ଭଦ୍ରକ : ଭଦ୍ରକ ଚାନ୍ଦବାଲିରେ ବାଟବଣା ପ୍ରଧାନମନ୍ତ୍ରୀ ଆବାସ ଯୋଜନା। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ୱେବସାଇଟ୍ରୁ ମିଳିଥିବା ଏହି ତଥ୍ୟ ଅନୁସାରେ ଦୋସିଙ୍ଗାର ସପନ ଦାସ, କାଣ୍ଡଗରଡ଼ିର ନିରଞ୍ଜନ ଥାଟୋଇ, ଓରାସାହିର ରବୀନ୍ଦ୍ର ସେଠୀ, ମିନତୀ ରାଉତ ଓ ନୀଳମଣି ପରିଡ଼ା ଏମାନେ ସମସ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇଛନ୍ତି। ଘର ତିଆରି ସରିଛି ଓ କିଏ ୪ଟି କିସ୍ତିରେ ୧ଲକ୍ଷ ୨୦ ହଜାର ଟଙ୍କା ପାଇଛି ତ ଆଉ କାହାକୁ ୩ଟି […]
ଅନୁଗୁଳ : ପାଣି ପାଇଁ ପୋଲିସ ସହ ଧସ୍ତାଧସ୍ତି। ଏପରିକି ପୋଲିସକୁ ଗାଳି ଗୁଳଜ କରିଛନ୍ତି ସ୍ଥାନୀୟଲୋକେ। ଆଜି ଏପରିକି କିଛି ପରିସ୍ଥିତି ସୃଷ୍ଟି ହୋଇଛି ଅନୁଗୁଳ ଗିରାଙ୍ଗ ପଞ୍ଚାୟତରେ। ସ୍ଥାନୀୟ ଲୋକେ ପାଇପ୍ ଯୋଗେ ପାଣି ପାଇଁ ରାସ୍ତାରୋକ କରିଥିଲେ। ତେବେ ଏହାକୁ ହଟାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ଲୋକଙ୍କୁ ରାସ୍ତାରୋକରୁ ହଟାଇବା ପାଇଁ ପ୍ରୟାସ କରିଥିବା ବେଳେ ଆନ୍ଦୋଳନରତ ଲୋକ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟସେବାରେ ଗୁରୁତର ଅବହେଳା। ମୁଣ୍ଡରେ କ୍ଷତ ହୋଇଥିଲେ ମଧ୍ୟ ଡାକ୍ତର ଗୋଡ଼ର ଅପରେସନ କରିଛନ୍ତି। ଦିଲ୍ଲୀର ଶୁଶ୍ରୁତ ଟ୍ରମା ସେଣ୍ଟରରେ ଏଭଳି ଗୁରୁତର ଅବହେଳା ହୋଇଥିବା ନଜରକୁ ଆସିଛି। ସୂଚନା ଅନୁଯାୟୀ, ବିଜେନ୍ଦ୍ର ତ୍ୟାଗୀ ନାମକ ଜଣେ ବ୍ୟକ୍ତି ଏକ ଦୁର୍ଘଟଣାର ଶିକାର ହୋଇ ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। କିନ୍ତୁ ଚିକିତ୍ସା କରୁଥିବା ଡାକ୍ତର ଜଣଙ୍କ ତାଙ୍କ ଗୋଡରେ ଅପରେସନ କରିଛନ୍ତି। ସଂପୃକ୍ତ ୱାର୍ଡରେ ବିଜେନ୍ଦ୍ର ନାମରେ ଆଉଜଣେ […]
ସମ୍ବଲପୁର: ସମ୍ବଲପୁର ଫ୍ୟାମିଲି କୋର୍ଟ ପରିସରରେ ଯୁବକର ଉନ୍ମତ୍ତ କାଣ୍ଡ। ଜଣେ ବ୍ୟକ୍ତି ନିଜ ପତ୍ନୀ, ଶିଶୁ ଓ ଶାଶୂଙ୍କୁ ଭୁଜାଲିରେ ହାଣି ଲହୁଲୁହାଣ କରି ପକାଇଛନ୍ତି। ଆଜି ସକାଳେ ସମ୍ବଲପୁର ଫ୍ୟାମିଲି କୋର୍ଟ ପରିସରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ଯୁବକ ଜଣକ ହେଲେ ସ୍ଥାନୀୟ ସିନ୍ଦୁରପଙ୍କ ଗାଁର ରମେଶ କୁମାର। କୋର୍ଟକୁ କାଉନସେଲିଂ ପାଇଁ ରମେଶଙ୍କ ପତ୍ନୀ ସଞ୍ଜିତା ଚୌଧୁରୀ, ଶାଶୂ ଲଳିତା ଚୌଧୁରୀ ଓ ଶିବାନୀ ନାମ୍ନୀ ଶିବାନୀ ତାଙ୍କର ଜଣେ ସମ୍ପର୍କୀୟଙ୍କର […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଖାରଜ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୭ ବିରୋଧୀ ଦଳ ଆଣିଥିବା ଏହି ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ମହାଭିଯୋଗ ପ୍ରସ୍ତାବରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ଠୋସ୍ ଆଧାର ନଥିବା ଦର୍ଶାଇ ଉପରାଷ୍ଟ୍ରପତି ଏହାକୁ ଖାରଜ କରିଦେଇଥିବା ଜଣାପଡିଛି। ନୋଟିସ୍ ଖାରଜ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ୫ଟି ଅଭିଯୋଗକୁ […]
ପାଟଣାଗଡ଼: ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆଉ ୩ ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ। ଗତକାଲି ରାତିରେ ମାମଲାରେ ଲିଙ୍କ ଥିବା ଆଉ ଦୁଇ ଜଣଙ୍କୁ ଉଠାଇଥିବା ବେଳେ ଆଜି ସକାଳେ ଆଉ ଜଣଙ୍କୁ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଏମାନେ ହେଲେ ପାଟଣାଗଡ଼ ସ୍କାଏ କିଙ୍ଗ କୋରିଅରର ମାଲିକ ଦିଲ୍ଲୀପ ଦାସ ଓ କୋରିଅର ଡେଲିଭରି ବୟ ସୁଶାନ୍ତ ସେଠ୍। ଏମାନଙ୍କୁ କାଲି ରାତିରୁ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ। ସେହିଭଳି […]
ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବାକୁ ଆସନ୍ତା ସପ୍ତାହରେ ହେବ ମୋଦି – ଜିନ୍ ପିଙ୍ଗ୍ ଭେଟ। ଚୀନ ଗସ୍ତ କରି ରାଷ୍ଟ୍ରପତି ଜିନ୍ ପିଙ୍ଗ୍ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୭ ଓ ୨୮ ତାରିଖରେ ଏହି ଦ୍ୱିପାକ୍ଷିକ ବୈଠକ ହେବ ଏବଂ ଏଥିରେ କୌଣସି ଚୁକ୍ତି ସ୍ୱାକ୍ଷର ହେବ ନାହିଁ ବରଂ କେବଳ ଉଭୟ ଦେଶର ସମ୍ପର୍କ ସୁଦୃଢ଼ କରିବା ଦିଗରେ ଆଲୋଚନା ହେବ ବୋଲି ଘୋଷଣା କରିଛନ୍ତି […]
ଅନୁଗୁଳ: ଅନୁଗୁଳ ଠାକୁରଗଡ଼ ସାନହୁଲାରେ ଏକ ଦୋକାନ ଉପରେ ଟ୍ରକ୍ ମାଡିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ୨ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରେଲର ବଇଣ୍ଡାରୁ ଆଠମଲ୍ଲିକ ଅଭିମୁଖେ ଯାଉଥିଲା। ଟ୍ରେଲରଟି ଭାରସାମ୍ୟ ହରାଇ ସାନହୁଲା ନିକଟରେ ରାସ୍ତାପାର୍ଶ୍ୱରେ ଥିବା ଏକ ଦୋକାନ ଘର ଉପରକୁ ମାଡି ଯାଇ ଓଲଟି ପଡିଥିଲା। ଫଳରେ ଦୋକାନ ଘର ଭାଙ୍ଗିବା ସହ ପାଖରେ ଥିବା ଏକ ଅଟୋ ମଧ୍ୟ ଭାଙ୍ଗିରୁଜି ଯାଇଥିଲା। ଦୁର୍ଘଟଣାସ୍ଥଳରେ ୬ରୁ ୭ଜଣ […]
ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଅନେକ ଜୀବନ ଯାଉଥିବାବେଳେ, ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ରାଜ୍ୟରେ ୨୦୧୫ ତୁଳନାରେ ୨୦୧୬ ଏବଂ ୧୭ରେ ସଡ଼କ ଦୁର୍ଘଟଣା ବଢିଥିବା ନଜରକୁ ଆସିଛି। ଏମିତିକ ୨୦୧୮ ଜାନୁୟାରୀ- ଫେବ୍ରୁଆରୀରେ ମଧ୍ୟ ସଡ଼କ ଦୁର୍ଘଟଣାର ମାତ୍ରା ବଢ଼ିଥିବା କୁହାଯାଉଛି। ଆଜିଠୁ ସାରା ଦେଶରେ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। […]
ଭୁବନେଶ୍ୱର: ଟକ୍ମକ୍ ଖରାରେ ଏବେ ଫୁଟୁଛି ସାରା ରାଜ୍ୟ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ପ୍ରାୟ ପ୍ରତିଦିନ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ପରେ ରହୁଛି। ଖରା ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି ତ ଆଉ କିଏ କଳା ଚଷମା ପିନ୍ଧୁଛନ୍ତି। ଆଉ କିଛି ଲୋକ ଟିକେ ଥକା ମେଣ୍ଟାଇବା ପାଇଁ ଲସି, ଆଖୁ ରସ ଦୋକାନରେ ଭିଡ ଲଗାଉଛନ୍ତି। […]
ନୂଆଦିଲ୍ଲୀ: ଫୁଜିଟିଭ୍ ଇକୋନୋମିକ୍ ଅଫେଣ୍ଡର୍ ଅଧ୍ୟାଦେଶକୁ ରବିବାର ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଗତକାଲି ଏହି ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଥିଲା ଅଧ୍ୟାଦେଶ ଅନୁସାରେ ଦେଶରେ ଠକେଇ କରି ବିଦେଶକୁ ପଳାଇଥିବା ବ୍ୟକ୍ତି କିମ୍ବା ଦେଶକୁ ଫେରି ଆଇନର ସମ୍ମୁଖୀନ କରିବାକୁ ମନା କରୁଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ କରାଯିବ। ସେହିଭଳି ଶହେ କୋଟିରୁ ଅଧିକ ଋଣ ନେଇ ଇଚ୍ଛାକୃତ ଭାବେ ଋଣ ସୁଝି ନ ଥିଲେ ଓ ବ୍ୟକ୍ତିଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି ହୋଇଥିଲେ […]
ନୂଆଦିଲ୍ଲୀ: ଆଜି ହେଉଛି ଧରିତ୍ରୀ ଦିବସ। ପ୍ରତିବର୍ଷ ଏପ୍ରିଲ୍ ୨୨ ତାରିଖକୁ ଧରିତ୍ରୀ ଦିବସ ଭାବେ ପାଳନ କରାଯାଇଥାଏ। ପରିବେଶର ସୁରକ୍ଷା କରି ପୃଥିବୀକୁ କିଭଳି ରକ୍ଷା କରାଯାଇପାରିବ, ଏହା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଧରିତ୍ରୀ ଦିବସ ପାଳନ କରାଯାଇଥାଏ। ୧୯୭୦ ମସିହାରେ ପ୍ରଥମେ ଆମେରିକାରେ ଏହି ଦିବସ ପାଳନ କରାଯାଇଥିଲା। ଜେନେରାଲ୍ଡ ନେଲସନ୍ ଏହାକୁ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହା ଭାରତ ସମେତ ୧୯୨ଟି ଦେଶରେ ପାଳନ କରାଯାଉଛି। ପୃଥିବୀରେ ଦ୍ରୁତ ଗତିରେ […]
ନୂଆଦିଲ୍ଲୀ: ଶେଷରେ ଅନଶନ ଭାଙ୍ଗିଛନ୍ତି ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ ସ୍ୱାତୀ ମାଲିଓ୍ୱାଲ। ଉନ୍ନାଓ ଓ କାଠୁଆ ଗଣଦୁଷ୍କର୍ମ ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ସଂଶୋଧନ ଦାବି ନେଇ ଦିଲ୍ଲୀ ରାଜଘାଟରେ ଗତ ୧୦ ଦିନ ଧରି ଆମରଣ ଅନଶନରେ ବସିଥିଲେ ସ୍ୱାତୀ। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଆଇନରେ ସଂଶୋଧନ ପରେ ରବିବାର ଅପରାହ୍ନ ୨ଟାରେ ସ୍ୱାତୀ ତାଙ୍କର ଅନଶନ ଭାଙ୍ଗିଛନ୍ତି। ଏଥିସହିତ ତାଙ୍କର ଅନଶନକୁ ସମର୍ଥନ ଜଣାଇଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
ନୂଆଦିଲ୍ଲୀ: ବିଭିନ୍ନ ଦୁଷ୍କର୍ମକୁ ନେଇ ସାରା ଦେଶରେ କ୍ଷୋଭ ପ୍ରକାଶ ପାଉଥିବା ବେଳେ ପୀଡ଼ିତାଙ୍କ ପରିବାରଙ୍କ କଟା ଘାରେ ଚୂନ ଲଗାଇଛନ୍ତି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱର। ଦେଶରେ ବଢୁଥିବା ଦୁଷ୍କର୍ମ ଘଟଣାକୁ ନେଇ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦୁଷ୍କର୍ମକୁ ବନ୍ଦ କରିହେବ ନାହିଁ। ଏତେ ବଡ଼ ଦେଶରେ ଏପରି ଗୋଟିଏ ଦୁଇଟି ଦୁଷ୍କର୍ମକୁ ନେଇ ହଙ୍ଗାମା କରିବା ଠିକ୍ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। […]
କଟକ : ଝଡ ବାତ୍ୟା ଫୋନିର ପ୍ରଭାବରେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଆଗ୍ରାହାଟ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକଙ୍କ ଚାଳ ଛପର ଉଡିଯାଇଥିବା ବେଳେ ଏବେ ଖୋଲା ଆକାଶ ତଳେ ଲୋକେ ରହିଛନ୍ତି। ଭରାଣ୍ଡି ଗ୍ରାମରେ ଭୋକ ଉପାସରେ ରହିଛନ୍ତି। ବାତ୍ୟା ପ୍ରଭାବିତଙ୍କୁ ଆଶ୍ରୟସ୍ଥଳକୁ ବି ନିଆଯାଇନାହିଁ। ରନ୍ଧା ଖାଦ୍ୟତ ଦୂରରେ ଥାଉ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚିନଥିବା ଲୋକେ ଅଭିଯୋଗ କରିଛନ୍ତି।
ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ହାତୀ ଉପଦ୍ରବରେ ୧୦ ଦିନ ଭିତରେ ୬ଜଣଙ୍କ ଜୀବନ ଗଲାଣି। ଗତକାଲି ସଦର ରେଞ୍ଜରେ କାଉଁରିଆପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। କାଉଁରିଆପାଳ, ବଉଳପୁର, ବାଙ୍ଗୁରିସିଂ, ଚାଉଳିଆ ଆଦି ଗାଁର ଲୋକମାନେ ହାତୀ ଭୟରେ ଘରୁ ପଦାକୁ ବାହାରୁ ନାହାଁନ୍ତି। ଏବେବି ଏହିସବୁ ଗାଁକୁ ୧୦୦ରୁ ଅଧିକ ହାତୀ ଘେରି ରହିଛନ୍ତି। ଏହି ହାତୀମାନଙ୍କ ମଧ୍ୟରୁ ଗୋଟିଏ ହାତୀ […]