ଆଉ ଏକ କରୋନା ଔଷଧ ଭିରାଫିନ୍କୁ ମିଳିଲା ମଂଜୁରୀ। ଜରୁରୀକାଳୀନ ବ୍ୟବହାର ପାଇଁ ମଂଜୁରୀ ଦେଲା DGCI। ଜାଏଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ ହେଉଛି ଔଷଧ ଭିରାଫିନ୍। ତେବେ ଦେଶରେ କରୋନା ହୁ ହୁ ହୋଇ ବଢୁଥିବାରୁ ସ୍ଥିତି ଏକ ପ୍ରକାର ସଙ୍ଗୀନ ହୋଇଛି।
ଭୟଙ୍କର ହେଲାଣି କରୋନା। ନିଜର କରାଳ ଆଁରେ ପୂରା ଦେଶକୁ ଗ୍ରାସ କଲାଣି ମହାମାରୀ। ଆଉ ଏତିକି ବେଳେ ଦାଉ ସାଧୁଛି ଅକ୍ସିଜେନ୍ ଅଭାବ। ସ୍ଥିତି ଏମିତି ହେଲାଣି ଯେ, କେବଳ ଅକ୍ସିଜେନ୍ର ଅଭାବ ଲାଗି ଶତାଧିକ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି।
ପୁଣି ଥରେ ବଢିବାକୁ ଯାଉଛି ପେଟ୍ରୋଲ ଓ ଡ଼ିଜେଲ୍ର ଦାମ। ଏହି ମାସ ଶେଷ ବେଳକୁ ୨ ରୁ ୩ ଟଙ୍କା ବଢିପାରେ ତୈଳ ଦର। ଜାତୀୟ ଗଣମାଧ୍ୟମରୁ ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ଦେଶରେ ଚାଲିଥିବା ବିଧାନସଭା ନିର୍ବାଚନ ପରେ ଏହି ନୂଆ ଦର ଲାଗୁ ହେବ।
କରୋନା ଦାଉରୁ ରକ୍ଷା ପାଇବା ଲାଗି ତ୍ରାହି ତ୍ରାହି ଡ଼ାକିଲାଣି ବିଶ୍ୱ। ଦୀର୍ଘ ୧ ବର୍ଷରୁ ଅଧିକ ସମୟ ହେବ ବିଶ୍ୱର ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି କରୋନା। ଅଦୃଶ୍ୟ ମହାମାରୀ ସହ କେମିତି ଲଢେଇ କରିବ ମଣିଷ ସେନେଇ ଅନେକ ଗବେଷଣା ବି ଚାଲିଛି।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବିଧାନସଭାର ୪୩ଟି ଆସନରେ ଭୋଟ ହେଉଛି।
ଦେଶରେ କରୋନା ସ୍ଥିତି ସଙ୍ଗୀନ ହେଲାଣି। ମାତ୍ର ୨୪ ଘଂଟାରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍ ହୋଇଛି। ସେହିପରି ଭାବରେ ୨୧୦୪ ଜଣ ପ୍ରାଣ ନେଇଛି କରୋନା।
ସାହାଯ୍ୟ ପାଇଁ ଆଗେଇ ଆସିଲେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ କମ୍ପାନୀ ନିଜର ଗୁଜରାଟର ଜାମନଗର୍ରେ ଥିବା ରିଫାଇନାରୀରେ ପ୍ରତିଦିନ ପାଖାପାଖି ୭୦୦ ଟନରୁ ଅଧିକ ଅକ୍ସିଜେନ୍ ତିଆରି କରୁଛି।
ଦେଶବ୍ୟାପି କରୋନା ସଂକ୍ରମଣର ସଙ୍କଟ ଭିତରେ ପ୍ରବାସୀ ଶ୍ରମିକଙ୍କୁ ନେଇ ବଢୁଛି ଚିନ୍ତା। କେଉଁଠି କର୍ଫ୍ୟୁ ତ କେଉଁଠି ଲକ୍ଡାଉନ୍ ଭିତରେ ଘରମୁହାଁ ହେଉଛନ୍ତି ପ୍ରବାସୀ। ଫଳରେ ବସଷ୍ଟାଣ୍ଡରୁ ରେଳଷ୍ଟେସନ ଯାଏଁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି।
ସାରା ବିଶ୍ୱରେ ହାହାକାର ଖେଳାଇଛି କରୋନା। କେବଳ ଆମ ଦେଶରେ ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି। ବିଶେଷ କରି ଅକାଳରେ ଯେଉଁମାନଙ୍କ ଜୀବନ ଯାଉଛି, ତାହା ଅଧିକ ଦୁଃଖ ଦେଉଛି। ଏପରିକି କେତେକ ନିଜ ମୃତ୍ୟୁର ଆଭାସ ମଧ୍ୟ ପାଇ ଯାଉଛନ୍ତି ମୁମ୍ବାଇର ଜଣେ ମହିଳା ଡାକ୍ତର
ଅଦୃଶ୍ୟ ମହାମାରୀର ମାୟାଜାଲରେ ଛନ୍ଦି ହୋଇ ପଡ଼ିଛି ମଣିଷ। କେମିତି ଏହି ଜାଲରୁ ନିଜ ବଂଚାଇନେବା ସେହି କଥା ଦିନରାତି ଚିନ୍ତା କରୁଛି ସତ କିଛି ଉପାୟ ମିଳୁନାହିଁ। ମହାମାରୀ ଏତେ ଉଗ୍ରରୂପ ଧାରଣ କଲାଣି ଯେ, ତାହାର ସମ୍ନା କରିବାକୁ କେହି ସାହାସ କରୁନାହାନ୍ତି।
ଭୟଙ୍କର ହେବାରେ ଲାଗିଛି କରୋନା। କହିବାକୁ ଗଲେ, ମହାରାଷ୍ଟ୍ରରେ କରୋନାର ସ୍ଥିତି ସଙ୍ଗୀନ ହେଲାଣି। କହିବାକୁ କରୋନାର ଦ୍ୱିତୀୟ ଲହର ସାରା ଦେଶକୁ କବଳିତ କରି ରଖିଛି।
ସୂଚନା ଅନୁସାରେ, ଏହି ଦୁର୍ଘଟଣା ହେବା ପରେ ମେଡିକାଲରେ ଅକ୍ସିଜେନ୍ ସପ୍ଲାଏ ବନ୍ଦ ହୋଇଯାଇଛି। ଏହି ଦୁର୍ଘଟଣା ଘଟିବା ସମୟରେ ମେଡିକାଲରେ ଭେଂଟିଲେଟରରେ ପାଖାପାଖି ୨୩ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ହେଲେ ଏମିତି କାହିଁକି ଦୁର୍ଘଟଣା ହେଲା ତାହାର ଅନୁଧ୍ୟାନ କରିବା ଲାଗି ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ପ୍ରାଥମିକ ସୂଚନା ମିଳିଛି।
କରୋନାକୁ ନେଇ ବଡ଼ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ କରୋନା ସ୍ଥିତି ଭୟଙ୍କର ଭାବରେ ବଢିବାରେ ଲାଗିଛି। ଆଉ ତାହାକୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି
ଦିନକୁ ଦିନ ବଢିବାରେ ଲାଗିଛି କରୋନା। କହିବାକୁ ଗଲେ, ମହାରାଷ୍ଟ୍ରରେ କରୋନାରେ ଆଉ ଲଗାମ୍ ନାହିଁ। ତେଣୁ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରିବାକୁ ଉଦ୍ଧବ ଠାକରେ ନିଷ୍ପତ୍ତି ନେଉଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏନେଇ ଖୁବ୍ଶୀଘ୍ର ଘୋଷଣା ହେବ ବୋଲି ଜଣାପଡ଼ିଛି।
କରୋନାରେ ସଂକ୍ରମିତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ। ପତ୍ନୀ କରୋନାରେ ସଂକ୍ରମିତ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅପରାହ୍ନରୁ କ୍ୱାରେଣ୍ଟାଇନ୍ ଅର୍ଥାତ୍ ସଂଗରୋଧରେ ରହିଛନ୍ତି।
ଦେଶରେ କରୋନା ସ୍ଥିତି ସଙ୍ଗୀନ ହେଲାଣି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି
କରୋନା। ଏହି ନାଁ ଶୁଣିଲେ ଏବେ ସମସ୍ତଙ୍କ ଛାତିରେ ଛନକା ପଶିଛି। ମହାମାରୀ ନିଜ ଉଗ୍ର ରୂପ ଏପରି ଭାବରେ ଦେଖାଉଛି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ସଫଳ ମୁକାବିଲା କେମିତି କରାଯାଇପାରିବ ସେନେଇ ଘନ ଘନ ବୈଠକ ଓ ସମୀକ୍ଷା କରିବାରେ ବ୍ୟସ୍ତ ଅଛନ୍ତି।
ଭୟଙ୍କର ହେବାରେ ଲାଗିଛି କରୋନା। ସ୍ଥିତି ଅନିୟନ୍ତ୍ରିତ ହେଲାଣି। ତେଣୁ ବାଧ୍ୟ ହୋଇ ଝାଡ଼ଖଣ୍ଡକୁ ଲକଡାଉନ ଘୋଷଣା କଲେ ଝାଡ଼ଖଣ୍ଡ ସରକାର।
କରୋନାରେ ସଂକ୍ରମିତ ହେଲେ ରାହୁଲ ଗାନ୍ଧୀ। ପଜିଟିଭ୍ ଆକ୍ରାନ୍ତ ହେବା ପରେ ନିଜ ଟ୍ୱିଟ୍ର ହ୍ୟାଣ୍ଡଲରୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାହୁଲ ଗାନ୍ଧୀ। ଏଠାରେ କହିରଖୁଛୁ, ଦେଶରେ ସଙ୍ଗୀନ ହେବାରେ ଲାଗିଛି କରୋନା।
ସଂକ୍ରମଣ ଥମିବାରେ ନା ନେଉନାହିଁ। ଦେଶରେ ଲାଗାତର ଭାବରେ ରେକର୍ଡ ପରେ ରେକର୍ଡ କରିଚାଲିଛି କରୋନା। ସଂକ୍ରମଣର ହାର ଓ ମୃତ୍ୟୁ ସଂଖ୍ୟା ବଢିଚାଲିଥିବାରୁ ଏବେ ସମସ୍ତେ ଚିନ୍ତାରେ ଅଛନ୍ତି।
ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଅଦୃଶ୍ୟ ମହାମାରୀ ସହ ଲଢେଇ କରି କରି ଥକି ପଡିଲାଣି ମଣିଷ ସମାଜ। ଗୋଟିଏ ପଟେ ପ୍ରତିଦିନ ମହାମାରୀ ବଢିଚାଲିଥିବା ବେଳେ ଏବେ ପୁଣି ଏକ ନୂଆ ସମସ୍ୟା ଦେଖାଯାଇଛି।
ଭାରତରେ ୩୩ କୋଟି ଦେବତାଙ୍କୁ ଆରାଧନା କରାଯାଏ, ଏକଥା ଆମେ ସମସ୍ତେ ଜାଣିଛନ୍ତି। ଏହାରି ମଧ୍ୟରେ ଦେଶରେ ୪ ଧାମ ଓ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବାକୁ ପ୍ରତିବର୍ଷ ଲକ୍ଷାଧିକ ତୀର୍ଥ ଯାତ୍ରା କରିବାକୁ ଯାଉଥିବା ଦେଖାଯାଏ। ଆଉ ଅମରନାଥ ଯିବାର ମଜା କିଛି ନିଆରା।
ବଙ୍ଗରେ ଆଉ ଅଧିକ ସମୟ ପ୍ରଚାର କରିବେ ନାହିଁ ଦିଦି। ଦେଶରେ ଲଗାତାର ସଂକ୍ରମଣ ହାର ବଢୁଥିବାରୁ ଦିଦି ଏମିତି ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରଚାର ସଂପୂର୍ଣ୍ଣ ବନ୍ଦ କରିବେ ନାହିଁ ବରଂ ପ୍ରଚାର ସମୟକୁ କମାଇ ଦେବେ ବୋଲି ସୂଚନା ମିଳିଛି।
ବ୍ରିଟେନର ରାଜା ଫିଲ୍ପପଙ୍କୁ ଅନ୍ତିମ ବିଦାୟୀ ଦିଆଯାଇଛି। ସେଣ୍ଟ ଜର୍ଜ ଚାପେଲରେ ତାଙ୍କ ମରଶରୀର ସମାଧୀ ହୋଇଛି। ରାଜ ପରିବାରର ଅନ୍ୟ ୨୪ ସଦସ୍ୟଙ୍କ କବର ନିକଟରେ ଫିଲିପଙ୍କୁ ସମାଧିସ୍ଥ କରାଯାଇଛି। ବ୍ରିଟିଶ ରାଜକୀୟ ପରମ୍ପରା ଅନୁସାରେ ଫିଲିପଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ଚିନ୍ତା ବଢାଉଛି କରୋନା। ଦେଶରେ ଦୈନିକ ରେକର୍ଡ ପରେ ରେକର୍ଡ କରୁଛି ସଂକ୍ରମିତଙ୍କ ସଂଖ୍ୟା। ସ୍ଥିତି ଏମିତି ହେଲାଣି ଯେ, ଅନେକ ସ୍ଥାନରେ ଲୋକେ ଘରୁ ବାହାରିବା ପୂର୍ବରୁ ଶହେ ଥର ଚିନ୍ତା କରୁଛନ୍ତି।