• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରଙ୍ଗର ପର୍ବରେ ସାଙ୍ଗ ନେଲା ସାଙ୍ଗର ଜୀବନ । କଟକ ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାରରେ ସାମାନ୍ୟ ପାଟିତୁଣ୍ଡରୁ ଗୁଳି ମାଡ଼ କରି ହତ୍ୟାକାଣ୍ଡ ଘଟିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ସେ ଜଗତସିଂହପୁର ଅଂଚଳର ବୋଲି ପୋଲିସ କହିଛି ।

ଅଧିକ ପଢ଼ନ୍ତୁ: ରକ୍ତରେ ଲାଲ୍ ହେଲା ହୋଲି ମଉଜ, ୩ ସହରରେ ଗଡ଼ିଲା ୪ ମୁଣ୍ଡ

ସୂଚନା ଅନୁସାରେ ଗତକାଲି ସକାଳେ ଉଭୟେ ଅନ୍ୟ କିଛି ଜଣଙ୍କ ସହ ମିଶି ମଦ ପିଇଥିଲେ । ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଂଚଳର ଯୁବକ ଜଣକ ଗୁଳି ଚଳାଇଥିଲେ । ଏଥିରେ ଜଗତସିଂହପୁର ଅଂଚଳର ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଗୁଳିମାଡ଼ କରିଥିବା କେନ୍ଦ୍ରାପଡ଼ାର ଅଭିଯକ୍ତ ଯୁବକକୁ ପୋଲିସ ଗିରଫ କରିବା ସହ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଜବତ କରିଛି । ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସେପଟେ ଉତ୍ସବର ମଉଜ ଭିତରେ ରକ୍ତର ହୋଲି ଖେଳିଲେ ହତ୍ୟାକାରୀ । ରଙ୍ଗର ପର୍ବରେ ହଣାକଟା...ରଙ୍ଗ ବଦଳରେ ବୋହିଲା ରକ୍ତ । ରାଜ୍ୟର ୫ ପ୍ରମୁଖ ସହରରେ ଛଅ ଛଅଟି ମର୍ଡର, ରଙ୍ଗର ପର୍ବକୁ ରକ୍ତରଂଜିତ କରିଛି । ଭୁବନେଶ୍ବର ଶାନ୍ତିପଲ୍ଲୀ ବସ୍ତିରେ ସାମାନ୍ୟ କଥା କଟାକଟିରୁ ପତ୍ନୀ ସମ୍ମୁଖରେ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ବର ଥାନା ସମେଇଗାଡ଼ିଆରେ ଜଣେ ଯୁବକଙ୍କ ପ୍ରାଣ ନେଇଛନ୍ତି ଗୋଟିଏ ଗୋଷ୍ଠୀ । ସେହିପରି ସମ୍ବଲପୁର, ବ୍ରହ୍ମପୁର ଏବଂ ଅନୁଗୁଳରେ ବି ସଂଘଟିତ ହୋଇଛି ହତ୍ୟାକାଣ୍ଡ ।

OTV is now on Whatsapp

Join and get latest news update delivered to you via whatsapp

Join Now