ନୂଆଦିଲ୍ଲୀ : ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ମନା କଲେ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନର ଶୁଣାଣି କରି ସରକାରଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି। ଏହାସହ ସରକାରଙ୍କ ନୂଆ ନିଷ୍ପତ୍ତି ଦ୍ୱାରା ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଯେଉଁସବୁ ସଂରକ୍ଷଣ ଦିଆଯାଇଛି, ତା ଉପରେ ବି ବର୍ତ୍ତମାନ ସ୍ଥଗିତାଦେଶ ଲଗାଇବାକୁ […]
ନୂଆଦିଲ୍ଲୀ : ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲା ପରିସରରେ ନେତାଜୀ ମ୍ୟୁଜିୟମର ଉଦ୍ଘାଟନ କରିଛନ୍ତି। ଏଥିରେ ନେତାଜୀଙ୍କ ପିଲାଦିନ ସହ ଅନେକ କୀର୍ତ୍ତିରାଜି ସ୍ଥାନ ପାଇଛି। ଯେଉଁଥିରେ ନେତାଜୀ ବ୍ୟବହାର କରୁଥିବା କାଠର ଚେୟାର, ୟୁନିଫର୍ମ, ବିଭିନ୍ନ ମେଡାଲ ସହ ବହୁ ସରଞ୍ଜାମ ରହିଛି। ମ୍ୟୁଜିୟମରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠନ ହୋଇଥିବା ଆଜାଦ୍ ହିନ୍ଦ୍ ଫୌଜର ବୀରତ୍ୱ ସମ୍ପର୍କରେ ସ୍ଥାନିତ ହୋଇଛି। ଏହାସହ […]
ନୂଆଦିଲ୍ଲୀ : ଦୁର୍ନୀତି ଅଭିଯୋଗରେ ପୂର୍ବତନ ଏୟାର ଇଣ୍ଡିଆ ଚିଫ୍ ଅରବିନ୍ଦ ଯାଦବ ଗିରଫ। ଏୟାର ଇଣ୍ଡିଆର ଜେନେରାଲ୍ ମ୍ୟାନେଜର ରାଙ୍କ୍ ଅଫିସର ନିଯୁକ୍ତିରେ ଦୁର୍ନୀତି ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି। ଏହାସହ ସିବିଆଇ ଅବସରପ୍ରାପ୍ତ ଡାକ୍ତର ଏଲ୍.ପି ନଖଓ୍ୱା, ଜେନେରାଲ ମ୍ୟାନେଜର ଏବଂ ଅତିରିକ୍ତ ଜେନେରାଲ୍ ମ୍ୟାନେଜର ଏ କାଠ୍ପାଲିଆ ଏବଂ ଅମିତାଭ ସିଂଙ୍କୁ ମଧ୍ୟ ଗିରଫ କରିଛି। ଅଭିଯୋଗ ଅନୁସାରେ, ୨୦୦୯-୧୦ ମସିହାରେ ସିଏମ୍ଡି ଅରବିନ୍ଦ ଯାଦବ ସ୍ୱତନ୍ତ୍ର ପ୍ରମୋସନ୍ ପ୍ୟାନେଲ ଗଠନ […]
ଢାକା: ପଣ୍ଡ ହେଲା ବିମାନ ଅପହରଣ। ବାଂଲାଦେଶରୁ ଦୁବାଇ ଅଭିମୁଖେ ଯାଉଥିବା ଏକ ବିମାନ ଅପହରଣ ଉଦ୍ୟମକୁ ସୁରକ୍ଷାକର୍ମୀମାନେ ପଣ୍ଡ କରିଛନ୍ତି। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ସନ୍ଦିଗ୍ଧ ବ୍ୟକ୍ତି ଯିଏକି ଅପହରଣ ପାଇଁ ଉଦ୍ୟମ କରିଥିଲେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଗତକାଲି ବାଂଲାଦେଶ ଏୟାରଲାଇନ୍ସର BG-147 ବିମାନକୁ ଅପହରଣ କରିବାକୁ ଜଣେ ବନ୍ଧୁକଧାରୀ ଉଦ୍ୟମ କରିଥିଲେ। ଏହା ଢାକାରୁ ଭାୟା ଚତ୍ତୋଗ୍ରାମ୍ ଦେଇ ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି […]
ବାନ୍ଦିପୁର: କର୍ଣ୍ଣାଟକର ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ନିଆଁ ଲାଗି ହଜାର ହଜାର ହେକ୍ଟର ଜଙ୍ଗଲ ପୋଡ଼ି ଯାଇଛି। ନିଆଁକୁ ଲିଭାଇବା ପାଇଁ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିଆଁ ଆୟତ୍ତ ହୋଇନଥିବା ଜଣାପଡ଼ିଛି। ନିଆଁ ଲାଗିବା ପରେ ଜୋର୍ରେ ପବନ ବହୁଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି। ଏହି ଜଙ୍ଗଲରେ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ଅଛନ୍ତି। ସେପଟେ ଅଗ୍ନିକାଣ୍ଡ ପରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ […]