ଜମ୍ମୁ : ଗତ କିଛି ଦିନ ମଧ୍ୟରେ ନିୟନ୍ତ୍ରଣ ରେଖାରେ ୫ ଜଣ ପାକିସ୍ତାନ ଯବାନଙ୍କୁ ଭାରତୀୟ ସେନା ହତ୍ୟା କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ପାକିସ୍ତାନ ଯବାନଙ୍କ ବିପକ୍ଷରେ ଭାରତୀୟ ଯବାନ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଉଛି। ଗଣମାଧ୍ୟମକୁ ସୂଚନା ଦେଇ ନର୍ଦନ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ରଣବୀର ସିଂହ ଏହି ସୂଚନା ଦେଇଛନ୍ତି। ତା ସହିତ ୨୦୧୮ ଭାରତୀୟ ଯବାନ ପାଇଁ ସଫଳତାର ବର୍ଷ ଥିଲା ବୋଲି ସେ କହିଛନ୍ତି। ଗତବର୍ଷ ୨୫୦ […]
ଇଣ୍ଡୋନେସିଆ : ଇଣ୍ଡୋନେସିଆ ବାଲିରେ ପ୍ରଦାନ କରାଯାଇଛି ଦ୍ୱିତୀୟ ଭୂମିରତ୍ନ ଆନ୍ତର୍ଜାତିକ ସମ୍ମାନ। ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମାଜରେ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ଏବଂ ୪ ଜଣ ବ୍ୟକ୍ତି ବିଶେଷଙ୍କୁ ବିଶ୍ୱ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଯୁବ ଉଦ୍ୟୋଗୀ ଅମରେନ୍ଦ୍ର ସାହୁ, ସଂଜୟ ଦାସ ଏବଂ ତରନଜିତ ସିଂହ ପ୍ରମୁଖଙ୍କୁ ଏହି ସମ୍ମାନ […]
ହରିୟାଣା : ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚାସୌଦା ମୁଖ୍ୟ ବାବା ଗୁରମିତ୍ ରାମ ରହିମ୍ ସିଂହଙ୍କୁ ଆଜୀବନ କାରାଦଣ୍ଡ। ହରିୟାଣା ପଞ୍ଚକୁଲାସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ରାମ ରହିମ୍ଙ୍କ ସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ବି ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ୨୦୦୨ ମସିହା ଅକ୍ଟୋବର ୨୪ରେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ହରିୟାଣାର ସିର୍ସା ସ୍ଥିତ ଡେରା ସଚା ସୌଦା […]
ନୂଆ ଦିଲ୍ଲୀ : ଡ୍ୟାନ୍ସ ବାର୍ ମାଲିକଙ୍କୁ ଆଶ୍ୱସ୍ତି। ମହାରାଷ୍ଟ୍ର ସରକାରଙ୍କ ଡ୍ୟାନ୍ସ ବାର୍ ଆଇନକୁ ସାମାନ୍ୟ କୋହଳ କରିଛନ୍ତି ସୁପ୍ରିମକୋର୍ଟ। ଏହାଫଳରେ ଡ୍ୟାନ୍ସ ବାର୍ରେ ନୃତ୍ୟ ସହ ମଦ ପରିବେଷଣ ହୋଇପାରିବ। ହେଲେ ଟଙ୍କା ଉଡ଼ାଇବା ଓ ଅଶ୍ଳୀଳ ନୃତ୍ୟ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହାସହ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ଠାରୁ ୧ କିଲୋମିଟର ଦୂରରେ ବାର୍ କରାଯିବା ଆଇନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। ମୁମ୍ବାଇ ଭଳି ବଡ଼ ସହରରେ ଏହା ସମ୍ଭବ […]