ଭାରତୀୟ ବାୟୁ ସେନାର ଆଉ ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ। ଆଜି ଉତ୍ତରପ୍ରଦେଶର କୁଶିନଗର ଠାରେ ବାୟୁସେନାର ଜାଗୁଆର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବିମାନ ଭିତରେ ଥିବା ପାଇଲଟ ୱିଙ୍ଗ କମାଣ୍ଡର ରୋହିତ କାଟୋଚ ସୌଭାଗ୍ୟବଶତଃ ବର୍ତ୍ତିଯାଇଛନ୍ତି। ଆଜି ସକାଳେ ଏହି ଯୁଦ୍ଧ ବିମାନ ଗୋରଖପୁରସ୍ଥିତ ଏୟାର ବେସ୍ରୁ ରୁଟିନ ଅନୁଯାୟୀ ଉଡ଼ାଣ ଭରିଥିଲା। ଜନଗହଳି ପୂର୍ଣ୍ଣ କୁଶିନଗର ସହର ଉପରେ ଉଡୁଥିବାବେଳେ ଏହା ଦୁର୍ଘଟଣାର ଶିକାର ହୋଇଥିଲା। ତେବେ ପାଇଲଟ ଉପସ୍ଥିତ ବୁଦ୍ଧି […]
ନୂଆଦିଲ୍ଲୀ: ଗୋଟେପଟେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଭାରତ ଫେରାଇ ପାକିସ୍ତାନ ଶାନ୍ତିର ବାର୍ତ୍ତ ଦେବାକୁ ଚାହୁଁଛି ବୋଲି ପ୍ରଚାର କରୁଛି। ହେଲେ ଅନ୍ୟପଟେ ତାଙ୍କୁ ଛାଡ଼ିବା ପୂର୍ବରୁ ଜାରି କରାଯାଇଥିବା ଅଭିନନ୍ଦନଙ୍କ ଭିଡିଓରେ ପାକିସ୍ତାନର ଆଉ ଏକ ଚାଲ୍ ଧରାପଡ଼ିଯାଇଛି। ଭାରତ ଛାଡ଼ିବା ପୂର୍ବରୁ ଅଭିନନ୍ଦନଙ୍କ ଏକ ଭିଡିଓ ପାକିସ୍ତାନ ଜାରି କରିଛି। ସେ ଭାରତ ଛାଡ଼ିବା ପୂର୍ବରୁ ଏହି ଭିଡିଓକୁ ପାକିସ୍ତାନ ଗଣମାଧ୍ୟମରେ ପ୍ରସାରିତ କରାଯାଇଥିଲା। ଏଥିରେ ଅଭିନନ୍ଦନ ପାକିସ୍ତାନ ସେନାକୁ ପ୍ରସଂଶା କରୁଥିବା ଏବଂ […]
ନୂଆଦିଲ୍ଲୀ: ମା’ କୋଳକୁ ଫେରିଲା ବୀର ପୁଅ ଅଭିନନ୍ଦନ ବର୍ତ୍ତମାନ। ଦୀର୍ଘ ୩ ଦିନ ଧରି ଶତ୍ରୁ ଗଡ଼ରେ ଫସି ରହିବା ପରେ ଗତାକଲି ଠିକ୍ ରାତି ୯ଟା ୨୦ ମିନିଟ୍ରେ ବାୟୁସେନାର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଭାରତ ମାଟିରେ ପାଦ ଦେଇଥିଲେ। ୱାଘା ଓ ଅଟ୍ଟାରୀ ବର୍ଡର ଦେଇ ଅଭିନନ୍ଦନ ଭାରତ ଫେରିଥିଲେ। ସେ ସୁରକ୍ଷିତ ଭାବେ ଭାରତ ଫେରିବା ପରେ ସାରା ଦେଶରେ ଆନନ୍ଦର ଲହରୀ ଖେଳିଯାଇଥିଲା। ଅଟାରୀ ବର୍ଡରରେ ପହଞ୍ଚିବା ପରେ […]
ନୂଆଦିଲ୍ଲୀ : ଅନୁଦାନ ଦେବାରେ କେନ୍ଦ୍ର ସରକାର ଅବହେଳା କରୁଥିବା ଅଭିଯୋଗ। ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ଏକ ମାସ ଥିବାବେଳେ, କେନ୍ଦ୍ର ସରକାର ୬ ହଜାର ୪୦୦ କୋଟି ଟଙ୍କା ମଞ୍ଜୁର କରିନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ନୂଆଦିଲ୍ଲୀରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରି ନବୀନ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଠିକ୍ ସମୟରେ ଅନୁଦାନ ଆସୁନଥିବାରୁ ପ୍ରକଳ୍ପ କ୍ରିୟାନ୍ୱୟନରେ ସମସ୍ୟା ହେଉଛି ଗୃହ ନିର୍ମାଣ ଯୋଜନାରେ କେନ୍ଦ୍ର ସରକାର […]
ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ଅଫିସରଙ୍କ ବଦଳି ନେଇ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକିମର ମୁଖ୍ୟ ସଚିବ ଏବଂ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଦୀର୍ଘଦିନ ଧରି ଗୋଟିଏ ଜାଗାରେ ରହିଥିବା ଏବଂ ଘରୋଇ ଜିଲ୍ଲାରେ ଅବସ୍ଥାପିତ ଅଧିକାରୀଙ୍କ ସଂପର୍କରେ ଜଣାଇବା ଲାଗି ଏଥିରେ କୁହାଯାଇଛି। ସ୍ୱଚ୍ଛ ଓ ଅବାଧ ନିର୍ବାଚନ ଲାଗି ସଂପୃକ୍ତ ଅଧିକାରୀଙ୍କୁ ଅନ୍ୟତ୍ର […]
ନୂଆଦିଲ୍ଲୀ: ‘ଶତ୍ରୁ ଆମକୁ ବିଭେଦ କରିବାକୁ ଚେଷ୍ଟା କରୁଛି। ଆମ ଉପରେ ଆତଙ୍କବାଦୀ ଆକ୍ରମଣ କରୁଛି। ଭାରତ ଏବେ ବିକାଶ ପଥରେ ବଢ଼ିବାରେ ଲାଗିଛି। ତେଣୁ ଶତ୍ରୁ ଏହି ବିକାଶ ଧାରାରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଏହି ଶତ୍ରୁ ବିରୋଧରେ ଲଢିବା ଲାଗି ସାରା ଦେଶ ଏକାଠି ହେବା ଦରକାର। ଭାରତୀୟ ସେନା ଉପରେ ଆମର ବିଶ୍ୱାସ ରହିଛି। ଶତ୍ରୁ ପକ୍ଷ ଚାହିଁଲେ ବି ଆମର କୌଣସି କ୍ଷତି ପହଞ୍ଚାଇ ପାରିବ ନାହିଁ’ ବୋଲି […]
ଇସ୍ଲାମାବାଦ: ପୁଲ୍ୱାମା ହମ୍ଲା ଓ ଏହାର ପାଲଟା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବାଲାକୋଟ୍ରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଶାନ୍ତି ଆଲୋଚନା କଥା କହୁଛି। ଯୁଦ୍ଧ ସମାଧାନ ନୁହେଁ, ଆଲୋଚନା ହେଉ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ବାରମ୍ବାର କହୁଛନ୍ତି। କିନ୍ତୁ ପାକିସ୍ତାନର କଥା ଓ କାମରେ ଅନେକ ଫରକ ଦେଖିବାକୁ ମିଳିଛି। ଗୋଟିଏ ପଟେ ଶାନ୍ତି ଆଲୋଚନାର କଥା କହୁଥିଲେ ମଧ୍ୟ ଆରପଟେ ଶାନ୍ତି ଆଲୋଚନା ଦିଗରେ କୌଣସି […]
ନୂଆଦିଲ୍ଲୀ : ଭାରତରତ୍ନ ସମ୍ମାନକୁ ନେଇ ବିବାଦ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଶିକ୍ଷାବିତ୍ ନାନାଜୀ ଦେଶମୁଖ୍ ଓ ସଂଗୀତଜ୍ଞ ଭୂପେନ ହଜାରିକାଙ୍କୁ ଭାରତରତ୍ନ ସମ୍ମାନ ଲାଗି ମନୋନୀତ କରିଛନ୍ତି କେନ୍ଦ୍ର ସରକାର। ପ୍ରଣବ ମୁଖାର୍ଜୀଙ୍କୁ ଭାରତରତ୍ନ ଦିଆଯିବାକୁ କଂଗ୍ରେସ ସ୍ୱାଗତ କରିଥିଲେ ମଧ୍ୟ ଅନ୍ୟତମ ଶିକ୍ଷାବିତ୍ ତଥା କର୍ଣ୍ଣାଟକର ସିଦ୍ଧଗଙ୍ଗା ମଠର ପୂର୍ବତନ ମୁଖ୍ୟ ଶିବକୁମାର ସ୍ୱାମୀଙ୍କୁ ଏହି ସମ୍ମାନ ନମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଛି।
ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ ନେଇ ଯୋଗଗୁରୁ ରାମଦେବ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜନେତା, ବୁଦ୍ଧିଜୀବୀ ଓ ସେବା କ୍ଷେତ୍ରର ଲୋକଙ୍କ ବ୍ୟତୀତ ଅନ୍ୟ କ୍ଷେତ୍ରର ବ୍ୟକ୍ତି ବିଶେଷଙ୍କୁ ଭାରତ ରତ୍ନ ନ ଦିଆଯିବା ନେଇ ସେ ପ୍ରଶ୍ନ କରିଛନ୍ତି। କହିଛନ୍ତି ଯେ, ସ୍ୱାଧୀନତାର ୭୦ ବର୍ଷ ପରେ ବି ଜଣେ ହେଲେ ସନ୍ନ୍ୟାସୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇନାହିଁ। ମହର୍ଷି ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦଙ୍କ ଭଳି […]
ମଧ୍ୟପ୍ରଦେଶ : ରଖେ ହରି ତ ମାରେ କିଏ। ଆଜି ଏମିତି ଏକ ଉଦାହରଣ ସତ ପ୍ରମାଣିତ ହୋଇଛି। ମଧ୍ୟପ୍ରଦେଶରେ ୭୦ ଫୁଟ ଗଭୀର ନଳକୂପରେ ଖସିପଡ଼ିଥିବା ୨ ବର୍ଷର ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଆଜି ସକାଳେ ମଧ୍ୟପ୍ରଦେଶର ସଂଗ୍ରାଉଲିର କେରହର ଗାଁରେ ଜଣେ ୨ ବର୍ଷର ଶିଶୁ ୭୦ଫୁଟ ଗଭୀର ନଳକୂପରେ ଖସିପଡ଼ିଥିଲା। ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଜେସିବି ସହାୟତାରେ ବୋରୱେଲ୍ର […]
ପଶ୍ଚିମବଙ୍ଗ : ସାଧାରଣତନ୍ତ୍ର ଦିବସ ଅବସରରେ ବାଂଲାଦେଶୀ ଜବାନଙ୍କୁ ମିଠା ବାଣ୍ଟିଲେ ଭାରତୀୟ ବିଏସଏଫ୍ ଯବାନ। ଭାରତ-ବାଂଲାଦେଶ ସୀମା ପଶ୍ଚିମବଙ୍ଗର ଫୁଲବାରୀରେ ବାଂଲାଦେଶୀ ଯବାନଙ୍କୁ ମିଠା ପ୍ୟାକେଟ୍ ବାଣ୍ଟିଥିଲେ। ଭାରତ ସୀମା ଅତିକ୍ରମ କରି ବାଂଲାଦେଶୀ ସୁରକ୍ଷାକର୍ମୀଙ୍କ ସହ ସାଧାରଣତନ୍ତ୍ର ଦିବସର ଖୁସି ମନାଇଥିଲେ ଭାରତୀୟ ଯବାନ। ସେପଟେ ପଞ୍ଜାବର ଓ୍ୱାଘା ବର୍ଡରରେ ମଧ୍ୟ ଭାରତୀୟ ସେନା ପାକିସ୍ତାନୀ ଯବାନଙ୍କୁ ମିଠା ଖୁଆଇଥିଲେ। ଭାରତୀୟ ଜବାନ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ମିଠା ବାଣ୍ଟିଥିଲେ। […]