ଭୁବନେଶ୍ୱର: ଭୁବନେଶ୍ୱର ପୋଲିସ ଭବନରେ ଆରମ୍ଭ ହୋଇଛି ୩ ଦିନିଆ ପୋଲିସ ଅଧିକାରୀ ସମ୍ମିଳନୀ। ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହାକୁ ଉଦଘାଟନ କରିଛନ୍ତି। ପୋଲିସ-ପବ୍ଲିକ୍ ସଂପର୍କକୁ ଦୃଢ କରିବା ଉପରେ ଗୁରୁତ୍ୱ ଦେଇ ଡିଜି ଆର ପି ଶର୍ମା କହିଛନ୍ତି, ମାଓବାଦୀ ପାଲଟିଥିବା ଯୁବକମାନଙ୍କୁ ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ମଧ୍ୟ ପୋଲିସର ନୈତିକ କର୍ତ୍ତବ୍ୟ। ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ମୁଖ୍ୟସ୍ରୋତକୁ ଆଣିବାକୁ ଉଦ୍ୟମ କରିବା ଉଚିତ୍। ଏଥିସହ ଡିଜି କହିଛନ୍ତି, […]