ଯୋଧପୁର : ୟୁପି ଶାହାଜାହାଁପୁରର ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ଦୋଷୀ ସାବ୍ୟସ୍ତ। ଯୋଧପୁରୁ କେନ୍ଦ୍ରୀୟ କାରାଗାରାରେ ସ୍ୱତନ୍ତ୍ର କୋର୍ଟ ଶୁଣାଇଲେ ରାୟ। ଆଶାରାମଙ୍କ ସହ ୩ ଜଣ ଦୋଷୀ ସାବ୍ୟସ୍ତ ଏବଂ ୨ଜଣଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କଲେ କୋର୍ଟ। ଆଶାରାମଙ୍କ ଅନୁଗାମୀମାନେ ରାୟ ଶୁଣାଯିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତ ସୃଷ୍ଟି କରିବେ ସେହି ଆଶଙ୍କାରେ ରାୟ ଶୁଣାଣି ପୂର୍ବରୁ ଯୋଧପୁର ପୁଲିସ ସହରରେ ୧୪୪ ଧାରା ଜାରି କରିଥିଲା। ୭୭ ବର୍ଷୀୟ […]
ରାଉରକେଲା : ରାଉରକେଲାରେ ବଡଧରଣର ଲୁଟ୍। ଟୋଲ୍ ପ୍ଲାଜା କର୍ମଚାରୀଙ୍କଠାରୁ ୭ ଲକ୍ଷ ୮୦ ହଜାର ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଟୋଲ ପ୍ଲାଜା କର୍ମଚାରୀ ଟଙ୍କା ଡିପୋଜିଟ୍ ପାଇଁ ବ୍ୟାଙ୍କ ଯାଉଥିଲେ। ଏହି ସମୟରେ ଝଗରପୁର ପାଖରେ କର୍ମଚାରୀଙ୍କୁ ବନ୍ଧକୁ ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ଲୁଟ୍ କରିନେଇଛନ୍ତି। ଏନେଇ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି।
ଭୁବନେଶ୍ୱର : ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ସହରାଞ୍ଚଳରେ ବାସ କରୁଥିବା ସମସ୍ତ ପରିବାରକୁ ମୁଣ୍ଡପିଛା ୭୦ ଲିଟର ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସଚିବାଳୟରେ ଅନୁଷ୍ଠିତ ପାନୀୟ ଜଳ ଯୋଗାଣ ସମ୍ପର୍କିତ ସମୀକ୍ଷା ବୈଠକ ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ସହରାଞ୍ଚଳର ୬୦ ପ୍ରତିଶତ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ହେଉଛି। ବାକି ୪୦ ପ୍ରତିଶତ ପରିବାରକୁ ଜଳ ଯୋଗାଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ସୁଦ୍ଧା […]
ଭୁବନେଶ୍ୱର : ଆଜିଠାରୁ ସ୍କୁଲରେ ଖରାଛୁଟି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ଗତକାଲି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଖରାଛୁଟିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏନେଇ ସ୍ପଷ୍ଟ କରିଛନ୍ତି। ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମଧ୍ୟ ଏନେଇ ସ୍ପଷ୍ଟ କରିଛନ୍ତି। ଆଜି ଠାରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ। ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ଡିଗ୍ରି ଉପରେ […]
ଆଠଗଡ଼ : କଟକ ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ନମ୍ବର ଜାତୀୟ ରାଜପଥ କଜଳଖଣା ଗଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଟ୍ରକ୍ ପଛରେ ବସ୍ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଘଟଣାସ୍ଥଳରେ ହେଲପରର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି।ସୋନପୁରର କଟକ ଯାଉଥିବା ବସ୍ଟି କଜଳକଣା ଗଡା ନିକଟରେ ଏକ ଟ୍ରକକୁ ଓଭର ଟେକ୍ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି […]
ଯୋଧପୁର : ଆଶାରାମ ବାପୁଙ୍କ ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାର ଆଜି ଆସିବ ରାୟ। ରାଜସ୍ଥାନର ଯୋଧପୁର ଟ୍ରାୟାଲ କୋର୍ଟରେ ଏହି ରାୟ ପ୍ରକାଶ ପାଇବ। ଆଶାରାମଙ୍କ ବିରୋଧରେ ଉତ୍ତରପ୍ରଦେଶ ଶାହାଜାହାନପୁରର ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲା ରହିଛି। ଆଶାରାମଙ୍କ ହଜାର ହଜାର ସଂଖ୍ୟାରେ ଅନୁଗାମୀ ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାର ସମ୍ଭାବନା ରହିଛି। ଏଥିଲାଗି ଯୋଧପୁର କେନ୍ଦ୍ରୀୟ କାରାଗାରରେ ଏକ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯାଇ ମାମଲାର ଫଇସଲା କରାଯିବ। […]
ଭୁବନେଶ୍ୱର : ପାରାଦ୍ୱୀପରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପାରାଦ୍ୱୀପରେ ବିମାନ ବନ୍ଦର ସ୍ଥାପନା ପାଇଁ ବୈଷୟିକ ତଥା ଆର୍ଥିକ କାର୍ଯ୍ୟକାରିତା ପରୀକ୍ଷା କରିବାକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ପାଇଁ ସୁରେଶ ପ୍ରଭୁଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୨୦୨୦ ସୁଦ୍ଧା ପାରାଦ୍ୱୀପ ବନ୍ଦରରୁ ୩୨୩ ମିଲିୟନ୍ ଟନ୍ ମାଲ୍ ପରିବହନ କରାଯାଇପାରିବ। […]
କୋଲକତା : ଗତକାଲି କୋଲକତାରେ ବିଜେପି ରାଲିବେଳେ ହିଂସା ଘଟଣାକୁ ନେଇ ତେଜୁଛି ରାଜନୀତି। ହିଂସାକାଣ୍ଡ ପାଇଁ ବିଜେପି ସିଧାସଳଖ ଟିଏମସିକୁ ଦାୟୀ କରିଛି। ପଶ୍ଚିମବଂଗରେ ବିଜେପିର ଶକ୍ତିବୃଦ୍ଧିକୁ ନେଇ ଟିଏମସି ହତାଶ ହୋଇ ପଡିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଅଭିଯୋଗ କରିଛନ୍ତି। ଏନେଇ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି। ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ କଟକଣା ଜାରି କରିବାକୁ ଦଳ ଦାବି କରିଛି। […]
ସମ୍ବଲପୁର : ସମ୍ବଲପୁରରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଦୁଷ୍କର୍ମ କରିଥିବା ଅଭିଯୋଗରେ ପଡ଼ୋଶୀ ଘରର ଯୁବକଙ୍କୁ ଗିରଫ କରିଛି ପୋଲିସ। ହେଲେ ଅଭିଯୁକ୍ତ ଜଣକ ନାବାଳକ। ସେପଟେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିବୃତ୍ତି ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ନାବାଳିକାଙ୍କୁ ଦୁଷ୍କର୍ମ ଭଳି […]
ଭୁବନେଶ୍ୱର : ରାଜ୍ୟରେ ଘଟି ଚାଲିଥିବା ଦୁଷ୍କର୍ମ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ସରକାର। ବିଧାନସଭାରେ ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ବିବୃତି ରଖି କହିଛନ୍ତି, ମହିଳା ଓ ସମ୍ବେଦନଶୀଳ ବର୍ଗଙ୍କୁ ସୁରକ୍ଷା ସରକାରଙ୍କ ପ୍ରାଥମିକତା। ଏଭଳି ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। କଟକ ଜିଲ୍ଲାରେ ଘଟିଥିବା ୩ଟି ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛନ୍ତି। କେନ୍ଦ୍ରାପଡ଼ାର ୨ଟି ଓ ବାଲେଶ୍ୱର, ସୋର ଘଟଣାରେ ବି ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏଭଳି […]
ପୁରୀ : ଆସନ୍ତା ମେ ୧ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାରର ମରାମତି କାମ। କାମ ସାରିବାକୁ ମାସେ ସମୟ ଲାଗିବ ବୋଲି ଏଏସଆଇ ପକ୍ଷରୁ କୋର୍ଟଙ୍କୁ ସମୟ ମାଗିଥିବାରୁ ମେ ୩୧ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାସହ ଭକ୍ତ ମାନଙ୍କ ଦର୍ଶନରେ ଯେପରି କୌଣସି ବାଧା ନଉପୁଜେ ସେଥିପାଇଁ ହ୍ୟାଗିଂ ପ୍ଲେଟ ସାହାଯ୍ୟରେ ମରାମତି କରିବାକୁ କହିଛନ୍ତି କୋର୍ଟ। ଏଥିପାଇଁ ଆସନ୍ତା ୨୬ ତାରିଖରେ କୋର କମିଟିର […]
ଭୁବନେଶ୍ୱର : ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜାମିନ। ୨ମାସ ପାଇଁ ଅନ୍ତରୀଣ ଜାମିନ ଦେଇଛନ୍ତି ହାଇକୋର୍ଟ। ସିସୋର ଚିଟ୍ଫଣ୍ଡ ଲିଙ୍କ୍ ମାମଲାରେ ଗିରଫ ହୋଇଥିଲେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ। ସିବିଆଇ ଦ୍ୱାରା ଗିରଫ ହୋଇ ପ୍ରଭାତ ଭୁବନେଶ୍ୱର ଝାରପଡା ଜେଲରେ ଥିଲେ। ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ପ୍ରଭାତ ଜେଲ ବଦଳରେ SCB ମେଡିକାଲରେ ଚିକିତ୍ସା ହେଉଥିଲେ। ୨୦୧୭ ସେମ୍ବେର ୧୯ରେ ପ୍ରଭାତଙ୍କୁ ଗିରଫ କରିଥିଲା CBI।