ଣ୍ଣ ଛାଡ୍ କରାଯାଇଛି। ଫଳରେ ଏଣିକି ପେନ୍ସନ୍ଭୋଗୀ ବରିଷ୍ଠ ନାଗରିକଙ୍କୁ ଆଉ ଆୟକର ରିଟର୍ଣ୍ଣ ଦେବାକୁ ପଡ଼ିବନି।
ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ବିରୋଧରେ ଜାରି ରହିଥିବା ଆନ୍ଦଳନର ଭିତରେ ଆଜି ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ସମ୍ବୋଧନ କରିଛନ୍ତି। ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ଗୃହରେ ମତ ରଖି ନରେନ୍ଦ୍ର ମୋଦି। ବିରୋଧୀଙ୍କୁ ଟାର୍ଗେଟ କରିବା ସହ, ଆନ୍ଦୋଳନରତ ଚାଷୀଭାଇଙ୍କୁ ଆନ୍ଦୋଳନରୁ ଓହରିବାକୁ ସ୍ୱତନ୍ତ୍ର ଅପିଲ କରିଛନ୍ତି। ଏମସପି, ଥିଲା, ଏମସପି ଅଛି, ଆଉ ଆଗକୁ ମଧ୍ୟ ଏମସପି ରହିବ। ଏଥିରେ କୌଣସି ସନ୍ଦିହାନ ନାହିଁ। ବର୍ତ୍ତମାନ କୃଷକମାନେ ଆନ୍ଦଳନ ଶେଷ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। […]
କଟକ: କଟକ ବିଜୁ ପଟ୍ଟନାୟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଆଜି ଅପରାହ୍ଣରେ ‘ସନ୍ ହସ୍ପିଟାଲ୍’ରେ ନିଆଁ ଲାଗି ଯାଇଛି। ନିଆଁ ଲାଗିବାର କାରଣ ଜଣାପଡ଼ିନଥିବା ବେଳେ କୌଣସି କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣାସ୍ଥଳରେ ୭ଟି ଅଗ୍ନିଶମ ଗାଡ଼ି ଓ ୫୦ ଜଣ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହସ୍ପିଟାଲ୍ରେ ଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ ୧୧ […]