ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦୈନିକ କରୋନା ସଂକ୍ରମଣ ପୁଣି ୨୫ ହଜାର ଟପିଥିବା ନେଇ ସୂଚନା ମିଳିଛି। ୨୪ ଘଣ୍ଟାରେ ୨୫ ହଜାର ୩୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୯ ହଜାର ୪୮କୁ ଏହାରି ମଧ୍ୟରେ ବୃଦ୍ଧି ପାଇଛି
୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିପାରେ। ଗତକାଲି ବିଜେପିର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଅନେକ ବିଚାର ବିମର୍ଷ କରାଯାଇଛି। ଏହାସହ ବିଳମ୍ବିତ ରାତିରେ ବୈଠକ ଶେଷ ହୋଇଛି।
ତାଇଓ୍ୱାନରେ ସପୁରୀ ବିପ୍ଳବ। ଚୀନର ଦମନମୂଳକ ନୀତି ବିରୁଦ୍ଧରେ ସପୁରୀକୁ ଅସ୍ତ୍ର କରିଛନ୍ତି ତାଇଓ୍ୱାନବାସୀ। ଫଳରେ ଫସର ଫାଟିଛି ତାଇଓ୍ୱାନ ଅର୍ଥନୀତିକୁ ଦୁର୍ବଳ କରିଦେବା ଲାଗି ଚୀନ୍ କମ୍ୟୁନିଷ୍ଟ ଶାସକଙ୍କ ଷଡ଼ଯନ୍ତ୍ର। ତାଇଓ୍ୱାନକୁ ଚୀନ୍ ନିଜର ଏକ ପ୍ରଦେଶ ଭାବେ ବିବେଚନା କରୁଛି କିନ୍ତୁ ତାଇଓ୍ୱାନ ସ୍ୱତନ୍ତ୍ର ଦେଶ ଭାବେ ରହିବାକୁ ଚାହୁଁଛି
ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ଏଥିରୁ ସୁଫଳ ପାଇ ପାରୁନାହାନ୍ତି ସାଧାରଣ ରୋଗୀ। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏହାର ଏକ ଜ୍ୱଳନ୍ତ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ
ଟ୍ରାକ୍ ଉପରେ ଜଳିଗଲା ଶତାବ୍ଦୀ ଏକ୍ପପ୍ରେସ। ହୁତୁ ହୁତୁ ହୋଇ ଜଳିଗଲା ଟ୍ରେନର ଗୋଟିଏ କମ୍ପାର୍ଟମେଣ୍ଟ୍। ଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକପ୍ରେସରେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଉତ୍ତରାଖଣ୍ଡର କଂସରୋ ନିକଟରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି।
ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୪,୮୮୨ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧୧.୩୩ ନିୟୁତରେ ପହଞ୍ଚିଲାଣି। ଏହାସହ ଗତ ଅଢେଇ ମାସ ମଧ୍ୟରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଚୀନ୍ ବିରୁଦ୍ଧରେ ବିଧିବଦ୍ଧ ସାମରିକ ମେଣ୍ଟ ୪ ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କୁ ନେଇ ୨୦୨୧ କ୍ୱାଡ୍ ବୈଠକ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ସାମିଲ ଚୀନର ବିସ୍ତାରବାଦୀ ନୀତି ବିରୁଦ୍ଧରେ ରଣନୀତି ନେଇ ଆଲୋଚନା ଇଣ୍ଡୋ ପାସିଫିକ୍ ଅଞ୍ଚଳକୁ କଟକଣାମୁକ୍ତ କରିବା ମୁଖ୍ୟ ପ୍ରସଙ୍ଗ ଭାରତରେ ଅଧିକ ଭାକସିନ୍ ପ୍ରସ୍ତୁତି ପାଇଁ ନିବେଶ ସମ୍ପର୍କରେ ଆଲୋଚନା ନୂଆଦିଲ୍ଲୀ: ଚୀନ୍ ବିରୁଦ୍ଧରେ ବିଧିବଦ୍ଧ ସାମରିକ ମେଣ୍ଟ ପ୍ରସ୍ତୁତ ହେଉଛି। ଚୀନର ବଢୁଥିବା ସାମରିକ ଓ ଅର୍ଥନୈତିକ ଅଭିବୃଦ୍ଧିକୁ କାଉଣ୍ଟର […]
ପଶ୍ଚିମବଙ୍ଗ ମହାସଂଗ୍ରାମ ଫୋକସରେ ରହିଛି ନନ୍ଦିଗ୍ରାମ। ଆଜି ଏଠାରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିଦ୍ୱନ୍ଦ୍ୱି ଶୁଭେନ୍ଦୁ ଅଧିକାରୀ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ମୃତି ଇରାନୀଙ୍କ ଉପସ୍ଥିତି ପ୍ରମାଣିତ କରୁଛି ନନ୍ଦିଗ୍ରାମକୁ କେତେ ଗୁରୁତ୍ୱ ଦେଉଛି ବିଜେପି।
ଯେଉଁ ନନ୍ଦିଗ୍ରାମରେ ସଂଗ୍ରାମ କରି କ୍ଷମତାକୁ ଆସିଥିଲେ ମମତା ବାନାର୍ଜୀ, ବିଧାନସଭା ନିର୍ବାଚନ ପୂର୍ବରୁ ସେଇ ନନ୍ଦିଗ୍ରାମରେ ତାଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଛି। ଏହା ପରେ ପଶ୍ଚିମବଙ୍ଗ ରାଜନୀତି ବେଶ୍ ସରଗରମ ବି ହୋଇଛି।
WHO ପକ୍ଷରୁ କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରାଯିବାକୁ ଆଜି ବର୍ଷେ ପୂରିଛି। ଭାରତରେ ସାମଗ୍ରିକ ଭାବେ ସଂକ୍ରମଣ ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ, ଚିନ୍ତା ବଢ଼ାଇଛି ମହାରାଷ୍ଟ୍ର ସମେତ ପ୍ରାୟ ୬ଟି ରାଜ୍ୟ। ନାଗପୁରରେ ଆସନ୍ତା ୧୫ରୁ ସପ୍ତାହେ ପାଇଁ ଲାଗୁ ହେଉଛି ଲକଡାଉନ
ମହାଶିବରାତ୍ରୀ ଅବସରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ହରିଦ୍ୱାର କୁମ୍ଭମେଳାର ପ୍ରଥମ ସାହିସ୍ନାନ। ଦୀର୍ଘ ୧୧ ବର୍ଷ ପରେ ସାହିସ୍ନାନ ଯୋଗ ଥିବାରୁ ପ୍ରାୟ ୨୨ ଲକ୍ଷ ଶ୍ରଦ୍ଧାଳୁ ହରିଦ୍ୱାର ଗଙ୍ଗା ଘାଟରେ ବୁଡ଼ ପକାଇଛନ୍ତି।
ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା କୋଭିଡର ନୂଆ ଷ୍ଟ୍ରେନ୍ ପାଇଁ କୋଭାକ୍ସିନ ଟିକା ପ୍ରଭାବୀ ହୋଇପାରେ। ପ୍ରାଥମିକ ଗବେଷଣାରୁ ଏହା ଜଣାପଡ଼ିଥିବା ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଟ୍ଟର ବିଶେଷଜ୍ଞ କହିଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨,୮୫୪ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ବର୍ତ୍ତମାନ ସମୟରେ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୧୨ କୋଟି ଟପିଯାଇଥିବା ନେଇ ସୂଚନା ମିଳିଛି।
ବାରିପଦା: ଓଡ଼ିଶାରେ କେମିତି କାବୁ ହେବ ଜଙ୍ଗଲ ନିଆଁ ? ରାଜ୍ୟବ୍ୟାପୀ ଦାଉ ଦାଉ ଜଳୁଥିବା ବନାଗ୍ନିର ଧାସ ଆଜି ଦିଲ୍ଲୀ ଛୁଇଁଛି। ସଂସଦ ଭବନରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ସ୍ଥିତି ସଂପର୍କରେ ଅବଗତ କରିଛନ୍ତି, ଆଉ ଉଦବେଗ ବାଢ଼ିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟର ସବୁ ବିଜେପି ସାଂସଦ। ଟୁଇଟ୍ କରି ଧର୍ମେନ୍ଦ୍ର କହିଛନ୍ତି, କେବଳ ଶିମିଳିପାଳ ନୁହେଁ, ରାଜ୍ୟର ସବୁ ସମ୍ବେଦନଶୀଳ ଜଙ୍ଗଲରେ […]
କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି। ନନ୍ଦିଗ୍ରାମରେ ମମତାଙ୍କ ଉପରକୁ ଆକ୍ରମଣ ହୋଇଛି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମମତା ନିଜେ ଏହି ଆସନରୁ ନାମାଙ୍କର ଦାଖଲ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଓ କିଏ ଆକ୍ରମଣ କରିଛି ସେନେଇ କୌଣସି ସୂଚନା ମିଳିନାହିଁ। #ମମତା_ଦିଦିଙ୍କୁ_ଆକ୍ରମଣ_ଅଭିଯୋଗ ମମତା ବାନାର୍ଜିଙ୍କୁ ଆକ୍ରମଣ ଅଭିଯୋଗ। ନନ୍ଦିଗ୍ରାମରେ ୪ରୁ ୫ ଜଣ ତାଙ୍କୁ ଆକ୍ରମଣ କରିଥିବା କହିଲେ ଦିଦି। […]
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ତୀରଥ ସିଂହ ରାଓ୍ଵତ୍। ଅନେକ ପୁରୁଖା ନେତାଙ୍କୁ ପଛରେ ପକାଇ ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଥିଲେ ତିରଥ। ୨୦୧୩ ଫେବ୍ରୁଆରୀ ୯ରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ତିରଥ ସିଂ ଉତ୍ତରାଖଣ୍ଡ ବିଜେପିର ମୁଖ୍ୟ ଥିଲେ।
ଆସାମ ଓ ପଶ୍ଚିମବଂଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ୪୦ ଜଣିଆ ତାଲିକା ଘୋଷଣା କରାଯାଇଛି।
ଚଳନ୍ତା ବିମାନର କକପିଟ୍ରେ ବିଲେଇ ପଶି ପାଇଲଟଙ୍କୁ କଲା ଆକ୍ରମଣ। ଯାହା ଲାଗି ବିମାନକୁ ଜରୁରୀ ଅବତରଣ କରିବା ଲାଗି ପଡିଛି। ହୁଏତ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଥିଲେ ଓ ଭାବୁଥିବେ ବିମାନ ମଧ୍ୟକୁ ବିଲେଇ ଗଲା କେମିତି?
ଦେଶରେ ବଢିବାରେ ଲାଗିଛି ସୁନା ଚୋରା ଚାଲାଣ। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଚୋରା ସୁନାକୁ ଜବତ କରୁଛି କଷ୍ଟମ ବିଭାଗ। ତେବେ କେରଳରେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କେରଳ ସୁନା ଚୋରା ଚାଲାଣ ପ୍ରସଙ୍ଗରେ ସୀମାଶୁଳ୍କ ବିଭାଗ ପକ୍ଷରୁ କେରଳ ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି।
ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ। ଏଣିକି ୧୮ ବର୍ଷ ନୁହେଁ, ବରଂ ସ୍ନାତକ ପଢିବା ପର୍ଯ୍ୟନ୍ତ ପୁଅଙ୍କ ଲାଳନପାଳନ କରିବାକୁ ଅଭିଭାବକଙ୍କୁ ପଡ଼ିବ ବୋଲି ସୁପ୍ରମିକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପଶ୍ଚିମବଙ୍ଗର ରାଜନୀତିକୁ ନେଇ ଥମିବାରେ ନା ନେଉ ନାହିଁ ଚର୍ଚ୍ଚା। ଗତକାଲି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।
କରୋନା ମହାମାରୀ ଲୋକଙ୍କ ଜୀବନ ଧାରାକୁ ଅନେକାଂଶରେ ପରିବର୍ତ୍ତନ କରିଦେଇଛି। ଅନେକ ଲୋକ ଏହି ମହାମାରୀ ସମୟରେ ଭଲରେ ଗଣ୍ଡାଏ ଖାଇବାକୁ ବି ପାଇଲେ ନାହିଁ। ଦୀର୍ଘଦିନ ସଟଡାଉନ ଓ ଲକଡାଉନ ଲାଗି ରହିବାରୁ ଅନେକ ଚାକିରୀ ବି ହରାଇଲେ
କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ସାମଗ୍ରୀର ଦାମ ବଢାଇବାରେ ବ୍ୟସ୍ତ। ଗୋଟିଏ ପଟେ ଦେଶରେ ଯେପରି ଭାବରେ ତୈଳ ଦର ସବୁ ବଢିବାରେ ଲାଗିଛି ତାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ତେଜୁଥିବା ବେଳେ ପୁଣି ଦରଦାମ ବଢିବାର ମିଳିଛି ସଂକେତ। ଖୁବଶୀଘ୍ର ସାଧାରଣ ଲୋକଙ୍କ ଉପରେ ପଡିବାକୁ ଯାଉଛି ଆଉ ଏକ ମହଙ୍ଗା ମାଡ଼।
ବିଭିନ୍ନ ରାଜନୈତିକ ଦଳର ନେତା ନିଜ ସପକ୍ଷରେ ଭୋଟ ଗୋଟାଇବାକୁ ଭୋଟରଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଥିବା ଦେଖିବାକୁ ମିଳିଛି।
କଲିକତା: ପଶ୍ଚିମବଙ୍ଗ ନିର୍ବାଚନ ଲାଗି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଚଳିତ ନିର୍ବାଚନରେ ୨୯୧ଟି ସିଟରେ TMC ଲଢିବ, ଏହାସହ ଅନ୍ୟ ୩ଟି ସିଟରେ ସହଯୋଗୀ ଦଳ ଲଢ଼ିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏଥର TMCର ୨୮ ପୁରୁଣା ବିଧାୟକଙ୍କୁ ମମତା ବାନାର୍ଜୀ ଟିକେଟ୍ ଦେଇନଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ ବରଂ ଚଳିତଥର ୫୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଟିଏମସି। ଆଉ ଚଳିତ ନିର୍ବାଚନରେ ମମତା ଭବାନୀପୁର […]