ନୂଆଦିଲ୍ଲୀ: ଭାରତର ଦୁଇଟି ଯୁଦ୍ଧ ବିମାନକୁ ପାକିସ୍ତାନ ଖସାଇ ଦେଇଥିବା ଦାବି କରିଛି। ପାକ୍ ସୀମା ଭିତରକୁ ପଶି ଯାଇଥିବା ଭାରତୀୟ ବାୟୁସେନାର ଦୁଇଟି ବିମାନକୁ ଖସାଇ ଦିଆଯାଇଥିବା ପାକିସ୍ତାନ ସେନାର ଇଣ୍ଟର୍ ସର୍ଭିସେସ୍ ପବ୍ଲିକ ରିଲେସନ୍ସ୍ ଡିଜି ମେଜର୍ ଜେନେରାଲ୍ ଏ. ଗଫୁର୍ ସୂଚନା ଦେଇଛନ୍ତି। ପାକ୍ ସେନାର ଆକ୍ରମଣ ପରେ ଗୋଟିଏ ବିମାନ ଆଜାଦ କାଶ୍ମୀରରେ ପଡ଼ିଥିବା ବେଳେ ଆଉ ଏକ ବିମାନ ଭାରତ ପଟର କାଶ୍ମୀରରେ ପଡ଼ିଥିବା ପାକିସ୍ତାନ ଦାବି କରିଛି। ଏଥିସହ […]
ଇସ୍ଲାମାବାଦ : ବାଲାକୋଟ୍ରେ ଭାରତୀୟ ବାୟୁସେନାର ଅତର୍କିତ ଆକ୍ରମଣ ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ଏହି ସ୍ଥିତିର ମୁକାବିଲା ପାଇଁ ଆଜି ପାକିସ୍ତାନ ସଂସଦର ଜରୁରୀକାଳୀନ ମିଳିତ ଅଧିବେଶନ ଡକାଯାଇଛି। ଏଲ୍ଓସି ଉଲ୍ଲଂଘନ କରିଥିବା ଭାରତର ଆଚରଣକୁ ଉଚିତ୍ ଜବାବ୍ ଦିଆଯିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ୍ କ୍ୟୁରେସି କହିଛନ୍ତି। ଏମିତିକି ଭାରତ ବିରୋଧରେ ଜାତିସଂଘରେ ଫେରାଦ୍ ହେବାକୁ ମଧ୍ୟ ଇସ୍ଲାମାବାଦ ସଜବାଜ ହେଉଛି। ପାକିସ୍ତାନ ସେନା ମୁଖ୍ୟ, ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀଙ୍କ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ମଙ୍ଗଳବାର ପାହାନ୍ତାରୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ହୋଇଥିବା ଆକ୍ରମଣରେ ମିରାଜ୍-୨୦୦୦ ବ୍ୟବହାର ହୋଇଥିଲା। ଫ୍ରାନ୍ସର ଦାସଲ୍ଟ ଆଭିଏସନ୍ର ଜ୍ଞାନ କୌଶଳରେ ହିନ୍ଦୁସ୍ଥାନ ଏରୋନ୍ଟକିସ୍ ଲିମିଟେଡ୍-ହାଲ୍ ଏହି ଯୁଦ୍ଧ ଜାହାଜ ନିର୍ମାଣ କରିଥିଲା। ହଜାରେ କିଲୋ ଓଜନର ବୋମା ଧରି ୧୨ଟି ଏୟାରକ୍ରାଫ୍ଟ ପିଓକେରେ ପଶି ଧ୍ୱଂସଲୀଳା ରଚିଥିଲା। ଭାରତ ପାଖରେ ସୁଖୋଇ SU-30MKI, MiG 29 ତେଜସ୍ ଭଳି ଏୟାରକ୍ରାଫ୍ଟ ଥିବାବେଳେ ମିରାଜ୍-୨୦୦୦ ମାଧ୍ୟମରେ ବାୟୁସେନା ଏହି ଆକ୍ରମଣ କରି ସଫଳ […]
ନୂଆଦିଲ୍ଲୀ : ଘୋଷିତ ହୋଇଛି ଚଳିତ ବର୍ଷର ସମ୍ମାନଜନକ ପଦ୍ମ ପୁରସ୍କାର। ଏ ବର୍ଷ ତିନ ଜଣ ଓଡିଆଙ୍କୁ ମିଳବ ପଦ୍ମଶ୍ରୀ ସମ୍ମାନ। ଏହି ତିନି ଜଣ ହେଉଛନ୍ତି କେନ୍ଦୁଝରର ଦୈତାରୀ ନୟକ, କଟକର ଡି. ପ୍ରକାଶ ରାଓ ଏବଂ ଜୟପୁରର କମଳା ପୁଝାରୀ । ସମାଜସେବା କ୍ଷେତ୍ରରେ ଦୈତାରୀ ନାୟକ ଏବଂ ଡି. ପ୍ରକାଶ ରାଓ ମନୋନୀତ ହୋଇଥିବାବେଳେ, କୃଷିକ୍ଷେତ୍ରରେ ଅବଦାନ ପାଇଁ କମଳା ପୁଝାରୀଙ୍କୁ ମିଳିବ ପଦ୍ମଶ୍ରୀ। ସେହିପରି ବିଶିଷ୍ଠ ଲେଖିକା ପ୍ରବାସୀ ଭାରତୀୟ […]
ନୂଆଦିଲ୍ଲୀ : ଓଡ଼ିଆଙ୍କ ପାଇଁ ଗୌରବ। ଓଡ଼ିଆ ପୁଅ ସହିଦ ପ୍ରଦୀପ କୁମାର ପଣ୍ଡା ପାଇବେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ଶାନ୍ତିକାଳୀନ ପୁରସ୍କାର କୀର୍ତ୍ତିଚକ୍ର ସମ୍ମାନ। ଗତ ଜାନୁଆରୀ ୨୦୧୮ମସିହାରେ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼ି ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ ବୀର ଓଡ଼ିଆ ପୁଅ ପ୍ରଦୀପ ପଣ୍ଡା। ଲେଥପୁରା ଅଞ୍ଚଳରେ ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀଙ୍କ ସହ ବୀରତ୍ୱର ସହ ଲଢ଼ି ସେ ଦେଶ ପାଇଁ ସହିଦ ହୋଇଥିଲେ। ପ୍ରଦୀପଙ୍କ ଘର ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଲିପଲୋଇ ଗାଁରେ। […]
ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟର ୫ଜଣିଆ ନୂଆ ଖଣ୍ଡପୀଠ। ଆସନ୍ତା ମଙ୍ଗଳବାର ଦିନ କୋର୍ଟରେ ମାମଲାର ଶୁଣାଣି ଥିବାରୁ ଏହା ପୂର୍ବରୁ ନୂଆ ଖଣ୍ଡପୀଠ ଘୋଷଣା ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏହି ଖଣ୍ଡପୀଠ ଗଠନ କରିଛନ୍ତି। ଏଥିରେ ଜଷ୍ଟିସ ଅବଦୁଲ ନାଜିର, ଜଷ୍ଟିସ ଅଶୋକ ଭୂଷଣ ପ୍ରମୁଖ ଅଛନ୍ତି। ଖଣ୍ଡପୀଠରେ ପୂର୍ବରୁ ଏସ୍ଏ ବୋବଦେ, ଡିଓ୍ୱାଇ ଚନ୍ଦ୍ରଚୂଡ଼ ପ୍ରମୁଖ ଥିଲେ। ପୂର୍ବ ଗଠିତ ଖଣ୍ଡପୀଠରୁ […]
ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ୩ ଜଣଙ୍କୁ ମିଳିବ ଭାରତ ରତ୍ନ। ବିଶିଷ୍ଟ ସଂଗୀତକାର ଡକ୍ଟର ଭୂପେନ ହଜାରିକା ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ମରଣୋତ୍ତର ଭାବେ ମିଳିବ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି। ଏହି ତିନିଜଣଙ୍କୁ ଭାରତ ରତ୍ନ ପୁରସ୍କାର ପାଇଁ ମନୋନୀତ କରିଯିବା ପରେ ଟ୍ୱିଟ୍ କରି ସମସ୍ତ ତିନିଜଣଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]
ବୌଦ୍ଧ: ଗ୍ରାମାଞ୍ଚଳରେ ପିଲାଙ୍କୁ ସରକାରୀ ସ୍କୁଲ ମୁହାଁ କରିବାକୁ ପ୍ରଣୟନ ହେଉଛି ବହୁ ଯୋଜନା। ପିଲାଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ସହ, ପୋଷାକ, ପୁସ୍ତକ, ସାଇକେଲ ଆଦି ପ୍ରଦାନ କରାଯାଉଛି। ହେଲେ ମଧ୍ୟାହ୍ନ ଭୋଜନର ମାନ ନିମ୍ନମାନର ରହୁଥିବା ବହୁ ସମୟରେ ଅଭିଯୋଗ ହେଉଛି। କେଉଁଠି ଖାଦ୍ୟରୁ ଝିଟିପିଟି ବାହାରୁଛି ତ କେଉଁଠି ଚୁଟି। ଆଉ ଏହାର ଅଭିଯୋଗ କଲେ ଛାତ୍ରଛାତ୍ରୀ ଖାଉଛନ୍ତି ନିର୍ଧୂମ ମାଡ। ଏପରି ଏକ ଅଭିଯୋଗ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ୍ର ମହକୁଡ଼ପାଲି […]
ନୂଆଦିଲ୍ଲୀ: ଉଡାନ-୩ ଯୋଜନାରେ ଝାରସୁଗୁଡ଼ା ଏୟାରପୋର୍ଟକୁ ଚାଲିବ କମର୍ସିଆଲ ବିମାନ। ଝାରସୁଗୁଡ଼ାକୁ ଦେଶର ୬ଟି ସହରରୁ ବିମାନ ଚଳାଚଳ କରିବ ବୋଲି ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର, କୋଲକାତା,ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀ ଏବଂ ରାୟପୁରରୁ ଝାରସୁଗୁଡ଼ାକୁ ବିମାନ ଚାଲିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। କୋଲକାତାକୁ ସ୍ପାଇସ୍ ଜେଟ୍, ଆଲିଆନ୍ସ ଏଭିଏସନ ବିମାନ ଚାଲିବାକୁ ଥିବାବେଳେ ଭୁବନେଶ୍ୱରକୁ ଆଲିଆନ୍ସ ଓ ଟର୍ବୋ ଏୟାରଲାଇନ୍ସର ବିମାନ ଚାଲିବ। […]