ହାଇଦରର ଫେରାର ପଛରେ ଅଛନ୍ତି ତା ପରିବାର। ଘଟଣାଦିନ ଏସସିବିରେ ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ନିଲମ୍ବିତ କନଷ୍ଟେବଳ ମହମ୍ମଦ ମୌସିମଙ୍କ ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରୁ ଏହା ସ୍ପଷ୍ଟ ହେଉଛି। ହାଇଦରକୁ ଫେରାର କରିବାରେ ତା ପୁଅ, ଶଳା ଓ ପୁତୁରା ସୁଚିନ୍ତିତ ଷଡ଼ଯନ୍ତ୍ର ଥିବା ସେ ଦର୍ଶାଇଛନ୍ତି।
ମମତା ବାନାର୍ଜୀଙ୍କୁ ପ୍ରଚାର କରିବାକୁ ବ୍ୟାନ ଲଗାଇଲେ ଭାରତୀୟ ନିର୍ବାଚନ କମିଶନ। ଆଜି ରାତି ୮ଟାରୁ କାଲି ରାତି ୮ଟା ପର୍ଯ୍ୟନ୍ତ ବ୍ୟାନ କରିଛନ୍ତି କମିଶନ। ୨୪ ଘଂଟା ଲାଗି ବ୍ୟାନ କରିଛନ୍ତି ନିର୍ବାଚନ କମିଶନ। ତେବେ ଏହି ସମୟରେ ଦିଦି ପ୍ରଚାର ମୈଦାନକୁ ଓହ୍ଲାଇପାରିବେ ନାହିଁ ସୂଚନା ମିଳିଛି।
ଭୟଙ୍କର ହେଲାଣି କରୋନା। କହିବାକୁ ଗଲେ କରୋନା ମହାମାରୀକୁ ଆୟତ୍ତ କରିବା ଲାଗି ଆଉ କୌଣସି ପନ୍ଥା ବି କାମ କରୁନାହିଁ। ସ୍ଥିତି ଏମିତି ହେଲାଣି ଯେ, କେତେବେଳେ କାହାକୁ ଗ୍ରାସ କରୁଛି କରୋନା ତାହାର କୌଣସି ସୂଚନା କାହା ପାଖରେ ନାହିଁ
ମହାରାଷ୍ଟ୍ରରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ପରବର୍ତ୍ତୀ ନିର୍ଦେଶ ଯାଏ ପରୀକ୍ଷା ସ୍ଥଗିତ ରଖିଛନ୍ତି ସରକାର। କୋଭିଡ ସଂକ୍ରମଣ ବଢୁଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର। ତେବେ ପରୀକ୍ଷା ସମ୍ପର୍କରେ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡା ସୂଚନା ଦେଇଛନ୍ତି
ଭାରତରେ ଋଷ ଟିକା ସ୍ପୁଟନିକ-ଭିକୁ ମିଳିଲା ମଞ୍ଜୁରି । ତୃତୀୟ କରୋନା ଟିକା ଭାବେ ଭାରତରେ ବ୍ୟବହାର ପାଇଁ ମିଳିଲା ଅନୁମତି। ପୂର୍ବରୁ କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି ମିଳିସାରିଛି। ଦେଶରେ କରୋନାର ଦ୍ୱିତୀୟ ଲହର ତା’ର କାୟା ବିସ୍ତାର କରିବାରେ ଲାଗିଛି
ନୂଆଦିଲ୍ଲୀ: ଘୂର୍ଣ୍ଣିବାତ୍ୟା ନାଁ ଶୁଣିଲେ ସମସ୍ତଙ୍କ ମନରେ ଆତଙ୍କ ଖେଳିଯାଏ। କାରଣ ଏହା ଏମିତି ଏର ପ୍ରାକୃତିକ ବିପର୍ଯ୍ୟୟ ଯାହା ମାତ୍ର କେହି ମୁହୂର୍ତ୍ତରେ ସାରା ଦୁନିଆକୁ ଛାରଖାର କରିଦେଇଥାଏ। ତେବେ ଏହାରି ମଧ୍ୟରେ ପଶ୍ଚିମ ଅଷ୍ଟ୍ରେଲିଆରେ ଘୃର୍ଣ୍ଣିବାତ୍ୟା ନେଇ ସତର୍କ ଜାରି କରିଛନ୍ତି ପାଣିପାଗ ବିଭାଗ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏକାଥରେ ୨ଟି ସାମୁଦ୍ରିକ ବାତ୍ୟା ଅଷ୍ଟ୍ରେଲିଆରେ ସୃଷ୍ଟି ହୋଇଛି। ଏହି ଦୁଇଟି ସାମୁଦ୍ରିକ ବାତ୍ୟା ଅଲଗା ଅଲଗା ହୋଇଥିବାରୁ ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ଯିବା […]
ଫୁଟିଲା ଗୁଳି, ବୋହିଲା ରକ୍ତ। ବଙ୍ଗ ଲଢ଼େଇର ଚତୁର୍ଥ ଚରଣରେ ସୀମା ଟପିଲା ହିଂସା, ତାଣ୍ଡବ କଲା ମୃତ୍ୟୁ। କୋଚ୍ବିହାର ଜିଲ୍ଲା ସଂରକ୍ଷିତ ଆସନ ଶୀତଲକୁଚିରେ ଆଜି ପାଞ୍ଚ ଜଣଙ୍କ ଜୀବନ ଯାଇଛି।
କରୋନାର ଦ୍ୱିତୀୟ ଲହର ବଳ ଜୁଟାଇବା ପରେ ଆଉ ଥରେ ଉତ୍କଟ ଓ ଦୟନୀୟ ସ୍ଥିତି ଦେଖାଦେଇଛି। ଖାଲି ହସ୍ପିଟାଲ ନୁହେଁ, ଶ୍ମଶାନ ଘାଟରେ ବି ଅଣନିଶ୍ୱାସୀ ଓ ଆକାମାକ୍ତା ମଣିଷ।
କାମାକ୍ଷାନଗର(ବିଦ୍ୟାଧର ବରାଳ): ବିସ୍ମୟ ଭାଇ ଭଉଣୀ। ଆଖି ବନ୍ଦକରି କରୁଛନ୍ତି କରିସ୍ମା। ବନ୍ଦ ଆଖିରେ ପଢି ପାରୁଛନ୍ତି ବହି ଏବଂ ଏଟିଏମ କାର୍ଡ ନମ୍ବର। ଢ଼େଙ୍କାନାଳ ଭୁବନର ବିସ୍ମୟ ଭାଇ ଭଉଣୀ ରଶ୍ମିରଂଜନ ଓ ନିବେଦିତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଏହି ଦୁଇ ଜଣଙ୍କୁୁ ଦେଖିବା ପାଇଁ ଏବେ ଲୋକମାନେ ଲମ୍ବା ଲାଇନ୍ ଲଗାଇଛନ୍ତି। ଆଖିରେ ବନ୍ଧା ହୋଇଛି କପଡା ତଥାପି ବହି ପଢି ପାରୁଛନ୍ତି, ରଙ୍ଗ କହି ପାରୁଛନ୍ତି। ଏହି ଭାଇ ଉଭଣୀ […]
ବିଜେପି ସମର୍ଥନରେ ଲୋକଙ୍କ ଆକୁଣ୍ଠ ସମର୍ଥନ ଦେଖି ମମତା ଦିଦିଙ୍କ ଗୁଣ୍ଡା ମାନେ ଏପରି କରିଛନ୍ତି। ନିର୍ବାଚନ କମିଶନ ମାମଲାରେ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୋଦି ଦାବି କରିଛନ୍ତି। ଆଜି କୁଚବିହାରରେ ନିର୍ବାଚନରେ ବେଳେ ଗୁଳି ମାଡ଼ରେ ୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି
ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ପୁସ୍ତକ ଓଡ଼ିଶା ଇତିହାସ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ଉପସ୍ଥିତ ଓଡ଼ିଶାର ବିବିଧତାଭରା ଇତିହାସ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ବୋଲି କହିଲେ ମୋଦି ପୁସ୍ତକର ହିନ୍ଦୀ ଅନୁବାଦ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚିବା ସହଜ ହେବ ହରେକୃଷ୍ଣ ମହତାବଙ୍କ ପରି ବ୍ୟକ୍ତିତ୍ୱ ବିରଳ ବୋଲି କହିଲେ ମୋଦି ସାମାଜିକ ଭେଦଭାବ ବିରୋଧରେ ଲଢ଼େଇ କରିଥିଲେ ହରେକୃଷ୍ଣ ଓଡ଼ିଶାର […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୧,୯୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୭୮୦ ଜଣଙ୍କ ଯାଇଛି ଜୀବନ। ଏହାସହ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୩୦,୬୦,୫୪୨ରେ ପହଞ୍ଚିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ଭାଇରସ୍ ଜନିତ ମହାମାରୀ ବ୍ୟାପିବା ଦିନ […]
ପୁଣି ଥରେ ଶିକ୍ଷାନୁଷ୍ଠାନରେ ବ୍ୟାପିବାରେ ଲାଗିଲାଣି କରୋନା। କ୍ରମାଗତ ଭାବରେ କରୋନା ସଂକ୍ରମଣ ବଢୁଥିବାରୁ ଏବେ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ
କରୋନା ସଂକ୍ରମଣ ବଢୁଥିବାରୁ ଚିନ୍ତାରେ ସାରା ଦେଶ। ଆଉ ଏହାରି ମଧ୍ୟରେ ପରୀକ୍ଷା ବାତିଲ ହେବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ସୂଚନା ଅନୁସାରେ, କରୋନା ସଂକ୍ରମଣ ବଢ଼ୁଥିବାରୁ ସିବିଏସଇର ପ୍ରସ୍ତାବିତ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବା ପାଇଁ ଅନେକ ଶିକ୍ଷାର୍ଥୀ ଜୋରଦାର ଦାବି କରିଛନ୍ତି।
ଦେଶରେ ଧୀରେ ଧୀରେ ଭୟାନକ ହେବାରେ ଲାଗିଛି ସଂକ୍ରମଣ। କହିବାକୁ ଗଲେ କରୋନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଆଉ ଏହାରି ମଧ୍ୟରେ କରୋନା ସ୍ଥିତି ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆଗାମୀ ୨ରୁ ୩ ସପ୍ତାହ ସତର୍କ ରୁହ ଦେଶରେ ପୁଣି ଥରେ ଜଟିଳ ସ୍ଥିତି ଉପୁଜିବା ସମ୍ଭାବନା ଦେଶରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଲକଡାଉନ ଜରୁରୀ ନୁହେଁ ଗୋଟିଏ ରାଜ୍ୟକୁ ସମ୍ପୂର୍ଣ୍ଣ ଟୀକାଦେବା ସମ୍ଭବ ନୁହେଁ ଆମକୁ ଦେଶର ସବୁ ରାଜ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ ଆମେ ପୂର୍ବବର୍ଷ ପରି ଏଥର ବି କରୋନା ଉପରେ ବିଜୟ ଲାଭ କରିବା ନୂଆଦିଲ୍ଲୀ: କରୋନାକୁ ନେଇ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଚାଲିଛି। କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା […]
ରାୟପୁର: ମାଓବାଦୀଙ୍କଠାରୁ ମୁକୁଳିଲେ ଅପହୃତ ଯବାନ ରାକେଶ୍ୱର ସିଂ ମାନ୍ହାସ। ରାକେଶ୍ୱର ମୁକୁଳିଥିବା ନେଇ ଜାତୀୟ ଗଣମାଧ୍ୟମ ANI ପକ୍ଷରୁ ସୂଚନା ଦିଆଯାଇଛି। ରାକେଶ୍ୱରଙ୍କୁ ନେଇ ସସପେନ୍ସ ଲାଗିରହିଥିଲା। ମାଓବାଦୀମାନେ ତାଙ୍କୁ ଅପହରଣ ୬ ଦିନ ପରେ ଛାଡ଼ିଛନ୍ତି। ରାକେଶଙ୍କୁ ଛଡ଼ାଯାଇଥିବା ନେଇ ବିଜାପୁର ଏସ୍ପି ସୂଚନା ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁସ୍ଥ ରହିଛି ବୋଲି ସେ କହିଛନ୍ତି। ବିଜାପୁରରେ ଯବାନଜଣଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ। ତେବେ ନିଖୋଜ ଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସ୍ଙ୍କର […]
ନୂଆଦିଲ୍ଲୀ: ଦେଶରେ ବେକାଉ ହେଲାଣି କରୋନା। ଲଗାତାର ବଢିବାରେ ଲାଗିଛି ସଂକ୍ରମଣ। ଆଉ ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟ ଲକଡାଉନ ଓ ସଟଡାଉନ ଆରମ୍ଭ ବି କଲେଣି। ଆଉ ଏହାରି ମଧ୍ୟରେ ନୋଏଡାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ସଂକ୍ରମଣ ବଢୁଥିବାରୁ ଆଜିଠାରୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ନୋଏଡାରେ ନାଇଟ କର୍ଫ୍ୟୁ ଲାଗୁ କରାଯିବ ବୋଲି ଜଣାପଡିଛି । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯିବ ବୋଲି ଜଣାପଡ଼ିଛି। ତେବେ […]
ସାଧାରଣ ଭାବରେ ହାତୀ ଉପରେ ବସି ଲୋକମାନେ ବୁଲନ୍ତି। ଏମିତିରେ ବି ଖରାଦିନରେ ଗାଁକୁ ଗାଁ ମାହୁନ୍ତମାନେ ହାତୀ ନେଇ ଗାଁକୁ ବୁଲିବାକୁ ଆସନ୍ତି। କାରଣ ହାତୀ ପୋଷ ମାନେ ଆମେ ସମସ୍ତେ ଜାଣନ୍ତି। କିନ୍ତୁ ଆମେ ଏମିତି ଏକ ହାତୀ କଥା କହୁଛୁ ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ମାସ୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ସମ୍ପ୍ରତି କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ନିର୍ବାଚନ ପ୍ରଚାର ଅଭିଯାନରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଲାଗି ‘ମାସ୍କ୍’ ପିନ୍ଧିବା ବାଧ୍ୟତାମୂଳକ କରାଯାଉନାହିଁ କାହିଁକି ବୋଲି ଏକ ପିଟିସନ୍କୁ ଆଧାର କରି ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ କମିସନ୍ଙ୍କୁ ପଚାରିଛ
ମହାରାଷ୍ଟ୍ରରେ ସଙ୍ଗୀନ ହେବାରେ ଲାଗିଛି କରୋନା ସ୍ଥିତି। ଏଠାରେ ଲଗାତାର ଭାବରେ କରୋନା ବଢିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ, ଟେଷ୍ଟିଂରେ ବି ଅନେକ ସମସ୍ୟା ଦେଖାଗଲାଣି।
କରୋନା ସଂକ୍ରମଣ ବଢୁଥିବାରୁ ଛତିଶଗଡ଼ର ରାୟପୁର ଜିଲ୍ଲାକୁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର। ସୂଚନା ଅନୁସାରେ, ରାୟପୁର ଜିଲ୍ଲା ସଂପୂର୍ଣ୍ଣ ଲକଡାଉନ ରହିବ। ଆସନ୍ତା ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ଅଣାୟତ୍ତ ଦେଖି ଲକଡାଉନ କରିଛନ୍ତି ସରକାର।
ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ଚାଲିଛି ବିଧାନସଭା ନିର୍ବାଚନ। କିନ୍ତୁ ଏବେ ସମସ୍ତଙ୍କର ପଶ୍ଚିମବଙ୍ଗ ଉପରେ ନଜର ରହିଛି।
ସେପଟେ ମାସ୍କକୁ ନେଇ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ, ଏଣିକି କାରରେ ଏକାକୀ ଗଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ।
ଏଣିକି କାରରେ ଏକାକୀ ଗଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏଣିକି କାରରେ ଏକାକୀ ଡ୍ରାଇଭ୍ କରି ଗଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ଦିଲ୍ଲୀ ହାଇକୋର୍ଟ