ସମ୍ବଲପୁର ସର୍କଲ ଜେଲରେ ସଜା କାଟୁଥିଲା ହାଇଦର ଅସୁସ୍ଥ ହେବାରୁ ବୁର୍ଲା ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ମାର୍ଚ୍ଚ ୨୩ରେ ଚିକିତ୍ସା ପାଇଁ ସମ୍ବଲପୁରରୁ କଟକ ଏସ୍ସିବି ଆସିଥିଲା ଏପ୍ରିଲ ୧୦ରେ ଏସ୍ସିବିରୁ ଫେରାର ହୋଇଯାଇଥିଲା ହାଇଦର୍ ପୂର୍ବରୁ ଜାନୁୟାରୀ ୧୯, ଫେବୃୟାରୀ ୨୩ରେ ଏସ୍ସିବି ଆସିଥିଲା ଏପ୍ରିଲ ୧୫ରେ ତେଲେଙ୍ଗାନାରୁ ଧରାପଡ଼ିଲା ହାଇଦର ଭୁବନେଶ୍ୱର: ପୋଲିସକୁ ଚକ୍ମା ଦେଇ ଏପ୍ରିଲ ୧୦ ତାରିଖରୁ ଏସ୍ସିବି ମେଡିକାଲରୁ ଖସି ପଳାଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେଖ୍ ହାଇଦର। ୧୨୦ […]
ନୂଆଦିଲ୍ଲୀ: ଦେଶରେ କରୋନା ତା’ର କରାଳ କାୟା ବିସ୍ତାର କରି ଚାଲିଛି। ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି। ଗତକାଲି ଦେଶରେ୧ ଲକ୍ଷ ୯୯ ହଜାର ୫୬୯ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ୨ ଲକ୍ଷ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୧୭ ହଜାର ୩୫୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, […]
କୋଲକାତା: ପଶ୍ଚିମବଂଗରେ ହେବାକୁ ଥିବା ବଳକା ବିଧାନସଭା ଆସନ ଗୁଡିକରେ ଭୋଟଗ୍ରହଣ ଗୋଟିଏ ପର୍ଯ୍ୟାୟରେ କରିବାକୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି। ଆସନ୍ତାକାଲି ପଶ୍ଚିମବଙ୍ଗରେ ୫ମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ତିନିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ମହାମାରୀ ସମୟରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରିଛନ୍ତି । କରୋନା ସଂକ୍ରମଣ […]
ହରିଦ୍ୱାର: ହରିଦ୍ୱାର କୁମ୍ଭ ମେଳାରୁ ପୁଣି ବାହାରିଛନ୍ତି କରୋନା ଆକ୍ରାନ୍ତ। ଗତ ୨୪ ଘଣ୍ଟାରେ ୫୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗତ ଦୁଇ ଦିନରେ ହଜାରେରୁ ଅଧିକ ପଜିଟିଭ୍ ବାହାରିଛନ୍ତି। ଗତ ୧୦ ତାରିଖରୁ ଏଯାଏ କରୋନାରେ ଦୁଇ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ଟେଷ୍ଟ କରାଯାଉଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱତନ୍ତ୍ର ସ୍ଥାନରେ ରଖାଯିବା ସହ […]
ଜୋଧପୁର: କୁହାଯାଏ ବାପା ଥିବା ସନ୍ତାନ କେଉଁଠି ହାରେନି। ମା’ ସ୍ନେହ, ଆଦର ଦେଇ ପାଳିଥାଏ, ଆଉ ବାପା ଢାଲ ପରି ବିପଦ ଆପଦରେ ପିଲାଙ୍କ ସାମ୍ନାରେ ଛିଡ଼ା ହୋଇଥାଏ। ହେଲେ ଆମେ ଏମିତି ଜଣେ ବାପାଙ୍କ କଥା ଜଣାଇବାକୁ ଯାଉଛୁ, ଯିଏ ବାପା ନାମରେ ଥିଲେ ଜଣେ ରାକ୍ଷସ। ଯିଏ ନିଜ ପିଲାକୁ କଳଙ୍କର କାଦୁଅ ଭିତରକୁ ଠେଲି ଦେଇଥିଲେ। ଯନ୍ତ୍ରଣାର ବେଡ଼ିରେ ବାନ୍ଧି ଦେଇଥିଲେ। ଏଇ ରାକ୍ଷସ ବାପା ହେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲ୍ଲାର। […]
ଓଟାବା: କରୋନା ଭାଇରସ ବିରୋଧରେ ଲଢିବା ପାଇଁ ସାରା ବିଶ୍ୱ ଅଣ୍ଟା ଭିଡିଛି। ତଥାପି ଭାଇରସର ସମ୍ପୂର୍ଣ୍ଣ ମୁକାବିଲା କରିବାରେ ଅସମର୍ଥ । କୋଭିଡ ମୁକାବିଲା ପାଇଁ ଏକମାତ୍ର ବିକଳ୍ପ ଭ୍ୟାକ୍ସିନ। ତେବେ ଟିକାକରଣ ପରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏସବୁ ଦ୍ୱନ୍ଦ୍ୱ ଏବଂ ଭୟ ଭିତରେ ଗୋଟିଏ ଆଶ୍ୱାସନା ସାମ୍ନାକୁ ଆସିଛି। ଗବେଷକମାନେ ଏପରି ଏକ ନାଜାଲ ସ୍ପ୍ରେ ବାହାର କରିଛନ୍ତି, ଯାହା କରୋନା ଭାଇରକୁ ମାରିବାରେ ପ୍ରାୟ ଶତ ପ୍ରତିଶତ ସଫଳ ହୋଇଛି। […]
ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବବର୍ଷ। ଏଥିସହିତ ହନୁମାନ ଜୟନ୍ତୀ। ଏହି ପବିତ୍ର ପଣାସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଏ କଠିନ ସମୟ ଶ୍ରୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯାଉ ବୋଲି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]