ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଅନେକ ଜୀବନ ଯାଉଥିବାବେଳେ, ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ରାଜ୍ୟରେ ୨୦୧୫ ତୁଳନାରେ ୨୦୧୬ ଏବଂ ୧୭ରେ ସଡ଼କ ଦୁର୍ଘଟଣା ବଢିଥିବା ନଜରକୁ ଆସିଛି। ଏମିତିକ ୨୦୧୮ ଜାନୁୟାରୀ- ଫେବ୍ରୁଆରୀରେ ମଧ୍ୟ ସଡ଼କ ଦୁର୍ଘଟଣାର ମାତ୍ରା ବଢ଼ିଥିବା କୁହାଯାଉଛି। ଆଜିଠୁ ସାରା ଦେଶରେ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। […]