କଟକ : କଟକ ସୁଭଦ୍ରାପୁର ବିଜୟ ପାଲ ଗୁଳିକାଣ୍ଡ ମାମଲା। ୩ ଦିନିଆ ରିମାଣ୍ଡରେ ଯିବେ ସୁଶାନ୍ତ ଧଳସାମନ୍ତ ଓ କଟକ ମହାନଗର ନିଗମ କର୍ପୋରେଟର ରଞ୍ଜିତା ବିଶ୍ୱାଳ। ଆଜିଠୁ ଉଭୟଙ୍କୁ ରିମାଣ୍ଡରେ ନେବ ସଦର ଥାନା ପୋଲିସ। ଏ ନେଇ ଜେଏମ୍ଏଫସି ରୁରାଲ ଅନୁମତି ଦେଇଛନ୍ତି। ଗତ ୭ ତାରିଖରେ କର୍ପୋରେଟର ରଞ୍ଜିତାଙ୍କୁ ଗିରଫ କରିଥିଲା ପୋଲିସ୍। ଡି ବ୍ରଦର୍ସଙ୍କ ସହ ସଂପୃକ୍ତି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା।