ଭୁବନେଶ୍ୱର : ଭିଡିଓ ଭାଇରାଲରୁ କୁଆଖାଇ ପଠାରେ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ ଘଟଣା। ଭାଇରାଲ ଭିଡ଼ିଓର ପୀଡ଼ିତା ଆଜି କ୍ରାଇମ୍ ବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି। କ୍ରାଇମ୍ ବ୍ରାଞ୍ଚ ସାଇବର ସେଲ୍ର ସଂପୃକ୍ତ ଯୁବତୀ ଭିଡ଼ିଓକୁ ନଷ୍ଟ କରିବା ପାଇଁ ନିବେଦନ କରିବା ସହ ଏହାକୁ ଏବେ ମଧ୍ୟ କିଏ ଭାଇରାଲ୍ କରୁଛି ତାହାର ତଦନ୍ତ କରିବାକୁ ଦାବି କରିଛନ୍ତି। କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ଅଧିକାରୀ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା […]
ଯାଜପୁର : ଆଖି ଝଲସା ଭବ୍ୟ ବିଶାଳ ମଞ୍ଚ। ବଲିଉଡ୍-ଓଲିଉଡ୍ ସେଲିବ୍ରିଟିଙ୍କ ମହା ମିଳନ। କେଉଁଦିନ ଅର୍ମାନ୍ ମଲିକ୍, ମିକା, ଅମିତ୍ କୁମାର ଓ ସାନ୍ଙ୍କ ଭଳି ବଲିଉଡ୍ ସିଙ୍ଗରଙ୍କ ଆକର୍ଷଣୀୟ ସୋ’ତ ,ପୁଣି କେଉଁ ସଂଧ୍ୟାରେ ସୁପ୍ରତିଷ୍ଠିତ ହାସ୍ୟ କଳାକାର ସୁଦେଶ ଓ କ୍ରିଷ୍ଣାଙ୍କ ଜବରଦସ୍ତ କମେଡି ତଡକା। ଦେଶୀ-ବିଦେଶୀ ଡ୍ୟାନ୍ସ ଧମାକା ସାଙ୍ଗକୁ ରଙ୍ଗାରଙ୍ଗ ମନୋରଞ୍ଜନର ଫୁଆରା। ଯାଜପୁର ବାଳାଶ୍ରମ ପଡ଼ିଆରେ ଚାଲିଥିବା ପୌରପାଳିକାର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ସବୁ ସଞ୍ଜ […]
ଭୁବନେଶ୍ୱର : ଦେଶକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ଏକ ପ୍ରତିଶତ ପର୍ଯ୍ୟଟକ ମଧ୍ୟ ଓଡ଼ିଶାକୁ ଆସୁନାହାଁନ୍ତି। ୨୦୧୭ରେ ଓଡ଼ିଶାକୁ ମୋଟ୍ ଏକ ଲକ୍ଷ ୧୪ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ଯାହା ସମଗ୍ର ଦେଶକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କର ମାତ୍ର ଶୂନ୍ ଦଶମିକ୍ ୯୮ ପ୍ରତିଶତ। ଓଡ଼ିଶା ପର୍ଯ୍ୟଟନକୁ ନେଇ ଯେତେ ପ୍ରକାର ରୋଡ୍ ଶୋ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କଲେ ମଧ୍ୟ ଏହା ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରିପାରୁନାହିଁ। ବିଧାନସଭାରେ ବିଧାୟକ ଦିଲ୍ଲୀପ ରାୟ ଓ […]
ଭୁବନେଶ୍ୱର : ନନ୍ଦନକାନନ ବୁଲି ଯିବାକୁ ବାହାରିଛନ୍ତି କି ? ଟିକେ ଅଧିକ ଖର୍ଚ୍ଚ ପାଇଁ ପସ୍ତୁତ ହୋଇଯା’ନ୍ତୁ। କାରଣ ଶନିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷ ଏହାର ପ୍ରବେଶ ଶୁଳ୍କ ୧୦ ଟଙ୍କା ବଢାଇ ଦେଇଛନ୍ତି। ଅର୍ଥାତ୍ ପୂର୍ବରୁ ଥିବା ପ୍ରବେଶ ଶୁଳ୍କ ୪୦ ଟଙ୍କା ରୁ ୫୦ ଟଙ୍କାକୁ ବୃଦ୍ଧି ହୋଇଛି। ସୂଚନା ଅନୁସାରେ, ଏହି ନୂତନ ବର୍ଦ୍ଧିତ ପ୍ରବେଶ ଶୁଳ୍କ ଆସନ୍ତା ଅପ୍ରେଲ ପହିଲାରୁ ଲାଗୁହେବ ବୋଲି ଜଣାପଡ଼ିଛି । କିନ୍ତୁ ୧୯ […]
ଭୁବନେଶ୍ୱର : ବିଧାନସଭା ପ୍ରଶ୍ନକାଳ ପୁଣି ଅଚଳ। ଆଦିବାସୀଙ୍କ ଉନ୍ନତି ପାଇଁ ଗଠିତ ଟ୍ରାଇବାଲ ଆଡଭାଇଜରି କମିଟି-TAC ନିୟମିତ ବସୁନଥିବାରୁ ଆଜି ସରକାରଙ୍କୁ ଘେରିଥିଲେ ବିରୋଧୀ କଂଗ୍ରେସ ସଦସ୍ୟ। ମୁଖ୍ୟମନ୍ତ୍ରୀ ନିଜେ ଏହାର ଅଧ୍ୟକ୍ଷ ଥିବାବେଳେ ଦୀର୍ଘ ଦିନ ଧରି ଏହି ବୈଠକ ବସି ନଥିବାରୁ ଆଦିବାସୀଙ୍କ ପ୍ରତି ସରକାରଙ୍କ ଦରଦ କେତେ ତାହା ବୁଝା ପଡୁଛି ବୋଲି କହିଥିଲେ। ପ୍ରଶ୍ନକାଳ ଚାଲିବାର ମାତ୍ର ୫ ମିନିଟ୍ ଭିତରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ […]
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ପ୍ରାୟ ୪ଶହ ଗ୍ରାମ ଓଜନର ସୁନା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୨ ଜଣ ଅଟକ ଥିବା ସୂଚନା ମିଳିଛି। ବ୍ୟାଙ୍ଗକକ୍ରୁ ସୁନା ଚୋରାରେ ଆସୁଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ଛାନ୍ଭିନ୍ ବେଳେ ଏହି ସୁନା ଉଦ୍ଧାର ହୋଇଛି। ୨ଦିନ ତଳେ ଅନୁରୂପ ଭାବେ ପ୍ରାୟ […]
ପୁରୀ: ପୁରୀରେ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ। ମାଡ଼ ମାରିଥିବା ଅନ୍ୟତମ ଅଭିଯୁକ୍ତ ଡାକ୍ତରାଣୀଙ୍କ ଭାଇଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଡାକ୍ତରାଣୀ ଜଣକ ଅସୁସ୍ଥ ହେବାଫଳରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମାର୍କେଟ ଛକରେ ସିଗ୍ନାଲ୍ ଭଙ୍ଗକୁ ନେଇ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଜଣଙ୍କ ପ୍ରତିବାଦ କରିବାରୁ ଡାକ୍ତରାଣୀ ଓ ତାଙ୍କ ଭାଇଙ୍କ ମଧ୍ୟରେ ମହିଳା ଟ୍ରାଫିକ କନଷ୍ଟେବଳଙ୍କ ସହ ପାଟିତୁଣ୍ଡ ହୋଇଥିଲା ଓ ପରେ ଡାକ୍ତରାଣୀ ଦେବଯାନୀ ଓ ତାଙ୍କ […]
ବୁର୍ଲା: ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ପ୍ରଶାସନିକ ସ୍ତରରେ ଅଜବ ସ୍ଥିତି। ମୁହାଁମୁହିଁ ହୋଇଛନ୍ତି ନିର୍ଦ୍ଦେଶକ ଏବଂ ପ୍ରାଶାସନିକ ଅଧିକରୀ। ଅଭ୍ୟାସଗତଭାବେ ବିଳମ୍ବରେ ଆସୁଥିବା ଅଭିଯୋଗରେ ପ୍ରାଶାସନିକ ଅଧିକାରୀଙ୍କ ପ୍ରକୋଷ୍ଠରେ ତାଲା ପକାଇଛନ୍ତି ନିର୍ଦ୍ଦେଶକ। ଅଭିଯୋଗ ନେଇ ଓ.ଏ.ଏସ ସଂଘର ଦ୍ୱାରସ୍ଥ ହୋଇଛନ୍ତି ଅଧିକାରୀ। ସେପଟେ ନିର୍ଦ୍ଦେଶକ ତାଙ୍କ ବିରୋଧରେ ଆଣିଛନ୍ତି ପାଲଟା ଅଭିଯୋଗ।
କଟକ: କଟକ ଜିଲ୍ଲା ବାଙ୍କୀ ଥାନା ତାଳବସ୍ତ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମା କୋଳରୁ ଶିଶୁ ପୁତ୍ରକୁ ଟେକିନେଇଛି ମାଙ୍କଡ଼। ୧୬ ଦିନର ଶିଶୁ ପୁତ୍ରକୁ ମାଙ୍କଡ଼ଟି ଟେକି ନେଇଥିବା ଜଣାପଡିଛି। ସୂଚନା ଅନୁସାରେ ଅଗଣାରେ ବାପା, ମାଙ୍କ ମଝିରେ ଶିଶୁ ପୁତ୍ର ଶୋଇଥିବାବେଳେ ମାଙ୍କଡଟି ଶିଶୁ ପୁତ୍ରକୁ ଟେକି ନେଇଥିଲା। ଭୋର୍ ସମୟରେ ମାଙ୍କଡ଼ ଉଠାଇ ନେଇ ପଳାଉଥିବାବଳେ କିଛି ଲୋକ ଦେଖିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀ ଓ […]
ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗରେ ଘରୋଇ ନର୍ସିଂ ହୋମ୍ରେ ଉତ୍ତେଜନା। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ସୂଚନା ଅନୁସାରେ ୩ଦିନ ତଳେ ବାଲେଶ୍ୱର ସାହାଡ଼ାର ଜୟଚନ୍ଦ୍ର ଦାସ ନାମକ ଜଣେ ରାଜମିସ୍ତ୍ରୀ ୩ମହଲା କୋଠାରୁ ପଡ଼ି ଆହତ ହୋଇଥିଲେ। ହାତ ଭାଙ୍ଗିଯାଇଥିବାରୁ ଏହି ନର୍ସିଂ ହୋମ୍ରେ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଅସ୍ତ୍ରୋପଚାର ବେଳେ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ଭୁଲ୍ ଇଞ୍ଜେକସନ୍ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ […]
ସମ୍ବଲପୁର: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ର ରେଙ୍ଗାଲି ନୂଆଖୁରି ଗାଁ ଟୋଲ ପ୍ଲାଜାରୁ ଟୋଲ ଆଦାୟ ବନ୍ଦ ଓ ଟୋଲ୍ଗେଟ୍ ଉଚ୍ଛେଦ କରିବା ଦାବିରେ ଏପ୍ରିଲ ୨ ତାରିଖରେ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ରାଜପଥ ବ୍ୟବହାରକାରୀ ସଂଘ ଏହି ବନ୍ଦ ଡାକରା ଦେଇଛି। ଶିକ୍ଷାନୁଷ୍ଠାନକୁ ବନ୍ଦରୁ ବାଦ୍ ଦିଆଯିବ। ସେହିପରି ଆମ୍ବୁଲାନ୍ସ, ସ୍କୁଲ ବସ୍କୁ ମଧ୍ୟ ବନ୍ଦରୁ ବାଦ୍ ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ବରଗଡ଼ ଟୋଲ୍ […]
ଭୁବନେଶ୍ୱର: ସିବିଏସ୍ଇ ଦଶମ ଗଣିତର ପୁନଃ ପରୀକ୍ଷା ପ୍ରସଙ୍ଗ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା ପରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି। କାରଣ ଯଦି ପୁନଃ ପରୀକ୍ଷା ହୁଏ, ତେବେ କେବଳ ଦିଲ୍ଲୀ ଓ ହରିୟାଣାରେ ପରୀକ୍ଷା ହେବ। ଅନ୍ୟ ରାଜ୍ୟରେ ପ୍ରଶ୍ନପତ୍ର ଲିକ୍ ହୋଇନଥିବାରୁ ବାକି ରାଜ୍ୟରେ ପରୀକ୍ଷା ନ କରାଇବାକୁ ନିଷ୍ପତ୍ତି ନେଇଛି ସିବିଏସ୍ଇ। ସମ୍ଭବତଃ ଜୁଲାଇରେ ପରୀକ୍ଷା ହୋଇପାରେ। ୧୫ ଦିନ ଭିତରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ। ସେପଟେ […]
ଭୁବନେଶ୍ୱର: ଆଜି କାଳବୈଶାଖୀ ଯୋଗୁ ତାତି କମିବାର ସମ୍ଭାବନା ରହିଛି। କିଛି ସ୍ଥାନରେ ଘଡ଼ଘଡ଼ି ସହିତ କୁଆପଥର ବୃଷ୍ଟି ହେବାର ମଧ୍ୟ ସମ୍ଭାବନା ଅଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ରହିବ। ଆସନ୍ତା ଦୁଇ ଦିନ ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଛି। ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ୫ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ। ଏହାପରେ ପୁଣି ତାପମାତ୍ରା […]
ଆଠଗଡ଼ : କୂଅ ଭିତରକୁ କାର୍ ଓଲଟିବା ଫଳରେ ଚାଳକଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲା ଶଙ୍କରପୁର ଗାଁର ବିଶ୍ୱଜିତ୍ ସାହୁ। ଆଜି ସକାଳେ ଆଠଗଡ଼ ଥାନା ଇଚ୍ଛାପୁର ଗାଁରୁ ଜେନାପଦା ଯିବା ରାସ୍ତାରେ ବିଶ୍ୱଜିତ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା କୂଅ ଭିତରେ ପଶିଯାଇଥିଲେ। ଅଧଘଣ୍ଟା ଧରି କାରଟି କୂଅ ଭିତରେ ପଡି ରହିଥିଲା। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କୂଅ ଭିତରୁ ବିଶ୍ୱଜିତ୍ଙ୍କୁ ଉଦ୍ଧାର କରି […]