ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଆତ୍ମନିର୍ଭରଶୀଳ ଭାରତ’ର ସ୍ୱପ୍ନ ଏବଂ ଚିନ୍ତାଧାରା ଉପରେ ମୋହର ଲଗାଇଲା ଅକ୍ସଫୋର୍ଡ ଭାଷା ବିଶ୍ୱବିଦ୍ୟାଳୟ। ‘ଆତ୍ମନିର୍ଭରଶୀଳ’ ଶବ୍ଦକୁ ୨୦୨୦ର ହିନ୍ଦୀ ଶବ୍ଦ ରୂପେ ଚୟନ କରିଛି ଅକ୍ସଫୋର୍ଡ ଲାଙ୍ଗୁଏଜ୍। ଭାଷା ବିଶେଷଜ୍ଞ କ୍ରିତିକା ଅଗ୍ରୱାଲ, ପୁନମ୍ ନିଗମ ସାହାୟ ଏବଂ ଇମୋଗାନ ପ୍ଲକ୍ସେସର ଏକ ପରାମର୍ଶଦାତା ପ୍ୟାନେଲ ଦ୍ୱାରା ଏହି ଶବ୍ଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ବିଗତ ବର୍ଷରେ ଲୋକଙ୍କ ମନୋବଳ ତଥା ମାନସିକ ସ୍ଥିତିକୁ ପ୍ରତିଫଳିତ କରିବା ସହ ଲମ୍ବା […]
ନୂଆଦିଲ୍ଲୀ: ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଘୋଷଣା କରିଥିବା ବଜେଟ୍ ସାଧାରଣ ପରିବାରଙ୍କ ପାଇଁ ସୁହାଇଲା ଭଳି ହୋଇଛି ବୋଲି କୁହାଯାଇପାରେ। ବିବାହ ଋତୁ ଚାଲିଥିବା ବେଳେ ଚଳିତ ଆର୍ଥିକ ବଜେଟରେ ସୁନା ଓ ରୂପା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରାଯାଇଛି। ଅର୍ଥମନ୍ତ୍ରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ୧, ୨୦୨୧ରୁ ଏକ ନୂତନ ସଂଶୋଧିତ କଷ୍ଟମ୍ ଡ୍ୟୁଟି ନୀତି ଲାଗୁ ହେବ। କରୋନା ମହାମାରୀ ମଧ୍ୟରେ ସୁନା-ରୂପାର ମୂଲ୍ୟ ଅହେତୁକ […]
ନୂଆଦିଲ୍ଲୀ: କୃଷକଙ୍କ ପାଇଁ ବଡ଼ ଘୋଷଣା। ଚାଷୀଙ୍କ ହିତରେ ପେଡ଼ି ଖୋଲିଦେଲେ। ପ୍ରଥମ ଥର ପାଇଁ ଟ୍ୟାବରେ ବଜେଟ ଉପସ୍ଥାପନ କରିଛନ୍ତି ସୀତାରମଣ। ଭାରତ ଏକ କୃଷିଭିତ୍ତିକ ଦେଶ ହୋଇଥିବା ବେଳେ କୃଷକଙ୍କ ହିତରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ବଜେଟରେ ଚାଷୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚାଷୀଙ୍କୁ ୧୬.୫ ଲକ୍ଷ କୋଟି ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି । କୃଷକଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦି ସରକାର। MSP ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଛି। […]
ଆଠଗଡ଼(ନୀଳକଣ୍ଠ ଡୋରା): କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର। ଆଉ ଏହି ଉକ୍ତିକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଶିକ୍ଷିତ ଯୁବକ। କଠିନ ପରିଶ୍ରମ କରି ଏକର ଏକର ଜମିରେ ଫଳାଉଛନ୍ତି ସୁନାର ଫସଲ। ବିଜ୍ଞାନରେ ସ୍ନାତକ ଶିକ୍ଷାଲାଭ କରିଥିବା ଏହି ଯୁବକ ଜଣକ ଭାଗଚାଷ ସୂତ୍ରରେ ୧୦ ଏକର ବଣବୁଦାରେ ଭର୍ତ୍ତି ପାହାଡ଼ିଆ ଜମିକୁ ସବୁଜ ବଣରେ ପରିଣତ କରିଦେଇଛନ୍ତି। ଦୁବ କଅଁଳୁ ନଥିବା ଟାଙ୍ଗରା ଭୂଇଁକୁ ସବୁଜିମାରେ ଭରିଦେବା ସହ […]
ସୁରଟ: ପ୍ରଭୁ ଶ୍ରୀରାମଙ୍କ କାମରେ ଲାଗିବ କନ୍ୟାଦାନ ଟଙ୍କା। ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ବିବାହରୁ ମିଳିଥିବା ଟଙ୍କା ଦାନ କରିଦେଲେ ନବବିବାହିତା। ବିବାହ ପରେ ଅତିଥି ଓ ପରିବାର ବର୍ଗଙ୍କ ତରଫରୁ ମିଳିଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କାକୁ ରାମମନ୍ଦିର ପାଇଁ ଦାନ କରିଛନ୍ତି ସୁରଟରେ ରହୁଥିବା ହୀରା ବ୍ୟବସାୟୀଙ୍କ ଝିଅ। ରାମ ମନ୍ଦିର ପାଇଁ ଦେଶର କୋଣ ଅନୁକୋଣରୁ ଲୋକେ ଦାନ କରୁଥିବା ବେଳେ ବିବାହ ଟଙ୍କା ରାମ ମନ୍ଦିରକୁ […]
ନୂଆଦିଲ୍ଲୀ : ଲାଲକିଲ୍ଲା ଅଭିମୁଖେ ମାଡ଼ି ଯାଉଥିବା ବେଳେ ଦିଲ୍ଲୀରେ ମୁହାଁମୁହିଁ ହେଲେ ଚାଷୀ ଓ ଦିଲ୍ଲୀ ପୋଲିସ। ପୋଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବାରୁ ପୋଲିସ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଅଟକାଇଛି । କୃଷକମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଏହାସହ ପରିସ୍ଥିତି ଅଣାୟତ ହେବାରୁ ସିଂଘୁ ସୀମାନ୍ତରେ ଲାଠି ଚାଳନା ମଧ୍ୟ କରିଛି ପୋଲିସ। ତେବେ ମୁହାଁମୁହିଁ ସ୍ଥିତି ପରେ ପୋଲିସ ବର୍ତ୍ତମାନ ଚାଷୀଙ୍କୁ ତଡ଼ିବାରେ ସଫଳ ହୋଇଛି । କିନ୍ତୁ କୃଷକମାନେ […]
ଭୁବନେଶ୍ୱର: ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ୍ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ମାସିକ ୨୦ ହଜାର ଟଙ୍କାରୁ ୨୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ DMETଙ୍କୁ ଉପ ସଚିବ ଚିଠି ଲେଖିଛନ୍ତି। ସୂଚନାଥାଉ କି, ଷ୍ଟାଇପେଣ୍ଡ୍ ବୃଦ୍ଧି ଦାବିରେ ହାଉସ ସର୍ଜନ ଆନ୍ଦୋଳନ ଧମକ ଦେଇଥିଲେ। ତେବେ ଷ୍ଟାଇପେଣ୍ଡ୍ ବୃଦ୍ଧି ପରେ ଆନ୍ଦୋଳନ ନିଷ୍ପତ୍ତିରୁ ସଂଘ ଓହରି ଯାଇଛି।
ନୂଆଦିଲ୍ଲୀ : ବାପାମା’ଙ୍କ ଝଗଡ଼ାରେ ନଷ୍ଟ କରନି ପିଲାଙ୍କ ଶୈଶବ। ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହପ୍ରେମର ବନ୍ଧନକୁ ନଷ୍ଟ ନକରିବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ବାପାମା’ଙ୍କ ମଧ୍ୟରେ କଳିଝଗଡ଼ାରେ ବଳିପଡ଼ୁଛି କୁନି କୁନି ପିଲାଙ୍କ ଶୈଶ। ଅସହ୍ୟ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି କୋମଳମତି। ଟିକିଏ ପାଟିତୁଣ୍ଡ ପାଇଁ ସୁନାର ସଂସାର ଚୂନା ହୋଇଯାଉଛି। ଯେଉଁ ସମୟରେ ଉଭୟ ବାପାମା’ଙ୍କ ସ୍ନେହ ଦରକାର, ସେ ସମୟରେ ଅଲଗା ରହିବାକୁ ବାଧ୍ୟ ହୁଅନ୍ତି ଦୁନିଆ କ’ଣ ଜାଣିନଥିବା କୁନି […]
ନୂଆଦିଲ୍ଲୀ : ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ ସେନା । ପୂର୍ବ ଲଦାଖର ଏଲଏସିରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଭାରତ ଚୀନ ସେନା ପୁଣି ମୁହାଁମୁହିଁ ହୋଇଛନ୍ତି । ତିନି ଦିନ ପୂର୍ବରୁ ସିକ୍କିମର ନାକୁଲାରେ ଚୀନ ସନା ସୀମାର ସ୍ଥିତିକୁ ପରିବର୍ତ୍ତନ କରିବାକୁ ପ୍ରୟାସ କରିଥିଲା । ଏଂ କିଛି ଚୀନ ସେନା ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ତେବେ ଏନେଇ ଜଣେ ଭାରତୀୟ ବରିଷ୍ଠ ସେନାଅଧିକାରୀ କହିଛନ୍ତି, ଭାରତୀୟ […]
ସୀମା ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ୯ମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ବୈଠକ ୧୫ ଘଣ୍ଟାର ମାରାଥନ ବୈଠକରେ ଦୁଇ ରାଷ୍ଟ୍ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ସୀମାରେ ଶାନ୍ତି ଫେରାଇ ଆଣିବାକୁ ପୁଣି ଦାବି ରଖିଲା ଭାରତ ଏପ୍ରିଲ ୨୦୨୦ ବେଳର ସ୍ଥିତି ଫେରାଇବା ସହ ସୈନ୍ୟ ପ୍ରତ୍ୟାହାର ଲାଗି ଦାବି କାଲି ଦିନ ୧୧ଟାରୁ ଆରମ୍ଭ ହୋଇ ରାତି ୨ଟା ୩୦ରେ ଶେଷ ହୋଇଥିଲା ବୈଠକ ନୂଆଦିଲ୍ଲୀ : ପଡ଼ୋଶୀ ଦେଶ ଚୀନକୁ ଚରମବାଣୀ ଶୁଣାଇଲା […]
କୋଲକାତା :ରାମ ନାମ ଶୁଣିଲେ କିଏ ସତରେ ଅପମାନିତ ଅନୁଭବ କରିପାରେ? ଭାରତରେ ଏଭଳି କୌଣସି ଭାବନା ନାହିଁ ଯେଉଁଠି ପ୍ରଭୁ ରାମଙ୍କର ଝଲକ ଅନୁଭୂତ ହୁଏ ନାହିଁ। ଭାରତର ସଂସ୍କୃତି, ପରମ୍ପରା, ଆସ୍ଥା, ବିଶ୍ୱାସ ଓ ଆଦର୍ଶରେ ରାମ ଅଛନ୍ତି । ହେଲେ ଜୟ ଶ୍ରୀରାମ ଶବ୍ଦରେ କାହିଁକି ଚିହିଙ୍କି ଉଠୁଛନ୍ତି ଦିଦି ? ପ୍ରଭୁଙ୍କ ନାମ ଶୁଣି ରାଗିପାଚି ଲାଲ୍ ହୋଇଯାଉଛନ୍ତି । ପୁରୁଷୋତ୍ତମ ରାମଙ୍କ ନା ଶୁଣି ଭାଷଣ ଦେବାକୁ ମନା କରିବା […]
ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ନେଇ ଆଜି ବସିଛି କମାଣ୍ଡରସ୍ତରୀୟ ବୈଠକ। ଭାରତ-ଚୀନ୍ ସୀମା ବିବାଦର ସମାଧାନ ସହ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଏହି ସାମରିକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । LACରେ ଚୀନ ସୀମାରେ ଥିବା ମଲ୍ଡୋରେ ଏହି ବୈଠକ ବସିଛି । ସୈନ୍ୟ ପ୍ରତ୍ୟାହାରକୁ ନେଇ ଦୁଇ ଦେଶ ନିଜ ନିଜ ଜିଦରେ ଅଟଳ ଥିବାରୁ ପୂର୍ବରୁ ସମସ୍ତ କମାଣ୍ଡର ସ୍ତରୀୟ ବୈଠକ ସଫଳ ହୋଇପାରିନାହିଁ । […]