ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ୱାସିମ ଜିଲ୍ଲାରେ ଗତକାଲି ୩୧୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୯୦ ଜଣ ଛାତ୍ରଛାତ୍ରୀ। ୱାସିମ ଜିଲ୍ଲାର ରିସୋଡ ତହସିଲର ଏକ ସ୍କୁଲ ହଷ୍ଟେଲରେ ୧୯୦ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତେବେ କୋଭିଡ ପଜିଟିଭ ବାହାରିଥିବା ମହାରାଷ୍ଟ୍ରର ସେହି […]
ନୂଆଦିଲ୍ଲୀ: ମୋଦି ମନ୍ତ୍ରୀଙ୍କୁ ମିଳିବନି ମାଗଣା କରୋନା ଟିକା। ଟଙ୍କା ଦେଇ ଟିକା ନେବେ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟ୍ ମନ୍ତ୍ରୀ। ମହାମାରୀ ସଙ୍କଟ ମଧ୍ୟରେ ଦେଶରେ ଜୋରସୋର ଚାଲିଛି ଟିକାକାରଣ କାମ। ଏବେ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଭ୍ୟାକ୍ସିନ ଦିଆଯାଉଛି। ମାର୍ଚ୍ଚ ପହିଲାରୁ ବୟସ୍କକଙ୍କୁ ମାଗଣା ଟିକା ଦିଆଯିବ। ଆଉ ଏହି ସମୟରେ ବଡ଼ ବୟାନ୍ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ସେ କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟର ସମସ୍ତଙ୍କ ମନ୍ତ୍ରୀଙ୍କୁ କରୋନା ଭ୍ୟାକ୍ସିନ ପାଇଁ ମୂଲ୍ୟ ଦେବାକୁ […]
କୋଲକାତା: ପଶ୍ଚିମବଙ୍ଗ ରାଜନୀତି ସରଗରମ। ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇସାରିଛି। ନିର୍ବାଚନୀ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା, ରାଜ୍ୟରେ ରାଜନୈତିକ ଗତିବିଧି ତୀବ୍ର ହୋଇଛି। ଏବେ ଠାରୁ ଶାସକ ଓ ବିରୋଧୀ ଦଳ ନିର୍ବାଚନୀ ସଭା, ରାଲି କରି ରାଜନୀତି ଜୋର୍ଦାର କଲେଣି । ଆଉ ଏପରି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଭାରେ ନିଜର ମର୍ଯ୍ୟାଦା ଭୁଲି ପ୍ରଧାନମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ନରେନ୍ଦ୍ର ମୋଦିଙ୍କୁ […]
ମୁମ୍ବାଇ: ଜୀବନକୁ ବାଜି ଲଗାଇ ଚଳନ୍ତା ଟ୍ରେନ୍ରେ ଷ୍ଟଣ୍ଟ୍। ମୁମ୍ବାଇରେ ଏକ ଦ୍ରୁତଗାମୀ ଟ୍ରେନ୍ରେ ଜଣେ ଯୁବକ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଟ୍ରେନ୍ରେ ଉପସ୍ଥିତ ଥିବା ଯାତ୍ରୀମାନେ ଯୁବକଙ୍କୁ ବାରଣ ସତ୍ତ୍ୱେ, ଏହାକୁ ସେ ଖାତିର ନକରି ଗୋଟିଏ ପରେ ଗୋଟିଏ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ନଜର ଆସିଥିଲା। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ମୁମ୍ବାଇର ଏକ ଲୋକାଲ୍ ଟ୍ରେନ୍ର ଫୁଟ୍ରେଷ୍ଟ ଉପରେ ଠିଆ ହୋଇ […]
ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଆଜି ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୦୪ ଟଙ୍କା ହ୍ରାସ ସହ ୪୭,୧୫୨ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା। ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ରୂପା ଦର ପ୍ରତି କିଲୋଗ୍ରାମକୁ ୧୯୨ ଟଙ୍କା ହ୍ରାସ ସହ ୬୮,୫୪୬ ଟଙ୍କାରେ କାରବାର ଚାଲିଥିଲା। ଗତବର୍ଷ ଅଗଷ୍ଟରେ ସୁନା ଦର ୫୬,୨୦୦ ଟଙ୍କା ରେକର୍ଡ ସ୍ତରରେ […]
ନୂଆଦିଲ୍ଲୀ: ହଜାରେରୁ ଅଧିକ ଆକାଉଣ୍ଟ ବନ୍ଦ କରିବାକୁ ଭାରତ ସରକାର ଟ୍ୱିଟରକୁ ନୋଟିସ୍ କରିଛନ୍ତି। ଏହି ଟ୍ୱିଟର ଆକାଉଣ୍ଟ ଗୁଡ଼ିକ ଚାଷୀ ଆନ୍ଦୋଳନ ନେଇ ଭୁଲ୍ ତଥ୍ୟ ଦେବା ସହ ଆନ୍ଦୋଳନକୁ ଆହୁରି ଉସୁକାଉଛନ୍ତି। ଏହି ସବୁ ଆକାଉଣ୍ଟ ପାକିସ୍ତାନୀ ଓ ତଥାକଥିତ ଖଲିସ୍ତାନୀଙ୍କ ସମର୍ଥକଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ଭାରତ ସଙ୍ଗୀନ ଅଭିଯୋଗ କରିଛି। ତେଣୁ ତୁରନ୍ତ ଏହି ସବୁ ଆକାଉଣ୍ଟ ଗୁଡ଼ିକ ବ୍ଲକ୍ କରିବା ପାଇଁ କୁହାଯାଇଛି। ଚଳିତ ମାସରେ, ଆଇଟି ମନ୍ତ୍ରଣାଳୟ […]
ନୂଆଦିଲ୍ଲୀ: କରୋନା ନେଗେଟିଭ୍ ରିପୋର୍ଟ ନନେଲେ ଦିଲ୍ଲୀ ମନା। ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଙ୍କଟ ମଧ୍ୟରେ ସରକାର କଠୋର ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀକୁ ୫ ରାଜ୍ୟର ଜନତାଙ୍କ ପାଇଁ କରୋନା ନେଗେଟିଭ୍ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଥିବା ସୂତ୍ର ଅନୁସାରେ ଜଣାପଡ଼ିଛି। କିଛି ରାଜ୍ୟରେ ଲଗାତାର କରୋନା ସଂକ୍ରମବଣ ବଢ଼ୁଥିବାରୁ କେଜ୍ରିୱାଲ ସରକାର ରାଜ୍ୟର ଜନତାଙ୍କ ହିତ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରେଦଶ ଓ ପଞ୍ଜାମରୁ ଦିଲ୍ଲୀ ଆସୁଥିବା ଲୋକଙ୍କୁ […]
ଚମୋଲି: ଦେବଭୂମୀ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୧୭୦ ଜଣ ନିଖୋଜ ଥିବାବେଳେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ନିଖୋଜଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ୍ ଜାରି ରହିଛି। ଗତକାଲିଠୁ ଏବେ ଯାଏ ଯୋଶୀମଠ ଓ ତପୋବନ ଅଞ୍ଚଳରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ବିଭିନ୍ନ ସ୍ଥାନରୁ ୧୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଆଇଟିବିପି, ଏନଡିଆରଫ୍, […]
ନାସାର ମଙ୍ଗଳ ମିଶନରେ ଆଉ ଜଣେ ଭାରତୀୟ ମଙ୍ଗଳ ଗ୍ରହକୁ ଗୋଟିଏ ହେଲିକପ୍ଟର ମଧ୍ୟ ଛାଡିଛି ନାସା ହେଲିକପ୍ଟରକୁ ତିଆରି କରିଛନ୍ତି ନାସାରେ କାର୍ଯ୍ୟରତ ବବ୍ ବଳରାମ ନୂଆଦିଲ୍ଲୀ: ନାସାର ମଙ୍ଗଳ ମିଶନ୍ ପଛରେ ଭାରତୀୟ ବୈଜ୍ଞାନିକଙ୍କ ପ୍ରମୁଖ ଭୂମିକା ସ୍ୱାତୀ ମୋହନଙ୍କ ପରେ ଏବେ ଆଉ ଜଣେ ଭାରତୀୟଙ୍କ ନାଁକୁ ନେଇ ଏବେ ଚର୍ଚ୍ଚା। ସେ ହେଲେ ବବ୍ ବଳରାମ। ପର୍ସେଭରାନ୍ସ ରୋଭର୍ ସହ ମଙ୍ଗଳ ଗ୍ରହକୁ ଗୋଟିଏ ହେଲିକପ୍ଟର ମଧ୍ୟ ଛାଡିଛି ନାସା, ଆଉ […]
ମୁମ୍ବାଇ: ନେତାଙ୍କ ପାଇଁ ନାହିଁ କି କୋଭିଡ଼୍ ନିୟମ ? ନିୟମ କ’ଣ ଖାଲି ସାଧାରଣ ଲୋକଙ୍କ ପାଇଁ ହୋଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନେତା କିନ୍ତୁ କରୋନା କଟକଣାକୁ ମାନୁ ନଥିବା ଦେଖିବାକୁ ମିଳିଛି। ରବିବାର ଦିନ ଅନୁଷ୍ଠିତ ହୋଇଥିବା ବିଜେପିର ପୂର୍ବତନ ସାଂସଦ ଧନଞ୍ଜୟ ମହାଦୀକଙ୍କ ପୁଅଙ୍କ ବିବାହ ସମାରୋହରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି। ଭିଡ଼ ଭିତରେ ମଧ୍ୟ ପ୍ରାୟ ଲୋକଙ୍କ ମୁହଁରେ ନଥିଲା ମାସ୍କ। ପୂର୍ବତନ […]
ନୂଆଦିଲ୍ଲୀ: ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ କି ଚୀନ୍ ? ଭିଏତନାମ୍ ସୀମା ନିକଟରେ ଚୀନ୍ ନିଜର ଏକ ସର୍ଫେସ୍-ଟୁ-ଏୟାର୍ ମିଜାଇଲ୍ ବେସ୍ ସ୍ଥାପନ କରିଥିବା ଆଶଙ୍କା କରାଯାଉଛି। ଏହି କ୍ଷେପଣାସ୍ତ୍ର ଘାଟିର ସାଟେଲାଇଟ୍ ଇମେଜ୍ ସାଉଥ ଚାଇନା ସି ନିଉଜ୍ ନାମକ ଏକ ସଂସ୍ଥା ଟ୍ୱିଟ୍ କରିବା ପରେ, ଚୀନ୍ର ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିଏତନାମ୍ ସୀମା ଠାରୁ ମାତ୍ର ୨୦ କିଲୋମିଟର ଦୂର ଗୁଆନ୍କ୍ସି ପ୍ରଦେଶରେ ଏହି ମିଜାଇଲ୍ ବେସ୍ […]
ରାଞ୍ଚି: ବିଶ୍ୱାସରେ ବିଷ ଦେଲା ପ୍ରେମିକ। ପ୍ରେମରେ ଲଗାଇଲା କଳାଦାଗ। ବୁଲାଇନେବା ବାହାନାରେ ପ୍ରେମିକାକୁ ଜଙ୍ଗଲ ଭିତରେ ହତ୍ୟା। ସବୁ ଦିନ ସାଥୀ ହୋଇ ରହିବାର ସ୍ୱପ୍ନ ଦେଖାଇ ପାର୍ବତୀକୁ ଜୀବନରୁ ମାରିଦେଲା ଶମ୍ଭୁ। ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଥାନା ଡାକୁଆ ଜଙ୍ଗଲରେ ୧୭ ଫେବୃଆରୀରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମାମାଲାର ଛାନଭିନ୍ କରିବା ପରେ ହତ୍ୟାକାରୀକୁ ଗିରଫ କରିଛି ପୋଲିସ୍। ଯୁବତୀଙ୍କ ହତ୍ୟକାରୀ ଆଉ କେହି ନୁହେଁ ବରଂ ନିଜେ […]