/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742094698.jpg)
୩ ଦିନ ହିଟ୍ୱେଭ୍ ୱାର୍ଣ୍ଣିଂ
ଓଡ଼ିଶାରେ ଉପରମୁହାଁ ପାରଦ । ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗ୍ରୀଷ୍ମ ଲହରି ଲାଗି ଆଜିଠୁ ୩ ଜିଲ୍ଲା ଝାରସୁଗୁଡା, କଳାହାଣ୍ଡି ଓ ସମ୍ବଲପୁରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୧୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ୩ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅଧିକ ପଢ଼ନ୍ତୁ: ଜଳୁଛି ପଶ୍ଚିମ ଓଡ଼ିଶା, ଦିନ ସାଢେ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାତି
ସେପଟେ ଗତକାଲି ରାଜ୍ୟରେ ୪୦ ଡିଗ୍ରୀ ଉପରେ ଥିଲା ୧୩ଟି ସହରର ତାପମାତ୍ରା । ରାଜ୍ୟରେ ୪୨ ଡିଗ୍ରୀ ଛୁଇଁଲା ତାତି । ଗତକାଲି ୪୨.୫ ଡିଗ୍ରୀ ସେଲସିୟସ ସହ ବୌଦ୍ଧ ପାଲଟିଲା ଦେଶରେ ସବୁଠୁ ଉତ୍ତପ୍ତ ସହର । ବୌଦ୍ଧ ପଛକୁ ସମ୍ବଲପୁର ଜିଲ୍ଲାରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଏଥିସହ ୪୦ ଉପରେ ରେକର୍ଡ ହୋଇଛି ରାଜ୍ୟର ୧୩ ସହରର ତାପମାତ୍ରା । ଝାରସୁଗୁଡା, ଅନୁଗୁଳ, ବଲାଙ୍ଗିର, ସୋନପୁର, ରାଉରକେଲା, ଟିଟିଲାଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, ହୀରାକୁଦ, ବାରିପଦା, ଭବାନୀପାଟଣା ଆଦିର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବରରେ ୩୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।
ସେପଟେ ଆସନ୍ତା ୧୯ ଓ ୨୦ରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବରରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)