ନୂଆଦିଲ୍ଲୀ: ପାକିସ୍ତାନ ରଚୁଛି ସାଙ୍ଘାତିକ ଷଡ଼ଯନ୍ତ୍ର । ସୀମାରେ ପୁଣି ଆତଙ୍କର ସୁଡ଼ଙ୍ଗ ଠାବ । ମାଟି ଉପରେ ଆତଙ୍କୀ ଷଡ଼ଯନ୍ତ୍ର ଫେଲ ମାରିଥିବା ବେଳେ ମାଟି ତଳେ ନୂଆ ଚକ୍ରବ୍ୟୁହ ରଚୁଛି ଶତ୍ରୁ ଦେଶ । ୧୦ ଦିନର ବ୍ୟବଧାନ ପରେ ସୀମାରୁ ପୁଣି ଏକ ବିରାଟ ଭୂତଳ ସୁଡ଼ଙ୍ଗ ଠାବ ହୋଇଛି । ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତଭାରତ-ପାକ୍ ସୀମାରୁ ପ୍ରାୟ ୧୫୦ ମିଟର ଲମ୍ବ ଏବଂ ୩୦ ଫୁଟ ଗଭୀର ଏହି ସୁଡଙ୍ଗକୁ […]
ନୂଆଦିଲ୍ଲୀ: କରୋନା ଭାଇରସ୍କୁ ମାତ୍ ଦେବା ପାଇଁ ସାରା ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି। ଏମିତି ଜଣେ ଡାକ୍ତର, ଯିଏକି କରୋନା ଟିକା ନେବା ପରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଏକାଏକା ଟିକା ନେଉଥିବାରୁ ସେ ପତ୍ନୀଙ୍କ ମଧୁର ଆକ୍ରୋଶର ଶିକାର ହୋଇଛନ୍ତି। ଏହି ଭିଡିଓକୁ ଦେଖିଲେ ଆପଣଙ୍କ ମୁହଁରେ ମଧ୍ୟ ହସ ଫୁଟି ଉଠିବ। ଭିଡିଓରେ କାର୍ଡିଓଲୋଜିଷ୍ଟ୍ […]
ହାଇଦ୍ରାବାଦ: ସ୍ୱାମୀଙ୍କୁ ଛାଡ଼ି ଆଉ ଜଣେ ଯୁବକଙ୍କ ସହ ଫେରାର ହୋଇଗଲେ ପତ୍ନୀ। ଆଉ ପତ୍ନୀ ଛାଡ଼ି ଚାଲିଯିବା ଦୁଃଖରେ ହତ୍ୟାକାରୀ ସାଜିଲେ ସ୍ୱାମୀ। ସମ୍ପୃକ୍ତ ବ୍ୟକ୍ତି ଗୋଟିଏ ପରେ ଗୋଟିଏ ଏପରି ୧୮ଜଣ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶେଷରେ ୪୫ ବର୍ଷୀୟ ଏହି ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ପୋଲିସ୍ ଗିରଫ କରିଛି। ସେ ପଥର କାଟନ୍ତି ବୋଲି ଜଣାପଡ଼ିଛି। ହାଇଦ୍ରାବାଦରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସୂଚନା ଅନୁସାରେ, ୨୧ ବର୍ଷ ବୟସରେ […]
ନୂଆଦିଲ୍ଲୀ: ଆଜି ସୁନା-ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୨୯୭ ଟଙ୍କା ହ୍ରାସ ପାଇ ୪୮,୮୪୬ ଟଙ୍କାରେ ଟ୍ରେଣ୍ଡ୍ କରୁଥିଲା। ସେହିପରି ରୂପାଦର ୪୦୫ ଟଙ୍କା ହ୍ରାସ ସହ ପ୍ରତି କିଲୋଗ୍ରାମକୁ ୬୬,୧୩୦ ଟଙ୍କାରେ ଟ୍ରେଣ୍ଡ୍ କରୁଥିଲା। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଆଜି ସୁନା ଦର ହ୍ରାସ ଦେଖିବାକୁ ମିଳିଛି। ଆମେରିକାରେ ସୁନା କାରବାର ୭.୭୧ ଡଲାର ହ୍ରାସ ସହ ପ୍ରତି ounceକୁ […]
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ଚାଲିଥିବା ବେଳେ ହଠାତ୍ ଏହା ହିଂସାକାଣ୍ଡର ରୂପ ନେଇଥିଲା। ହିଂସାକାଣ୍ଡରେ ୮ଟି ବସ୍ ଓ ୧୭ଟି ପ୍ରାଇଭେଟ୍ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍ କହିଛି। ପାଖାପାଖି ୨ ମାସ ଧରି ଚାଲିଥିବା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହଠାତ୍ କାହିଁକି ହିଂସାକାଣ୍ଡର ରୂପ ନେଲା, ଏହାର କାରଣ ଖୋଜା ଚାଲିଛି। ସେପଟେ କିଛି ଚାଷୀ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍ ୧୫ଟି ମାମଲା ରୁଜୁ କରିଛି। ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି। ହିଂସାକାଣ୍ଡରେ ୮ଟି ବସ୍ ଓ ୧୭ଟି ପ୍ରାଇଭେଟ୍ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍ କହିଛି। ଗାଜିପୁର୍, ଟିକ୍ରି ଓ ସିଂଘୁ ବର୍ଡରରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ […]
ଜଳନ୍ଧର : ମହଙ୍ଗା ପଡ଼ିଲା ସୋସିଆଲ ମିଡ଼ିଆରେ ପ୍ରେମ କରି ବିବାହ କରିବା । ମହିଳା ନୁହେଁ ଘରୋଇ ହିଂସାର ଶିକାର ହେଲେ ନବ ବିବାହିତ ବର । ପଞ୍ଜାବ ଜଳନ୍ଧରର ଫିଲୋର ଥାନା ଅଞ୍ଚଳରେ ଏହିଭଳି ଏକ ଅଭାବନୀୟ ମାମଲା ସାମ୍ନାକୁ ଆସିଛି। ସରକାରୀ ଚାକିରି କରୁଥିବା ଜଣେ ଯୁବକ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହ ବନ୍ଧୁତା ପରେ ଉଭୟଙ୍କ ପରିବାରର ସହମତିରେ ପ୍ରେମ ବିବାହ ହୋଇଥିଲା। ସମସ୍ତେ ଖୁସି ଥିଲେ, ଜାକଜମକରେ ବିବାହ […]
ଚୀନ୍ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ସର୍ବସମ୍ମୁଖକୁ ଆସିଲେ ‘ଆଲିବାବା’ର ପ୍ରତିଷ୍ଠାତା ଜ୍ୟାକ୍ ମା।ବୁଧବାର ଦିନ ଜ୍ୟାକ୍ ମା ଏକ ଅନ୍ଲାଇନ୍ କନ୍ଫରେନ୍ସରେ ୧୦୦ଜଣ ଗ୍ରାମୀଣ ଶିକ୍ଷକଙ୍କ ସହ ଭିଡିଓ ଜରିଆରେ ଏକ ବୈଠକ କରିଥିବା ସ୍ଥାନୀୟ ଗଣମାଧ୍ୟମର ଖବର ଅନୁସାରେ ଜଣାପଡ଼ିଛି । ଗ୍ରାମୀଣ ଶିକ୍ଷାର ସଫଳତା ରୂପାୟନ ପାଇଁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଚାରିଆଡ଼ୁ ଚାପ ବଢ଼ିବା ପରେ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ […]
ବରଗଡ଼: ଚାହୁଁ ଚାହୁଁ ଆଖି ସାମ୍ନାରେ ଜଳିଗଲା ଚଳନ୍ତା କାର୍। ବରଗଡ଼ ଭଟଲି ଛକରେ ଚଳନ୍ତା କାର୍ରେ ଗତକାଲି ନିଆଁ ଲାଗି ଯାଇଥିଲା। ସୌଭାଗ୍ୟବଶତଃ, ଗାଡ଼ି ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭଟଲି ଛକ ଦେଇ ଯାଉ ଥିବାବେଳେ ହଠାତ୍ କାର୍ରୁ ଧୁଆଁ ବାହାରୁ ଥିବା ଡ୍ରାଇଭର୍ ଦେଖିବାକୁ ପାଇଥିଲେ। ତୁରନ୍ତ ଗାଡ଼ିରୁ ବାହାରି ଆସିବା କ୍ଷଣି ସେଥିରେ ନିଆଁ ଲାଗି ଯାଇଥିଲା। କିଛି ସମୟ ଭିତରେ କାର୍ଟି ହୁତ୍ ହୁତ୍ ହୋଇ ଜଳି ଯାଇଥିଲା। ଅଗ୍ନିଶମ […]
ହାଇଦ୍ରାବାଦ : ପୁଅକୁ ଦେହରେ ନିଆଁ ଲଗାଇ ଦେଲା ରାକ୍ଷସ ବାପା । ପାଠ ପଢ଼ିଲାନି ବୋଲି ୧୦ ବର୍ଷର ପୁଅ ଦେହରେ ନିଜ ବାପା ନିଆଁ ଲଗାଇ ଦେଇଛି । ଫଳରେ କୁନି ପୁଅର ଶରୀରର ୬୦ ପ୍ରତିଶତ ପୋଡ଼ିଯାଇଛି । ଚିକିତ୍ସା ପାଇଁ ତାଙ୍କୁ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବିବାର ରାତିରେ ହାଇଦ୍ରାବାଦର କୁକାଟପଲ୍ଲୀ ହାଉସିଂ ବୋର୍ଡ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ହାଇଦ୍ରାବାଦର କୁକାଟପଲ୍ଲୀ ଅଞ୍ଚଳରେ […]
କର୍ଣ୍ଣାଟକ ଧାରୱାଡ଼ରେ ସଡ଼କ ଦୁର୍ଘଟଣା, ମିନି ବସକୁ ଧକ୍କା ଦେଲା ଟ୍ରକ୍ ଡ୍ରାଇଭର ସମେତ ମିନି ବସରେ ବସିଥିବା ୧୭ ମହିଳା ଡାକ୍ତର ମୃତ ୧୦ ଜଣ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି ସିଙ୍ଗଲ୍ ଲେନ୍ ରାଜପଥରେ ପ୍ରତିଦିନ ଦୁର୍ଘଟଣା, ଲୋକେ ଅସନ୍ତୁଷ୍ଟ ଧାରୱାଡ଼ : କର୍ଣ୍ଣାଟକର ଧାରୱାଡ଼ରେ ଭୟଙ୍କର ଦୁର୍ଘଟଣା । ମିନି ବସକୁ ପ୍ରବଳ ଜୋରରେ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୧୭ ମହିଳା ମହିଳା ଡାକ୍ତରଙ୍କ ମୃତ୍ୟୁ […]
ଜୟପୁର : ସ୍ୱାମୀ ଓ ସ୍ତ୍ରୀର ପବିତ୍ର ସମ୍ପର୍କରେ କଳଙ୍କର ଛିଟା। ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିବା ସ୍ୱାମୀ ବିଶ୍ୱାସରେ ବିଷ ଦେଇ ସ୍ତ୍ରୀର ଇଜ୍ଜତକୁ ବଜାରରେ ନିଲାମ କରିଦେଲା। ସବୁଦିନ ପାଇଁ ରକ୍ଷା କରିବାର ଭରସା ଦେଇ ସ୍ତ୍ରୀକୁ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା ପିଶାଚ ସ୍ୱାମୀ । ରାଜସ୍ଥାନର ଜାଲୋର କୋତବାଲି ଥାନାରେ ପୀଡ଼ିତାଙ୍କ ମା’ ଅଭିଯୁକ୍ତ ଜ୍ୱାଇଁ ଓ ତାଙ୍କ ସାଥୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏଭଳି ଘୃଣ୍ୟ ଓ […]
ମୁମ୍ବାଇ : ସ୍ୱାମୀ ସାଜିଲା ସଇତାନ୍। ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ଠେଲିଦେଲା ପିଶାଚ ସ୍ୱାମୀ। ଟ୍ରେନରୁ ଖସିପଡ଼ିବା ପରେ ମହିଳା ଜଣକର ମୃତ୍ୟୁ ହୋଇଛି । ଗତ ସୋମବାର ଅପରାହ୍ନରେ ଏହି ଘଟଣା ଘଟିଛି । ଲୋକାଲ ଟ୍ରେନରେ ଯାଉଥିବା ବେଳେ ଚେମ୍ବୁର ଏବଂ ଗୋଭାଣ୍ଡି ରେଳ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ୍ । ଦୁଇ ମାସ ପୂର୍ବରୁ ଉଭୟଙ୍କର ବିବାହ ହୋଇଥିଲା । ମୁମ୍ବାଇର […]
ମୁମ୍ୱାଇ : ୩୫ ବର୍ଷୀୟ ପ୍ରନ୍ସିପାଲଙ୍କୁ ଯୌନ ଶୋଷଣ ଏବଂ ଅସଦାଚରଣ କରୁଥିବା ଅଭିଯୋଗରେ ଦୁଇଜଣ ଯୁବକ ଗିରଫ । ପୀଡ଼ିତାଙ୍କ ଅଭିଯୋଗ ପରେ ମହାରାଷ୍ଟ୍ରର ୱାଡାଲା ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡ଼ିତାଙ୍କୁ ଫୋନ୍ କରି ଅଶ୍ଳୀଳ କଥାବାର୍ତ୍ତା କରିବା ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦୁଇ ଅଭିଯୁକ୍ତ। ଦୁଇ ଅଭିଯୁକ୍ତ ନଭି ମୁମ୍ବାଇର ଘାନସୋଲି ନିବାସୀ୨୫ ବର୍ଷିୟ ସୁରଜ ସିଦ୍ଧାର୍ଥ କାମ୍ବଲେ ଏବଂ ୩୧ ବର୍ଷିୟ ମନୋଜ ଲକ୍ଷ୍ମଣ ଦେବରୁକର ବୋଲି […]